September 19, 2024

Odia Express

Leading Odia News Portal of Odisha

ଯଦି ଛୋଟ ଛୁଆ ଘରେ ଝାଡୁ କରେ ତେବେ ଏଇ କଥାର ହୋଇଥାଏ ଲକ୍ଷଣ – ନିଶ୍ଚୟ ଜାଣିରଖନ୍ତୁ..

ଦେବୀ ଲକ୍ଷ୍ମୀଙ୍କ ଆଗମନ ସହିତ ସ୍ୱଚ୍ଛତା ସିଧାସଳଖ ଜଡିତ | ବିଶ୍ୱାସ କରାଯାଏ ଯେ ଯଦି ଘରେ ପରିଷ୍କାର ପରିଚ୍ଛନ୍ନତା ରଖାଯାଏ ତେବେ ଲକ୍ଷ୍ମୀ ମାତା ଖୁସି ହୁଅନ୍ତି, ନଚେତ୍ ଘରେ ମଇଳା ରହିଲେ ଘରେ ଧନ ସମ୍ବନ୍ଧୀୟ ସମସ୍ୟା ଜାରି ରହିଥାଏ । ହିନ୍ଦୁ ଧର୍ମରେ ଘରେ ଝାଡୁ ଲଗାଇବା ଉପରେ ବିଭିନ୍ନ ନିୟମ ଏବଂ ଆଇନ ପ୍ରସ୍ତୁତ କରାଯାଇଛି ଏବଂ ଏହି ନିୟମାବଳୀ ଗ୍ରହଣ କରି ଘରେ ସମୃଦ୍ଧତା ବଜାୟ ରହିପାରିବ। କିନ୍ତୁ ଆପଣ ଜାଣନ୍ତି କି ଯଦି ଆପଣଙ୍କର ଛୋଟ ପିଲା ଖେଳିବା ସମୟରେ ଘରେ ଯଦି ଓଳାଇବା ବା ଝାଡୁ ମାରିବା ଆରମ୍ଭ କରେ, ତେବେ ଏହାର ମଧ୍ୟ ଏକ ବିଶେଷ ଅର୍ଥ ଅଛି | ଏହାର ଅର୍ଥ କ’ଣ ହୋଇପାରେ ତାହା ଆପଣଙ୍କୁ କହିବୁ |

ଘର ସଫା କରିବା ବିଷୟରେ ବିଭିନ୍ନ ମାନ୍ୟତାରୁ ମଧ୍ୟ ଏକ ମାନ୍ୟତା ଅଛି ଯେ ଯଦି ଘରେ ଥିବା ପିଲା ହଠାତ୍ ସମସ୍ତ କାର୍ଯ୍ୟକଳାପ ଛାଡି ଘର ଝାଡୁ ମାରିବା ଆରମ୍ଭ କରେ, ଏହାର ଅର୍ଥ ହେଉଛି ଯେ ଆପଣଙ୍କ ଘରକୁ ଜଣେ ଅତିଥି ଆସିବାକୁ ଯାଉଛନ୍ତି | ପ୍ରାୟତଃ ଛୋଟ ପିଲାମାନେ ଘରେ ଓଳାଇବା ଆରମ୍ଭ କରନ୍ତି, ପିଲାମାନେ ଘରର ସଦସ୍ୟଙ୍କ ଓଳାଇବାକୁ ଦେଖିକରି ଏହା ତାଙ୍କ ମନରେ ବି ଆସେ, ସେମାନେ ମଧ୍ୟ ଝାଡୁ ସେହିପରି କରିବାକୁ ପସନ୍ଦ କରନ୍ତି ତେଣୁ ବୁଝିଯିବେ ଯେ ଆପଣଙ୍କ ଘରକୁ କେହି ଆସିବାର ଏକ ସମ୍ଭାବନା ଅଛି | । ଏହା ବ୍ୟତୀତ, ଏକ ସମ୍ଭାବନା ମଧ୍ୟ ଅଛି ଯେ ଆସୁଥିବା ଅତିଥି ଆପଣଙ୍କ ପାଇଁ କିଛି ଭଲ ବାର୍ତ୍ତା କିମ୍ବା ଆର୍ଥିକ ଦୃଷ୍ଟିରୁ ସହାୟକ ହୋଇପାରେ | ଏହା ମଧ୍ୟ ସୂଚିତ କରେ ଯେ ଲକ୍ଷ୍ମୀ ମା’ଙ୍କ କୃପା ଆପଣଙ୍କ ଘରେ ଦୃଷ୍ଟି ପଡିବାର ହେବ |

ଏହା ବ୍ୟତୀତ, ଯଦି ଆପଣ ଏକ ନୂତନ ଘରେ ରହିବାକୁ ଯାଉଛନ୍ତି ଏବଂ ଯଦି ଘର ସଫା କରୁଛନ୍ତି, ଯଦି ମୃତ ଝିଟିପିଟି ପଡିଥିବାର  ସେଠାରେ ଦେଖାଯାଏ, ତେବେ ଆପଣ ସେହି ଘରେ ରହିବାକୁ ମନରୁ ତ୍ୟାଗ କରିଦେବା ଉଚିତ୍ | ବିଶ୍ୱାସ କରାଯାଏ ଯେ  ସେ ଘରେ କେବେ ବି ସୁଖ ଏବଂ ଶାନ୍ତିର ବାସସ୍ଥାନ ନଥାଏ ଏବଂ ସର୍ବଦା ମତଭେଦର ପରିବେଶ ରହିଥାଏ | ଯଦି ଘର ଆପଣଙ୍କର ଅଟେ ତେବେ ଘରେ ପ୍ରବେଶ କରିବା ପୁର୍ବରୁ ବିଧି ପୁର୍ବକ ପୁଜା ପାଠ କରାଇନେବା ଉଚିତ୍ , ଏହା ଛଡା ଝାଡୁକୁ କେବେ ଅପମାନ କରିବା ଉଚିତ୍ ନୁହେଁ , ଏହା ଛଡା ଝାଡୁକୁ କେବେ ପାଦରେ ମାଡିବା ଉଚିତ୍ ନୁହେଁ , ଓ ଡେଇଁକରି ଯିବା ଉଚିତ୍ ନୁହେଁ , ଘରେ ସଫାରେ ପ୍ରୟୋଗ କରାଯାଉଥିବା ଝାଡୁ କୁ ବି ସବୁ ମାନ୍ୟତାକୁ ମାନିବା ଉଚିତ୍ ।

Leave a Reply

Your email address will not be published. Required fields are marked *