October 22, 2024

Odia Express

Leading Odia News Portal of Odisha

ଶିବଙ୍କ ଉପଦେଶ – ଭଗବାନ ଶିବ ଙ୍କ ପାଖରୁ ଜାଣିରଖନ୍ତୁ ସତ ପ୍ରେମ ର ଲକ୍ଷଣ ବିଷୟରେ..

ଭଗବାନ ଶିବ ହେଉଛନ୍ତି ସମଗ୍ର ସଂସାରର ରକ୍ଷାକର୍ତ୍ତା।ସେ ହେଉଛନ୍ତି ସତ୍ୟ ଶିବ ସୁନ୍ଦର ତଥା ମଙ୍ଗଳ ମୟ।ସେହି ଶିବଶଙ୍କରଙ୍କର ଆଦର୍ଶ ସମଗ୍ର ଜଗତକୁ ଜୀବନର ବସ୍ତାବିକତାର ଗୂଢ଼ ପରିଚୟ ପ୍ରଦାନ କରିଛି ଓ ମୋକ୍ଷର ପ୍ରକୃତ ମାର୍ଗରେ ପରିଚାଳିତ ତଥା ଅଭିଷିକ୍ତ କରିଛି।ଶ୍ମଶାନ ନିଵାସୀ ଶିବସମ୍ଭୁଙ୍କ ମହିମା ଓ କରୁଣା ଅକଳନୀୟ।ସେ ମାନବ ଜଗତକୁ କେତେକ ଅମୃତମୟ ଉପଦେଶ ପ୍ରଦାନ କରିଛନ୍ତି।ତାହା ନିମ୍ନରେ ବର୍ଣ୍ଣିତ ହୋଇଛି।ପବିତ୍ର ଶିବପୁରାଣରେ କୁହାଯାଇଛିକି ମଣିଷର ଦୁଃଖ ଆଉ ଭୟର ବାସ୍ତବ କାରଣ କଣ ହୋଇଥାଏ।ପ୍ରତ୍ୟେକ ମନୁଷ୍ୟ ନିଜ ଜୀବନରେ ମୁଖ୍ୟ ଉଦେଶ୍ୟ ରଖିଥାନ୍ତି ସୁଖ ପ୍ରାପ୍ତି କରିବା।କିନ୍ତୁ ପ୍ରତ୍ୟେକ ମନୁଷ୍ୟ ସୁଖ ପ୍ରଦାନକାରୀ ବସ୍ତୁ ଉପରେ ବେଶୀ ଗୁରୁତ୍ୱାରୋପ କରିଥାନ୍ତି।ଓ ତାକୁ ପ୍ରାପ୍ତି କରିବାକୁ ଚାହାନ୍ତି।ଯାହାକି ପରବର୍ତ୍ତୀ ସମୟରେ ଦୁଃଖର କାରଣ ହୋଇଥାଏ।ତାହା ପ୍ରତି ମୋହ ବଢିବା ସହିତ ସେ କାଳେ ପାଖରୁ ଦୁରେଇ ଯିବ ସେ ଭୟ ଉପୁଜିଥାଏ।ବାସ୍ତବ ସତ୍ୟ ହେଉଛି ଏ ସଂସାରରେ କିଛି ନିଜର ଓ ସତ୍ୟ ନୁହେଁ।ସବୁ ମିଥ୍ୟା ମୋହ ମାୟା ଅଟେ।ତେଣୁ ଏସବୁ ପ୍ରତି ଗଭୀର ଆସକ୍ତି ଦୁଃଖର କାରଣ ହୋଇଥାଏ।ତେଣୁ ଅନାଶକ୍ତ ତଥା ଅଶାରହିତ ରହିବା ହିଁ ପ୍ରକୃତ ସୁଖର କାରଣ ହୋଇଥାଏ।

ପ୍ରେମ ହେଉଛି ଅମୃତମୟ।ପ୍ରେମ ହେଉଛି ସତ୍ୟ ଶିବ ସୁନ୍ଦରର ପରିଚାୟକ।ପ୍ରେମ ହେଉଛି ବ୍ରମହର ଦିବ୍ୟ ସ୍ୱରୂପ।ପ୍ରେମ ହେଉଛି ଉପାସନା।ପ୍ରେମରେ ହିଁ ନିହିତ ସ୍ୱର୍ଗର ଦୁର୍ଲ୍ଲଭ ପାରିଜାତର ସୁଗନ୍ଧ।ପ୍ରେମ ହେଉଛି ପବିତ୍ର ଗାୟତ୍ରୀ ମନ୍ତ୍ର। ବାସ୍ତବ ପ୍ରେମର ପରିସର ଅଜସ୍ର ତଥା ବ୍ୟାପକ। ପ୍ରେମ ହିଁ ପରିତ୍ୟକ୍ତ ଜୀବନର ଶାନ୍ତି ଓ ଆତ୍ମାର ଚରମ ତୃପ୍ତି।ପ୍ରେମ ହେଉଛି ଶାଶ୍ୱତ ତଥା ଅମଳିନ ତଥା ଚିରନ୍ତନ।

ଏକ ଦିନ ଦେବୀ ସତୀ ଶିବ ଶଙ୍କରଙ୍କୁ ପ୍ରଶ୍ନ କରିଥିଲେ ପ୍ରଭୁ ବାସ୍ତବ ପ୍ରେମର ଲକ୍ଷଣ କଣ ହୋଇଥାଏ।ମହାଦେବ ଉତ୍ତର ଦେଇଥିଲେ ସ୍ୱାର୍ଥପରତା,ଅବିଶ୍ୱାସ,ନିୟନ୍ତ୍ରଣ, ଅଧିକାର ଇତ୍ୟାଦି ବାସ୍ତବ ପ୍ରେମର ଲକ୍ଷଣ ହୋଇନଥାଏ।ପ୍ରେମ ନାମରେ ବହୁତ ବ୍ୟକ୍ତି ପ୍ରକୃତ ପ୍ରେମର ବିରୁଦ୍ଧଚରଣ କରିଥାନ୍ତି। ଯାହାକି ପ୍ରେମ ହୋଇନଥାଏ।ଓ ଯନ୍ତ୍ରଣା ଦାୟକ ହୋଇଥାଏ।ତେଣୁ ବାସ୍ତବିକ ପ୍ରେମର ଆଧାର ହେଉଛି ବିଶ୍ୱାସ।ଯାହାକି ସ୍ୱାର୍ଥରେ ହୋଇନଥାଏ।କିମ୍ବା ନିଜ ଅଧିକାର ସାବ୍ୟସ୍ତ ନିମନ୍ତେ ହୋଇନଥାଏ।ଏହା ଗଭୀର ବିଶ୍ୱାସ ଓ ଭଲପାଇବାକୁ ନେଇ ହୋଇଥାଏ।ଓ ଏହାହିଁ ବାସ୍ତବ ତଥା ଶାଶ୍ୱତ ପ୍ରେମ ହୋଇଥାଏ।

ଆଜିକାଲି ପ୍ରେମ ନାମରେ ବହୁତ ଛଳନା ହେଉଛି।ଓ ପ୍ରେମର ଅପମାନ ହେଉଛି।ଓ ପ୍ରେମର ବାସ୍ତବ ଅର୍ଥ ଅନର୍ଥରେ ପରିଣତ ହେଉଛି।ତେଣୁ ପ୍ରତ୍ୟେକ ବ୍ୟକ୍ତି ଏହାକୁ ବୁଝିବା ଉଚିତ।ପ୍ରେମ ଉପରେ ବିଶ୍ୱାସ ରଖିବା ସହିତ ତାର ସଂମାନ କରିବା ଅପରିହାର୍ଯ୍ୟ।ଫଳରେ ଭଗବାନ ପ୍ରସନ୍ନ ହୋଇଥାନ୍ତି।ମହାଦେବଙ୍କ ମତରେ ଏହି ପ୍ରେମର ବ୍ୟାଖ୍ୟା ଉଚ୍ଚ କୋଟିର ଅଟେ। ଆଶା କରୁଛି ଏହା ଆପଣଙ୍କ ହୃଦୟକୁ ସ୍ପର୍ଶ କରିବ।ଓ ଆପଣମାନେ ପ୍ରେମର ବାସ୍ତବ ଅର୍ଥକୁ ହୃଦୟଙ୍ଗମ କରିବେ।

ବୈଦିକ ଯୁଗରୁ ଅଦ୍ୟାବଧି ପ୍ରେମ ମଣିଷ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ରୂପେ ପରିଗଣିତ ହୋଇଛି।ପ୍ରେମ ଆଧାରରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଅନେକ ସମସ୍ୟାର ସମାଧାନ ମିଳିଛି ଏବଂ ଭବିଷ୍ୟତର ସମ୍ୟକ ସୂଚନା ମିଳିଛି।ଯାହା ଅନେକ ସମୟରେ ସମଗ୍ର ବିଶ୍ୱକୁ ବିରାଟ ସଙ୍କଟରୁ ରକ୍ଷା କରିଛି।ପ୍ରେମର ଉପକାରିତା ତଥା ମହାନତା ଯୁଗେ ଯୁଗେ ପ୍ରତିପାଦିତ ହୋଇଆସିଛି।

Leave a Reply

Your email address will not be published. Required fields are marked *