October 22, 2024

Odia Express

Leading Odia News Portal of Odisha

ସଫା ଦାନ୍ତର ଉପାୟ – ଥରେ ଦାନ୍ତ ରେ ଲଗେଇକି ଦେଖନ୍ତୁ ଆପଣଙ୍କ ଦାନ୍ତ ସବୁଦିନ ଚମକୁଥିବ..

ଭଗବାନ ପ୍ରଦାନ କରିଥିବା ଏହି ଶରୀରକୁ ସମସ୍ତେ ବହୁତ ଭଲପାଆନ୍ତି।ସମସ୍ତେ ନିଜ ଶରୀରର ଉପଯୁକ୍ତ ବିକାଶ ଓ ସୁନ୍ଦରତା ଉପରେ ବହୁତ ଗୁରୁତ୍ୱାରୋପ କରିଥାନ୍ତି।ସମସ୍ତ ନିଜ ଶରୀରକୁ ସୁନ୍ଦର ଓ ଆକର୍ଷକ କରିବାକୁ ଚାହାନ୍ତି।ଯାହା ଫଳରେ ନିଜକୁ ଆତ୍ମସନ୍ତୋଷ ମିଳିଥାଏ।ତେଣୁ ଏଥିପାଇଁ ନିଜର ଯତ୍ନ ଓ ଉପଯୁକ୍ତ ଖାଦ୍ୟର ଯଥେଷ୍ଟ ଆବଶ୍ୟକତା ରହିଛି।ଆମ ଶରୀରର ଉପଯୁକ୍ତ ଯତ୍ନ ଦ୍ୱାରା ଆମେ ଏହାକୁ ଆକର୍ଷକ କରି ପାରିବା।ଆମ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ ମଧ୍ୟରେ ଦାନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।ଏହା ମଧ୍ୟ ଆମ ଶରୀରର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।ଖାଦ୍ୟ ଚର୍ବନରେ ଏହା ବିଶେଷ ଭୂମିକା ଗ୍ରହଣ କରିଥାଏ।ଯାହାଦ୍ୱାରା ଖାଦ୍ୟ ହଜମ ପ୍ରକ୍ରିୟା ତ୍ୱରାନ୍ୱିତ ଓ ସାବଲୀଳ ହୋଇଥାଏ।ଦାନ୍ତ ମଧ୍ୟ ଆମ ମୁହଁର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ।ହସିବା ସମୟରେ ଏହା ବହୁତ ସୁନ୍ଦର ଲାଗେ।

ଦାନ୍ତର ଦୁର୍ବଳତା ଶରୀରକୁ ମ୍ରିୟମାଣ କରିଥାଏ।ହଜମ ପ୍ରକ୍ରିୟାରେ ବାଧା ଉପୁଜିବା ସହିତ ମୁହଁ ଅସୁନ୍ଦରତାର ପ୍ରମୁଖ କାରଣ ଏହା ହୋଇଥାଏ।ଏହା ହଳଦିଆ ପଡିବା ମଧ୍ୟ ଆଦୌ ଭଲ ନୁହେଁ। ଦାନ୍ତର ଦୁର୍ବଳତା ବିଭିନ୍ନ ରୋଗର କାରଣ ହୋଇଥାଏ।ଏଥିପାଇଁ ବହୁତ ଲୋକ ବିବ୍ରତ ହୋଇଥାନ୍ତି ଓ ଏହି ଦାନ୍ତ ସମସ୍ୟା ମଧ୍ୟ ବହୁତ ଲୋକଙ୍କର ଚିନ୍ତାର ବିଷୟ ଅଟେ।ଏଥିପାଇଁ ବହୁତ ଔଷଧ ଓ ଆଧୁନିକ ଜିନିଷର ପ୍ରୟୋଗ ହୋଇଥାଏ।କିନ୍ତୁ ବର୍ତ୍ତମାନ ଆମେ ଘରୋଇ ଉପାୟରେ କିପରି ଆମ ଦାନ୍ତକୁ ଚମକ କରି ପାରିବା ଓ ହଳଦିଆ ହେବାରୁ ରୋକିବା ତାହା ତଳେ ବର୍ଣ୍ଣିତ ହୋଇଛି।

ଆଧୁନିକ ଉପଚାର ଠାରୁ ଘରୋଇ ଉପଚାର ବହୁତ ଫଳପ୍ରଦ ଓ ବିଶୁଦ୍ଧ ହୋଇଥାଏ।ଏହାର କିଛି ଖରାପ ପ୍ରଭାବ ଶରୀର ଉପରେ ପଡେନାହିଁ।ତେଣୁ ଘରୋଇ ପ୍ରଣାଳୀରେ ଦାନ୍ତର ଚିକିତ୍ସା ମଧ୍ୟ ବହୁତ ଲାଭଦାୟକ ଅଟେ।ଏମରସନ ଯଥାର୍ଥରେ କହିଛନ୍ତି “health is wealth”।ତେଣୁ ଆମକୁ ଆମ ସ୍ୱାସ୍ଥ୍ୟର ସଠିକ ଯତ୍ନ ନେବାକୁ ପଡିବ।ଏମିତିରେ ବି ପ୍ରତ୍ୟେକ ବ୍ୟକ୍ତି ସର୍ବଦା ନିରୋଗ ଓ ଆରୋଗ୍ୟ ପୂର୍ଣ୍ଣ ସ୍ୱାସ୍ଥ୍ୟର ପ୍ରୟୋଜନ ରଖିଥାନ୍ତି।ତେଣୁ ଏହା ଆମ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ଅଟେ।ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଯଥାର୍ଥରେ ମତ ଉପସ୍ଥାପନ କରିଛନ୍ତିକି ଅତ୍ୟାଧୁନିକ ରାସାୟନିକ ଔଷଧ ଅପେକ୍ଷା ଆୟୁର୍ବେଦିକ ତଥା ପୌରାଣିକ ଘରୋଇ ଉପଚାର ସ୍ୱାସ୍ଥ୍ୟ ପ୍ରତି ବହୁତ ଉପଯୋଗୀ ଓ ଫଳପ୍ରଦ ହୋଇଥାଏ।

ପ୍ରଥମେ ଦୁଇ ତିନି ଗ୍ରାମ ସନ୍ଧେଇବ ଲବଣ ନିଅନ୍ତୁ।ଓ ଏଥିରେ କିଛି ସୋରିଷ ତେଲ ମିଶାନ୍ତୁ।ଯାହାକି ବହୁତ ସହଜରେ ବଜାରରେ ଉପଲବ୍ଧ।ଓ ଆଦୋୖ ଖର୍ଚ୍ଚ ବହୁଳ ନୁହେଁ।ଏହାକୁ ଭଲଭାବରେ ମିଶାଇ ଦିଅନ୍ତୁ।ଓ ନିଜ ଆଙ୍ଗୁଠି ସାହାଯ୍ୟରେ ନିଜ ଦାନ୍ତରେ ଭଲ ଭାବରେ ଘସନ୍ତୁ।ଏହାକୁ ସକାଳୁ କରିବା ବହୁତ ଭଲ ଅଟେ।ଓ ତାପରେ ଗରମପାଣିରେ ନିଜ ପାଟିକୁ ଭଲଭାବରେ ଧୋଇ ଦିଅନ୍ତୁ।ଏହା ବହୁତ ଉପକାରୀ ଅଟେ।ଓ ଆପଣଙ୍କ ଦାନ୍ତକୁ ସଫା ରଖିବା ସହିତ ଚମକ ଆଣିବ ଓ ପାଟିରୁ ଦୁର୍ଗନ୍ଧ ହେବନାହିଁ।ଦାନ୍ତ ନିମନ୍ତେ ଏହି ଘରୋଇ ଉପଚାର ବହୁତ ଫଳପ୍ରଦ ଅଟେ।ଓ ଏହା ଦାନ୍ତରେ ଚମକ ଆଣିବା ସହିତ ଦାନ୍ତକୁ ଶକ୍ତ ଓ ମଝବୁତ କରିଥାଏ।

ଆଶା କରୁଛି ଏହି ଉପଚାର ଆପଣମାନଙ୍କୁ ବହୁତ ଭଲ ଲାଗିବ।ଓ ଏହା ଆଦୋୖ ଖର୍ଚ୍ଚ ବହୁଳ ନୁହେଁ।ଏହାକୁ କରିବା ଦ୍ବାରା ଦାନ୍ତ ସୁସ୍ଥ ଓ ଚମକପ୍ରଦ ହୋଇଥାଏ।ଓ ମୁଖର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ।ଏହାକୁ ଅବଲମ୍ବନ କଲେ ଏହା ଆପଣଙ୍କ ପାଇଁ ବହୁତ ଉପକାରୀ ହେବ।

Leave a Reply

Your email address will not be published. Required fields are marked *