October 22, 2024

Odia Express

Leading Odia News Portal of Odisha

ନିଜ ମନ ଏବଂ ଭାବନା ମାନଙ୍କ ଉପରେ ନିୟନ୍ତ୍ରଣ କିପରି ରଖିବେ – ଶ୍ରୀକୃଷ୍ଣ ଙ୍କ ଏହି କଥା ନିଶ୍ଚୟ ଜାଣିରଖନ୍ତୁ..

ବନ୍ଧୁଗଣ ବର୍ତ୍ତମାନ ମନୁଷ୍ୟ ଯେଉଁ ଦୁଃଖ ତଥା ସମସ୍ୟାର ସମ୍ମୁଖୀନ ହେଉଛି ତାହାର କାରଣ ତଥା ନିରାକରଣ ୫୦୦୦ ବର୍ଷ ପୂର୍ବେ ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦଭଗବତଗୀତାରେ ଲେଖିଛନ୍ତି।ବର୍ତ୍ତମାନ ମନ୍ୟୁଷର ପ୍ରମୁଖ ସମସ୍ୟା ହେଉଛି ଅନିୟନ୍ତ୍ରିତ ମନ ଏବଂ ଭାବନା।ଏହି ଅନିୟନ୍ତ୍ରିତ ମନ ତଥା ଭାବନା ମନ୍ୟୁଷର କିପରି କ୍ଷତି କରାଇଥାଏ ଏବଂ ଏହାର ନିବାରଣ କଣ,ଏହାର ଉତ୍ତର ଭଗବତ୍ ଗୀତାରେ ରହିଛି।ଆଜି ଆମେ ଏହି ବିଷୟରେ କଥା ହେବା।

ଗୀତାର ତୃତୀୟ ଅଧ୍ୟାୟର ୩୬ ନମ୍ବର ଶ୍ଳୋକରେ ଅର୍ଜୁନ ପଚାରୁଛନ୍ତି ଯେ “ହେ ବାସୁଦେବ ମନ୍ୟୁଷ ନ ଚାହିଁ ମଧ୍ୟ ପାପକର୍ମ କାହିଁକି କରିଥାଏ।ଯେପରିକି କେହି ବଳପୂର୍ବକ ତାହାକୁ ସେହି କାମ କରେଇବାକୁ ବାଧ୍ୟ କରୁଛି।ଏହାର କାରଣ କଣ।”ବାସ୍ତବିକ ମନ୍ୟୁଷ ସର୍ବଦା ନିଜ ଲକ୍ଷ୍ୟ ଉପରେ ଧ୍ୟାନକେନ୍ଦ୍ରିତ ରହିବାକୁ ଚାହିଁଥାଏ।ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠା ରଖିବାକୁ ଚାହିଁଥାଏ।ମାତ୍ର ଏପରି ଏକ ସମୟ ଆସେ ସେ ନ ଚାହିଁ ମଧ୍ୟ ସେହି କାମ କରିଥାଏ।ଯାହାକି ତା ପ୍ରତି ଲାଭଦାୟକ ହେଇନଥାଏ।ମନ୍ୟୁଷ ସେହି କାମ ନ କରିବାକୁ ପ୍ରଣ ନେଇଥାଏ।ମାତ୍ର ଏପରି କିଛି ମୁହୂର୍ତ୍ତ ଆସେ ଯେଉଁଥିରେ ସେହି ମନ୍ୟୁଷ ସେହି ପ୍ରଣକୁ ଭୁଲିଯାଏ।ଏହି ସମସ୍ୟାର ସମାଧାନ ଭଗବାନ ଆଗାମୀ ଶ୍ଳୋକରେ ବୁଝାଇଛନ୍ତି।

ଭଗବାନ ଶ୍ରୀକୃଷ୍ଣ ତୃତୀୟ ଅଧ୍ୟାୟର ୩୯ ନମ୍ବର ଶ୍ଳୋକରେ କହିଛନ୍ତି ଯେ ହେ କୁନ୍ତୀପୁତ୍ର “ମନ୍ୟୁଷର କାମନା ତାହାର କାମ ତଥା ଲକ୍ଷ୍ୟ ଉପରେ ଏକ ଆସ୍ତରଣ ସୃଷ୍ଟି କରିଦିଏ।ଏହି କାରଣରୁ ମନ୍ୟୁଷ ନଚାହିଁ ମଧ୍ୟ ଅନେକ କାର୍ଯ୍ୟ କରିଥାଏ।କାମନାର ଅଗ୍ନି ଏପରି ଅଗ୍ନି ଯାହାକୁ ଆପଣ ଯେତେ ଲିଭେଇବାକୁ ଚେଷ୍ଟା କରିବେ ତାହା ସେତେ ଜୋରରେ ଜଳିବ।”ଆମକୁ ଏହିଠାରେ ବୁଝିବାକୁ ପଡ଼ିବ ଯେ କାମନାର ମୂଳ ଅର୍ଥ କଣ।ସମସ୍ତ ବସ୍ତୁ,ସମସ୍ତ ଇଚ୍ଛା ଯାହାକି ଆମର ଲକ୍ଷ୍ୟ ଠାରୁ ଭିନ୍ନ ହେଇଥାଏ ତାହାହିଁ କାମନା ହେଇଥାଏ।ବିଦ୍ୟାର୍ଥୀର ମୂଳ ଲକ୍ଷ୍ୟ ହେଉଛି ବିଦ୍ୟା ଅର୍ଜନ କରିବା ଯଦି ସେ ବଡ଼ ଗାଡିପାଈଁ ଆଶା କରୁଛି ତେବେ ତାହା ହେଉଛି କାମନା।ଆପଣଙ୍କର ଲକ୍ଷ୍ୟ,ଉଦ୍ଦେଶ୍ୟ ଭିନ୍ନ ଅନ୍ୟ ଯେକୌଣସି ଜିନିଷ ତାହା କାମନା ହେଇଥାଏ।ଏହି କାମନାର ପ୍ରବକ୍ତି ଏପରି ହେଇଥାଏ ଯେ ଏହାକୁ ଯେତେ ଆପଣ ଦବେଇବାକୁ ଚେଷ୍ଟା କରିବେ ଏହା ସେତେ ବଢିବ।

ଏବେ ପ୍ରଶ୍ନ ଉଠୁଛି ଯେ ଏହି ସମସ୍ୟାର ନିବାରଣ କିପରି ହେବ।ଏହାର ନିବାରଣ ସମ୍ପର୍କରେ ଗୀତାର ତୃତୀୟ ଅଧ୍ୟାୟର ୪୦ ନମ୍ବର ଶ୍ଳୋକରେ କୃଷ୍ଣ କହିଛନ୍ତି ଯେ ଇନ୍ଦ୍ରିୟ,ମନ ତଥା ବୁଦ୍ଧି କାମନା ମାନଙ୍କର ନିବାସ ସ୍ଥଳ ହେଇଥାଏ।ଏହା ଉପରେ ଯଦି ବିଜୟ ପ୍ରାପ୍ତ ନ କରିବେ ତେବେ ଏହା ଆପଣଙ୍କ ଜ୍ଞାନକୁ ଢାଙ୍କିଦେବ।ଏହି ଶ୍ଳୋକରେ ଭଗବାନ ସ୍ପଷ୍ଟୀକରଣ କରିଦେଇଛନ୍ତି ଯେ ଆମ ଭିତରେ ହେଉଥିବା ସମସ୍ତ ଦୁଃଖ ତଥା ଶୋକ ଆଦିର ମୂଳ କାରଣ ଆମ ଶରୀର ଭିତରେ ହିଁ ରହିଛି।ଅର୍ଥାତ ଏହା ଇନ୍ଦ୍ରିୟ,ମନ,ବୁଦ୍ଧି ଉପରେ ନିର୍ଭର କରୁଛି।ସମସ୍ୟା ଆମ ଭିତରେ ରହିଛି।ଏହାର କାରଣ ଆମ ଭିତରେ ରହିଛି।ଏହାର ନିବାରଣ ମଧ୍ୟ ଆମ ଭିତରେ ରହିଛି।ଭଗବାନ ଶ୍ରୀକୃଷ୍ଣ ଆମକୁ ସମସ୍ୟା ଏବଂ କାରଣ ବିଷୟରେ କହିଲେ।ଏହାର ନିବାରଣ ସମ୍ପର୍କରେ ଆଗାମୀ ଶ୍ଳୋକରେ ସେ କହିଲେ।

ସେହି ତୃତୀୟ ଅଧ୍ୟାୟର ୪୧ ନମ୍ବର ଶ୍ଳୋକରେ କହିଲେ ଯେ ହେ ଅର୍ଜୁନ ତୁମେ ନିଜ ଇନ୍ଦ୍ରିୟଙ୍କ ଉପରେ ନିୟନ୍ତ୍ରଣ କରିବା ଆରମ୍ଭ କରିଦିଅ।ନଚେତ୍ ଏହା ତୁମ୍ଭର ଜ୍ଞାନ ଏବଂ ବିଜ୍ଞାନର ନାଶ କରି ତୁମ ଦ୍ୱାରା ପାପ କାମ କରେଇବ।ଆପଣଙ୍କର ସମସ୍ତ ସମସ୍ୟାର ମୂଳ କାରଣ ଆପଣଙ୍କର ପଞ୍ଚଇନ୍ଦ୍ରିୟ ହେଇଥାଏ।ତେଣୁ ମନ୍ୟୁଷକୁ ଏହା ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି।ନିଜ ଲକ୍ଷ୍ୟ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି।ଏହି ସମସ୍ତ କାର୍ଯ୍ୟ କରିବାଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟ ଦୁର ହେଇଯିବ।

Leave a Reply

Your email address will not be published. Required fields are marked *