September 12, 2024

Odia Express

Leading Odia News Portal of Odisha

ମେଷ ରାଶିର ଖୋଲିଗଲା ଭାଗ୍ୟ – ଆଗାମୀ କିଛି ଘଣ୍ଟା ରେ ମିଳିବ ସବୁଠୁ ବଡ ଖୁସି ଖବର..

ବୈଦିକ ଯୁଗରୁ ଅଦ୍ୟାବଧି ଜ୍ୟୋତିଷ ଶାସ୍ତ୍ର ମଣିଷ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ରୂପେ ପରିଗଣିତ ହୋଇଛି।ଜ୍ୟୋତିଷ ଶାସ୍ତ୍ର ଆଧାରରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଅନେକ ସମସ୍ୟାର ସମାଧାନ ମିଳିଛି ଏବଂ ଭବିଷ୍ୟତର ସମ୍ୟକ ସୂଚନା ମିଳିଛି।ଯାହା ଅନେକ ସମୟରେ ସମଗ୍ର ବିଶ୍ୱକୁ ବିରାଟ ସଙ୍କଟରୁ ରକ୍ଷା କରିଛି।ଜ୍ୟୋତିଷ ଶାସ୍ତ୍ରର ଉପକାରିତା ତଥା ମହାନତା ଯୁଗେ ଯୁଗେ ପ୍ରତିପାଦିତ ହୋଇଆସିଛି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନଚକ୍ର ୧୨ଟି ରାଶି ମଧ୍ୟରୁ ଗୋଟିଏ ସହ ଜଡିତ ହୋଇଛି। ସେହି ରାଶିଫଳ ଅନୁଯାୟୀ ସେମାନଙ୍କ ଜୀବନରେ ସମାନ ଘଟଣା ଘଟିଥାଏ।ଏହା ମଧ୍ୟ ଲୋକମାନଙ୍କ ଦ୍ବାରା ବହୁତ ବିଶ୍ଵସନୀୟ ହୋଇଥାଏ।ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ଗତିବିଧି ତଥା ଚଳନ ଉପରେ ଏହା ପର୍ଯ୍ୟବେସିତ ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ର ଜୀବନକୁ ପ୍ରତ୍ୟେକ ସ୍ଥଳରେ ଏକ ନବ ଦିଗନ୍ତ ଅଭିମୁଖେ ଅଗ୍ରସର କରିଥାଏ। ଏବଂ ସାଧାରଣକୁ ଅସାଧାରଣରେ ଅଭିଷିକ୍ତ କରିଥାଏ।ଜ୍ୟୋତିଷ ଶାସ୍ତ୍ର ଜୀବନ ଦର୍ଶନକୁ ଏକ ନୂତନ ଢଙ୍ଗରେ ଅଭିଷିକ୍ତ କରିଥାଏ।ଜ୍ୟୋତିଷ ଶାସ୍ତ୍ର ଭବିଷ୍ୟତର ସୂଚନା ଦେବା ସହିତ ନିଜର ସ୍ଵଭାଵ ଓ ଭାଗ୍ୟ ସମ୍ପର୍କରେ ଅବଗତ କରାଇଥାଏ।ଏହା ଜୀବନ ପାଇଁ ବହୁତ ଦରକାରୀ ହୋଇଥାଏ।ଏହା ଜୀବନକୁ ସୁନ୍ଦର କରି ଗଢିତୋଳିଥାଏ ଓ ମଧୁମୟ କରିଥାଏ।

ନିଜ ଭବିଷ୍ୟତ, ରାଶିଫଳ ଓ ସ୍ଵଭାଵ ସମ୍ପର୍କରେ ଜାଣିବା ପାଇଁ ପ୍ରତ୍ୟେକ ଲୋକଙ୍କ ମନରେ ଗଭୀର ଉତ୍କଣ୍ଠା ଥାଏ।ସମସ୍ତ ବ୍ୟକ୍ତି ନିଜ ଗତ, ଆଗତ ସମ୍ପର୍କରେ ଜାଣିବାକୁ ବହୁମାତ୍ରାରେ ଇଛୁକ ଥାଆନ୍ତି।ଯାହା କେବଳ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣା ପଡିଥାଏ। ପ୍ରତ୍ୟେକ ବ୍ୟକ୍ତି ସାମାନ୍ୟ ମଧ୍ୟରେ ଥିବା ଅସାଧାରଣ ରହସ୍ୟକୁ ଉନ୍ମୁକ୍ତ କରିବାକୁ ଚାହାନ୍ତି। ସେହିପରି ନିଜ ଭିତରେ ମଧ୍ୟ ସେଇ ଅସାଧାରଣତାକୁ ଜାଗ୍ରତ କରିବାକୁ ଚାହାନ୍ତି ବା ଜାଣିବାକୁ ଚାହାଁନ୍ତି।

ପ୍ରତ୍ୟେକ ପ୍ରଣୀ ହୁଅନ୍ତୁ ବା ମନୁଷ୍ୟ; ଈଶ୍ବର ସମସ୍ତଙ୍କ ପଛରେ ଏକ ଗୂଢ଼ ରହସ୍ୟ ରଖିଥାନ୍ତି।ଯାହାକି ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ଉନ୍ମୋଚିତ ହୋଇଥାଏ।ସେହିପରି ପ୍ରତ୍ୟେକ ବ୍ୟକ୍ତିଙ୍କ ନାମ ପଛରେ କିଛିନାକିଛି ନିଆରା ରହସ୍ୟ ରହିଥାଏ।ଓ ତାହା ସେମାନଙ୍କ ପରିଚୟକୁ ଅତ୍ୟନ୍ତ ଦୃଢୀଭୂତ କରିଥାଏ।ବର୍ତ୍ତମାନ ଆମେ ମେଷ ରାଶିର ବ୍ୟକ୍ତି ମାନଙ୍କ ଡ଼ିସେମ୍ବର ରାଶିଫଳ ସମ୍ପର୍କରେ ଜାଣିବା।

ମେଷ ରାଶି ରାଶିଚକ୍ରର ପ୍ରଥମ ରାଶି ଅଟେ।ଏହା ସମସ୍ତ ରାଶି ମାନଙ୍କ ମଧ୍ୟରେ ମଝବୁତ ରାଶି ଅଟେ।ଏହି ରାଶିର ବ୍ୟକ୍ତି ମାନେ ବହୁତ ସାହସୀ ହୋଇଥାନ୍ତି।ଓ ଏମାନଙ୍କ ବ୍ୟକ୍ତିତ୍ବ ବହୁତ ତେଜିୟାନ ହୋଇଥାଏ।ଏମାନେ ବହୁତ ସରଳ ଓ ମାସୁମ ହୋଇଥାନ୍ତି।ଏମାନଙ୍କ ବିଚାର ଧାରା ସମସ୍ତେ ସହଜରେ ବୁଝିପାରନ୍ତିନି।

ଏମାନେ ସମସ୍ତ କାର୍ଯ୍ୟ ସୁନ୍ଦର ଭାବେ ଆରମ୍ଭ କରିଥାନ୍ତି।ଏମାନେ କ୍ରୋଧ ଏବଂ ନୈରାଶ୍ୟ ମଧ୍ୟରୁ ଜଲଦି ବାହାରି ଆସନ୍ତି।ଯାହାକି ଏକ ଭଲ କଥା ଅଟେ।ଏମାନେ ସବୁବେଳେ ଖୁସି ରହିବାକୁ ଚେଷ୍ଟା କରିଥାନ୍ତି ଓ ପ୍ରସନ୍ନତା ସବୁବେଳେ ଏମାନଙ୍କ ସହିତ ଥାଏ। ଆପଣ ଏକ ମାସୁମ ଶିଶୁ ଭଳି ଅଟନ୍ତି।ଯାହାକି ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ଅଟେ।ଏମାନେ ଅନ୍ୟମାନଙ୍କୁ ଭଲ ଭାବରେ ବୁଝିଥାନ୍ତି ଓ ଏମାନଙ୍କ ପାଖରେ ଲିଡରସିପ କରିବା ଗୁଣ ମଧ୍ୟ ଥାଏ।ଏମାନେ ବନ୍ଧୁତାରେ କେବେ ଛଳନା କରିନଥାନ୍ତି ଓ ସମସ୍ତ କାର୍ଯ୍ୟ ଠିକ ଭାବରେ କରିଥାନ୍ତି।ମଙ୍ଗଳ ଏହି ରାଶିର ସ୍ୱାମୀ ଅଟନ୍ତି।ଓ ଶନି ଏଠାରେ ଦୁର୍ବଳ ଅଟନ୍ତି।

ଆପଣଙ୍କ ମନର ଚଞ୍ଚଳତା ଆପଣଙ୍କ ବଡ ଦୁର୍ବଳତା ଅଟେ।ଆପଣ ସବୁ କାର୍ଯ୍ୟରେ ଆଗରେ ରହିଥାନ୍ତି।ଧଳା ଆପଣଙ୍କ ପାଇଁ ବହୁତ ଶୁଭଙ୍କର ଅଟେ। ବିଦ୍ୟାର୍ଥୀ ମାନେ ପରୀକ୍ଷା ସମୟରେ ସେମାନଙ୍କ ମନ ବହୁତ ଚଞ୍ଚଳ ରହିଥାଏ।ଆପଣ ଯଦି ସୂର୍ଯ୍ୟଙ୍କୁ ପ୍ରଣାମ କରିବେ ଓ ଗୁଡ ଖାଇ ପରୀକ୍ଷାକୁ ଯିବେ ଆପଣଙ୍କ ପରୀକ୍ଷା ବହୁତ ଭଲ ହେବ।ଆପଣ ନିୟମିତ ସୂର୍ଯ୍ୟଙ୍କ ଉପାସନା କରିବା ଜରୁରୀ ଅଟେ।ଓ ପ୍ରତିଦିନ ୨୭ଥର ଗାୟତ୍ରୀ ମନ୍ତ୍ର ପାଠ କରିବା ଆପଣଙ୍କ ପାଇଁ ଶୁଭଙ୍କର ଓ ଲାଭଦାୟକ ହୋଇଥାଏ।ଆଶା କରୁଛି ଏହା ଆପଣଙ୍କୁ ବହୁତ ସହାୟକ ହେବ ଓ ଆପଣଙ୍କ ପସନ୍ଦ ଆସିବ।

Leave a Reply

Your email address will not be published. Required fields are marked *