September 12, 2024

Odia Express

Leading Odia News Portal of Odisha

କଣ ପୂଜାପାଠ ଏବଂ ହୋମ ଆଦି କରିବା ବ୍ୟର୍ଥ ଅଟେ – ନିଶ୍ଚୟ ଏହି କଥା ଜାଣିବା ଦରକାର..

ପୂଜାପାଠ ଏବଂ ହୋମ କରିବାକୁ ନେଇ ଲୋକଙ୍କ ମଧ୍ୟରେ ଦୁଇପ୍ରକାରର ପ୍ରଭେଦ ରହିଛି।କେତେକଲୋକ ଏହିକାମକୁ ବ୍ୟର୍ଥ ବୋଲି କହିଥାନ୍ତି।ଏହାର କୌଣସି ମହତ୍ତ୍ୱ ନାହିଁ।ମାତ୍ର ଆଉକେତେକଲୋକ ଏହି କାମ ଉପରେ ଗଭୀର ଆସ୍ଥା ରଖିଥାନ୍ତି।ତେଣୁ ଏହା ନିର୍ଣ୍ଣୟ କରିବାକୁ କଷ୍ଟସାଧ୍ୟରେ ପୂଜାପାଠ ଆଦି କର୍ମର କିଛି ମହତ୍ତ୍ୱ ଅଛି କି ନାହିଁ।ଏହି ସମସ୍ୟାର ସମାଧାନ ସ୍ଵୟଂ ଗୌତମ ବୁଦ୍ଧ କରିଛନ୍ତି।ଥରେ ସେ ଜଣେ ମୁନିଙ୍କ ଆଶ୍ରମକୁ ଯାଇଥିଲେ।ସତେବେଳେ ମୁନି ଆଶ୍ରମରେ ନିଜ ଶିଷ୍ୟଙ୍କୁ ପ୍ରବଚନ ଦେଉଥିଲେ।ଏହାଦେଖି ବୁଦ୍ଧ ସେଠାରୁ ଚାଲିଆସିଲେ ଏବଂ ଆଶ୍ରମ ପାଖରେ ବହିଯାଉଥିବା ନଦୀକୂଳରେ ବସିଗଲେ।ମୁନି ନିଜ ପ୍ରବଚନ ସାରି ବୁଦ୍ଧଙ୍କ ପାଖକୁ ଆସିଲେ।ମୁନି ଆସି ପଚାରିଲେ ଯେ ହେ ବୁଦ୍ଧ ଆପଣ ସେଠାରୁ କାହିଁକି ଚାଲିଆସିଲେ।ଏହାର ଉତ୍ତରରେ ବୁଦ୍ଧ କହିଲେ ଯେ ହେ ମୁନିରାଜ ଆପଣଙ୍କର ପ୍ରବଚନ ଶୁଣିଲେ ମୋ ମନରେ ମଧ୍ୟ ଅନେକ ପ୍ରଶ୍ନ ଉତ୍ପନ୍ନ ହେଇଥାନ୍ତା।ଆପଣଙ୍କୁ ସେହି ପ୍ରଶ୍ନ ପଚାରିଥିଲେ ତାହା ଆପଣଙ୍କୁ ଦ୍ଵିବିଧାରେ ପକେଇଥାନ୍ତା।ତେଣୁ ମୁଁ ସେଠାରୁ ଚାଲିଆସିଲି।

ଏବେ ମୁନି କହୁଛନ୍ତି ଯେ ଏବେ ତ ଏଠାରେ କେହି ନାହାନ୍ତି ଏବେ ସେହି ପ୍ରଶ୍ନ ପଚାରନ୍ତୁ।ବୁଦ୍ଧ ପଚାରୁଛନ୍ତି ଯେ ଦୁଃଖର କଣ କିଛି ଅସ୍ତିତ୍ବ ରହିଛି?ଏହାର ଉତ୍ତରରେ ମୁନି କହୁଛନ୍ତି ଯେ ନିଶ୍ଚୟ ଅସ୍ତିତ୍ବ ରହିଛି।ପୁଣି ବୁଦ୍ଧ ପଚାରିଲେ ଯେ ଦୁଃଖର କଣ କିଛି କାରଣ ରହିଛି?ଏହାର ଉତ୍ତରରେ ମୁନି କହିଲେ ଯେ ନିଶ୍ଚୟ ରହିଛି।ବୁଦ୍ଧ ପୁଣି କହିଲେ ଯେ ଯଦି କାରଣ ରହିଛି ତେବେ ଏହାର ନିବାରଣ ମଧ୍ୟ ରହିଛି।ଏଥିରେ ମୂନି ସହମତି ଜଣାଇଲେ।

ମୁନି କହିଲେ ଯେ ହେ ବୁଦ୍ଧ ମୁଁ ଆପଣଙ୍କୁ କିଛି ପ୍ରଶ୍ନ ପଚାରିବାକୁ ଚାଁହୁଛି।ଏହା ଆପଣଙ୍କର ପ୍ରଶ୍ନ ସହ ଜଡ଼ିତ।ବୁଦ୍ଧ ସହମତି ଦେଲେ।ବର୍ତ୍ତମାନ ମୁନି ବୁଦ୍ଧଙ୍କୁ ପଚାରୁଛନ୍ତି ଯେ ଆପଣ ସର୍ବଦା ନିଜ ପ୍ରବଚନରେ କହିଥାନ୍ତି ଯେ ଜୀବନରେ ଥିବା ସମସ୍ୟାଗୁଡିକର ସମାଧାନ ପାଇଁ ବାହାରକୁ ନଦେଖି ନିଜ ଭିତରେ ଦେଖନ୍ତୁ।ତେଣୁ ପୂଜାପାଠ ଆଦି କାର୍ଯ୍ୟ କଣ ବ୍ୟର୍ଥ ଅଟେ।ବୁଦ୍ଧ କହୁଛନ୍ତି ଯେ ଆପଣଙ୍କର ପ୍ରଶ୍ନର ଉତ୍ତର ଦେବାପୂର୍ବରୁ ମୁଁ ଆପଣଙ୍କୁ ଗୋଟେ କଥା କହୁଛି।ଯଦି ଜଣେ ବ୍ୟକ୍ତିଙ୍କୁ ନଦୀପାର ହେବାକୁ କୁହାଯିବ ସେ କିପରି ପାର ହେବ।ମୁନି କହିଲେ ଯେ ଯଦି ନଦୀ ଗଭୀର ହେଇନଥିବ ତେବେ ସେ ଚାଲିକରି ଯାଇପାରିବ।ଯଦି ତାହା ଗଭୀର ହେଇଥିବ ତେବେ ସେ ଡଙ୍ଗାରେ ଯିବ।ଯଦି ସେହି ଲୋକକୁ ପହଁରିବା ଆସୁଥିବ ତେବେ ସେ ପହଁରିକି ମଧ୍ୟ ଯାଇପାରିବ।

ଯଦି ସେ ଲୋକଟି ଚାଲିପାରୁନଥିବ ଏବଂ ତାହାକୁ ପହଁରିବା ମଧ୍ୟ ଆସୁନଥିବ ମାତ୍ର ସେ ଡ଼ଙ୍ଗାରେ ମଧ୍ୟ ଯିବାକୁ ଚାହୁଁନଥିବ ତେବେ ସେ କିପରି ନଦୀ ପାର ହେବ।ମୁନିରାଜ କହୁଛନ୍ତି ଯେ ସେ ଲୋକଟି ସମ୍ପୂର୍ଣ୍ଣ ମୂର୍ଖ ହେଇଥିବ।ବୁଦ୍ଧ କହୁଛନ୍ତି ଯେ ଯେତେବେଳେ ପର୍ଯ୍ୟନ୍ତ ନିଜ ଜୀଵନରେ ଥିବା ଦୁଃଖ,ଯନ୍ତ୍ରଣା,ସମସ୍ୟା ଆଦିର ସମାଧାନ କରି ସୁଖର ନଦୀ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିବାନାହିଁ,ଯେତେ ପୂଜାପାଠ କଲେ ମଧ୍ୟ ତାହା ଆଦୌ ଫଳପ୍ରଦ ହେବନାହିଁ।ଏହାପରେ ସେହି ମୁନି ବୁଦ୍ଧଙ୍କର ଚରଣରେ ପଡିଗଲେ।ପରବର୍ତ୍ତୀ ସମୟରେ ସେହି ମୁନି ବୁଦ୍ଧଙ୍କର ଜଣେ ପ୍ରଧାନ ଅନୁଗାମୀ ହେଇପାରିଲେ।ତେଣୁ ଏହି କଥାରୁ ଏହା ଜଣାପଡୁଛି ଯେ ଜୀଵନରେ ଥିବା ସମସ୍ୟା ଗୁଡିକର ସମାଧାନ ପାଇଁ ପ୍ରଚେଷ୍ଟା କରିବାକୁ ପଡିବ।ନିଜେ ସ୍ଵୟଂ ଯେତେବେଳେ ଯାଏ ଆମେ ଚେଷ୍ଟା କରିବାନାହିଁ ସେତେବେଳେ ପର୍ଯ୍ୟନ୍ତ ଯେତେ ପୂଜାର୍ଚ୍ଚନା କଲେ ମଧ୍ୟ ତାହା ଫଳପ୍ରଦ ହେବନାହିଁ।

Leave a Reply

Your email address will not be published. Required fields are marked *