September 12, 2024

Odia Express

Leading Odia News Portal of Odisha

ଦୁଃଖ ଓ ଭୟ ଦୂର କରିବାର ଏହି ଉପାୟ ଗୁଡିକ ନିଶ୍ଚୟ ଜାଣିରଖନ୍ତୁ – ଜୀବନରେ କେବେ ଦୁଃଖ ଆସିବ ନାହିଁ..

ଭଗବାନ ଶିବ ହେଉଛନ୍ତି ସମଗ୍ର ସଂସାରର ରକ୍ଷାକର୍ତ୍ତା।ସେ ହେଉଛନ୍ତି ସତ୍ୟ ଶିବ ସୁନ୍ଦର ତଥା ମଙ୍ଗଳ ମୟ।ସେହି ଶିବଶଙ୍କରଙ୍କର ଆଦର୍ଶ ସମଗ୍ର ଜଗତକୁ ଜୀବନର ବସ୍ତାବିକତାର ଗୂଢ଼ ପରିଚୟ ପ୍ରଦାନ କରିଛି ଓ ମୋକ୍ଷର ପ୍ରକୃତ ମାର୍ଗରେ ପରିଚାଳିତ ତଥା ଅଭିଷିକ୍ତ କରିଛି।ଶ୍ମଶାନ ନିଵାସୀ ଶିବସମ୍ଭୁଙ୍କ ମହିମା ଓ କରୁଣା ଅକଳନୀୟ।ସେ ମାନବ ଜଗତକୁ କେତେକ ଅମୃତମୟ ଉପଦେଶ ପ୍ରଦାନ କରିଛନ୍ତି।ତାହା ନିମ୍ନରେ ବର୍ଣ୍ଣିତ ହୋଇଛି।

ପବିତ୍ର ଶିବପୁରାଣରେ କୁହାଯାଇଛିକି ମଣିଷର ଦୁଃଖ ଆଉ ଭୟର ବାସ୍ତବ କାରଣ କଣ ହୋଇଥାଏ।ପ୍ରତ୍ୟେକ ମନୁଷ୍ୟ ନିଜ ଜୀବନରେ ମୁଖ୍ୟ ଉଦେଶ୍ୟ ରଖିଥାନ୍ତି ସୁଖ ପ୍ରାପ୍ତି କରିବା।କିନ୍ତୁ ପ୍ରତ୍ୟେକ ମନୁଷ୍ୟ ସୁଖ ପ୍ରଦାନକାରୀ ବସ୍ତୁ ଉପରେ ବେଶୀ ଗୁରୁତ୍ୱାରୋପ କରିଥାନ୍ତି।ଓ ତାକୁ ପ୍ରାପ୍ତି କରିବାକୁ ଚାହାନ୍ତି।ଯାହାକି ପରବର୍ତ୍ତୀ ସମୟରେ ଦୁଃଖର କାରଣ ହୋଇଥାଏ।ତାହା ପ୍ରତି ମୋହ ବଢିବା ସହିତ ସେ କାଳେ ପାଖରୁ ଦୁରେଇ ଯିବ ସେ ଭୟ ଉପୁଜିଥାଏ।ବାସ୍ତବ ସତ୍ୟ ହେଉଛି ଏ ସଂସାରରେ କିଛି ନିଜର ଓ ସତ୍ୟ ନୁହେଁ।ସବୁ ମିଥ୍ୟା ମୋହ ମାୟା ଅଟେ।ତେଣୁ ଏସବୁ ପ୍ରତି ଗଭୀର ଆସକ୍ତି ଦୁଃଖର କାରଣ ହୋଇଥାଏ।ତେଣୁ ଅନାଶକ୍ତ ତଥା ଅଶାରହିତ ରହିବା ହିଁ ପ୍ରକୃତ ସୁଖର କାରଣ ହୋଇଥାଏ।

ମହର୍ଷି ଭୃଗୁ ଥରେ ଶିବଙ୍କୁ ପ୍ରଶ୍ନ ପଚାରିଥିଲେକି ପ୍ରଭୁ ପ୍ରତ୍ୟେକ ସମୟରେ ମନୁଷ୍ୟ ମନରେ କିଛିନାକିଛି ବସ୍ତୁ ପ୍ରାପ୍ତିର ଇଚ୍ଛା ଥାଏ।ଯାହାକି ତାର ସୁଖର କାରଣ ହୋଇଥାଏ।ତେବେ ମନୁଷ୍ୟ କିପରି ଏଥିରୁ ନିଜ ଆସକ୍ତି ଦୂର କରି ଅନାଶକ୍ତ ହୋଇପାରିବ??? ଶିଵ ଉତ୍ତର ଦେଇଥିଲେ ଏହାର ଉପାୟ ହେଉଛି ଆପଣା ପର ଭାବ ଦୂର କରିବା।ଓ ଅହଂ ଭାବ ପରିତ୍ୟାଗ କରିବା।ଭୟର ଆଉଏକ କାରଣ ହେଲା କିଛି ପାଇବାର ଇଚ୍ଛା।ଓ ହରାଇବାର ଡର।ଜୀଵିତ ରହିବାର ଇଚ୍ଛା ମଧ୍ୟ ମନରେ ମୃତ୍ୟୁର ଭୟ ଆଣିଥାଏ।

ଅନ୍ୟାୟ ଉପରେ ଚୁପଚାପ ବା ମୌନ ରହିବା ମନୁଷ୍ୟର ଏକ ଖରାପ ଗୁଣ ଅଟେ।ମନୁଷ୍ୟ ଏକ ବିଚିତ୍ର ପ୍ରାଣୀ ଅଟେ।ଭୟର ବଶୀଭୂତ ହୋଇ ମନୁଷ୍ୟ ଅନ୍ୟାୟ କରୁଥିବା ଶକ୍ତିଶାଳୀ ଲୋକ ବିରୁଦ୍ଧରେ ଚୁପ ରୁହେ। ତେଣୁ ସଂସାରରେ ଧର୍ମ ଉପରେ ଅଧର୍ମର ବିଜୟ ହୁଏ। ତେଣୁ ଏ ଭୀରୁ ମନୋଭାବକୁ ପରିତ୍ୟାଗ କରିବା ଉଚିତ। ଫଳରେ ସମଗ୍ର ସଂସାରରେ ଉଚିତ ନ୍ୟାୟ ବିଚାର ହୋଇପାରିବ ଓ ଅଧର୍ମ ଉପରେ ଧର୍ମର ଜୟ ହେବ।

ମନୁଷ୍ୟର ଆଉ ଏକ ଖରାପ ଅଭ୍ୟାସ ହେଉଛି ସତକୁ ଲୁଚେଇବା। ବାଦଲ ଜଳକୁ ନିଜ ଭିତରେ ଲୁଚେଇକି ଯେତେ ଦୂର ଯାତ୍ରା କରୁ ନା କାହିଁକି ପବନର ବେଗରେ ଏହା ପର୍ବତ ସହ ପିଟି ହୋଇ ବର୍ଷିଥାଏ ଓ ସାଗର ସହ ମିଶିଥାଏ।କାରଣ ଏହା ନିୟତି ଅଟେ। ସେହିପରି ମଣିଷ ସତକୁ ଯେତେ ଲୁଚେଇଲେ ମଧ୍ୟ ତାହା ଦିନେ ନା ଦିନେ ବାହାରକୁ ଆସିଥାଏ।

Leave a Reply

Your email address will not be published. Required fields are marked *