September 12, 2024

Odia Express

Leading Odia News Portal of Odisha

ଭଲ ଲୋକ ସର୍ବଦା ଦୁଃଖ ଏବଂ ଅସୁବିଧାରେ କାହିଁକି ପଡ଼ିଥାନ୍ତି – ନିଶ୍ଚୟ ଏହି କଥା କୁ ଜାଣିରଖନ୍ତୁ..

ବନ୍ଧୁଗଣ ଆପଣଙ୍କ ମନରେ ସର୍ବଦା ଏକ ପ୍ରଶ୍ନ ରହିଥାଏ ଯେ ଭଲ ଲୋକମାନେ କାହିଁକି ସର୍ବଦା ଦୁଃଖ ପାଇଥାନ୍ତି।ସେମାନେ କାହିଁକି ବିଭିନ୍ନ ଅସୁବିଧାରେ ପଡ଼ିଥାନ୍ତି।ଏପରି ଏକ ପ୍ରଶ୍ନ ସ୍ୱାମୀ ବିବେକାନନ୍ଦଙ୍କର ମନରେ ମଧ୍ୟ ଆସିଥିଲା।ସେ ତାଙ୍କ ଗୁରୁ ଶ୍ରୀ ରାମକୃଷ୍ଣ ପରମହଂସଙ୍କୁ ଏହି ପ୍ରଶ୍ନ ପଚାରିଲେ।ଏହି ପ୍ରଶ୍ନର ଉତ୍ତର ଯାହା ଗୁରୁଦେବ ଦେଲେ ତାହା ଜୀଵନର ଅନେକ ସମସ୍ୟାର ସମାଧାନ କରିପାରିବ।ବିବେକାନନ୍ଦ ପଚାରିଲେ ଯେ ଭଲଲୋକ ଦୁଃଖ କାହିଁକି ପାଇଥାଏ?ଗୁରୁଦେବ କହିଲେ ଯେ ହୀରାକୁ ଚମକେଇବା ପାଇଁ ତାହାକୁ ରଗଡିବାର ଆବଶ୍ୟକତା ରହିଛି।ସୁନାକୁ ଶୁଦ୍ଧ କରିବାପାଇଁ ନିଆଁରେ ଜଳେଇବାକୁ ପଡ଼ିଥାଏ।ଭଲ ଲୋକ ଦୁଃଖ ପାଇନଥାନ୍ତି।ସେମାନଙ୍କୁ କଷ୍ଟ ପରୀକ୍ଷା ଦେବାକୁ ପଡିଥାଏ।ଏହାଦ୍ୱାରା ସେମାନଙ୍କ ଜୀବନ ଆହୁରି ଦୃଢ଼ତର ହେଇଯାଏ।

ବିବେକାନନ୍ଦ ପୁଣି ପଚାରିଲେ ଯେ ଆଦୌ ସମୟ ହେଉନି।ଜୀଵନରେ ଅନେକ ଦୁଃଖ ଭରି ରହିଛି।ଏହାର ଉତ୍ତରରେ ରାମକୃଷ୍ଣ କହିଲେ ଯେ ଜୀଵନରେ ଅନେକ ସମସ୍ୟା ରହିବ।ମାତ୍ର ତୁମକୁ ଭାବିବାର ଅଛି ଯେ କେଉଁ କାମ କରିବା ଦରକାର ଏବଂ କେଉଁକାମ କରିବାଦ୍ୱାରା କେଵଳ ସମୟ ନଷ୍ଟ ହେଇଥାଏ।ଏହାର ଅନ୍ତର ଯେବେ ତୁମେ କରିପାରିବ ତେବେ ସମୟ ମଧ୍ୟ ତୁମ୍ଭର ଅନୁକୂଳ ହେବ।ଏହାପରେ ବିବେକାନନ୍ଦ ପୁଣି ପଚାରିଲେ ଯେ ଜୀଵନ ଏତେ ଜଟିଳ କାହିଁକି ହେଇଯାଇଛି।ଏହାର ଉତ୍ତରରେ ଗୁରୁଦେବ କହିଲେ ଯେ ଜୀବନରେ ଭଲ ଏବଂ ଖରାପର ବିଶ୍ଳେଷଣ କରିବା ବନ୍ଦ କରିଦିଅ।କେବଳ ଜୀବନକୁ ବଞ୍ଚ।ଏହାଦ୍ବାରା ଜୀଵନ ଆଦୌ ଜଟିଳ ହେବନାହିଁ।ବିବେକାନନ୍ଦ ପୁଣି ପଚାରୁଛନ୍ତି ଯେ ଆମେ ଦୁଃଖୀ କାହିଁକି ହେଉଛୁ?ଏହାର ଉତ୍ତରରେ ଗୁରୁଦେବ କହୁଛନ୍ତି ଯେ ଦୁଃଖରେ ରହିବା ହେଉଛି ତୁମ୍ଭର ଭୁଲ୍।ଜୀବନରେ ଆଦୌ ଦୁଃଖରେ ରୁହନାହିଁ।

ବିବେକାନନ୍ଦ ପୁଣି ପଚାରିଲେ ଯେ ଯେତେବେଳେ ଆମେମାନେ ସମସ୍ୟାଘେରରେ ରହିଥାଉ ସେତେବେଳେ ଆମେ ଜାଣିପାରୁନାହିଁ ଯେ ଆମେ କୁଆଡେ ଯାଉଛୁ।ଏହାର ଉତ୍ତରରେ ଗୁରୁଦେବ କହିଲେ ଯେ ବାହାରକୁ ଅନେଇଲେ ଜାଣିପାରିବ ନାହିଁ ଯେ ତୁମେ କୁଆଡେ ଯାଉଛ ବୋଲି।ସର୍ବଦା ନିଜ ମନକୁ ପଚାର।ମନ ଯାହା କହିବ ସେଇଆ କର।ସର୍ବଦା ଭଲ ହେବ।ବିବେକାନନ୍ଦଙ୍କର ପ୍ରଶ୍ନ ହେଉଛି ଯେ ବିପଦ ସମୟରେ ଜଣେ କିଭଳି ଭାବେ ଉତ୍ସାହିତ ରହିପାରିବ।ଏହାର ଉତ୍ତରରେ ଗୁରୁଦେବ କହିଲେ ଯେ ସର୍ବଦା ଧ୍ୟାନରେ ରଖ ଯେ ତୁମେ କେତେବାଟ ପର୍ଯ୍ୟନ୍ତ ଆସିଲା।

ଆଉକେତେ ବାଟ ଆଗକୁ ଯିବାର ଅଛି ତାହାକୁ କେବେ ମଧ୍ୟ ଭାବନାହିଁ।ଜୀଵନରେ ଯାହା ପାଇଛ ତାହାକୁ ଗଣ।ଯାହା ପାଇପାରିଲନାହିଁ ତାହାକୁ ଗଣନାହିଁ।ବିବେକାନନ୍ଦ ପୁଣି ପଚାରିଲେ ଯେ ଲୋକଙ୍କର କେଉଁକଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରେ।ଏହାର ଉତ୍ତରରେ ରାମକୃଷ୍ଣ କହିଲେ ଯେ ଲୋକମାନେ ଯେତେବେଳେ ଦୁଃଖରେ ଥାନ୍ତି ସେମାନେ ସର୍ବଦା ପଚାରନ୍ତି ଯେ ମୁଁ କାହିଁକି ଦୁଃଖ ପାଉଛି।ମାତ୍ର ସେମାନେ ଯେତେବେଳେ ସୁଖରେ ଥାନ୍ତି କେବେ ମଧ୍ୟ କହନ୍ତିନି ଯେ ମତେ କାହିଁକି ଏତେ ସୁଖ ମିଳୁଛି।

ବିବେକାନନ୍ଦଙ୍କର ଆଗାମୀ ପ୍ରଶ୍ନ ହେଉଛି ଜୀଵନରେ କିପରି ଭାବେ ମୁଁ ସର୍ବୋତ୍ତମ ହେଇପାରିବି ଏହାର ଉତ୍ତରରେ ରାମକୃଷ କହିଲେ ଯେ ବିନକୌଣସି ଦୁଃଖରେ ଜୀଵନ ଜିଇଁବା ଶିଖ।ଅତୀତକୁ ସାମ୍ନା କର,ବର୍ତ୍ତମାନ ଉପରେ ଧ୍ୟାନ ଦିଅ ଏବଂ ଆଦୌ ଭୟଭୀତ ନହୋଇ ଭବିଷ୍ୟତ କଥା ଚିନ୍ତା କର।ଏହାଦ୍ୱାରା ତୁମେ ଜୀଵନରେ ସର୍ବୋତ୍ତମ ହେଇପାରିବ।ଶେଷରେ ବିବେକାନନ୍ଦ ପଚାରିଲେ ଯେ ବେଳେବେଳେ ମୋତେ ଲାଗେ ଯେ ଯେପରି ମୋ ପ୍ରାର୍ଥନା ବେକାର ହେଉଛି ବୋଲି।ଏହାର ଉତ୍ତରରେ ରାମକୃଷ୍ଣ କହିଲେ ଯେ ପ୍ରାର୍ଥନା କେବେ ମଧ୍ୟ ବେକାର ଯାଇନଥାଏ।ଆସ୍ଥା ରଖ।ଭୟଭୀତ ହୁଅ ନାହିଁ।ମୋ ଉପରେ ଭରସା ରଖ।ଯଦି ଏହାଜାଣିଯିବ ଯେ ଜୀବନ କିଭଳି ଭାବେ ବଞ୍ଚିବାକୁ ହୁଏ ତେବେ ତୁମେ ଜୀବନରେ ନିଶ୍ଚିତ ସଫଳ ହେବ।

Leave a Reply

Your email address will not be published. Required fields are marked *