December 22, 2024

Odia Express

Leading Odia News Portal of Odisha

ସକାଳୁ ସକାଳୁ ଉଠିକରି ବତୁରାଇଥିବା ମୁଠାଏ ଚଣା ଖାଆନ୍ତୁ , ଏହାର ଫାଇଦା ଜାଣିଲେ ଆପଣ ହୋଇଯିବେ ଚକିତ

ଆପଣ ସମସ୍ତେ ଜାଣନ୍ତି ଯେ ଅନେକ ଲୋକ ସକାଳେ ଉଠନ୍ତି ଏବଂ ଖାଲି ପେଟରେ ଭିଜାଯାଇଥିବା ଦେଶୀ ଚଣା ଖାଇଥା’ନ୍ତି, ବିଶେଷକରି ପ୍ରତିଦିନ ବ୍ୟାୟାମ କରୁଥିବା ବ୍ୟକ୍ତି ଙ୍କ ପାଇଁ ଜଣାଇଦେବୁ କି  ସାଧାରଣ ଦେଖାଯାଉଥିବା ଆହାରରେ ବହୁତ ସ୍ୱାସ୍ଥ୍ୟ ବର୍ଦ୍ଧକ ଗୁଣ ମିଳିଥାଏ ବହୁତ ।ଏଥିରେ କମ୍ ପରିମାଣର ଚର୍ବି ଥିବାରୁ ଫାଇବରରେ ପ୍ରଚୁର ପରିମାଣରେ ଭିଟାମିନ୍ ଏବଂ ମିନେରାଲ୍ସ ଥାଏ, ଏଥିରେ ଭିଟାମିନ୍ ଓ ଖଣିଜରେ ଭରପୁର୍ ଥିବା କାରଣରୁ କଳା ଚଣା ବହୁତ ଭଲ ବିକଳ୍ପ ବୋଲି ଜଣାଯାଏ , ଯଦି ଆପଣ କଳା ଚଣାକୁ ବତୁରାଇ ଖାଆନ୍ତି ତେବେ ଏହା ବାଦାମ ଓ ଅନ୍ୟ ଡ୍ରାଇ ଫୁଡ୍ ରୁ ଅଧିକା ଲାଭ ମିଳିଥାଏ , ଆଜି ଆମେ ଏହି ଲେଖ ମାଧ୍ୟମରେ ସବୁଦିନ ବତୁରାଇଥିବା ଚଣା ଖାଇଲେ କଣ କଣ ଫାଇଦା ହୋଇଥାଏ ସେହି ବିଷୟରେ କହିବୁ ।

ଆପଣଙ୍କୁ କହିଦେବୁ କି କଳା ଚଣାରେ ମ୍ୟାଗାନିଜ୍ ପ୍ରଚୁର ପରିମାଣରେ ଥାଏ ଯାହାର୍ ଅତିରିକ୍ତ ଏଥିରେ ପୋଷକ ତତ୍ତ୍ୱ ଯେପରି ଥିୟାମିନ୍ ମ୍ୟାଗ୍ନେସିୟମ୍ ଓ ଫସଫରସ୍ ବି ହୋଇଥାଏ , ମ୍ୟାଗ୍ନାନିଜର ସେବନରୁ ଆପଣଙ୍କ ଶରୀରକୁ ଉର୍ଜା ଉତ୍ପାଦନରେ ସହାୟତା ମିଳିଥାଏ,  ଓ ତାହା ସହ ଏହା ଇମ୍ୟୁନିଟିକୁ ବି ବଢାଇଥାଏ , ଯଦି କଳା ଚଣାକୁ ବତୁରାଇ ଖିଆଯାଏ ତେବେ ଏହା ବ୍ୟାୟାମ କରିବା ସମୟରେ ଅଧିକା ଝାଳ ବାହାର କରିବାରେ ସହାୟକ ହୋଇଥାଏ । ଆପଣଙ୍କୁ କହିଦେବୁ କି ଚଣାରେ ଆଇରନ୍ ପ୍ରଚୁର ମାତ୍ରାରେ ହୋଇଥାଏ,  ଯାହା ଆପଣଙ୍କୁ ଆନିମିଆ ପରି ସମସ୍ୟାରୁ ବଞ୍ଚାଇଥାଏ , ଯଦି ଚଣାର ସେବନ କରାଯାଏ ତେବେ ଏଥିରୁ ମେଟାବଲିଜିମ୍ ବଢିଥାଏ , ଓ ଉର୍ଜାର ସ୍ତରକୁ ବନାଇରଖେ , ଯାହାକି ମେଟାବଲିଜିମ୍ ବହୁତ ଜରୁରୀ ହୋଇଥାଏ ।

ଚଣାରେ ମହଜୁଦ୍ ଆଣ୍ଟିଏକ୍ସିଡେଣ୍ଟ ଓ ନ୍ୟୁଟ୍ରିସନ୍ସ ମହିଳାଙ୍କ ଶରୀରରେ ହର୍ମୋନାଲ୍ ପରିବର୍ତ୍ତନ କରିବାକୁ ନିୟନ୍ତ୍ରଣ କରିଥାଏ, ଏହାର କାରଣରୁ ମହିଳାଙ୍କ ମାସିକ ଧର୍ମ ସମୟରେ ମୁଡ ସ୍ୱିଙ୍ଗମ୍ ପରି ସମସ୍ୟା କମ୍ ହୁଏ , ଓ ମେନୋପୋଜେ ପରେ ଦେଖାଯାଉଥିବା ଲକ୍ଷଣରୁ ରକ୍ଷା ମିଳେ । ଆପଣଙ୍କୁ କହିଦେବୁ କି ଚଣାରେ ଡାଇଟରି ଫାଇବର୍ ପ୍ରଚୁର୍ ପରିମାଣରେ ଥାଏ, ଯାହାର କାରଣରୁ ଆପଣଙ୍କ ଓଜନକୁ କମ୍ କରିବାରେସହାୟକ ହୋଇଥାଏ , କଳା ଚଣାରେ ସୋଲ୍ୟୁବଲ୍ ଓ ଇନସୋବ୍ଲୁବଲ୍ ଫାଇବର୍ ଦୁହେଁ ପ୍ରଚୁର ପରିମାଣରେ ଥାଏ, ସୋଲ୍ୟୁବଲ୍ ଫାଇବର୍ ଆପଣଙ୍କ ପାଚନ ତନ୍ତ୍ରରେ ଭୋଜନ ସହ ମିଶିକରି ଏକ ଜେଲ୍ ପରି ପଦାର୍ଥ ବନାଇଥାଏ, ଯାହା ପିତ୍ତର ଉତ୍ସେର୍ଜନ ଠିକ୍ ଭାବରେ ହୋଇଥାଏ, ଓ ଇନସୋ ଲ୍ୟୁବଲ୍ ଫାଇବର୍ କବଜ୍ ଓ ଅନ୍ୟ ପାଚନ ରୋଗ ହେବାରୁ ରକ୍ଷା କରେ ।

କଳା ଦେଶୀ ଚଣାରେ ମ୍ୟାଗ୍ନେସିୟମ୍ ଓ ଫଲେଟ୍ ପ୍ରଚୁର ମାତ୍ରାରେ ମିଳିଥାଏ ,ଯାହା ବ୍ୟକ୍ତିର ରକ୍ତବାହିକା ମଜବୁତ୍ କରିବାରେ ସହାୟକ ହୋଇଥାଏ । ଏହା ସହ ଖରାପ କୋଲେଷ୍ଟ୍ରୋଲକୁ କମ୍ କରିଥାଏ, ଯାହାର କାରଣରୁ ହୃଦୟ ସୁସ୍ଥ୍ୟ ରହିଥାଏ, ଓ ହୃଦୟ ସଂବନ୍ଧିତ ରୋଗ ହେବାରୁ ଲକ୍ଷଣ କମ୍ ହୋଇଯାଏ

Leave a Reply

Your email address will not be published. Required fields are marked *