September 12, 2024

Odia Express

Leading Odia News Portal of Odisha

୨୦୨୧ ଚଳିତ ବର୍ଷ ରେ କଣ ରହିବ ସିଂହ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଭବିଷ୍ୟ – କିପରି ରହିବ ଏହି ଆପଣଙ୍କ ଭାଗ୍ୟ ଜାଣିରଖନ୍ତୁ..

ସିଂହ ରାଶିର ବ୍ୟକ୍ତି ମାନଙ୍କର ନାମ ପ୍ରାୟତଃ ଇଂରାଜୀ ଅକ୍ଷର M ରୁ ଆରମ୍ଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ୨୦୨୧ ଚଳିତ ବର୍ଷ ରେ କଣ ରହିବ ସିଂହ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଭବିଷ୍ୟ । କଣ ଏହି ବର୍ଷ ଆପଣଙ୍କ ଭାଗ୍ୟ ବଦଳିବ , ଆପଣଙ୍କ ଚାକିରି ହେବ , କଣ ଆପଣଙ୍କର ପଦୋନ୍ନତି ହେବ, କଣ ଆପଣଙ୍କ ବ୍ୟବସାୟ ରେ ଉନ୍ନତି ହେବା ଏହିପରି ଅନେକ ପ୍ରଶ୍ନ ଆପଣଙ୍କ ମନ ରେ ସୃଷ୍ଟି ହେଉଥିବା । ତେବେ ଆସନ୍ତୁ ଜାଣିବେ ଆପଣଙ୍କ ଏହି ସବୁ ପ୍ରଶ୍ନ ର ଉତ୍ତର । ତେବେ ଆସନ୍ତୁ ଜାଣିବା ଏହି ସିଂହ ରାଶିର ବ୍ୟକ୍ତି ମାନଙ୍କ ପାଇଁ କଣ କଲେ ଶୁଭ ଏବଂ କଣ କଲେ ଅଶୁଭ ହୋଇ ନଥାଏ । ଏହି ସିଂହ ରାଶିର ଇଷ୍ଟ ଦେବତା ହେଉଛନ୍ତି ସୂର୍ଯ୍ୟ । ଏହି ରାଶିର ବ୍ୟକ୍ତି ମାନଙ୍କ ବ୍ୟବହାର ଏବଂ ତେଜ ସିଂହ ପରି ହୋଇଥାଏ ।ଏହି ରାଶିର ବ୍ୟକ୍ତି ମାନେ ନିଜର କଥା ରେ ସମସ୍ତ ଙ୍କୁ ଆକର୍ଷିତ କରି ଦିଅନ୍ତି ଏବଂ ନିଜ କଥାରେ ସମସ୍ତଙ୍କ ମନ କୁ ଜିତି ପାରନ୍ତି ।

ପାରିବାରିକ ଜୀବନ :- ସିଂହ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ର ପାରିବାରିକ ଜୀବନ ୨୦୨୧ ମସିହା ରେ ବହୁତ୍ ଭଲ ରହିବ । ପରିବାର ମଧ୍ୟରେ ତାଳମେଳ ଏବଂ ଏକତା ପାଇଁ ଶାନ୍ତି ବଜାୟ ରହିବ । ମାଆ ଙ୍କ ଦେହ ଭଲ ରହିବ ଏବଂ ପରିବାରର ସମସ୍ତ ଲୋକଙ୍କୁ ଖୁସି ରେ ଦେଖି ଆପଣ ମଧ୍ୟ ଖୁସି ହେବେ । ଆପଣଙ୍କ ପିତା ଙ୍କ ଯତ୍ନ ନିଅନ୍ତୁ । ଆପଣଙ୍କ ଭଉଣୀ ମାନଙ୍କ ସହ କିଛି କଥା ପାଇଁ ଝଗଡ଼ା ହୋଇପାରେ ଏବଂ ପରେ ମଧ୍ୟ ତାହା ଭଲ ହୋଇଯିବ ।

ଆର୍ଥିକ ପରିସ୍ଥିତି :- ଯଦି ଆପଣଙ୍କ ପିତ କିଛି ଚାକିରି କରୁଛନ୍ତି ତାହେଲେ ତାଙ୍କର ଉଚ୍ଚ ପଦବୀ ଲାଭ ହୋଇପାରେ । ଘରେ କିଛି ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ଆପଣଙ୍କ କୌଣସି ପ୍ରକାରର ଯାନବାହାନ କିଣି ପାରନ୍ତି । ଏହି ବର୍ଷ ଆପଣଙ୍କୁ ଏହା ଅନୁଭବ ହେବା କି ଆପଣଙ୍କ ଆର୍ଥିକ ସ୍ଥିତି ବିକାଶ ହୋଇଛି ବୋଲି ।

ଶିକ୍ଷା ଏବଂ ଚାକିରି :- ଯଦି ଆପଣ ଚାକିରି ଖୋଜୁଛନ୍ତି ତାହେଲେ ଏହି ବର୍ଷ ଆପଣଙ୍କୁ ଖୁସି ଦେବ । ଯଦି ଆପଣ କୌଣସି ଚାକିରି କରୁଛନ୍ତି ତାହେଲେ ଆପଣଙ୍କ ଚାକିରି ରେ ପଦୋନ୍ନତି ହେବ । ଏହି ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବହୁତ୍ ଭଲ ରହିବ । ଯେଉଁ ମାନେ ପରିଶ୍ରମ କରିଛନ୍ତି ସେମାନଙ୍କୁ ପରିଶ୍ରମ ର ଫଳ ମିଳିପାରେ । ଆପଣ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା ବି କରି ପାରନ୍ତି ।

ପ୍ରେମ ଜୀବନ :- ଏହି ବର୍ଷ ଟି ଆପଣଙ୍କ ପ୍ରେମ ଜୀବନ ପାଇଁ ବହୁତ୍ ଭଲ ରହିବ ଏବଂ ପ୍ରେମ ରୁ ବିବାହ ହେବାର ବହୁତ୍ ସମ୍ଭାବନା ରହିଛି । ଆପଣଙ୍କ ପ୍ରେମ ଜୀବନ ରେ ମଝିରେ ମଝିରେ କଳି ଝଗଡ଼ା ହୋଇପାରେ ଏବଂ ଏମିତି ହେଲେ ଆପଣଙ୍କ ତାଙ୍କ ଉପରେ ରାଗିବା ପରିବର୍ତ୍ତେ ତାଙ୍କୁ ବୁଝାନ୍ତୁ ଏବଂ ସମାଧାନ କରି ଆପଣଙ୍କ ପ୍ରେମ ଜୀବନ କୁ ସୁଖମୟ କରନ୍ତୁ ।

ସ୍ବାସ୍ଥ୍ୟ :- ଏହି ବର୍ଷ ର ଆରମ୍ଭ ରୁ ଆପଣଙ୍କୁ ଥଣ୍ଡା କାଶ ହୋଇପାରେ ।ଆପଣଙ୍କୁ ବେଳେବେଳେ ଅଳସୁଆ ଲାଗିପାରେ । ଆପଣଙ୍କ ପେଟ ଜନିତ କିଛି ସମସ୍ୟା ଦେଖା ଯାଇପାରେ । ଆପଣଙ୍କ ଆଣ୍ଠୁ ଗଣ୍ଠି ରେ ମଧ୍ୟ ଯନ୍ତ୍ରଣା ହୋଇପାରେ ମାର୍ଚ୍ଚ ମାସ ରେ । ଆପଣ ଯୋଗାସନ କରନ୍ତୁ ନିଜ ଶରୀର ଠିକ୍ ରଖିବା ପାଇଁ ।

Leave a Reply

Your email address will not be published. Required fields are marked *