October 22, 2024

Odia Express

Leading Odia News Portal of Odisha

ଯଦି ପାଇବାକୁ ଚାହୁଁଛନ୍ତି ମନମୁତାବିକ ଜୀବନସାଥୀ, ତେବେ କରନ୍ତୁ ରାମାୟଣର ଏହି ଚୌପାଇର ଜପ…

ଏହି ଦୁନିଆରେ, ପୁରୁଷ ହେଉ କି ମହିଳା, ଦୁହେଁ ନିଜ ଇଚ୍ଛା ଅନୁଯାୟୀ ନିଜ ପ୍ରାଣର ସାଥୀ ପାଇବାକୁ ଚାହାଁନ୍ତି, ଯଦି ବ୍ୟକ୍ତି ଜଣକ ତାଙ୍କ ଇଚ୍ଛା ଅନୁଯାୟୀ ଜୀବନ ସାଥୀ ପାଆନ୍ତି, ତା’ହେଲେ ତାଙ୍କ ଜୀବନରେ ଥିବା ସମସ୍ୟାର ସମ୍ମୁଖୀନ ହେବା ତାଙ୍କ ପାଇଁ ସହଜ ହୋଇଯାଏ ଏବଂ ବ୍ୟକ୍ତି ଜଣକ ମଧ୍ୟ ଇଚ୍ଛାକୃତ ଜୀବନ ସାଥୀ ପାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରନ୍ତି | ଆପଣଙ୍କ ଜଣେଇଦେବୁ କି ଶ୍ରୀରାମ ଚରିତ୍ରରେ ଏକ ପ୍ରସଙ୍ଗ ଆସେ କି ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ବର୍ଣ୍ଣର ପୁର୍ବ ବୈଦହୀ ଜାନକୀ ମା ସିତା ନିଜ ମନମୁତାବିକ ବର କାମନା ପାଇଁ ଜଗତମାତା ମହାଗୌରୀଙ୍କ ମନ୍ଦିର ଯାଈକରି ବରର କାମନା ପାଇଁ ଜଗତ ମାତାଙ୍କ ପାଖରେ ବିଶେଷ ମନ୍ତ୍ର ଜପ କରି ବିଶେଷ ପୁଜା ଅର୍ଚ୍ଚନା କରିଥିଲେ ଓ ଜଗତ ମାତା ମହାଗୌରୀ ପ୍ରସନ୍ନ ହୋଇକରି ମାତାସୀତାଙ୍କୁ ମନମୁତାବିକ ବର ପ୍ରାପ୍ତି ପାଇଁ ବରଦାନ ଦେଇଥିଲେ , ଏହାର ପରିଣାମ ସ୍ୱରୁପ ସୀତା ଅଯୋଦ୍ଧ୍ୟାର ରାଜକୁମାର ଶ୍ରୀରାମଙ୍କୁ ବର ରୁପରେ ମିଳିଥିଲେ , ତେବେ ଠାରୁ ଶ୍ରୀରାମ ଚରିତ୍ର ମାନସର ଦୋହା ଓ ଚୌପାଇ ର ମନ୍ତ୍ରର ରୁପରେ ମନବାଞ୍ଚିତ ଫଳର ପ୍ରାପ୍ତିରେ ପ୍ରୟୋଗ କରାଯାଏ ।

ଏମିତି ମାନାଯାଏ ଯେଏହି ଗ୍ରନ୍ଥରେ ଯେଉଁ ଦୋହା କିମ୍ବା ଚୌପାଇ ଯେଉଁ ପ୍ରସଙ୍ଗରେ ଲେଖା ଯାଇଛି ସେଥିରୁ ମିଶୁଥିବା ପରିସ୍ଥିତି ଉତ୍ପନ୍ନ ହୋଇକରି ପଂକ୍ତିକୁ ଧ୍ୟାନର ସ୍ମରଣ ଓ ଜପରେ ସାଧକର କଲ୍ୟାଣ ହୋଇଯାଇଥାଏ , ରାମଚରିତ ମାନସରେ ମନମୁତାବିକ ଜୀବନସାଥୀ ପାଇବାର ବହୁତ ସୁନ୍ଦର୍ ପ୍ରସଙ୍ଗ ଅଛି ସେହି ଚୌପାଇର ମନ୍ତ୍ରର ରୁପ ପୁରା ଆସ୍ଥାର ସହ ଧ୍ୟାନ ଓ ଜପ କରିଲେ ସବୁ ମନମୁତାବିକ କାମନା ପୁରା ହୁଏ , କିନ୍ତୁ କାମନାର ଉଦ୍ଧେଶ୍ୟ ପବିତ୍ର ଓ ସଚ୍ଚା ହେବା ଜରୁରୀ , ସେହି କାମନାର ଫଳଦାଇ ହୋଇପାରେ , ଆଜି ଆମେ ଆପଣଙ୍କୁ ସେହି ଚୌପାଇର ବିଷୟରେ ସୁଚନାଦେବାକୁ ଯାଉଛୁ ।

ଚୌପାଇ- ତୋ ଭଗବାନୁ ସକଳ ଉର୍ ବାସୀ, କରିହି ମୋହି ରଘୁବର କେ ଦାସୀ ॥ ଜୋହି କେଂ ଜୋହି ପର୍ ସତ୍ୟ ସନେହୁ, । ସୋ ତୋହି ମିଳଇ ନ କଛୁ ସଂନ୍ଧେହୁ ॥

 ଉପରୋକ୍ତ ଚୌପାଇରେ କୁହାଯାଇଛି କି ଏହା ଏକ ବାଳକାଣ୍ତ ଅଟେ,  ଏଥିରେ ରାଜା ଜନକ ପ୍ରତିଶ୍ରୁତି ଦେଇଛନ୍ତି ଯେ ତାଙ୍କ ପୁତ୍ରୀ ବୈଦହୀ କେବଳ ସେହି ଯୋଗ୍ୟ ବ୍ୟକ୍ତିଙ୍କୁ ସୀତାଙ୍କୁ ବିବାହ କରିବେ ଯିଏ ଭଗବାନ ଶିବଙ୍କ ଭାରୀ ଧନୁ ଭାଙ୍ଗିଦେବ  ଶ୍ରୀ ରାମଙ୍କ ପ୍ରତି ସୀତାଙ୍କ ମନ ଆକର୍ଷିତ ହୋଇସାରିଥିଲା,ଓ ସେ ଚାହୁଁଥିଲେ କି ତାଙ୍କ ବାପାଙ୍କ ପ୍ରତିଜ୍ଞା ବ୍ୟର୍ଥ ନଯାଉ, ଓ ତାହା ସହ ତାଙ୍କ ବିବାହ ବି ତେଜ୍ୱସୀ ଓ ସବୁ ପ୍ରକାର ଶ୍ରେଷ୍ଠ ରାଜକୁମାର ଶ୍ରୀରାମଜୀଙ୍କ ସହ ହେଉ କିନ୍ତୁ ସୀତାଜୀଙ୍କ ମନରେ ଏହା ସନ୍ଦେହ ଥିଲା କି ବୋଧେ ଶ୍ରୀରାମଜୀ ଶିବଙ୍କ ଭାରି ଧନୁ ଉଠାଇପାରିବେ ନାହିଁ , ତେବେ ସୀତାଙ୍କ

ମନକୁ ଧୈର୍ଯ୍ୟ ରଖିକରି ଜଗତ ମାତା ମହାଗୌରୀଙ୍କ ମନ୍ଦିର ଯାଇକରି ମାତାଙ୍କ ମନ୍ତ୍ର ଜପ କଲେ ଓ ବିଶେଷ୍ ପୁଜା ଅର୍ଚ୍ଚନା କରିଥିଲେ , ଯେଉଁଥିରେ ମହାଗୌରୀ ପ୍ରସନ୍ନ ହୋଇକରି ସୀତାଙ୍କୁ ମନମୁତାବିକ ବର ମାଗିବାର ବରଦାନ ଦେଲେ , ଓ ତାହା ସହ କହିଥିଲେ କି ଭବିଷ୍ୟରେ ଯିଏ ଏହି ଚୌପାଇର ଜପ ପୁରା ଶ୍ରଦ୍ଧା ଓ ବିଶ୍ୱାସର ସହ କରିବ ତାଙ୍କୁ ମନମୁତାବିକ ଫଳର ପ୍ରାପ୍ତି ନିଶ୍ଚିତ ଭାବରେ ହେବ, ଏହି ପ୍ରୟୋଗ କେବଳ ଶ୍ରଦ୍ଧା ଓ ବିଶ୍ୱାସ ଆସ୍ଥାବାନ ଲୋକଙ୍କ ପାଇଁ ଅଟେ , ଯିଏ ସ୍ୱାର୍ଥୀ ଅଟନ୍ତି ତାଙ୍କ ପାଇଁ ଏହି ମନ୍ତ୍ର ବର୍ଜିତ ଅଟେ

Leave a Reply

Your email address will not be published. Required fields are marked *