October 22, 2024

Odia Express

Leading Odia News Portal of Odisha

ଭଗବାନଙ୍କୁ ଦର୍ଶନ କରୁଥିବା ସମୟରେ ଭୁଲ୍ ରେ ବି କରନ୍ତୁ ନାହିଁ ଏହି ଭୁଲ୍ ଗୁଡିକ, ନହେଲେ ଲାଭ ହେବା ପରିବର୍ତ୍ତେ ହୋଇପାରେ ହାନି

ସନାତନ ଧର୍ମରେ ମୁର୍ତ୍ତି ପୁଜାର ବିଧାନ ଅଛି , ଏମିତିରେ ଲୋକେ ମନର ଶାନ୍ତି ଓ ଭଗବାନଙ୍କ ଆଶିର୍ବାଦ ପ୍ରାପ୍ତି ପାଇଁ ମନ୍ଦିରରେ ଯାଇ ଦର୍ଶନ କରନ୍ତି । ଓ ବହୁତଥର ଲୋକ ଜଣାଅଜଣାରେ କିଛି ଭୁଲ୍ କରିବସନ୍ତି ଯାହାକୁ ଦେବଦର୍ଶନ ଓ ପୁଜାର ବାସ୍ତବିକ ଲାଭ ମିଳିପାରେ ନାହିଁ , ଆଜି ଆମେ ଆପଣଙ୍କୁ ଏମିତି କିଛି ଭୁଲ୍ ଗୁଡିକ ବିଷୟରେ ସଚେତନ କରାଇବୁ, ଯାହା ଆପଣ ନ କରୁଥାନ୍ତି , ଓ ଆପଣଙ୍କ ପୁଜା ଆରାଧନାରେ ପୁରା ଲାଭ ମିଳିପାରୁ । ଯେବେ ଆମେ ମନ୍ଦିରରେ ଭଗବାନଙ୍କ ଦର୍ଶନ ପାଇଁ ଯାଇଥାନ୍ତି , ତେବେ ଏହି କଥାକୁ ଧ୍ୟାନରେ ରଖିବେ କି ମୁର୍ତ୍ତିର ସାମ୍ନାରେ କେବେ ଠିଆ ହେବେ ନାହିଁ , ଚେଷ୍ଟା କରିବେ ସବୁବେଳେ ତେରେଛା ଭାବରେ ଠିଆ ହୋଇ ପ୍ରାର୍ଥନା କରିବେ ।

ଶାସ୍ତ୍ରର ଅନୁସାରେ ପ୍ରାତଃକାଳରେ ଜଲଦି ଉଠିକରି ସ୍ନାନ ଓ ନିତ୍ୟକର୍ମ ଆସି ସାରି ଭଗବାନଙ୍କ ଦର୍ଶନ କିମ୍ବା ପୁଜା ଅର୍ଚ୍ଚନା କରିବା ଉଚିତ୍ , ନା କି ଅଳସ ନିଦରେ ରହି ଭଗବାନଙ୍କ ସ୍ମରଣ କରିବା , ଧର୍ମ ଗ୍ରନ୍ଥରେ ମନୁଷ୍ୟ ସକାଳ ଉଠିବାପରେ ଅଳସରେ ଥାଏ ଓ ନିଦର ଅବସ୍ଥାରେ ରହିଥାଏ, ତାଙ୍କୁ ପୁଜା ଅର୍ଚ୍ଚନା କରିବାରେ ମନାକରାଯାଇଛି ।

କ୍ରୋଧ ଓ ରାଗ କରିବା ମନୁଷ୍ୟର ଅବଗୁଣରୁ ଗୋଟେ ଜଣାଯାଏ , ଏମିତିରେ କେଉଁ ବି ସମୟରେ କ୍ରୋଧ ଭାବ ରଖିବା ମନୁଷ୍ୟ ପାଇଁ ହିତକାରୀ ହୋଇନଥାଏ,  ବିଶେଷକରି ପୁଜା ଅର୍ଚ୍ଚନା ସମୟରେ ମନରେ କେଉଁ ପ୍ରକାରର କ୍ରୋଧ ଭାବ ରଖିବା ଉଚିତ୍ ନୁହେଁ , କାରଣ ଯଦି ମନରେ କ୍ରୋଧ ଭାବ ରହିବ ତେବେ ଆପଣଙ୍କ ମନରେ କେଉଁ ବି କାର୍ଯ୍ୟ ସଠିକ୍ ହୋଇପାରିବନାହିଁ,  ଓ ଦେବଦର୍ଶନ ଓ ସାଧନା ସମୟରେ ମନକୁ ଶାନ୍ତ ରଖିବା ଜରୁରୀ ହୋଇଥାଏ, କାରଣ ଅଶାନ୍ତ ମନରେ କରାଯାଉଥିବା ପୁଜା ସଫଳ ହୋଇନଥାଏ, ଏଥିପାଇଁ ମନୁଷ୍ୟକୁ ମନ୍ଦିର ଯିବାପୁର୍ବରୁ ପ୍ରଥମେ କିମ୍ବା ଭଗବାନଙ୍କୁ କ୍ରୋଧ କିମ୍ବା ହିଂସା ଭାବକୁ ବାହାର କରିଦେବା ଉଚିତ୍ ।

ସେମିତି ନିଶାଶକ୍ତ ଅବସ୍ଥାରେ ଭଗବାନଙ୍କ ଦର୍ଶନ କରିବା ସଠିକ୍ ହୋଇନଥାଏ , ଭଗବାନଙ୍କ ପୁଜା ଅର୍ଚ୍ଚନା କରିବା ପୁର୍ବରୁ ତନ ଓ ମନକୁ ଶୁଦ୍ଧ ରଖିବା ଜରୁରୀ, ଯେବେ କି ନିଶାରେ ମନରେ ବହୁତ ବିକାର ଉତ୍ପନ୍ନ ହୋଇଥାଏ , ଏମିତିରେ ନିଶାରେ ଭଗବାନଙ୍କୁ ଧ୍ୟାନ କିମ୍ବା ଜପ କରିବା ମହାପାପ ବୋଲି ମାନାଯାଏ । ସେମିତି ଭଗବାନଙ୍କ ଦର୍ଶନ କରିବା ସମୟରେ ହସିବା କେଉଁ ପ୍ରକାରର ଉପହାସ କରିବା କେଉଁ ପ୍ରକାରର ମନୋରଞ୍ଜନ କରିବା ଠିକ୍ ହୋଇନଥାଏ,  ଏଥିପାଇଁ ଯେବେ ବି ମନ୍ଦିରରେ ଦର୍ଶନ୍ କରିବାକୁ ଯିବେ ତେବେ ପୁଜା ଅର୍ଚ୍ଚନା କରିବା ସମୟରେ ଏହି କଥାକୁ ଧ୍ୟାନରେ ରଖିବେ

Leave a Reply

Your email address will not be published. Required fields are marked *