October 20, 2024

Odia Express

Leading Odia News Portal of Odisha

ଘରକୁ ଆସିଥିବା ଏହି ୪ ଜଣ ଲୋକଙ୍କୁ କେବେ ଫେରାନ୍ତୁ ନାହିଁ ଖାଲି ହାତରେ , ନହେଲେ ଦାରିଦ୍ରତା ଓ କଙ୍ଗାଳ ଘର କରିନେବ ଆପଣଙ୍କଠାରେ

ଶାସ୍ତ୍ରରେ ଦାନର ଖାସ୍ ମହତ୍ତ୍ୱ ଦିଆଯାଇଛି, ଦାନ କରିଲେ ବ୍ୟକ୍ତିର ପାପରୁ ମୁକ୍ତି ମିଳିଥାଏ , ତାହା ସହ ବ୍ୟକ୍ତିର ମୃତ୍ୟୁର ପରେ ସ୍ୱର୍ଗ ପରେ ପ୍ରାପ୍ତି ହୋଇଥାଏ , ବୋଧେ ଏହି ମାନ୍ୟତା ଅନୁସାରେ ଲୋକେ ବିଭିନ୍ନ ଧାର୍ମିକ ସ୍ଥଳରେ ଓ ମନ୍ଦିରରେ ଯାଇକରି ଦାନ କରିଥାନ୍ତି । ଶାସ୍ତ୍ରନୁସାରେ ଦୁଆର ମୁହଁକୁ ଆସିଥିବା ଏହି ଚାରୋଟି ଲୋକଙ୍କୁ କେବେ ବି ଖାଲି ହାତରେ ଫେରାଇବା ଉଚିତ୍ ନୁହେଁ , ଏମିତି ଲୋକଙ୍କୁ କିଛି ନା କିଛି ଦାନ ରୁପରେ ଦେବା ଉଚିତ୍ , ଏତିକି ନୁହେଁ ଏମିତି ଲୋକଙ୍କୁ ଦୁଆର ମୁହଁରୁ ଖାଲି ହାତରେ ଫେରାଇଲେ ଦୁର୍ଭାଗ୍ୟ ଆଣିଥାଏ, ଏମିତି ଦାନରେ କୁଣ୍ତଳିରେ ଦୋଷ କଟିଥାଏ । କେଉଁ ବି ରୁପରେ ଯଦି ଦୁଆର ମୁହଁରେ ଭିକାରୀ ଆସିଲେ ତେବେ ଖାଲି ହାତରେ ଫେରାଇବା ଉଚିତ୍ ନୁହେଁ ତାଙ୍କୁ କିଛି ପଇସା କପଡା, କିମ୍ବା ଖାଇବା ପିଇବା ସାମଗ୍ରୀ ଦେବା ଉଚିତ୍ ।

କିନ୍ନର ଯଦି ଆପଣଙ୍କ ଘର, ଅଫିସ୍, କିମ୍ବା ଦୁଆର ମୁହଁକୁ ମାଗିବାକୁ ଆସନ୍ତି ତେବେ ତାଙ୍କୁ ଖାଲି ହାତରେ ଫେରାନ୍ତୁ ନାହିଁ, ଏମିତି ମାନାଯାଏ କି କିନ୍ନରଙ୍କୁ ଦାନ କରିଲେ କୁଣ୍ତଳୀରେ ବୁଧ ଗ୍ରହ ଦୋଷ ଶେଷ ହୋଇଯାଏ  ବୁଧ ଗ୍ରହକୁ ଭାଗ୍ୟର କାରକ ବୋଲି ଜଣାଯାଏ , ଏଥିପାଈଁ ଅବଶ୍ୟ ଦାନ କରିବା ଉଚିତ୍ , ଯଦି ସଂମ୍ଭବ ହେବ ତେବେ ତାଙ୍କୁ କିଛି ସବୁଜ ରଙ୍ଗର ଜିନିଷ ଦାନ କରନ୍ତୁ ।

ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଯଦି କେଉଁ ବିକଳାଙ୍ଗ ଭିକାରୀ ବ୍ୟକ୍ତି ସାହାଯ୍ୟ ପାଇଁ ଗୁହାରୀ କରେ ତେବେ ତାକୁ ଫେରାଇବା ଉଚିତ୍ ନୁହେଁ , ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଏମିତି ଲୋକଙ୍କୁ ଶନି ଓ ରାହୁଙ୍କ ପ୍ରତୀକ ବୋଲି ମାନାଯାଏ , ଏମିତି ଲୋକଙ୍କୁ ଦାନ କରିଲେ କୁଣ୍ତଳୀରେ ପାପ ଗ୍ରହର ଦୋଷ ଶେଷ ହୋଇଯାଏ ।

ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ଘର କିମ୍ବା ଦୁଆର ମୁହଁରେ ସନ୍ଥ କିମ୍ବା ମାହାତ୍ମା ଆଗମନ ହୁଏ ତେବେ ତାଙ୍କୁ ଖାଳି ହାତରେ ଫେରାଇବା ଉଚିତ୍ ନୁହେଁ , ତାଙ୍କ ଠାରୁ ଜ୍ଞାନର ପ୍ରାପ୍ତି କରନ୍ତୁ , ଓ ତାଙ୍କର ଆଶିର୍ବାଦ ନିଅନ୍ତୁ , ତାହା ସହ ତାଙ୍କୁ ଦରକାର ମୁତାବିକ ବସ୍ତୁ ଭେଟିଦିଅନ୍ତୁ , ଏମିତି କରିଲେ ଘରେ ସୁଖମୟ ପ୍ରାପ୍ତି ହୋଇଥାଏ ।

Leave a Reply

Your email address will not be published. Required fields are marked *