ଏହି ସବୁ ଲଖଣ ଥିଲେ ଜାଣନ୍ତୁ ମହିଳା ମାନଙ୍କୁ ଥାଇରଏଡ଼ ହୋଇଛି – ନିଶ୍ଚୟ ଜାଣିରଖନ୍ତୁ ନହେଲେ ଅସୁବିଧା ରେ ପଡିପାରନ୍ତି..
ମଧୁମେହ ଏବଂ ହୃଦୟ ଜନିତ ସମସ୍ୟା ପରେ ବର୍ତ୍ତମାନ ଥାଇରଏଡ଼ ଜନିତ ସମସ୍ୟା ମଧ୍ୟ ଅଧିକ ମାତ୍ରା ରେ ଦେଖା ଯାଉଥିବା ରୋଗ ମାନଙ୍କ ଭିତରୁ ଗୋଟେ ଅଟେ। ଏହି ରୋଗ ର ଲକ୍ଷଣ କୁ ଅଧିକ ଗମ୍ଭୀରତା ରେ ନିଆଯାଏ ନାହିଁ, କାରଣ ଏହାର ଲକ୍ଷଣ ବୟସ ବଢିବା ସହିତ ବଢ଼ିଥାଏ।ଏହି କାରଣ ପାଇଁ ଏହି ରୋଗ ସୃଷ୍ଟି ହେବାର କାରଣ ଜଣାପଡେ ନାହିଁ। ପୁରୁଷ ମାନଙ୍କ ତୁଳନାରେ ମହିଳା ମାନଙ୍କର ଏହି ଥାଇରଏଡ଼ ଜନିତ ସମସ୍ୟା ଅଧିକ ଦେଖାଯାଏ। ଚାଲନ୍ତୁ ଜାଣିବା କିଛି ପ୍ରମୁଖ ଲକ୍ଷଣ ଗୁଡିକ ବିଷୟରେ ଯାହାଦ୍ୱରା ଆମକୁ ଥାଇରଏଡ଼ ହୋଇଥାଏ।ଥାଇରଏଡ଼ ହେବାଦ୍ୱାରା, ଶରୀରର ଓଜନ ବୃଦ୍ଧି ପାଇଥାଏ, ଏହାର ମାନେ ଆପଣ ଖାଉଥିବା ଖାଦ୍ୟ ଆପଣଙ୍କ ଶରୀରରେ ଠିକ୍ ଭାବରେ ଉପଯୋଗ ହୋଇପାରି ନଥାଏ ତେଣୁ ଏହା ଆପଣଙ୍କ ଶରୀରରେ ମୋଟାପଣ ସୃଷ୍ଟି କରିଥାଏ ଓ ଓଜନ ବୃଦ୍ଧି କରିଥାଏ। ଏହା ହେବାଦ୍ଵାରା ଆପଣ ଖାଉଥିବା ଖାଦ୍ୟରୁ ଠିକ୍ ଭାବରେ ଶକ୍ତି ମିଳେ ନାହିଁ, ଯାହା ଫଳରେ କିଛି ସମୟ କାର୍ଯ୍ୟ କରିବା ପରେ ହାଲିଆ ଲାଗିଥାଏ ଏବଂ ଆଉ କୌଣସି କାର୍ଯ୍ୟ କରିବା ପାଇଁ ଇଚ୍ଛା ହୁଏନାହିଁ।
ଥାଇରଏଡ଼ ସମସ୍ୟାରେ ପୀଡ଼ିତ ବ୍ୟକ୍ତି ମାନଙ୍କର ମାଂସପେଶୀ ଏବଂ ଆଣ୍ଠୁ ଓ ଗଣ୍ଠିରେ ଦରଜ ହୋଇଥାଏ। ଏହା ଦ୍ୱାରା କେଶ ଝଡ଼ିବା, ନଖ ପତଳା ହୋଇଯିବା ଏବଂ କିଛି ଦିନ ମଧ୍ୟରେ ସବୁ ନଖ ଛିଡି ଯାଇଯାଇଥାଏ। ଏହି ସମସ୍ୟାରେ ପୀଡ଼ିତ ମହିଳା ମାନଙ୍କୁ ଆଖି ଜନିତ ରୋଗ ହୋଇଥାଏ, ଯେପରିକି ଆଖି ନାଲି ପଡ଼ିବା, କୁଣ୍ଡେଇ ହେବା ପରି ଲକ୍ଷଣ ଦେଖାଯାଏ। ଥାଇରଏଡ଼ ହେବା ଦ୍ବାର ଜଳ ଶରୀର ମଧ୍ୟ ଦେଇ ବାହାରିଥାଏ, ଏହା ହେବା ଦ୍ଵାରା ହାତରୁ ଏବଂ ଗୋଡ଼ରୁ ଝାଳ ବାହାରିଥାଏ।
ଏହା ଶାରୀରିକ ଆବଶ୍ୟକତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଥାଇରଏଡ଼ରେ ପୀଡ଼ିତ ମହିଳାମାନେ କେବେ ମଧ୍ୟ ଶାରୀରିକ ସମ୍ବନ୍ଧ ରଖିବା ପାଇଁ ଇଚ୍ଛା କରନ୍ତି ନାହିଁ। ଯେତେବେଳେ ସମସ୍ୟା ଅଧିକ ଜଟିଳ ହୋଇଥାଏ ସେତେବେଳେ ଶାରୀରିକ ସମ୍ବନ୍ଧ ପ୍ରତି ମହିଳା ମାନଙ୍କର ଘୃଣା ଭାବ ଆସିଥାଇଏ। ଥାଇରଏଡ଼ କାରଣରୁ ମହିଳା ମାନଙ୍କର କଣ୍ଠ ଗମ୍ଭୀର ହୋଇଯାଏ ଏବଂ କଥା କର୍କଶ ଶୁଣାଯାଏ,ଯାହାଦ୍ୱାର ସେମାନଙ୍କ ସ୍ୱର ଖରାପ ହୋଇଯାଇଥାଏ।
ଥାଇରଏଡ଼ ହେବା ଦ୍ଵାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ। ଶରୀରରୁ ରୋଗ ପ୍ରତିରୋଧକ ଶକ୍ତି କମିବା ଦ୍ବାରା ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ। ଥାଇରଏଡ଼ ହେବା ଦ୍ଵାରା ମହିଳା ମାନଙ୍କୁ ଅଧିକ ଥକା ଅନୁଭବ ହୋଇଥାଏ ଏବଂ ଆଳସ୍ୟ ମଧ୍ୟ ଦେଖା ଦେଇଥାଏ। ଥାଇରଏଡ଼ ହେବା ଦ୍ଵାରା ମହିଳା ମାନଙ୍କ ମାସିକ ଶ୍ରାବରେ ଅନେକ ସମସ୍ୟା ଦେଖାଦିଏ, ଯେପରି ଏହା ୨୮ ଦିନରେ ଶେଷ ହେବା ପରିବର୍ତ୍ତେ ୪୦ ଦିନରେ ଶେଷ ହୋଇଥାଏ।
ଥାଇରଏଡ଼ ହେବା ଦ୍ଵାରା ମହିଳାମାନେ ଅତ୍ୟଧିକ ଡିପ୍ରେସନକୁ ଚାଲି ଯାଆନ୍ତି, ଏହାର କାରଣ ରୁ ମୁଣ୍ଡ ବିନ୍ଧିବା , ଅଧିକ ଥକା ଅନୁଭବ ହେବା ପରି ଲକ୍ଷଣ ଦେଖାଯାଏ।ଗୋଟେ ପରୀକ୍ଷା ଅନୁସାରେ ଜଣା ପଡିଛିକି ମାନସିକ ଦୁଶ୍ଚିନ୍ତା ଥାଇରଏଡ଼ ହରମୋନ କମ ସୃଷ୍ଟି ହେବା କାରଣରୁ ହୋଇଥାଏ। ଏହାଦ୍ୱାରା ସ୍ମୃତି ଶକ୍ତି ମଧ୍ୟ ହ୍ରାସ ପାଇଥାଏ, ଏହି ରୋଗ କେବଳ ରକ୍ତ ପରୀକ୍ଷା କରିବା ଦ୍ୱାରା ଜଣା ପଡ଼ିଥାଏ। ଡାକ୍ତରଙ୍କ ପରାମର୍ଶରେ ନିଜ ରକ୍ତ ପରୀକ୍ଷା କରି ଆପଣ ଏହି ରୋଗ ବିଷୟରେ ଜାଣିପାରିବେ। ଯଦି ଏହିସବୁ ଲକ୍ଷଣ ଆପଣଙ୍କ ଠାରେ ଦେଖା ଯାଉଛି ତେବେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ନିଜ ରକ୍ତ ପରୀକ୍ଷା କରି ଜାଣନ୍ତୁ ଆପଣ ଥାଇରଏଡ଼ରେ ପୀଡ଼ିତ ଅଛନ୍ତି କି ନାହିଁ ? ଯଦି ଆପଣଙ୍କ ପାଖରେ ଏହି ସମସ୍ୟା ସବୁ ଦେଖା ଯାଇଥାଏ ତାହେଲେ ଡାକ୍ତର ସେମାନଙ୍କୁ ରକ୍ତ ପରୀକ୍ଷା କରିବାକୁ କୁହନ୍ତି।ଆଉ ତାର ନିବାରଣ ପାଇଁ ମଧ୍ୟ ସଠିକ ଉପାୟ ମଧ୍ୟ କହିଥାନ୍ତି।