ଚା ପିଇବା ଦ୍ବାରା ହେଉଥିବା ୧୨ କ୍ଷତି ଏବଂ ସେଥିରୁ ମୁକ୍ତି ପାଇବାର ଉପାୟ – ନିଶ୍ଚୟ ଜାଣିରଖନ୍ତୁ ନଚେତ..
ଦୁନିଆର ଯେକୌଣସି ସ୍ଥାନକୁ ଗଲେ ସେଠାରେ ଅନ୍ୟ କିଛି ମିଳୁ କିମ୍ବା ନ ମିଳୁ ହେଲେ ଚା ନିଶ୍ଚୟ ମିଳିଥାଏ ଯେଉଁ ଜିନିଷକୁ ଭାରତୀୟମାନେ କେବେ ଚାଖି ନଥିଲେ ତାହା ବର୍ତ୍ତମାନ ପ୍ରତ୍ୟେକ ଘରେ ଉପଲବ୍ଧ ରହୁଛି। ଚାରେ ଥିବା କ୍ୟାଫିନ୍ ଆମ ଶରୀରର ନର୍ଭସ ସିଷ୍ଟମକୁ ଉତ୍ତେଜିତ କରି ଆମର ଥକାପଣକୁ ଦୂର କରିଥାଏ। ଯେତେବେଳେ ଜଣେ ବ୍ୟକ୍ତିକୁ ଥକା ଅନୁଭବ ହୋଇଥାଏ ସେ ଏକ କପ୍ ଚା ପିଇଥାଏ, ଜଣାନାହିଁ ଏପରି କରି ଜଣେ ବ୍ୟକ୍ତି ଦିନକୁ କେତେ କପ୍ ଚା ପିଇ ଥାଏ।
ପ୍ରତ୍ୟେକ ଦିନ ଏପରି କରିବା ଏକ ଅଭ୍ୟାସ ରେ ପରିଣତ ହୋଇଯିବା ପରେ ଏପରି ହୁଏକି ସେହି ବ୍ୟକ୍ତି ଚା ବିନା କିଛି କାର୍ଯ୍ୟ କରିବାପାଇଁ ଇଛା ପ୍ରକାଶ କରେ ନାହିଁ। ଚା ପିଇବା ଠିକ୍ ନା ନାହିଁ, କିଛି ଲୋକ କୁହନ୍ତି ଚା ପିଇବା ଠିକ୍ ହେଲେ କିଛି ଲୋକ ମଧ୍ୟ କହିଥାନ୍ତି ଯେ ଚା ପିଇବା ଠିକ୍ ନୁହେଁ। ଶରୀର ପାଇଁ ଏକରୁ ଦୁଇ କପ୍ ଚା ପିଇବା ଭଲ ବୋଲି କୁହାଯାଏ କିନ୍ତୁ ଅଧିକ ଚା ପିଇବା ଦ୍ବାରା ତାହାର ଖରାପ ପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ। ତେବେ ଚାଲନ୍ତୁ ଜାଣିବା ଚା ପିଇବା ଦ୍ବାରା ହେଉଥିବା କ୍ଷତି ବିଷୟରେ।
ପ୍ରଥମ କଥା ହେଉଛି ଚା ଭାରତୀୟ ମାନଙ୍କ ପାଇଁ ସୃଷ୍ଟି ହୋଇନାହିଁ, କାରଣ ଭାରତରେ ପ୍ରାୟତଃ ପ୍ରତ୍ୟେକ ସମୟ ଅଧିକ ଗରମ୍ ରହିଥାଏ ଏବଂ ଚା ପିଇବା ଦ୍ବାରା ଏହା ଆମ ଶରୀରକୁ ଅଧିକ ଗରମ୍ କରିଥାଏ। ଅତ୍ୟଧିକ ଗରମ୍ କାରଣ ରୁ ଭାରତୀୟ ମାନଙ୍କ ଶରୀରରେ ଏସିଡ୍ ର ପରିମାଣ ଅଧିକ ରହିଥାଏ, ଚା ପିଇବା ଦ୍ବାରା ଏହା ରକ୍ତ ରେ ଏସିଡ ର ମାତ୍ରା କୁ ବଢାଇ ଦେଇଥାଏ ଯାହାଫଳରେ ଶରୀରର ଅନେକ କ୍ଷତି ହୋଇଥାଏ। ଏହାଦ୍ବାରା ଶରୀରର ଆଲକାଲାଇନ୍ ଏବଂ ଏସିଡର ପରିମାଣ ଏପଟ ସେପଟ ହୋଇଯାଏ।
ଦ୍ଵିତୀୟ କଥା ହେଉଛି ଚା ପିଇବା ଦ୍ବାରା ଏହା ହଜମ ଶକ୍ତି ହ୍ରାସ କରିଥାଏ ଯାହା ଫଳରେ ଆମେ ଖାଉଥିବା ଖାଦ୍ୟ ଠିକ୍ ଭାବରେ ହଜମ ହୁଏ ନାହିଁ ଏବଂ ଖାଦ୍ୟ ଠିକ୍ ଭାବରେ ହଜମ ନହେବାରୁ ଏହା ଦ୍ବାରା ପେଟରେ ଗ୍ୟାସ୍ ସୃଷ୍ଟି ହୋଇଥାଏ, ପେଟ ଜନିତ ଅନେକ ସମସ୍ୟା ଦେଖାଦେଇଥାଏ। ତୃତୀୟ କଥା ହେଉଛି ଚା ଆମେ ଖାଉଥିବା ଖାଦ୍ୟରୁ ମିଳୁଥିବା ଭିଟାମିନ ଏବଂ ମିନେରାଲକୁ ଆମ ଶରୀରରେ ସମ୍ପୂର୍ଣ୍ଣ ଭାବରେ ମିଶିବାକୁ ଦେଇନଥାଏ, ଯାହା ଫଳରେ ଶରୀର କମଜୋର୍ ଏବଂ ଥକା ଅନୁଭବ ହୋଇଥାଏ।
ଚତୁର୍ଥ କଥା ହେଉଛି ଚା ପିଇବା ଦ୍ବାରା ଏହା ଆମ ଶରୀରର ହାଡ଼କୁ କମଜୋର କରିଥାଏ, ଯାହା ଫଳରେ ଗଣ୍ଠି ଯନ୍ତ୍ରଣା, ଅଣ୍ଟା ଯନ୍ତ୍ରଣା ପରି ଅନେକ ସମସ୍ୟା ଦେଖାଦିଏ। ପଞ୍ଚମ କଥା ହେଉଛି ଚା ପିଇବା ଦ୍ବାରା ଏହାର ଖରାପ ପ୍ରଭାବ ଆମ ହୃଦୟ ଉପରେ ପଡ଼ିଥାଏ, ଯାହା ଫଳରେ ଉଚ୍ଚ ରକ୍ତଚାପ, ଷ୍ଟ୍ରୋକ, ହାର୍ଟ ଆଟାକ୍ ପରି ସମସ୍ୟା ଦେଖାଦେଇଥାଏ। ଷଷ୍ଠ କଥା ହେଉଛି ଅତ୍ୟଧିକ ଚା ପିଇବା ଦ୍ବାରା ଏହା ଭୋକ କମ୍ କରିଥାଏ। ଆପଣ ଜାଣିଥିବେ ଓଜନ ହ୍ରାସ କରିବା ପାଇଁ ଲୋକ ମାନେ ଅଧିକ ଚା ପିଇଥାଆନ୍ତି, କିନ୍ତୁ ଏହା ର ଖରାପ ପ୍ରଭାବ ଦ୍ବାରା ଶରୀରରେ ଅତ୍ୟଧିକ ଏସିଡ ସୃଷ୍ଟି ହୋଇଥାଏ।
ସପ୍ତମ କଥା ହେଉଛି ଚା ପିଇବା ଦ୍ବାରା ଏହା ଆମ ନିଦ ଉପରେ ପ୍ରବାହ ପକାଇଥାଏ, ଅଧିକ ସମୟ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବ୍ୟକ୍ତି ବାରମ୍ବାର ଚା ପିଅନ୍ତି କାରଣ ତାଙ୍କୁ ଯେପରି ଥକା ଅନୁଭବ ନହେଉ କିନ୍ତୁ ଏହାର ଖରାପ ପ୍ରଭାବ ଦ୍ବାରା ମାନସିକ ରୋଗ ସୃଷ୍ଟି ହୋଇଥାଏ, କେବେ ମଧ୍ୟ ଠିକ୍ ଭାବରେ ନିଦ ହୁଏ ନାହିଁ, ସର୍ବଦା ଚିଡ଼ା ଲାଗିଥାଏ। ଅଷ୍ଟମ କଥା ହେଉଛି, ଚା ପିଇବା ଦ୍ବାରା ଆମର ସ୍ମରଣ ଶକ୍ତି ହ୍ରାସ ପାଇଥାଏ। ନବମ କଥା ହେଉଛି ଚାରେ ଅକ୍ସାଲେନର ପରିମାଣ ଅଧିକ ରହିଥାଏ ଯାହା ଫଳରେ ଏହା କିଡନୀ ରେ ଷ୍ଟୋନ୍ ସୃଷ୍ଟି କରିଥାଏ।
ଦଶମ କଥା ହେଉଛି ଚା ପିଇବା ଦ୍ବାରା ଏହା ପରିସ୍ରା ଠିକ୍ ଭାବରେ ହେବାକୁ ଦେଇନଥାଏ ଏବଂ ଏହାର ପ୍ରଭାବ ବ୍ଲାଡର୍ ଉପରେ ପଡ଼ିଥାଏ।ଏଗାରରେ ଅଧିକ ଚା ପିଇବା ଦ୍ବାରା ଆମ ଶରୀର ଦିହାଇଡ୍ରେଟ୍ ହୋଇଯାଏ,ମାନେ ଏହା ହେବା ଦ୍ଵାରା ଶରୀରରେ ପାଣି କମ୍ ହୋଇଯାଏ।ବାରରେ ଯେଉଁ ବ୍ୟକ୍ତି ମାନଙ୍କ ଶରୀରରେ ରକ୍ତ କମ୍ ଥାଏ, ବିଶେଷ କରି ମହିଳା ମାନଙ୍କ ଠାରେ ରକ୍ତ କମ୍ ଥାଏ ସେମାନେ ଅଧିକ ଚା ପିଇବା ଉଚିତ୍ ନୁହେଁ କାରଣ ଏହା ଶରୀରରେ ଆଇରନ କୁ ମିଶିବାକୁ ଦେଇନଥାଏ।
ନିୟମିତ ଭାବରେ ଚା ପିଇବା ଏକ ପ୍ରକାର ଅଭ୍ୟାସ ଅଟେ। ତେଣୁ ଚା ପିଇବା ଛାଡ଼ିବା ଏତେ ସହଜ ହୋଇନଥାଏ, ଯଦି ଆପଣ ସ୍ଥିର କରି ଚା ଛାଡ଼ିବା ପାଇଁ ଚେଷ୍ଟା କରନ୍ତି ତେବେ ଆପଣ ନିଶ୍ଚୟ ଚା ଛାଡ଼ି ପାରିବେ। କିଛି କଥା ଯଦି ଆପଣ ଚା ପିଇବା ରେ ଧ୍ୟାନ ଦିଅନ୍ତି ତେବେ ଏହାର ଖରାପ ପ୍ରଭାବ ଶରୀର ଉପରେ ଅଧିକ ପଡିନଥାଏ।
୧-ଆପଣ ନିଜର ଚା ର ପରିମାଣକୁ ଏକ କିମ୍ବା ଦୁଇ କପରେ ସୀମିତ କରି ଦିଅନ୍ତୁ।
୨- ଚା ପତି କୁ ପାଣି ରେ ଫୁଟାନ୍ତୁ ନାହିଁ, ଖାଲି ପାଣି କୁ ଫୁଟାଇ ସେଥିରେ ଚା ପତି ପକାଇ ୫ ମିନିଟ୍ ପାଇଁ ଘୋଡାଇ ରଖନ୍ତୁ ଏବଂ ୫ ମିନିଟ୍ ପରେ ପିଅନ୍ତୁ।
୩- ଚା କରିବା ସମୟରେ କ୍ଷୀର ଏବଂ ପାଣିକୁ ଅଲଗା ଅଲଗା କରି ଫୁଟାଇ ସେଥିରେ ଚା ପତିର ପାଣି କୁ ମିଶାଇ ପିଅନ୍ତୁ।
୪-କେବେ ମଧ୍ୟ ଅତ୍ୟଧିକ ଗରମ୍ ଚା ପିଅନ୍ତୁ ନାହିଁ ଏହା ଦ୍ବାରା ମୁହଁ ଏବଂ ଗଳାରେ କ୍ୟାନସର ହେବାର ଆଶଙ୍କା ରହିଥାଏ, ତେଣୁ ସର୍ବଦା ଚା ଥଣ୍ଡା କରି ପିଅନ୍ତୁ।
୫- ଚା କରିବା ପାଇଁ ସର୍ବଦା ସଫା ପାତ୍ର ବ୍ୟବହାର କରନ୍ତୁ, ପୂର୍ବରେ ହୋଇଥିବା ଚା ପାତ୍ର ରେ କେବେ ମଧ୍ୟ ଚା କରନ୍ତୁ ନାହିଁ ଏହା ଦ୍ବାରା ଚା ବିଷାକ୍ତ ହୋଇଯାଏ।
୬- ରାସ୍ତା କଡ଼ରେ, ରେଳ କିମ୍ବା ବସ୍ ଷ୍ଟାଣ୍ଡ ରେ ବିକ୍ରି ହେଉଥିବା ଚା ପିଇବା ଉଚିତ୍ ନୁହେଁ କାରଣ ସେଠାରେ ଗୋଟିଏ ପାତ୍ରରେ ବାରମ୍ବାର ଚା କରାଯାଏ ଯାହା ଦ୍ୱାରା ଚା ବିଷାକ୍ତ ହୋଇଯାଏ।
୭-ଏକ କପ୍ ଚା ପିଇବା ପରେ ଏକ ଗ୍ଲାସ୍ ପାଣି ନିଶ୍ଚିତ ପିଅନ୍ତୁ, ଖାଦ୍ୟ ଖାଇବା ପରେ କେବେ ମଧ୍ୟ ଚା ପିଅନ୍ତୁ ନାହିଁ ଏହାଦ୍ୱାରା ଆପଣ ଖାଇଥିବା ଖାଦ୍ୟ ଠିକ୍ ଭାବରେ ହଜମ ହୁଏନାହିଁ। ଖାଦ୍ୟ ଖାଇବାର ଅଧ ଘଣ୍ଟା ପରେ ଏକ ଗ୍ଲାସ୍ ଗରମ୍ ପାଣି ପିଇବା ଦ୍ବାରା ଏହା ଖାଦ୍ୟ କୁ ଠିକ୍ ଭାବରେ ହଜମ କରିଥାଏ।
୮- ଚା ରେ କ୍ଷୀର ଏବଂ ଚିନି ର ପରିମାଣ ବହୁତ କମ କରିଦିଅନ୍ତୁ, କାରଣ ଏହାର ଅଧିକ ସେବନ କରିବା ଦ୍ୱାରା ଓଜନ ବୃଦ୍ଧି ପାଇଥାଏ।