କେବଳ ଦୁଇ ମିନିଟରେ ନିଜର ହଳଦିଆ କିମ୍ବା କଳା ହୋଇଥିବା ଦାନ୍ତକୁ ସଫା କରନ୍ତୁ – ମାତ୍ର କିଛି ମିନିଟ ରେ ଦାନ୍ତ ଚକ ଚକ କରିବ…
ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ କହିବୁ ଯାହା ଦ୍ଵାରା ଆପଣ ନିଜର ଅସନା ହୋଇଯାଇଥିବା ଦାନ୍ତ କୁ ସଫା କରିପାରିବେ । ଏହି ଉପାୟ କୁ ଅବଲମ୍ବନ କରିବା ପାଇଁ ଆପଣଙ୍କୁ ବେଶୀ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ କହିବାକୁ ଗଲେ ଏହି ଉପାୟ କୁ ଅବଲମ୍ବନ କରିବା ପାଇଁ ଆପଣଙ୍କୁ ଟିକେ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ। ଯଦି ଆପଣ ଏହି ଉପାୟ କୁ ପ୍ରତିଦିନ ନିଜ ଜୀବନରେ ବ୍ୟବହାର କରିବା ପାଇଁ ଚାହିଁ ବେ ତାହେଲେ ଆପଣ ଏହାକୁ ପ୍ରତିଦିନ ମଧ୍ୟ ବ୍ୟବହାର କରିପାରିବେ । ଯେଉଁ ଲୋକ ମାନେ ପଣ , ବିଡି, ଗୁଟକା ଖାଇଥାନ୍ତି ସେହି ଲୋକ ମାନଙ୍କର ଦାନ୍ତ ସାଧାରଣତଃ ହଳଦିଆ ଏବଂ କଳା ପଡିଯାଇଥାଏ ଏବଂ ଯେଉଁ ଲୋକ ମାନେ ଏହି ସବୁ ଜିନିଷ ଖାଉ ନାହାନ୍ତି ତଥାପି ନି ସେମାନଙ୍କ ଦାନ୍ତ ହଳଦିଆ ହୋଇଯାଇଛି ତାହେଲେ ସେମାନେ ମଧ୍ୟ ଏହି ଉପାୟ କୁ ଆପଣେଇ ନିଜର ହଳଦିଆ ଦାନ୍ତ କୁ କେବଳ ୨ ଦିନରେ ମୋତି ପରି ଚମକେଇ ପାରିବେ । ତ ଆସନ୍ତୁ ଜାଣିବା ସେହି ଉପାୟ ଟି କଣ ଏବଂ ତାହାକୁ ଆପଣେଇବାକୁ କିପରି କଣ କରିବାକୁ ହେବ ।
ଏହି ଉପାୟ କୁ ଅବଲମ୍ବନ କରିବା ପାଇଁ ଆପଣଙ୍କୁ ଗାଈର ଗୋବର ର ଆବଶ୍ୟକତା ପଡ଼ିବ । ଗାଇର ଗୋବର ଆପଣଙ୍କୁ କେଉଁଠି ବି ମିଳିଯିବ କିନ୍ତୁ କିପରି କଣ କରିବା ସେହି ଗୋବର ରେ ବୋଲି ଆପଣ ଭାବୁଥିବେ । ଆପଣଙ୍କୁ କିଛି ଗୋବର ଆଣି ତାହାକୁ ଖରା ରେ ଶୁଖାଇ ଦିଅନ୍ତୁ । ଏହାପରେ ସେହି ଗୋବର ଟି ଶୁଖିଯିବ ପରେ ତାହାକୁ ଗୋଟେ ଛୋଟ କରି ତାହାକୁ ଗ୍ୟାସ ରେ ଜଳାଇ ଦିଅନ୍ତୁ । ଏହି ଗୋବର କୁ ୫ ମିନିଟ ପର୍ଯ୍ୟନ୍ତ ଗ୍ୟାସ ଉପରେ ରଖିକି ଗଲାଇବା ଦ୍ଵାରା ସେହି ଗୋବର ପାଉଁଶ ହୋଇଯିବ । ଆପଣ ନିଜର ଗ୍ୟାସ କୁ ବନ୍ଦ କରି ସେହି ପାଉଁଶ କୁ ଏକ ପାତ୍ରରେ ରଖି ଗୁଣ୍ଡ କରିଦିଅନ୍ତୁ ।ଏହା ଏକ ପାଉଡର ପରି ହୋଇଯିବ।
ଏହାପରେ ଆପଣ ଅନ୍ୟ ଏକ ପାତ୍ର ରେ ସେହି ପାଉଁଶ ରୁ ଦୁଇ ଚାମଚ୍ ନେଇ ପକାନ୍ତୁ । ଏହାପରେ ଆପଣଙ୍କୁ ଫିଟିକିରି ର ଆବଶ୍ୟକତା ପଡ଼ିବ ।ଏହା ସମସ୍ତଙ୍କ ରୋଷେଇ ଘରେ ମିଳିଯିବ ଆଉ ଯଦି ନାହିଁ ତାହେଲେ ସହଜରେ ବଜାରରେ ମିଳିଯିବ । ଆପଣଙ୍କୁ ସେହି ଫିତିକିରି କୁ ଗୁଣ୍ଡ କରି ଦିଅନ୍ତୁ ଏହାପରେ ସେଥିରୁ ଗୋଟେ ଚାମଚ୍ ସେହି ପାଉଁଶ ଥିବା ପାତ୍ର ରେ ପକାଇ ଦିଅନ୍ତୁ । ଏହାପରେ ଆପଣଙ୍କୁ କିଛି ଖାଇବା ଲୁଣ ର ଆବଶ୍ୟକତା ପଡ଼ିବ । ଏହାପରେ ଆପଣ ସେଥିରେ ଗୋଟେ ଚାମଚ୍ ଲୁଣ ପକାଇ ଦିଅନ୍ତୁ । ସେଥିରେ ଲୁଣ ମିଶାଇବା ପରେ ଏକ ଚାମଚ୍ ରେ ତାହାକୁ ଭଲ ଭାବରେ ଗୋଳାଇ ମିଶାଇ ଦିଅନ୍ତୁ । ଏହାକୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ଏଥିରେ ଆଉ ଏକ ଜିନିଷ ମିଶାଇବା କୁ ପଡ଼ିବ ।
ଲେମ୍ବୁ ରେ ସିତ୍ରିକ ଏସିଡ ରହିଥାଏ ଯାହାକି ଆମ ଦାନ୍ତ ପାଇଁ ବହୁତ୍ ଭଲ ହୋଇଥାଏ ଏବଂ ଆମ ଦାନ୍ତ କୁ ସଫା କରିବାରେ ବହୁତ୍ ସହାୟକ ହୋଇଥାଏ । ଲେମ୍ବୁ କୁ କାଟି ୪ ରୁ ୫ ବୁନ୍ଦା ଲେମ୍ବୁ ରସ ଏଥିରେ ପକାଇ ଦିଅନ୍ତୁ ଏବଂ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ମିଶ୍ରଣ ଟି ପ୍ରସ୍ତୁତ ହୋଇଯାଇଛି ଏବେ ଆପଣ ତାହାକୁ ବ୍ୟବହାର କରିପାରିବେ ।ଏହାପରେ ଆପଣ ନିଜର ଦାନ୍ତ ସଫା କରୁଥିବା ବ୍ରଶ ରେ ଏହାକୁ ନେଇ ଘଷାନ୍ତୁ ଏହାପରେ ଆପଣ ଦେଖିବେ ଆପଣଙ୍କର ଦାନ୍ତରେ ଚମକ ଆସିଯିବ ଏବଂ ତାହା ହଳଦିଆ ରୁ ଧଳା ହୋଇଯିବ।