December 23, 2024

Odia Express

Leading Odia News Portal of Odisha

କେବଳ ଭାଗ୍ୟଶାଳୀ ଲୋକଙ୍କ ପାଖରେ ରହିଥାଏ ଏହି ୬ଟି ଜିନିଷ – ଆପଣଙ୍କ ପାଖେ ଥିଲେ ନିଶ୍ଚୟ ଜାଣିରଖନ୍ତୁ

ଆପଣ ଜାଣିଥିବେ ମହାଭାରତରେ ଧୃତରାଷ୍ଟ୍ରଙ୍କ ମନ୍ତ୍ରୀ ବିଦୁର ଅନେକ ନୀତି କହିଛନ୍ତି। ସେହି ନୀତି ମାନଙ୍କର ମହତ୍ୱ ସେତେବେଳେ ଥିଲା ଓ ଆଜି ମଧ୍ୟ ବିଦୁରଙ୍କ ସେହି ନିତିର ମହତ୍ତ୍ୱ ରଖିଥାଏ। ଯଦି ସେହି ନୀତି ମାନଙ୍କର ଧ୍ୟାନ ଦିଆଯିବ ତେବେ ମଣିଷ ସୁଖ ସଂବୃଦ୍ଧି ସହିତ ଜୀବନ ଅତିବାହିତ କରିଥାଏ। ବିଦୁରଙ୍କ ଅନୁସାରେ ଯେଉଁ ମାନଙ୍କ ପାଖରେ ଏହି ୬ଟି ଜିନିଷ ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ତେବେ ଚାଲନ୍ତୁ ଜାଣିବା ସେହି ୬ଟି ଜିନିଷ ବିଷୟରେ।

ପ୍ରଥମ ହେଉଛି ଆବଶ୍ୟକ ‘ଅର୍ଥ’ । ଯେଉଁ ମଣିଷ ପାଖରେ ଆବଶ୍ୟକ ଅର୍ଥ ନଥାଏ ସେ କିଛିବି କରିପାରିନଥାଏ। ଯେଉଁ ବ୍ୟକ୍ତି ପାଖରେ ଆବଶ୍ୟକ ପରିମାଣର ଅର୍ଥ ନଥାଏ ସେହି ବ୍ୟକ୍ତି ଏହା ଦ୍ଵାରା ଖରାପ ରାସ୍ତାରେ ଚାଲିବାକୁ ମଧ୍ୟ ପଛାଇନଥାଏ।ଏହି ପରି ସେ ନିଜ ପାଇଁ ଓ ନିଜ ଲୋକଙ୍କ ପାଇଁ ସମସ୍ୟା ପାଲଟିଯାଇଥାଏ। ସେଥିପାଇଁ ଯେଉଁ ମଣିଷ ପାଖରେ ଆବଶ୍ୟକ ଅର୍ଥ ଅଛି ସେ ନିଜକୁ ଭାଗ୍ୟଶାଳୀ ମାନିବା ଉଚିତ।

ଦ୍ୱିତୀୟରେ ଯିଏ ‘ସର୍ବଦା ନିରୋଗୀ’ ରହିଥାଏ। ଯେଉଁ ବ୍ୟକ୍ତି ସର୍ବଦା ରୋଗ ମୁକ୍ତ ରହିଥାଏ ସେବହୁତ ଭାଗ୍ୟଶାଳୀ ହୋଇଥାଏ।ରୋଗ ମଣିଷ ଶରୀରକୁ କମଜୋର କରିଦେଇଥାଏ। ବାରମ୍ବାର ରୋଗରେ ପଡୁଥିବା ବ୍ୟକ୍ତିର ଶାରୀରିକ ଓ ମାନସିକ ଶକ୍ତି ନଷ୍ଟ ହୋଇଯାଇଥାଏ।ଏହା ସହିତ ବାରମ୍ବାର ରୋଗରେ ପଡିବା ଦ୍ଵାରା ଧନ ମଧ୍ୟ ନଷ୍ଟ ହୋଇଥାଏ।ଏହା ଦ୍ଵାରା ମଣିଷକୁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ। ସେଥିପାଇଁ ଯେଉଁ ମଣିଷ ନିରୋଗୀ ରହିଥାଏ ସେ ଭାଗ୍ୟଶାଳୀ ହୋଇଥାଏ।

ତୃତୀୟରେ ଯାହାର ‘ପତ୍ନୀ ଭଲ’ ହୋଇଥାଏ।ପତ୍ନୀଙ୍କୁ ଘରର ଲଷ୍ମୀ କୁହାଯାଇଥାଏ। ଘରକୁ ସ୍ୱର୍ଗ ବା ନର୍କ କରିବା ପତ୍ନୀର ହାତରେ ଥାଏ। ଯେଉଁ ବ୍ୟକ୍ତିର ପତ୍ନୀ ଭଲ ସ୍ୱଭାବର ହୋଇଥାଏ ସେହି ବ୍ୟକ୍ତି ବହୁତ ଭାଗ୍ୟଶାଳୀ ଅଟେ।ଏପରି ପତ୍ନୀ ଘରେ ସର୍ବଦା ପ୍ରେମ ଭରି ରଖିଥାନ୍ତି ଓ ସେହି ଘର ସର୍ବଦା ଧନ ରେ ଭରି ରହିଥାଏ।ସେଥିପାଇଁ ଯେଉଁ ବ୍ୟକ୍ତିଙ୍କ ପାଖରେ ଭଲ ପତ୍ନୀ ରହିଛି ସେ ନିଜକୁ ଭାଗ୍ୟଶାଳୀ ମାନିବା ଉଚିତ।

ଚତୁର୍ଥ ଯାହାର ‘ପତ୍ନୀ ମିଠା କଥା’ କହିଥାଏ। ଯେଉଁ ବ୍ୟକ୍ତିର ପତ୍ନୀ ମିଠା କଥା କହିଥାଏ ସେହି ବ୍ୟକ୍ତି ସର୍ବଦା ସୁଖୀ ରହିଥାଏ। କୁହାଯାଏ କଥାରେ ମାତା ସରସ୍ୱତୀ ରହିଥାନ୍ତି ସେଥିପାଇଁ ଯେଉଁ ମହିଳା ମିଠା କଥା କହିଥାନ୍ତି ତାଙ୍କ ଉପରେ ମାତା ସରସ୍ୱତୀ ପ୍ରସନ୍ନ ହୋଇଥାନ୍ତି।କିନ୍ତୁ ଯେଉଁ ମହିଳା କଟୁ କଥା କହିଥାନ୍ତି ସେମାନଙ୍କ ଉପରେ ମାତା କ୍ରୋଧିତ ହୋଇଥାନ୍ତି ଓ ସେହି ଘରେ ସର୍ବଦା ଅଶାନ୍ତି ଲାଗିରହିଥାଏ ।

ପଞ୍ଚମ ଯାହାର ‘ପୁଅ ଆଜ୍ଞା ମାନିଥାଏ’ ।ଯେଉଁ ବ୍ୟକ୍ତିର ପୁଅ ତାର କଥା ମାନିଥାଏ ସେହି ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାଏ। ପୁରାଣରେ ଅନେକ ଏପରି ଉଦାହରଣ ଅଛି ଯାହାର ଆଧାରରେ ଏପରି କୁହାଯାଇଛି। ଭଲ ପୁଅ ନିଜ ସହିତ ନିଜର ପୁରା କୂଳର ନାମ ଉଚ୍ଚ କରିଥାଏ। ଯାହାର ଖରାପ ପୁଅ ଥାଏ ସେହି କୂଳ ନାଶ ହୋଇଯାଇଥାଏ।ସେଥିପାଇଁ ଯାହାରବି ପୁଅ ଭଲ ହୋଇଥାଏ ସେ ଅବଶ୍ୟ ନିଜକୁ ଭାଗ୍ୟଶାଳୀ ମାନିବା ଉଚିତ।

ଶେଷରେ ‘ଧନ ପ୍ରାପ୍ତି କରିବା ଵାଲା ବିଦ୍ୟା’। ମଣିଷର ସବୁଠୁ ଦାମୀ ଜିନିଷ ତାର ବୁଦ୍ଧି ହୋଇଥାଏ। ଯିଏ ଯେତେ ଚେଷ୍ଟା କଲେବି ମଣିଷର ଜ୍ଞାନ ନେଇପାରି ନଥାଏ। କୌଣସି ବି ପରିସ୍ଥିତିରେ ଜ୍ଞାନ ଅବଶ୍ୟ କାମରେ ଆସିଥାଏ। ସେଥିପାଇଁ ଯେଉଁ ମଣିଷ ପାଖରେ ଅଧିକ ଜ୍ଞାନ ଥାଏ ସେନିଜକୁ ବହୁତ ଭାଗ୍ୟଶାଳୀ ମାନିବା ଉଚିତ।

Leave a Reply

Your email address will not be published. Required fields are marked *