ଆସନ୍ତୁ ଜାଣିବା ‘S’ ନାମ ଵାଲା ଓ ‘N’ ନାମ ଵାଲା ଲୋକଙ୍କ ସ୍ୱଭାବ ବିଷୟରେ – କିଏ ଅଧିକ ଶକ୍ତିଶାଳୀ ଜାଣିରଖନ୍ତୁ
ଆମର ନାମର ପ୍ରଭାବ ଆମର ସ୍ୱଭାବ ଓ ଆମ ଚାଲିଚଳଣୀ ଉପରେ ପଡିଥାଏ ଏଥିରୁ ଆମେ ଅନେକ କଥା ଜାଣିପାରିବା।ଆଜି ଆମେ କହିବୁ କିପରି ହୋଇଥାନ୍ତି ‘S’ ନାମ ଵାଲା ଓ କିପରି ହୋଇଥାନ୍ତ ‘N’ ନାମ ଵାଲା।ଏଥିରେ S ରେ ସେଫ ଅଲ୍ଲୀ ଖାନ ଓ N ରେ ନେହା କକରଙ୍କ ଉଦାହରଣ ନେଇକି ବୁଝିବାକୁ ଚେଷ୍ଟା କରିବା।ଓ ଜାଣିବା ଦୁହିଁଙ୍କ ଭିତରୁ ଅଧିକ ଶକ୍ତିଶାଳୀ କେଉଁମାନେ ଅଟନ୍ତି।
ସର୍ଵ ପ୍ରଥମେ ଜାଣିବା କିପରି ହୋଇଥାନ୍ତି ‘S’ ନାମ ଵାଲା ଲୋକ ଓ ସେମାନଙ୍କ ଭିତରେ କଣ ଭଲ ଓ କଣ ଖରାପ ଗୁଣ ଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ନାମ ବାଲା ଲୋକ ବହୁତ ସଚୋଟ ହୋଇଥାନ୍ତି।ଏମାନେ କେବଳ ବହୁତ ରୋମାଣ୍ଟିକ ହୋଇନଥାନ୍ତି ତାହା ସହିତ ଏମାନେ ଅଧିକ ନ୍ୟାଚୁରାଲ ଅଟନ୍ତି।ଏମାନଙ୍କ ମନରେ ଯାହା ଥାଏ ଏମାନେ ସେଇଆ ହିଁ ସର୍ବଦା କହିଥାନ୍ତି।ଏମାନେ ନିଜର ପ୍ରେମ ଅଧିକ ଦାମୀ ଗିପ୍ଟ ନଦେଇ ନିଜ ସ୍ୱଭାବ ଓ ବ୍ୟବହାର ଦ୍ଵାରା ଜଣାଇଥାନ୍ତି।ଏମାନେ ଯାହା ସହବି ଥାଆନ୍ତି ସେମାନଙ୍କ ସୁଖ ଓ ଦୁଃଖରେ ସର୍ବଦା ଠିଆ ହୋଇଥାନ୍ତି।ଏମାନେ ନିଜର ମନ କଥା ସମସ୍ତଙ୍କ ଆଗରେ ପ୍ରକାଶ କରିନଥାନ୍ତି।
ଯେପରି ଆମ ବଲିଉଡର ଅଭିନେତା ସେଫ ଅଲ୍ଲୀ ଖାନ।ସେ ବହୁତ ଶାନ୍ତ ଓ ଭଲ ଅଟନ୍ତି।ସର୍ବଦା ସମସ୍ତଙ୍କ ସହିତ ଠିଆ ହୋଇଥାନ୍ତି।ଏମାନେ ବହୁତ ଆକସ୍ମକ ଓ ଭିତରୁ ମଧ୍ୟ ବହୁତ ସୁନ୍ଦର ହୋଇଥାନ୍ତି।ଏମାନେ ଯେବେ ରାଗିଥାନ୍ତି କିଛିବି କରିଥାନ୍ତି ଓ କହିଦେଇଥାନ୍ତି ଯାହା ଏମାନଙ୍କର ସବୁଠୁ ବଡ଼ କମଜୋରି ଅଟେ।କିନ୍ତୁ ଏମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି।ଏମାନେ ବହୁତ ସଚୋଟ ଓ ଭରସା ଯୋଗ୍ୟ ହୋଇଥାନ୍ତି।ଏମାନେ ନିଜ ସାଙ୍ଗ ମାନଙ୍କୁ ବହୁତ ଭଲ ପାଇଥାନ୍ତି।କାହାକୁ ବି ଏମାନେ ଧୋକା ଦେଇନଥାନ୍ତି।ଜୀବନରେ ପଇସାର ମୂଲ୍ୟ ଏମାନଙ୍କୁ ଜଣା ଥାଏ ତେଣୁ ଏମାନେ ଜୀବନରେ ସଫଳ ହୋଇଥାନ୍ତି।ଏମାନେ ଅଧିକାଂଶ ବ୍ୟବସାୟ, ରାଜନୀତି ଭଳି କାମ କରିଥାନ୍ତି ସେଉଁଥିରେ ପଇସା ଓ ନାମ ମିଳିଥାଏ।ଏମାନେ ବହୁତ ପରିଶ୍ରମ କରିଥାନ୍ତି ଯାହା ଦ୍ୱାରା ସଫଳତା ଅବଶ୍ୟ ଏମାନଙ୍କୁ ମିଳିଥାଏ।
ଏବେ ଜାଣିବା କିପରି ହୋଇଥାନ୍ତି ‘N’ ନାମ ଵାଲା ଲୋକ।ଓ ସେମାନଙ୍କ ଭିତରେ କଣ ଭଲ ଓ କଣ ଖରାପ ଗୁଣ ଥାଏ।ଏମାନେ ବହୁତ ସୁନ୍ଦର ହୋଇଥାନ୍ତି।ଏମାନଙ୍କ ଆଖି ବହୁତ ବଡ଼ ବଡ଼ ହୋଇଥାଏ।ଏମାନେ ବହୁତ ସ୍ମାର୍ଟ ହୋଇଥାନ୍ତି ଓ ଶାନ୍ତ ସ୍ୱଭାବର ହୋଇଥାନ୍ତି।ଯେପରି ଆମ ବଲିଉଡର ସିଙ୍ଗର ନେହ୍ନା କକର।ଏମାନେ ବହୁତ ସରଳ ଓ ବିନମ୍ର ଅଟନ୍ତି।ଏମାନେ ବନ୍ଧୁତ୍ୱ ସ୍ଥାପନ କରିବାକୁ ପସନ୍ଦ କରିଥାନ୍ତି।ଯାହା ସହ ବି ବନ୍ଧୁତ୍ୱ ସ୍ଥାପନ କରିଥାନ୍ତି ତାଙ୍କ ସହ ସର୍ବଦା ରହିଥାନ୍ତି।ଜୀବନରେ ଏମାନେ ଅନେକ ଖରାପ ପରିସ୍ଥିତିର ସାମ୍ନା କରି କରି ବହୁତ ଶକ୍ତିଶାଳୀ ହୋଇଯାଇଥାନ୍ତି।
ନିଜ କାମକୁ ଓ କ୍ୟାରିଅରକୁ ନେଇ ଏମାନେ ବହୁତ ସତର୍କ ରହିଥାନ୍ତି।ଏମାନେ ନିଜ ପ୍ରେମକୁ ଭଲସେ ପାଳନ କରିଥାନ୍ତି।ଲୋକଙ୍କ ସେବା କରିବାକୁ ଏମାନେ ପସନ୍ଦ କରିଥାନ୍ତି।ଅଧିକ ପରିଶ୍ରମ କରିଥାନ୍ତି ଓ ଶେଷରେ ସଫଳତା ପ୍ରାପ୍ତ କରିଥାନ୍ତି।ତେବେ ଏହା ଥିଲା ଏହି ଦୁଇ ନାମର ଲୋକଙ୍କ ସ୍ୱଭାବ ଓ ଚରିତ୍ର।