December 22, 2024

Odia Express

Leading Odia News Portal of Odisha

ଡାଇବେଟିସର ନିରାକରଣର ଘରୋଇ ଉପଚାର – ଏହି ଉପାୟ କରିଦେଲେ ତା ଜୀବନରେ ଆଉ କେବେ ଡାଇବେଟିସର ଚିନ୍ତା ରହିବନି..

ସ୍ୱାସ୍ଥ୍ୟର ବ୍ୟତିକ୍ରମ ମାନସିକତା ଉପରେ କୁପ୍ରଭାଵ ପକାଇବା ସହିତ ବିଭିନ୍ନ କାର୍ଯ୍ୟରେ ଆଗ୍ରହ ତଥା ଉତ୍କଣ୍ଠା ରୂପକ ଅଶାଦ୍ରୁମ ମୂଳରେ କୁଠାରାଘାତ କରିଥାଏ।ତେଣୁ ଏକ ସୁସ୍ଥ ଓ ନିରୋଗ ସ୍ୱାସ୍ଥ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରୟୋଜନ ହୋଇଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ଏକ ସୁସ୍ଥ ଓ ଆରୋଗ୍ୟତା ପୂର୍ଣ୍ଣ ଜୀବନର ଆଶା ପୋଷଣ କରିଥାନ୍ତି।ବର୍ତ୍ତମାନ ଡାଇବେଟିସ ଏକ ବଡ଼ ରୋଗ ସମସ୍ୟା ହେଇଗଲାଣି।୧୪ ବର୍ଷରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ଏହି ରୋଗରେ ପୀଡିତ ହେଉଛନ୍ତି।ଏହାର ଉପଚାର ଏକ ଚିନ୍ତାର ବିଷୟ ଅଟେ।ଏଥିପାଇଁ ବିଭିନ୍ନ ଆଧୁନିକ ଔଷଧ ବାହାରିଥିଲେ ମଧ୍ୟ ଏହା ସଠିକ କାମ କରୁନାହିଁ ଓ କେତେକ ଲୋକଙ୍କର ଡାଇବେଟିସରେ ମୃତ୍ୟୁ ହେଉଛି।ଏଥିପାଇଁ ବ୍ୟବହୃତ ଆଧୁନିକ ଔଷଧ ମଧ୍ୟ ଶରୀର ଉପରେ କୁପ୍ରଭାଵ ପକାଉଛି ଓ ଅନ୍ୟ ଏକ ରୋଗ ସୃଷ୍ଟିର କାରଣ ହେଉଛି।ତେଣୁ ନିମ୍ନରେ ଏହାର ଏକ ଘରୋଇ ଉପଚାର ବର୍ଣ୍ଣନା କରାଯାଇଛି।

ଡାଇବେଟିସ ଏକ ଭୟାନକ ରୋଗ ଅଟେ।ଏହାକୁ ଚିନିର ବେମାରି ମଧ୍ୟ କୁହାଯାଏ।କାରଣ ରକ୍ତରେ ଏହାର ପରିମାଣ ଅଧିକ ହେବା ଯୋଗୁଁ ଏହା ସୃଷ୍ଟି ହୋଇଥାଏ।ଏହି ରୋଗ ଆମ କିଡନୀକୁ ଆକ୍ରାନ୍ତ କରିବା ସହିତ ଉଚ୍ଚ ରକ୍ତଚାପ ଓ ହୃତ ଜନିତ ରୋଗର କାରଣ ହୋଇଥାଏ ଓ ଶରୀରରେ କୋଲେଷ୍ଟରଲର ପରିମାଣ ବଢାଇଦିଏ।ସର୍ବୋପରି ଡାଇବେଟିସ ଶରୀରକୁ ରୋଗର ଘର ବନେଇଦିଏ।ତେଣୁ ଏହାକୁ ସବୁବେଳେ ନିୟନ୍ତ୍ରଣରେ ରଖିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।

ଅନୁସନ୍ଧାନରୁ ଜଣା ପଡିଛିକି ଭାରତରେ ୩କୋଟିରୁ ଅଧିକ ଲୋକ ଏହି ଡାଇବେଟିସରେ ଆକ୍ରାନ୍ତ ହୋଇଛନ୍ତି।ଓ ପ୍ରତି ୨ମିନିଟରେ ଡାଇବେଟିସରେ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି।ତେଣୁ ଏହାକୁ ନିୟନ୍ତ୍ରଣରେ ରଖିବା ଅପରିହାର୍ଯ୍ୟ ଅଟେ।ନିମ୍ନରେ ଏହାର ନିରାକରଣ ନିମନ୍ତେ ଘରୋଇ ଉପଚାର ବର୍ଣ୍ଣନା କରାଯାଇଛି।

ଏଥିପାଇଁ ଆବଶ୍ୟକ ୧୦୦ଗ୍ରାମ ମଧୁରୀ,୧୦୦ଗ୍ରାମ ଶୁଖାଯାଇଥିବା ଅଁଳା,୧୦୦ଗ୍ରାମ ଗୁଡ଼ମାର ଗୁଣ୍ଡ,୫୦ଗ୍ରାମ କଳାଜିରା, କିଛି ଲୀମ୍ବ ପତ୍ର, ଓ କିଛି ଜାମୁକୋଳି ମଞ୍ଜି।ଏହାକୁ ଛାଇରେ ଭଲ ଭାବରେ ଶୁଖାଇବ ଓ ଏହାକୁ ଏକାଠି ମିଶାଇକି ଏହାର ଗୁଣ୍ଡ ପ୍ରସ୍ତୁତ କରିବ।ଓ ଏହାକୁ ପ୍ରତିଦିନ ସକାଳେ ଖାଇବାର ଅଧଘଣ୍ଟା ପରେ ଓ ସନ୍ଧ୍ୟାରେ ଖାଇବାର ଅଧଘଣ୍ଟା ପୂର୍ବରୁ ସେବନ କରିବ।ଏହା ୫ଦିନରେ ଆପଣଙ୍କ ଡାଇବେଟିସ ମାତ୍ରାକୁ ନିୟନ୍ତ୍ରଣରେ ଆଣିବ ଓ ଇନସୁଲିନର କ୍ଷରଣ ତ୍ୱରାନ୍ୱିତ ହେବ।

ଏହିପରି ଘରୋଇ ଉପଚାର ଶରୀର ପ୍ରତି କୌଣସି କୁପ୍ରଭାଵ ପକାଇ ନଥାଏ ଓ ଡାଇବେଟିସର ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ଏହାକୁ ସେବନ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।ଆଶା କରୁଛି ଏହା ଆପଣଙ୍କ ପ୍ରତି ବହୁତ ଫଳପ୍ରଦ ହେବ ଓ ବହୁତ ଉପକାରୀ ହେବ।ଓ ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସହାୟକ ହେବ।ଓ ଡାଇବେଟିସକୁ ନିୟନ୍ତ୍ରଣରେ ରଖିବା ସହିତ ଆପଣଙ୍କୁ ରୋଗମୁକ୍ତ ରଖିବ।

Leave a Reply

Your email address will not be published. Required fields are marked *