October 19, 2024

Odia Express

Leading Odia News Portal of Odisha

ଶ୍ଵାସକ୍ରିୟାରେ କଷ୍ଟ ଓ ଛିଙ୍କର ଘରୋଇ ଉପଚାର – ଥରେ ବ୍ୟବହାର କଲେ ଜୀବନରେ ଆଉ ଏହି ଅସୁବିଧା ହେବ ନାହିଁ..

ଏକ ସୁସ୍ଥ ସ୍ୱାସ୍ଥ୍ୟ ଏକ ସୁସ୍ଥ ପରିବେଶ ତଥା ସୁସ୍ଥ ସମାଜ ଗଠନ ଅଭିମୁଖେ ପ୍ରୋତ୍ସାହିତ କରିଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ଏକ ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଜୀବନ ଅତିବାହିତ କରିବାର ପ୍ରୟୋଜନ ରଖିଥାନ୍ତି।ତେଣୁ ଏହାର ସଠିକ ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ।ବିଳାସ ବ୍ୟସନ ପୂର୍ଣ୍ଣ ଜୀବନ ବର୍ତ୍ତମାନ ଯୁଗରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର କାରଣ ହୋଇଥାଏ।ତେଣୁ ଏହାର ଠିକ ଭାବରେ ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।ବର୍ତ୍ତମାନ ଅଧିକ ବାୟୁ ପ୍ରଦୂଷଣ ଶ୍ଵାସକ୍ରିୟା ଜନିତ ସ୍ୱାସ୍ଥ୍ୟ ସମସ୍ୟାକୁ ବିଶେଷ ପ୍ରଭାବିତ କରିଛି।ଛୋଟ ଠାରୁ ବୃଦ୍ଧ ଲୋକଙ୍କ ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଏଥିରେ ପୀଡିତ ହେଉଛନ୍ତି।ସକାଳୁ ଉଠିବା ପରେ ବହୁତ ଛିଙ୍କ ହେବା, ଛାତିରେ କଫ ଜମି ଯନ୍ତ୍ରଣା ହେବା ଓ ଶ୍ଵାସକ୍ରିୟା ରେ କଷ୍ଟ ଅନୁଭବ ହେବା ଆଦି ସମସ୍ୟା ସାଧାରଣତଃ ଅଧିକ ଦେଖା ଦେଇଛି।ତେଣୁ ଏହାର ଉପଚାର ପାଇଁ ନିମ୍ନରେ ଏକ ଘରୋଇ ଉପଚାର ବର୍ଣ୍ଣନା କରାଯାଇଛି।

ଏଥିରୁ ଉପଶମ ପାଇବାର ପ୍ରଥମ ଉପାୟଟି ହେଉଛି କିଛି ସୋରିଷ ତେଲ ନେବ ଓ ଏଥିରୁ ଦୁଇବୁନ୍ଦା ଦୁଇ ନାକ ପୁଡ଼ାରେ ପକାଇବ।ଏହା କରିବା ଦ୍ୱାରା କଫ ଜମା ହେବା, ନାକ ବନ୍ଦ ହେବା ଆଦିରୁ ଉପଶମ ମିଳିଥାଏ।ଆଉ ଏକ ଉପାୟ ହେଉଛି ଆପଣ କିଛି ବାଦାମ ନେବେ।୫ ରୁ ୬ଟି ବାଦାମ ନେବେ।ଓ ଏଥି ସହିତ ୪ ରୁ ୫ଟି କଳା ମରିଚ ନେବେ।ଓ ଏହାକୁ ଭଲ ଭାବରେ ହୁମଦସ୍ତାରେ କୁଟିବେ।ଓ କିଛି ଗରମ କ୍ଷୀର ନେବେ ଓ ଏହି ଗୁଣ୍ଡକୁ ଭଲଭାବରେ ମିଶାଇବେ।ଓ ପ୍ରତିଦିନ ସକାଳୁ ଖାଇବା ପୁର୍ବରୁ ପାନ କରିବେ।ଏହା ସରଦି ଓ ଥଣ୍ଡାରୁ ଉପଶମ ଦେଇଥାଏ।

ଏଥିପାଇଁ ଆଉ ଏକ ସରଳ ଉପାୟ ଅଛି।ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଇଛନ୍ତିକି ଯୋଗ ଓ ବ୍ୟାୟାମର ଉପକାରୀତା ଶରୀର ପାଇଁ ଚମତ୍କାର ଓ ଅନନ୍ୟ ହୋଇଥାଏ।ଏହାକୁ ନିୟମିତ କରିବା ଦ୍ୱାରା ଶାରୀରିକ ହିତ ସାଧନ ହେବା ସହିତ ମାନସିକ ଚଞ୍ଚଳତା ବୃଦ୍ଧି ପାଇଥାଏ।ତେଣୁ ଏହାର ଉପଶମ ପାଇଁ ଆଉ ଏକ ଉପାୟ ହେଉଛି ଯୋଗ।ଏହାର ନାମ ହେଉଛି କପାଳଭାତୀ। ଏହାକୁ କରିବା ଦ୍ୱାରା ଶ୍ଵାସକ୍ରିୟା ତନ୍ତ୍ରରେ କୌଣସି ବାଧା ଉପୁଜେ ନାହିଁ।ଓ କଫ ଜମା ସମସ୍ୟା ଦୂର ହେବା ସହିତ ଆପଣଙ୍କ ଯଦି ଆଜ୍ମା ରୋଗ ଅଛି ତାହା ବି ଦୁରୀଭୂତ ହୋଇଥାଏ।

ଏଥି ସହିତ ଆପଣଙ୍କୁ ଆଉ ଏକ ଯୋଗ ମଧ୍ୟ ନିୟମିତ କରିବାକୁ ପଡିବ। ତାହାର ନାମ ହେଉଛି ଅନୁଲୋମ ବିଲୋମ।ଏହାକୁ ମଧ୍ୟ ନିୟମିତ କରିବା ଦ୍ୱାରା ଶ୍ଵାସକ୍ରିୟାରେ କୌଣସି ବାଧା ଉପୁଜି ନଥାଏ ଓ ଶ୍ଵାସକ୍ରିୟା ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ।ତେଣୁ ଆମକୁ ଏହି ଘରୋଇ ଉପଚାରର ଅବଲମ୍ବନ ଦ୍ୱାରା ଏକ ସୁସ୍ଥ ଜୀବନ ପ୍ରାପ୍ତ ହୋଇଥାଏ।ଶ୍ଵାସକ୍ରିୟା ନେବାରେ କୌଣସି ଅସୁବିଧା ହୁଏନାହିଁ।ଶ୍ଵାସତନ୍ତ୍ରରେ ମଧ୍ୟ କୌଣସି ତ୍ରୁଟି ରୁହେନାହିଁ।

ତେଣୁ ଆଶା କରୁଛି ଆପଣମାନଙ୍କୁ ଏହା ବହୁତ ପସନ୍ଦ ଆସିବ ଓ ଆପଣଙ୍କ ବହୁତ ଉପକାରରେ ଆସିବ।ଏହା ସମ୍ପୂର୍ଣ୍ଣ ଘରୋଇ ଉପଚାର ଅଟେ।ଏହା କଷ୍ଟ ବହୁଳ କିମ୍ବା କଷ୍ଟସାଧ୍ୟ ନୁହେଁ।ଆପଣମାନେ ଏହାକୁ ନିୟମିତ କରିବା ଦ୍ୱାରା ଆପଣ ଶାନ୍ତିରେ ଶୋଇ ପାରିବେ ଓ ଛିଙ୍କ ,କଫ ଆଦିର ସମସ୍ୟାରୁ ମୁକ୍ତି ପାଇବା ସହିତ ସୁରୁଖୁରୁରେ ଶ୍ଵାସକ୍ରିୟା କରିପାରିବେ।ଏହା ଆପଣଙ୍କ ପାଇଁ ଲାଭ ଦାୟକ ଓ ଫଳପ୍ରଦ ହେବ।

Leave a Reply

Your email address will not be published. Required fields are marked *