October 20, 2024

Odia Express

Leading Odia News Portal of Odisha

କେବେବି ପଡିବ ନାହିଁ ଆପଣଙ୍କ ଦାନ୍ତ – କରନ୍ତୁ ଏହି ସାଧାରଣ କାମ – ଯେତେ ବୁଢା ହେଲେ ମଧ୍ୟ ଦାନ୍ତ ପଡ଼ିବନାହିଁ..

ନମସ୍କାର,ଆପଣ ନିଜ ଦାନ୍ତକୁ ଦାନ୍ତକାଠିରେ ସଫା କରନ୍ତି।ସବୁବେଳେ ଦିନକୁ ୨ଥର ଦାନ୍ତ ଘଷିବା ଦରକାର।ଯଦି ଦାନ୍ତକାଠି ମିଳୁନାହିଁ ତେବେ ଦନ୍ତ ମଞ୍ଜନ କରନ୍ତୁ।ଏହା ବହୁତ ଶସ୍ତା ହୋଇଥାଏ।ଆପଣଙ୍କ ଘରେ ନିଶ୍ଚୟ ଦାନ୍ତ ଘଷୁଥିବେ ଘରେ ରୋଷେଇ ଘର ଥିବ ସେଥିରେ ହଳଦୀ ଅଛି। ଯଦି ହଁ ତେବେ କିଛି ପରିମାଣରେ ହଳଦୀ ମିଶାନ୍ତୁ।ସୋରିଷ ତେଲ ମଧ୍ୟ କିଛି ଢାଳନ୍ତୁ ଓ ଶେଷରେ ଲୁଣ ପକାନ୍ତୁ।ଏହି ତିନୋଟି କୁ ମିଶାଇ ଦାନ୍ତରେ ଘଷନ୍ତୁ।ଏହା ବହୁତ ପ୍ରଭାବଶାଳୀ ଏବଂ ଏହା ଆପଣଙ୍କ ଦାନ୍ତକୁ ସଶକ୍ତ କରାଇବାରେ ସାହାର୍ଯ୍ୟ କରିବ।ଏହାକୁ ପ୍ରତିଦିନ କରନ୍ତୁ ଆପଣଙ୍କ ପାଇଁ ଲାଭଦାୟକ ହେବ।

ଦ୍ଵିତୀୟ ଉପାୟ ହେଉଛି ଗାଈର ଗୋବର ଆଣନ୍ତୁ।ଏହି ଗୋବରକୁ ଜଳାନ୍ତୁ।କିପରି ଜଳେଇବେ ନା ପ୍ରଥମେ ଏହାକୁ ଶୁଖାନ୍ତୁ ଛୋଟ ଛୋଟ ଗୁଣ୍ଡା କରନ୍ତୁ ଓ ଏହା ପରେ ଜଳାନ୍ତୁ।ତେବେ ଯେଉଁ ପାଉଁଶ ବାହାରିବ ତାକୁ ନିଅନ୍ତୁ।ଏବଂ ସେଥିରେ କିଛି ପରିମାଣରେ ଲୁଣ ମିଶାନ୍ତୁ।ଏହାପରେ କିଛି ପରିମାଣରେ ଫିଟିକିରି ମିଶାନ୍ତୁ।ଏବେ ଏହାକୁ ନିଜ ଦାନ୍ତରେ ଘଷନ୍ତୁ।ଆପଣ ବିଶ୍ୱାସ କରିବେନି ଏହା ଠାରୁ ଭଲ ଦାନ୍ତ ଘଷିବାର ଉପାୟ ଦୁନିଆରେ ଆପଣଙ୍କୁ ମିଳିବନାହିଁ।

ଆଉ ମଧ୍ୟ ଏକ ଉପାୟ ଜାଣିବା ଆସନ୍ତୁ, ଲେମ୍ବୁ ଆମେ ଏହାକୁ ଖାଦ୍ୟରେ ମଧ୍ୟ ଖାଇବାରେ ବ୍ୟବହାର କରିଥାଉ।ଏହାର ଚୋପାକୁ ଆମେ ଫୋପାଡ଼ି ଦେଉ।କିନ୍ତୁ ଏହାକୁ ଆପଣ ଫୋପାଡିବେ ନାହିଁ।ଏହାର ଚୋପାକୁ ଆମେ ଦାନ୍ତ ଘଷିବାରେ ବ୍ୟବହାର କରିବା।କିପରି ବ୍ୟବହାର କରାଯାଏ ଆସନ୍ତୁ ଜାଣିବା।ତେବେ ପ୍ରଥମେ ଏହାର ଚୋପାକୁ ଓଲଟାଇ ଦିଅନ୍ତୁ।ଭିତର ଅଂଶକୁ କାଢ଼ିନିଅନ୍ତୁ।ସେଥିରେ ଲୁଣ ମିଶାଇ ଦିଅନ୍ତୁ।ଏବଂ ଏହାକୁ ନିଜ ଦାନ୍ତରେ ରଗଡ଼ି ରଗଡି ଘଷନ୍ତୁ।ଦେଖିବେ ଦାନ୍ତ ସମ୍ପୂର୍ଣ୍ଣ ସଫା ହୋଇଯିବ।

ଆଉ ଏକ କଥା କହୁଅଛୁ ଯେଉଁମାନଙ୍କର ଦାନ୍ତ ହଳଦିଆ ହୋଇଯାଇଛି।ସେମାନେ ଆମ୍ବଗଛର ପତ୍ର ତୋଳି ଆଣନ୍ତୁ।ଏବଂ ଏହାକୁ କିଛି ସମୟ ପାଇଁ ଚୋବାନ୍ତୁ।ଏହାପରେ ଏହା ଚଟଣୀ ପରି ଦେଖାଯିବ।ତାହାକୁ ଦାନ୍ତରେ ରଗଡନ୍ତୁ।ଦାନ୍ତ ସମ୍ପୂର୍ଣ୍ଣ ଧଳା ଦେଖାଯିବ।ଏହାସବୁ ବିନମୂଲ୍ୟର ଚିକିତ୍ସା ଅଟେ।ଯେଉଁସବୁ ଦନ୍ତମଞ୍ଜନକାରୀ ବଜାରରେ ଉପଲବ୍ଧ ଥାଏ ଏହାସବୁ ତିଆରି ହୁଏ ମରିଯାଇଥିବା ପଶୁ ମାନଙ୍କର ହାଡରୁ।

ଆମ ଦେଶରେ ବହୁତ ହତ୍ୟା କାରଖାନା ଚାଲୁଅଛି।ସେଠି ଗାଈ, ବଳଦ,ମଇଁଷିକୁ କାଟିଦିଅନ୍ତି।ଯାହାର ମାଂସ ବଜାରରେ ମିଳେ।ସେମାନଙ୍କର ହାଡ ଦନ୍ତମଞ୍ଜନକାରୀ ତିଆରି କରୁଥିବା କାରଖାନାକୁ ବିକ୍ରି କରାଯାଏ।ସେଠି ହାଡକୁ ଖରାରେ ଶୁଖାଯାଏ।ଏବଂ ଯନ୍ତ୍ରପାତିର ସାହାର୍ଯ୍ୟରେ ଏହାକୁ ଗୁଣ୍ଡ କରିଦିଅନ୍ତି।ପରେ ସେଥିରେ ହିଁ ଦନ୍ତମଞ୍ଜନ ତିଆରି ହୁଏ।ଏବଂ ଆମେ ଏହାକୁ ହିଁ ନିଜ ଦାନ୍ତ ସଫା କରିବାପାଇଁ ସବୁବେଳେ ସକାଳୁ ବ୍ୟବହାର କରିଥାଉ।ଏବଂ ଯେବେ ଭଗବାନଙ୍କ ପାଇଁ ଉପବାସ ରଖିଥାଉ ତେବେ ମଧ୍ୟ ସକାଳୁ ସକାଳୁ ଆମେ ପଶୁମାନଙ୍କର ହାଡର ଗୁଣ୍ଡକୁ ଆମେ ମୁହଁରେ ଲଗାଇଥାଉ।ଏବେ ହିଁ ଏହି ଦନ୍ତମଞ୍ଜନକାରୀର ବ୍ୟବହାର କରିବା ବନ୍ଦ କରିଦିଅନ୍ତୁ।ଏହା ଆଦୌ ଭଲ ନୁହେଁ।

ଏହାଦ୍ଵାରା ଆପଣଙ୍କର ଓ ଏହାସହିତ ଆମ ଦେଶର ବହୁତ ଧନସମ୍ପତ୍ତି ବଞ୍ଚିବ।ଯେଉଁ ପଇସାରେ ଆମେ ବ୍ରସ୍ ଓ ଦନ୍ତମଞ୍ଜନକାରୀ କିଣୁଛୁ ଯଦି ସେହି ଅର୍ଥରେ ଆମେ ଦାନ୍ତକାଠି କିଣିବା ଯାହାର ମୂଲ୍ୟ କେବଳ ୫୦ଟଙ୍କା ଅଟେ ଓ ଏହା ୧ମାସର ଖର୍ଚ୍ଚ ଅଟେ।ତେବେ ଏହାଦ୍ଵାରା ୩୦ଲକ୍ଷ ଲୋକଙ୍କୁ ଦାନ୍ତକାଠି ବିକ୍ରି କରିବାର ରୋଜଗାର ମିଳିବ ଆମ ଦେଶର ଲୋକଙ୍କୁ।ଏବଂ ନିଜ ପରିବେଶରେ ପ୍ରତିବର୍ଷରେ ଅତିକମରେ ଗୋଟିଏ ଲେଖାଏଁ ନିମ୍ବ ଓ ଆମ୍ବ ଗଛ ଲଗାନ୍ତୁ।ତେବେହିଁ ଆପଣଙ୍କୁ ଦାନ୍ତକାଠି ମିଳିବ।ଆଶାକରୁଛୁ ଆପଣ ଉପରୋକ୍ତ ବିଷୟରୁ ଜାଣିପାରିଥିବେକି କେଉଁଭଳି ପ୍ରକାରର ଦନ୍ତମଞ୍ଜନକାରୀ ବ୍ୟବହାର କରିବେ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *