December 22, 2024

Odia Express

Leading Odia News Portal of Odisha

ମାତ୍ର ୨ ଥର ପ୍ରୟୋଗ କରନ୍ତୁ, ହାତ ଏବଂ ପାଦ, ପିଠି ଯନ୍ତ୍ରଣା, ଆଣ୍ଠୁ ଯନ୍ତ୍ରଣା, ଗଣ୍ଠି ଯନ୍ତ୍ରଣା, ୯୦ ବର୍ଷରୁ ଅଧିକ ବୟସ୍କ ଚାଲିବା ଆରମ୍ଭ କରିବେ..

ଆମେ ଧ୍ୟାନ କେନ୍ଦ୍ରୀଭୂତ କରୁଥିବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଗୁଡିକ ମଧ୍ୟରେ ଆମ ଶରୀରର ସଠିକ ଯତ୍ନ ନେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ।କାରଣ ବାସ୍ତବରେ କୁହାଯାଇଛିକି ସ୍ୱାସ୍ଥ୍ୟ ହିଁ ସମ୍ପଦ।ତେଣୁ ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ନିରୋଗ ତଥା ସୁସ୍ଥ ରହିବାକୁ ଚାହାନ୍ତି।ସୁସ୍ଥ ରହିବା ଦ୍ୱାରା ମାନସିକତା ଉତ୍ତମ ରହିବା ସହିତ ବିଭିନ୍ନ କାର୍ଯ୍ୟରେ ଉତ୍କଣ୍ଠା ଓ ଆଗ୍ରହ ବୃଦ୍ଧି ପାଇଥାଏ।ଶରୀରରେ ଅସୁସ୍ଥତା ଓ ସମସ୍ୟା ବହୁତ ଯନ୍ତ୍ରଣା ଦାୟକ ହୋଇଥାଏ।ବିଶେଷ କରି ଗୋଡ, ହାତ, ପାଦ, ଅଂଟା ଆଦିର ଦରଜ ଓ ଯନ୍ତ୍ରଣା ବହୁତ କଷ୍ଟ ଦାୟକ ହୋଇଥାଏ।ଓ ପ୍ରତ୍ୟେକ ବ୍ୟକ୍ତି ଏଥିରୁ ଉପଶମ ପାଇବାକୁ ଚାହାନ୍ତି।ନିମ୍ନରେ ଏହାର ଘରୋଇ ଉପଚାର ସମ୍ପର୍କରେ ବର୍ଣ୍ଣନା କରାଯାଇଛି।ଏହା ଆପଣଙ୍କ ପାଇଁ ଉପକାରୀ ହେବ।

ଏଥିପାଇଁ ପ୍ରଥମେ ଏକ ଅଦାର ଛୋଟ ଖଣ୍ଡ ନେବା।ତାପରେ ୫ କି ୬ ଟି ଲବଙ୍ଗ।ଏକ ଚାମଚ ମେଥି ଦାନା, କିଛି ମଧୁରୀ, ଏକ ରସୁଣ ଓ ଏକ ଡାଲଚିନି ଖଣ୍ଡ।ଏସବୁ ଉପାଦାନ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ।ଓ ଯନ୍ତ୍ରଣାର ଉପଶମ ନିମନ୍ତେ ବିଶେଷ ସହାୟକ ହୋଇଥାଏ।ପ୍ରଥମେ ଏକ କଡେଇରେ ସୋରିଷ ତେଲ ନେବା ଏଥିରେ ରସୁଣ, ମେଥି, ମଧୁରୀ, ଡାଲଚିନି ପକାଇ ଫୁଟେଇବା।ଏହା ଭଲ ଭାବରେ ଫୁଟିବା ପରେ ବା ଟିକେ ଗାଢ଼ ରଙ୍ଗର ହେଇଗଲେ ଏଥିରେ ଲବଙ୍ଗ ଗୁଣ୍ଡ କରି ପକାଇବା।ଏହାକୁ ରାତିରେ କରିବା ଦ୍ୱାରା ଏହା ବେଶି ଫଳପ୍ରଦ ହୋଇଥାଏ।କାରଣ ରାତିରେ କରି ଏହାକୁ ରାତିସାରା ରଖିଦେବ।ଯାହା ଫଳରେ ଏଥିରେ ଥିବା ସମସ୍ତ ଜିନିଷ ତାର ବାସ୍ନା ଓ ଗୁଣକୁ ତେଲ ମଧ୍ୟରେ ଛାଡ଼ିଦେବ।ଯାହାକି ଶରୀରର ସମସ୍ତ ଦରଜ ଓ ଯନ୍ତ୍ରଣାରୁ ଉପଶମ ଦେଇଥାଏ।

ତାପରେ ଏହାକୁ ଛାଣିକି ଏକ ପାତ୍ରରେ ରଖିଦେବ ଓ ଯୋଉଠି ଦରଜ ଲଗୁଥିବ ସେଠି ଭଲ ଭାବରେ ମାଲିସ କରିବ।ଓ ଏହା ଖୁବ ଶୀଘ୍ର ଯନ୍ତ୍ରଣାରୁ ଉପଶମ ଦେବ।ଏଥିସହିତ ଆଉ ଏକ ଆୟୁର୍ବେଦିକ ବଟିକା ମଧ୍ୟ ବ୍ୟବହାର କରିପାରିବେ।ତାହାର ନାମ ହେଉଛି Joint support।ଏହା ମଧ୍ୟ ବହୁତ ହିତକାରୀ ହୋଇଥାଏ।ଏଥିରେ ପ୍ରଚୁର କ୍ୟାଲସିୟମ ଥାଏ।ଯାହାକି ହାଡକୁ ଶକ୍ତ ଓ ମଝବୁତ କରିଥାଏ।

ତେଣୁ ଆମେ ଏହି ଯନ୍ତ୍ରଣାରୁ ଉପଶମ ପାଇବା ପାଇଁ ଅତ୍ୟାଧୁନିକ ଔଷଧର ବ୍ୟବହାର କରିବା ଅପେକ୍ଷା ଏହି ଘରୋଇ ଉପଚାର ବେଶି ଫଳପ୍ରଦ ଅଟେ।ଏହାର ଶରୀର ଉପରେ କୌଣସି ଖରାପ ପ୍ରଭାବ ନଥାଏ।ଏହା ଶରୀରକୁ କିଛି ଅଧିକା ଶକ୍ତି ପ୍ରଦାନ କରିଥାଏ।ଓ ଶରୀରର ହାଡକୁ ଲୁହା ଭଳି ଶକ୍ତ କରିଥାଏ।ଏହି ଘରୋଇ ପ୍ରଣାଳୀରେ ପ୍ରସ୍ତୁତ ତୈଳ ନିୟମିତ ମାଲିସ କରିବା ଦ୍ୱାରା ଦରଜରୁ ଉପଶମ ମିଳିଥାଏ।ଆଶା କରୁଛି ଏହା ଆପଣଙ୍କୁ ସଠିକ ଫଳ ଦେବା ସହିତ ଆପଣଙ୍କ ଶରୀରକୁ କରିବ ସୁସ୍ଥ ,ସବଳ ଓ ମଝବୁତ।

Leave a Reply

Your email address will not be published. Required fields are marked *