December 22, 2024

Odia Express

Leading Odia News Portal of Odisha

ପାଦ ଦରଜର ଉପଚାର, ନିଶ୍ଚିତ ଜାଣନ୍ତୁ – କେଉଁ ଉପାୟ କଲେ ଆପଣ ଜୀବନରେ ଆଉ କେବେ ପାଦ ଦରଜ ଦେଖା ଯିବ ନାହିଁ..

ଇଂରାଜୀରେ କୁହାଯାଇଛିକି “ସ୍ୱାସ୍ଥ୍ୟ ହିଁ ସମ୍ପଦ”।ଏକ ସୁସ୍ଥ ସ୍ୱାସ୍ଥ୍ୟ ବଞ୍ଚିବାର ଏକ ଅନନ୍ୟ ଆଶ୍ରା ଅଟେ।ଏହା ମନୁଷ୍ୟର ପ୍ରତିଯୋଗୀତତ୍ମକ ଭାବନାକୁ ଦ୍ବିଗୁଣିତ କରିବା ସହିତ ମନୁଷ୍ୟକୁ ଆନନ୍ଦରେ ରଖିଥାଏ।ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଜୀବନ ଅତିବାହିତ କରୁଥିବା ବ୍ୟକ୍ତି ଶାରୀରିକ ଓ ମାନସିକ ସ୍ତରରେ ଆତ୍ମସନ୍ତୋଷ ଲାଭ କରିଥାନ୍ତି।ଏକ ସୁସ୍ଥ ସ୍ୱାସ୍ଥ୍ୟ ସମସ୍ତଙ୍କ ପ୍ରୟୋଜନୀୟତାର କେନ୍ଦ୍ରସ୍ଥଳ ଅଟେ। ସମାଜରେ ଯେକୌଣସି ସ୍ତରର ବ୍ୟକ୍ତି ହୁଅନ୍ତୁ ନା କାହିଁକି ସମସ୍ତେ ସବୁବେଳେ ସୁସ୍ଥ ରହିବାକୁ ଚାହାନ୍ତି ଓ ସୁସ୍ଥ ଖାଦ୍ୟର ଆବଶ୍ୟକ ମଧ୍ୟ କରନ୍ତି।ତେଣୁ ଏକ ସୁସ୍ଥ ସମାଜ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ୱାସ୍ଥ୍ୟର ଉଚିତ ଯତ୍ନ ନେବା ନିହାତି ଆବଶ୍ୟକ।ବର୍ତ୍ତମାନ ସମାଜ ଉନ୍ନତିର ଚରମ ସୀମାରେ ଉପନୀତ।ତେଣୁ ପ୍ରତ୍ୟେକ ଲୋକଙ୍କ ଜୀବନ ହୋଇଛି ବିଳାସ ତଥା ଅଳସ୍ୟତା ପୂର୍ଣ୍ଣ।ଅଳସ୍ୟତା ପୂର୍ଣ୍ଣ ଜୀବନ, ଆଧୁନିକ ଖାଦ୍ୟ ଓ ଅତ୍ୟାଧୁନିକ ଔଷଧ ଆଦିର ପ୍ରଭାବରେ ମନୁଷ୍ୟର ସୁସ୍ଥ ସ୍ୱାସ୍ଥ୍ୟ ହୋଇଛି ଅସନ୍ତୁଳିତ ଓ ବିଭିନ୍ନ ରୋଗର ବଶୀଭୂତ।

ଅନେକ ସମୟରେ ପାଦ, ଗୋଡ ଆଦିର ଦରଜ ମନୁଷ୍ୟ ଶରୀରକୁ କରିଦିଏ ବ୍ୟସ୍ତ ଓ ବିବ୍ରତ।ଅଧିକ ସମୟ ଚାଲିବା ଦ୍ୱାରା କିମ୍ବା ଅଧିକ ସମୟ ଠିଆ ହେବା ଦ୍ୱାରା ପାଦ ଓ ଗୋଡ ଆଦି ବହୁତ ଦରଜ ହୋଇଥାଏ।ଓ ବହୁତ ଯନ୍ତ୍ରଣା ଦାୟକ ମଧ୍ୟ ହୋଇଥାଏ।ଏହା ସାଧାରଣତଃ ମହିଳା ମାନଙ୍କ କ୍ଷେତ୍ରରେ ବହୁତ ହୋଇଥାଏ।ତେଣୁ ଏହାର ଏକ ସରଳ ଉପଚାର ନିମ୍ନରେ ଦିଆଯାଇଛି।ଆଶା କରୁଛି ଏହା ଆପଣଙ୍କ ପାଇଁ ବହୁତ ଉପକାରୀ ହେବ।

ଏଥିପାଇଁ ଆଜିକାଲି ବହୁତ ଅତ୍ୟାଧୁନିକ ଔଷଧ ଉପଲବ୍ଧ ଅଛି।ଏହା ଫଳପ୍ରଦ ହେଲେ ମଧ୍ୟ ଏହାର ଶରୀର ପ୍ରତି ଖରାପ ପ୍ରଭାବ ରହିଛି।ତେଣୁ ଏହି ଭିଡ଼ିଓରେ ଆପଣଙ୍କୁ କିଛି ଖାଇବାକୁ କୁହାଯାଇନି।ଯାହାକୁ ମାଲିସ କରିବା ଦ୍ୱାରା ଦରଜ ଓ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

ଏଥିପାଇଁ ପ୍ରଥମେ ବାଦାମ ତେଲ ନେବା।ଯାହାକି କେଶରେ ଲଗାଉଥିବା ନୁହେଁ।ଯାହାକୁ ଖାଇବାରେ ବ୍ୟବହାର କରନ୍ତି।ଏହା ସହିତ ନେବା ନଡିଆ ତେଲ ଓ ସୋରିଷ ତେଲ।ଏହି ତିନୋଟିକୁ ସଠିକ ଭାବେ ମିଶ୍ରଣ କରିବା।ପ୍ରତ୍ୟେକକୁ ସମାନ ପରିମାଣର ମିଶେଇ ଏକ ପାତ୍ରରେ ରଖିବା ଓ ରାତିରେ ଶୋଇବା ପୂର୍ବରୁ ନିଜ ପାଦରେ ଓ ଗୋଡ଼ରେ ଭଲଭାବରେ ମାଲିସ କରିବା।ବିଶେଷ କରି ପାଦର ଆଙ୍ଗୁଠିରେ ଭଲ ଭାବେ ମାଲିସ କରିବା।ଓ ଏହା ଖୁବ କମ ସମୟ ମଧ୍ୟରେ ଯନ୍ତ୍ରଣା ଲାଘବ କରିଥାଏ।

ଏହି ଘରୋଇ ଉପଚାରକୁ ନିୟମିତ ଭାବେ କରିବା ଦ୍ୱାରା ଆମ ଗୋଡ ଓ ପାଦ ମାଂସପେଶୀ ଶକ୍ତ ହୋଇଥାଏ।ଆଉ ଦରଜ କିମ୍ବା ଯନ୍ତ୍ରଣା ହୁଏନାହିଁ।ଚାଲିବା ବେଳେ କିମ୍ବା ବହୁତ ସମୟ ଠିଆ ହେଲେ ଆଉ କଷ୍ଟ ଅନୁଭବ ହୁଏନାହିଁ।ଏହି ତିନୋଟି ଉପାଦାନ ବଜାରରେ ଅତି ସହଜରେ ଉପଲବ୍ଧ ହୋଇପାରିବ।ଓ ଆମେ ମଧ୍ୟ ଏହାକୁ ସଠିକ ଭାବେ ମାଲିସ କଲେ ଦରଜରୁ ଉପଶମ ମିଳିବ।ଓ ଆମ ଗୋଡ଼ ମାଂସପେଶୀ ଶକ୍ତ ହୋଇ ଉଠିବ ଓ ବିଭିନ୍ନ କାର୍ଯ୍ୟରେ ଫୁର୍ତ୍ତି ଲାଗିବ।

ତେଣୁ ଆଶା କରୁଛି ଆପଣମାନେ ମଧ୍ୟ ଏହାର ସଦୁପଯୋଗ କଲେ ଯନ୍ତ୍ରଣାରୁ ଉପଶମ ପାଇବେ ଓ ଏହା ଅତ୍ୟନ୍ତ ଫଳପ୍ରଦ ହେବ।ଅତ୍ୟାଧୁନିକ ଔଷଧ ଠାରୁ ଘରୋଇ ଉପଚାର ବହୁତ ଉପକାରୀ ଅଟେ।ଏହାର ଶରୀର ପ୍ରତି କୌଣସି କୁପ୍ରଭାଵ ନଥାଏ।ଓ ଏହା ଶରୀରର କିଛି ଭଲ ଗୁଣକୁ ବିକଶିତ କରିଥାଏ।ଓ ସୁସ୍ଥ ରଖିଥାଏ।ଓ ଏଥିରେ କିଛି ବିଷାକ୍ତ ଜିନିଷ ମଧ୍ୟ ନଥାଏ।ତେଣୁ ଏହାକୁ ଉପଯୋଗ କରିବା ଦ୍ୱାରା ତାହା ଆଶା ଠାରୁ ଅଧିକ ଲାଭ ଦାୟକ ହୋଇଥାଏ।ଓ ଏହା ନିଶ୍ଚିତ ଆପଣଙ୍କ ଉପକାରରେ ଆସିବ ଓ ଏକ ସୁସ୍ଥ ସ୍ୱାସ୍ଥ୍ୟ ଗଠନ ଦିଗରେ ଯଥେଷ୍ଟ ସହାୟକ ହେବ।

Leave a Reply

Your email address will not be published. Required fields are marked *