December 22, 2024

Odia Express

Leading Odia News Portal of Odisha

ଆଜିର ମଜାଦାର ପ୍ରଶ୍ନ ଉତ୍ତର – ଏପରି କେଉଁ ଜିନିଷ ଅଛି ଯାହା ପାଖରେ ଡେଣା ନାହିଁ, ତଥାପି ଉଡୁଥାଏ – ହାତ ନାହିଁ ତଥାପି ସେ ଲଢ଼ିଥାଏ – କୁହ ତା’ର ନାମ କଣ ଅଟେ? ବୁଦ୍ଧି ଖଟେଇ ଉତ୍ତର ଦିୟନ୍ତୁ..

ନମସ୍କାର ବନ୍ଧୁଗଣ, ଆଜି ଆପଣମାନେ ଜାଣିବେ ୭ଟି ଏପରି ମଜାଦାର ପ୍ରହେଳିକା ଯାହା ଦ୍ଵାରା ଆପଣଙ୍କର ମସ୍ତିଷ୍କର ବ୍ୟାୟାମ ହୋଇଯିବ।ଆଶା କରୁଛୁ ଉପରୋକ୍ତ ପ୍ରଶ୍ନ ଓ ଏହାର ଉତ୍ତର ଆପଣଙ୍କୁ ଭଲ ଲାଗିଥିବ।ଏହା ମାଧ୍ୟମରେ ଆପଣଙ୍କର ଜ୍ଞାନ ର ପରିସୀମା କିଛି ମାତ୍ରାରେ ବୃଦ୍ଧି ହୋଇଥିବ।ଏହି ପ୍ରଶ୍ନ ଏବଂ ଉତ୍ତର ଆପଣଙ୍କୁ ଆଗାମୀ ଭବିଷ୍ୟତ ରେ ନିଶ୍ଚିତ ରୂପରେ ସାହାଯ୍ୟ କରିବ ଏବଂ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ଆପଣଙ୍କ ପାଇଁ ଲାଭଦାୟକ ମଧ୍ୟ ହେବ।

ତେବେ ଆସନ୍ତୁ ଜାଣିବା ଆଜିର ପ୍ରଥମ ପ୍ରହେଳିକା। ପ୍ରଶ୍ନ: ତାହା କଣ ଅଟେ ଯାହାକୁ କେହି ଯେତେବି ଖାଇଲେ ତାର ପେଟ ଭରେ ନାହିଁ?

ଏହାର ଉତ୍ତର ହେଉଛି: ରାଣ , ଆପଣମାନେ ଦେଖିଥିବେ ପ୍ରାୟ ଲୋକ ରାଣ ଖାଇଥାନ୍ତି, ହେଲେ ଏହାକୁ ଯେତେ ଖାଇଲେ ମଧ୍ୟ ପେଟ ଭରି ନଥାଏ।

ଆସନ୍ତୁ ଜାଣିବା ପରବର୍ତ୍ତୀ ପ୍ରହେଳିକା କଣ ଅଛି। ପ୍ରଶ୍ନ:ଏମିତି କେଉଁ ଜିନିଷ ଯାହା ପାଣି ପିଇବା ଦ୍ଵାରା ହିଁ ମରି ଯାଇଥାଏ?କୁହ ସେହି ଜିନିଷ ଟି କଣ?

ଏହାର ଉତ୍ତର ହେଉଛି:ଶୋଷ,ଆମକୁ ଶୋଷ ହେଲେ ଆମେ ପାଣି ପିଉ ଏବଂ ପାଣି ପିଇବା ଦ୍ଵାରା ଆମର ଶୋଷ ମରିଯାଏ।

ପରବର୍ତ୍ତୀ ପ୍ରହେଳିକା ପ୍ରଶ୍ନ:ତାହା କେଉଁ ଜିନିଷ ଅଟେ ଯିଏକି ଫାଟେ, କିନ୍ତୁ ତାହା ଠାରୁ ଶବ୍ଦ ବାହାରେ ନାହିଁ?ତେବେ କୁହ କଣ ସେହି ଜିନିଷ?

ଏହାର ଉତ୍ତର ହେଉଛି:କ୍ଷୀର

ଆପଣମାନେ ଜାଣିଥିବେ କ୍ଷୀରକୁ ବାହାରେ ରଖିଲେ କିମ୍ବା ସେଥିରେ ଅନ୍ୟ କିଛି ଜିନିଷ ମିଶାଇଲେ ତାହା ଫାଟିଯାଏ ହେଲେ ଏହାର କୌଣସି ଶବ୍ଦ ନଥାଏ।

ପରବର୍ତ୍ତୀ ପ୍ରହେଳିକା ପ୍ରଶ୍ନ:ତିନୋଟି ହାତ ଏବଂ ପେଟ ଅଟେ ଗୋଲ, ସର-ସର କରେ ମୋର ଚୁଟି ଗରମ ଦିନରେ ମୁଁ କାମରେ ଆସେ ମୋ ବିନା ଆରାମ ମିଳେ ନାହିଁ?ତେବେ କୁହ ମୋର ନାମ?

ଏହାର ଉତ୍ତର ହେଉଛି: ପଙ୍ଖା

ଆପଣମାନେ ଦେଖିଥିବେ ପଙ୍ଖା ର ୩ଟି ପଙ୍ଖ ଥାଏ ଓ ଏହାର ମଝି ଭାଗ ଗୋଲ ରହି ଥାଏ। ଆମେ ଯେ କୌଣସି ସମୟରେ ବାହାରୁ ଆସିଲେ କିମ୍ବା ଗରମ ଦିନରେ ପଙ୍ଖା ତଳେ ବସି ପଡିଲେ ଆମର କ୍ଲାନ୍ତପଣ ଦୂର ହୋଇଯାଏ ଏବଂ ଏହାର ପବନ ଦ୍ଵାରା ଆମକୁ ବହୁତ ଆରାମ ମିଳିଥାଏ।

ପରବର୍ତ୍ତୀ ପ୍ରହେଳିକାପ୍ରଶ୍ନ:ଦୂରରୁ ଦୂର ପର୍ଯ୍ୟନ୍ତ ନେଇଚାଲେ ସବାରୀ ଏବଂ କେଉଁଠି ଅଢେଇ ମାଇଲ ମାଲ।ଏକ ମା ପଛରେ ଗାଡି, ଦେଖ ମିଶାଇ ପକାଉଛନ୍ତି ପାଦ?

ଏହାର ଉତ୍ତର ହେଉଛି: ରେଳଗାଡି

ରେଳ ରେ ବହୁତ ସାରା ବଗି ଥାଏ ଏବଂ ତାହା ବହୁତ ବାଟ ଅତିକ୍ରମ କରିଥାଏ ତାହାର ବଗି ସହ।ସେଥିପାଇଁ ଏହାର ଉତ୍ତର ରେଲଗାଡି।

ପରବର୍ତ୍ତୀ ପ୍ରହେଳିକା ପ୍ରଶ୍ନ: ମୋ ଭାଇ ବଡ ଦୁଷ୍ଟ, ନାକ ଉପରେ ବସି କାନକୁ ଧରି ଥାଏ।କୁହ କଣ ଅଟେ ତା’ର ନାମ?

ଏହାର ଉତ୍ତର ହେଉଛି: ଚଷମା

ଆସନ୍ତୁ ଜାଣିବା ଶେଷ ପ୍ରହେଳିକା। ପ୍ରଶ୍ନ:ଏପରି କେଉଁ ଜିନିଷ ଅଛି ? ଯାହା ପାଖରେ ଡେଣା ନାହିଁ, ତଥାପି ଉଡୁଥାଏ ।ହାତ ନାହିଁ ତଥାପି ସେ ଉଡୁଥାଏ। କୁହ ତା’ର ନାମ କଣ ଅଟେ?

ଏହାର ଉତ୍ତର ହେଉଛି:ଗୁଡି | ଆପଣମାନେ ଦେଖିଥିବେ ଗୁଡିର ଡେଣା, ହାତ ନଥାଇ କି ବି କିପରି ସେ ଖୋଲା ଆକାଶରେ ଉଡୁଥାଏ।ତେଣୁ ଏହାର ଉତ୍ତର ଗୁଡି।

Leave a Reply

Your email address will not be published. Required fields are marked *