October 18, 2024

Odia Express

Leading Odia News Portal of Odisha

ତୁଳା ରାଶି ଓ କନ୍ୟା ରାଶି ଲୋକଙ୍କ ସ୍ୱଭାବ ଓ ଶକ୍ତି ବିଷୟରେ ଜାଣିରଖନ୍ତୁ – କିଏ କାହାଠୁ ଅଧିକ ଶକ୍ତିଶାଳୀ ଏବେ ଜାଣିରଖନ୍ତୁ..

ବନ୍ଧୁଗଣ ଆମକୁ ବାରମ୍ବାର ଅନ୍ୟଙ୍କ ବିଷୟରେ ଓ ନିଜ ବିଷୟରେ ଜାଣିବାର ବହୁତ ଉଛୁକତା ହୋଇଥାଏ।ତ ଆପଣଙ୍କ ପାଖରେ ତୁଳାରାଶି ଥିବା ଲୋକ ଅଛନ୍ତି ନହେଲେ ଯଦି ଆପଣ ତୁଳାରାଶିର ଲୋକ ଅଟନ୍ତି ତ ମୁଁ ଆଜି ଆପଣଙ୍କୁ ତୁଳାରାଶିର ବ୍ୟକ୍ତିଙ୍କ ବିଷୟରେ ଜଣାଇବି।ତୁଳାରାଶିର ଜାତକ ଥିବା ଲୋକ ଏକ ଦର୍ଶନୀୟ ବ୍ୟକ୍ତିତ୍ୱର ଅଟନ୍ତି।ତାଙ୍କର ରାଶିଚିହ୍ନ ତୁଳା ହୋଇଥାଏ ଯାହାକି ତାଙ୍କର ସ୍ବଭାବ ସନ୍ତୁଳିତ ହୋଇଥିବାର ଚିହ୍ନଟ କରିଥାଏ।ଏହି ରାଶିରେ ଜାତକମାନଙ୍କରେ ବହୁତ ଗଜବ ସଂଯମ ଥାଏ।ଖରାପ ରୁ ଖରାପ ପରିସ୍ଥିତିରେ ମଧ୍ୟ ନିଜ ରାଗ ଉପରେ ନିୟନ୍ତ୍ରଣ ରଖିବାର ଅଦ୍ଭୁତ ଶକ୍ତି ଏମାନଙ୍କର ଥାଏ।ଏମାନଙ୍କର ରାଶିଚିହ୍ନ ଏମାନଙ୍କର ନ୍ୟାୟପ୍ରିୟ ହୋଇଥିବାର ସଙ୍କେତ ଦେଇଥାଏ।

ଏମାନେ ବହୁତ ମିଷ୍ଟଭାଷୀ ହୋଇଥାନ୍ତି।ଝଗଡାରୁ ସବୁବେଳେ ଦୂରରେ ରୁହନ୍ତି।ସବୁ ବିବାଦକୁ କଥାବାର୍ତ୍ତା ହୋଇ ସମାଧାନ କରିବାର ଦକ୍ଷତା ଏମାନଙ୍କର ସ୍ୱଭାବିକ୍ ରୂପେ ଥାଏ।ଏମାନେ ବହଜେଟ ସାମାଜିକ ବ୍ୟକ୍ତି ହୋଇଥାନ୍ତି।ଏକୁଟିଆରେ ଏମାନଙ୍କୁ ବହୁତ ଅଜବ ଲାଗିଥାଏ କିନ୍ତୁ ଯେମିତି ଏମାନେ କାହା ସହ ମିଶି କାମ କରନ୍ତି ତେବେ ଏମାନଙ୍କର ପ୍ରଦର୍ଶନ ଆଶ୍ଚର୍ଯ୍ୟଜନକ ରୂପରେ ଭଲ ହୋଇଥାଏ।ଏମାନଙ୍କର ରଣନୀତି ବହୁତ କୁଶଳ ହୋଇଥାଏ। କୂଟନୀତି ମଧ୍ୟ ଏମାନଙ୍କ ମଧ୍ୟରେ ଭରପୁର ହୋଇଥାଏ।

ଏମାନଙ୍କର କୌଣସି ସିଦ୍ଧାନ୍ତ ନିଶ୍ଚିତ ହୋଇନଥାଏ ମଉକା ଦେଖିକରି ଏମାନେ ବୁଝାମଣା ମଧ୍ୟ କରନ୍ତି।ଏମାନେ ଜଲ୍ଦିରେ କୌଣସି ନିର୍ଣ୍ଣୟ ନେବାକୁ ଚାହାନ୍ତିନାହିଁ ଏହି ଦୁର୍ଗୁଣ କାରଣ ପାଇଁ କେତେଥର ଏମାନଙ୍କର କାମ ମଧ୍ୟ ଅଟକିଥାଏ ଯାହାପାଇଁ ଏମାନଙ୍କ ଉପରେ ଅଳସୁଆ ହେବାର ଦୋଷ ମଧ୍ୟ ଲଗାନ୍ତି।ପ୍ରେମଜୀବନରେ ଏମାନେ ନିଜ ସାଥୀଙ୍କୁ ବହୁତ ସମ୍ମାନ ଦିଅନ୍ତି ଓ ସମାନତା ବ୍ୟବହାର ଦେଖାନ୍ତି।ଏମାନଙ୍କର ଏକ ଖାସ କଥା ଏହାକି ଯେ ଏମାନେ ନିଜ ସାଥୀଙ୍କୁ ଦୁଃଖୀ ହେବାକୁ ଦିଅନ୍ତି ନାହିଁ।ଏମାନଙ୍କ ଅଲଗା ହେବାର ଅନ୍ଦାଜ ସମସ୍ତଙ୍କଠାରୁ ଅଲଗା ହୋଇଥାଏ ।ଏମାନେ ସବୁ ନିର୍ଣ୍ଣୟ ଭାବିଚିନ୍ତି ନିଅନ୍ତି।

କନ୍ୟାରାଶି ଲୋକଙ୍କ ବ୍ୟକ୍ତିତ୍ୱଙ୍କ ଜାତକ ଅଧ୍ୟୟନଶୀଳ ପ୍ରବୃତ୍ତିର ହୋଇଥାଏ।ବିଦ୍ୱତା ଏମାନଙ୍କର ବ୍ୟକ୍ତିତ୍ୱର ବିଶେଷ ଗୁଣ ଅଟେ।ଏମାନେ ବହୁତ କର୍ମୀ।ଏମାନଙ୍କର ଘିଅରୁ ଖିଅ କାଢ଼ିବାର ମଧ୍ୟ ବିଶେଷ ଗୁଣ ଥାଏ।ଏମାନେ ନିଜ ଜୀବନରେ ବ୍ୟବସ୍ଥିତ ହୋଇରହିବାକୁ ପସନ୍ଦ କରନ୍ତି।ଏମାନେ ବହୁତ କୁଶଳ ଅଟନ୍ତି।ଏମାନେ ନିଷ୍ପକ୍ଷ ନିର୍ଣ୍ଣୟ ନେବାର କ୍ଷମତା ରଖନ୍ତି।ଏମାନେ ସଚ୍ଚୋଟ ହୋଇଥାନ୍ତି।କେତେଥର ଏମାନେ ଠିକ ହୋଇଥାନ୍ତି କିନ୍ତୁ ଲୋକମାନେ ଏମାନଙ୍କ କଥାକୁ ଅଣଦେଖା କରନ୍ତି ଏମିତିରେ ଏମାନେ ଅବସାଦକୁ ଚାଲିଯାନ୍ତି। କନ୍ୟାରାଶିରେ କେତେକଙ୍କୁ ମାନସିକ ରୋଗର ଅସୁବିଧାର ସାମ୍ନା କରିବାକୁ ପଡେ।ଏମାନେ ଜୀବନରେ ବାଲ୍ୟକାଳରେ ବହୁତ ସଂଘର୍ଷର ଶିକାର ହୋଇଥାନ୍ତି।କିନ୍ତୁ ଯଦିଓ ଏମାନଙ୍କ ଜୀବନର ଆରମ୍ଭରୁ ସଂଘର୍ଷ କରନ୍ତି ହେଲେ ପରେ ଜୀବନସ୍ତର ଉପରକୁ ଉଠିବାକୁ ଲାଗେ ଓ ବହୁ ସୁଖ ସୁବିଧାର ଭୋଗ କରିବାରେ ସକ୍ଷମ ହୋଇଥାନ୍ତି।

ଏମାନେ ଅଧ୍ୟୟନଶୀଳ ଓ ସମୀକ୍ଷକ ହୋଇଥାନ୍ତି ଏଥିପାଇଁ ଏମାନଙ୍କର ଏହି ପ୍ରକୃତି କାଯ୍ୟସ୍ଥଳରେ ବହୁତ ସାହାଯ୍ୟ କରେ।ସବୁ ଜିନିଷର ଧ୍ୟାନରେ ଆକଳନ କରିବା ଏମାନଙ୍କୁ କାର୍ଯ୍ୟରେ କୁଶଳ କରିଥାଏ।ଏମାନଙ୍କୁ ଚୌକିରେ ବସି କାର୍ଯ୍ୟ କରିବ ପସନ୍ଦ ହୋଇନଥାଏ।ପ୍ରେମ ଜୀବନରେ ଇଏ ନିଜ ସାଥୀଙ୍କୁ ବହୁତ ପ୍ରେମ କରନ୍ତି।ତାଙ୍କର ଦେଖାଶୁଣା କରନ୍ତି।ଏମାନଙ୍କୁ ବହୁତ ବ୍ୟବସ୍ଥିତ ଓ ସନ୍ତୁଳିତ ଜୀବନ ଜିଉଁଥିବା ସାଥି ପସନ୍ଦ ହୁଏ।ବିନା କାରଣର ଦେଖାଣିରେ ବିଶ୍ୱାସ ନଥାଏ।ଏମାନେ ନିଜ ସାଥିରେ ପୂର୍ଣ୍ଣତା ଖୋଜନ୍ତି ଯେଉଁଥିପାଇଁ ଇଏ ତାଙ୍କର ଅନ୍ୟ ସହ ତୁଳନା କରିବାକୁ ଲାଗିଯାନ୍ତି।ଏହି କାରଣରୁ ତାଙ୍କ ସମ୍ପର୍କରେ ତିକ୍ତତା ମଧ୍ୟ ଜନ୍ମ ହୋଇଥାଏ।ସବୁ ଜିନିଷ ଠିକ ଭାବରେ ହେଉ ବ୍ୟବସ୍ଥିତ ହେଉ ଏଥିପାଇଁ ଏମାନଙ୍କର ଜିଦିକୁ ଦେଖି ଏମାନଙ୍କର ସାଥି ବହୁତଥର ରାଗିଯାଆନ୍ତି ଓ ଏମାନଙ୍କ ସହ ଜୀବନ କାଟିବା ବିଷୟରେ ପୁନବିଚାର କରିପାରନ୍ତି।

Leave a Reply

Your email address will not be published. Required fields are marked *