October 21, 2024

Odia Express

Leading Odia News Portal of Odisha

ମୁହଁ ରେ ହେଉଥିବା ବ୍ରଣ ଏବଂ ଦାଗ ରୁ ପାଆନ୍ତୁ ମୁକ୍ତି – ଥରେ ଲଗେଇଦେଲେ ଆଉ ଜୀବନରେ ମୁହଁ ରେ ବ୍ରଣ ହେବନି..

ଆଜିକାଲି ଦୁନିଆରେ କିଏ ସୁନ୍ଦର ହେବାକୁ ନଚାହୁଁଛନ୍ତି,ଖରାଓ ଖାଦ୍ୟ ଖାଇବା ଦ୍ୱାରା ଅନେକ ପ୍ରକାର ସମସ୍ୟାରେ ପୀଡିତ ହୋଇଛନ୍ତି।ମୁଁହ ରେ ବାରମ୍ବାର ବ୍ରଣ ହେବା, କ୍ଷତ ହେବା, ମୁହଁ ରୁ ତେଲ ବାହାରିବ ପରି ସମସ୍ୟା ରେ ଆପଣ ପୀଡ଼ିତ ଅଛନ୍ତି କି ? ଯଦି ଏହି ସବୁ ସମସ୍ୟା ରେ ଆପଣ ପୀଡ଼ିତ ଅଛନ୍ତି ତେବେ ଆଜି ଆମେ ଜାଣିବା ଏପରି କିଛି ଉପାୟ ବିଷୟରେ ଯାହା କରିବା ଦ୍ୱାରା ଆପଣଙ୍କ ର ଏହି ସବୁ ପ୍ରକାର ର ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯିବ। ମୁହଁରୁ ବ୍ରଣକୁ ସଫା କରିବା ପାଇଁ ଆମେ ଅନେକ ପ୍ରକାର ର ଔଷଧ ଖଇଥାଉ, ଅନେକ ପ୍ରକାର ର ଔଷଧ ନିଜେ ପ୍ରସ୍ତୁତ କରିଥାଉ କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବରେ ଠିକ୍ ହୁଏ ନାହିଁ, ଏହା ଗୋଟିଏ ସ୍ଥାନରେ ଭଲ ହୋଇ ପୁଣି ମୁହଁ ର ଅନ୍ୟ ଏକ ସ୍ଥାନରେ ହୋଇଥାଏ।

ଏହା ଆମ ମାନଙ୍କ ମୁହଁରୁ ବାହାରୁଥିବା ତେଲ ପାଇଁ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ଯାହା ଦ୍ୱାରା ଆପଣଙ୍କର ମୁହଁରୁ ତେଲ ବାହାରିବ ବନ୍ଦ ହେବା ସହ ମୁହଁରୁ ବ୍ରଣ ମଧ୍ୟ କମିଯାଏ। ପ୍ରଥମେ ଏକ ଏଲୋଵେରା ନିଅନ୍ତୁ ଏବଂ ଏଥିରୁ ଜୁସ୍ ପ୍ରସ୍ତୁତ କରନ୍ତୁ, ଜୁସ ପ୍ରସ୍ତୁତ କରିବା ପରେ ଏକ ପାତ୍ର ରେ ରଖିଦିଅନ୍ତୁ। ବର୍ତ୍ତମାନ କିଛି ଲିମ୍ବ ର ପତ୍ର ନିଅନ୍ତୁ ଓ ଏହାକୁ ଭଲ ଭାବରେ ଧୋଇଦେଇ ତାକୁ ବାଟି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହା ପରେ ପାତ୍ର ରେ ରଖିଥିବା ଏଲୋଵେରା ଜୁଶ ରେ ଲିମ୍ବ ପତ୍ରର ବଟାକୁ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।

ବର୍ତ୍ତମାନ କିଛି ବେସନ ନିଅନ୍ତୁ, ବେସନ ଏକ ଏପରି ଜିନିଷ ଯାହା ମୁହଁରୁ ବାହାରୁଥିବା ତେଲ କୁ ରୋକିବାରେ ସାହାଯ୍ୟ କରିଥାଏ ଏବଂ ମୁହଁରୁ କୌଣସି ପ୍ରକାରର ଦାଗକୁ କମ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏବେ ଏଲୋବେରା ଜୁଷ୍, ଲିମ୍ବ ପତ୍ର ର ବଟା ଏବଂ ଏକ ଚାମଚ୍ ବେସନ ମିଶାଇ ଗୋଳାଇ ଦିଅନ୍ତୁ, ଗୋଳାଇ ସାରିବା ପରେ ଦେଖିବେ ତାହା ବହୁତ ମୋଟା ହୋଇଯାଇଛି, ସେଥିପାଇଁ ସେଥିରେ ଆମେ ଦୁଇ ଚାମଚ୍ ଗୋଲାପ ଜଳର ପ୍ରୟୋଗ କରିବା।

ଧ୍ୟାନ ରଖିବେ ଯଦି ଆପଣଙ୍କ ମୁହଁରେ ବାରମ୍ବାର ବ୍ରଣ ହଉଛି ଥରେ କମିଗଲା ପରେ ପୁଣି ଥରେ ହଉଛି ତେବେ ଆପଣ କଲରା ର ଯୁସ ପ୍ରସ୍ତୁତ କରି ପିଅନ୍ତୁ, ଯଦି କଲରା ପସନ୍ଦ ନୁହେଁ ତେବେ ଲିମ୍ବ ପତ୍ର ମଧ୍ୟ ବାଟି ପିଇ ପାରିବେ, ଏହା ପିଇବା ଦ୍ବାରା ଏହା ଆପଣଙ୍କ ର ରକ୍ତ କୁ ପରିଷ୍କାର କରିଥାଏ, ଯାହା ଫଳରେ ଆପଣଙ୍କ ମୁହଁ ରେ ବ୍ରଣ ହେବା କମ୍ ହୋଇଥାଏ। ବର୍ତ୍ତମାନ ଏକ ତୁଳା ସାହାଯ୍ୟ ରେ ପ୍ରସ୍ତୁତ କରିଥିବା ସେହି ଜିନିଷ କୁ ମୁହଁ ରେ ଭଲ ଭାବରେ ଲଗାଇ ଦିଅନ୍ତୁ ଏଵଂ ଅଧ ଘଣ୍ଟା ପର୍ଯ୍ୟନ୍ତ ତାକୁ ସେମିତି ଛାଡ଼ି ଦିଅନ୍ତୁ। ଏହା ପରେ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ, ଦେଖିବେ ଏପରି ନିୟମିତ କରିବା ଦ୍ୱାରା ଆପଣଙ୍କ ର ମୁହଁ ରେ ବ୍ରଣ ହେବା ବନ୍ଦ ହେବା ସହ ମୁହଁରୁ ତେଲ ମଧ୍ୟ ବାହାରିବା ବନ୍ଦ ହୋଇଯାଏ

Leave a Reply

Your email address will not be published. Required fields are marked *