October 22, 2024

Odia Express

Leading Odia News Portal of Odisha

ହଳଦୀ କ୍ଷୀର ପିଉଥିଲେ ଜଲଦି ଦେଖନ୍ତୁ – ନିଶ୍ଚୟ ଜାଣିରଖନ୍ତୁ ଏହାର ଲାଭ ଓ କ୍ଷତି ବିଷୟରେ – ନିଶ୍ଚୟ ଜାଣିରଖନ୍ତୁ..

ଆଗ କାଳରେ ଲୋକ ମାନେ ରୋଗରେ ପଡିଲେ ଆମ ପରି ଡାକ୍ତର ପାଖକୁ ଯାଇନଥିଲେ କି କେମିକାଲ ଔଷଧ ଖାଉନଥିଲେ । ସେମାନେ କୁହନ୍ତି କି ସେମାନେ ଘରେ ତିଆରି ଆୟୁର୍ବେଦିକ ଔଷଧ ବ୍ୟବହାର କରୁଥିଲେ । ଏବଂ ବହୁତ ବର୍ଷ ବଞ୍ଚୁଥିଲେ । ଏବେ ଆମେ ଔଷଧ ଖାଇ ଖାଇ ଆହୁରି ବେସି ରୋଗରେ ପଡୁଛୁ । ଆଜି ବି ବିଜ୍ଞାନ ଆୟୁର୍ବେଦିକକୁ ମାନୁଛି । ସେତେବେଳେ ଯଦି କାହାର କ୍ଷତ ହୋଇଯାଏ କି ଥଣ୍ଡା କାଶ ହୁଏ ତାହେଲେ ମାଆ ଜେଜ ମାନେ ଆମକୁ ହଳଦୀ କ୍ଷୀର ଦେଇଥାନ୍ତି । କାରଣ ହଳଦୀ ଵାଲା କ୍ଷୀର ଆମ କ୍ଷତକୁ ଜଲଦି ଭଲ କରିଦେଇଥାଏ । କାଶ ଥଣ୍ଡାଙ୍କୁ ମଧ୍ୟ ଠିକ କରିଦେଇଥାଏ । ଆସନ୍ତୁ ଜାଣିବା ହଳଦୀ କ୍ଷୀର ର ଉପକାର ଏବଂ ଏହାକୁ କେମିତି ପିବା ଉଚିତ । ବହୁତ ରୋଗ ଅଛି ଯାହା ହଲଦି କ୍ଷୀର ପିଇଲେ ଭଲ ହେଇଯାଇଥାଏ ।

କ୍ଷୀର ଏବଂ ହଳଦୀ ୨ଟି ଯାକ ଆମ ପାଇଁ ବହୁତ ଲାଭ ଦାୟକ । କ୍ଷୀରରେ କ୍ୟାଲସିଆମ ଥାଏ । ଏହା ଆମ ହାଡକୁ ଶକ୍ତ କରିଥାଏ ।

ହଳଦୀ ଆଣ୍ଟିବ୍ୟାକ୍ଟେରିଆଲ ଯାହା ଆମକୁ ରୋଗରୁ ବଞ୍ଚାଇଥାଏ । ଏହି ୨ଟି ଜିନିଷର ମିଶ୍ରଣ ପିଇଲେ ଏହା ଅମୃତ ହୋଇଯାଏ । ଚମ ସୁନ୍ଦର ହୁଏ ଏବଂ ଗ୍ଲୋ କରେ । କୁଣ୍ଡିଆ , ରୁକ୍ଷ ଚମ ଆଦି ରୋଗରୁ ଆରାମ ମିଳିଥାଏ । ଯାହାକି ରକ୍ତ ପରିଷ୍କାର କରିବାରେ ସାହାଯ୍ୟ କରେ । ଏହା ଆମକୁ ସୁସ୍ଥ ରଖିଥାଏ । ଏବଂ ତ୍ୱଚାକୁ ସିନ୍ଦର କରିଥାଏ । ହଳଦୀ ଦୁଧରେ କ୍ୟାଲସିଆମ ବହୁତ ପରିମାଣରେ ଥାଏ । ହାଡକୁ ସୁସ୍ଥ ଏବଂ ମଜବୁତ ରଖିବାରେ ସାହାଯ୍ୟ କରେ । ଜଫି ଆଣ୍ଠୁ ବିନ୍ଧା ହେଉଥାଏ ତାହେଲେ ହଳଦୀ ଦୁଧ ନୀତି ଦିନ ପିଅନ୍ତୁ । ହାଡକୁ ମଜବୁତ କରିଥାଏ । ବିନ୍ଧା ଦୂର କରିଥାଏ । ଗଣ୍ଠି ବିନ୍ଧା ମଧ୍ୟ ଦୂର କରିଥାଏ । ଏଥିରୁ ଆରାମ ଦେଇଥାଏ । ପ୍ରତିରୋଧକ କ୍ଷମତା ବଢ଼େଇଥାଏ ।ରୋଗ ଏବଂ ସଂକ୍ରମଣର କ୍ଷମତା ବଢେଇବାରେ ସାହାଯ୍ୟ କରିଥାଏ । ରୋଗ ହବାର ବହୁତ କମ ଚାନ୍ସ ରହିଥାଏ ।

ଆଜି କାଲି ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ବାର ବାର ରୋଗରେ ପଡ଼ିଥାନ୍ତି । ସେମାନଙ୍କ ପାଇଁ ହଳଦୀ ଦୁଧ ଅମୃତ ସହ ସମାନ । ସାଧାରଣ ରୋଗ ତଥା ଥଣ୍ଡା , କାଶ ,କୁଣ୍ଡେଇହବା , ଏହିପରି ରୋଗ ମାନଙ୍କରୁ ଏବଂ କିଛି ମାନସିକ ସମସ୍ୟା ଥାଏ ଯାହା ଆପଣଙ୍କୁ ଅସୁବିଧାରେ ପକାଇଥାଏ । ଏହା ବହୁତ ସଂକ୍ରମଣ ରୋଗରେ ବ୍ୟବହାର କରାଯାଏ ।ଯଦି ଆପଣ ବାର ବାର ରୋଗରେ ପଡୁଛନ୍ତି ଏବଂ ଯଦି କାଶ ଥଣ୍ଡା ଲାଗିରହିଛି ତାହେଲେ ଆପଣ ହଲଦି କ୍ଷୀର ପିଇପାରିବେ । ଏହା ଦ୍ୱାରା କ୍ଷତ ମଧ୍ୟ ବହୁତ ଜଲଦି ଭଲ ହେଇଯିବ । ଆପଣଙ୍କ ଶରୀରରେ ଯୋଉଠି ବି କ୍ଷତ ରହିଛି ବାହାରେ ହଉ କି ଭିତରେ ଯଦି ଆପଣ ହଳଦୀ କ୍ଷୀର ପିଉଛନ୍ତି ତାହେଲେ ଏହା ୧୦ ଗୁଣ ଅଧିକ ଭଲ କରିପାରିବ ଔଷଧ ଅପେକ୍ଷା । ପେଟରେ ରୋଗ ଥିଲେ ଯଥା ଗ୍ୟାସ ପରି ଏପରି କେତେ ରୋଗ ହଳଦୀ କ୍ଷୀର ପିଇଲେ ଭଲ ହେଇଯାଏ ।


ଏହା ଛଡା ଯଦି ଆପଣଙ୍କ ତ୍ୱଚାରେ ବ୍ରଣ କିମ୍ବା ଦାଗ ଅଛି ଏହି ସବୁ ହେଉଥିଲେ ଆପଣ ଯଦି ହଳଦୀ ଵାଲା ଦୁଧ ପିଉଛନ୍ତି ତା ଆପଣଙ୍କୁ ବହୁତ ଫାଇଦା ହବ । ଚେହେରାକୁ ସୁନ୍ଦର କରିବା ପାଇଁ ମଧ୍ୟ ଆପଣ ଏହାର ବ୍ୟବହାର କରିପାରିବେ । ହଳଦୀ ଦୁଧ ପିଅନ୍ତୁ ଏବଂ ଆପଣଙ୍କ ଦେହକୁ ସୁସ୍ଥ ରଖନ୍ତୁ ।ଯଦି ଆପଣଙ୍କର କିଡନୀକୁ ନେଇ କିଛି ସମସ୍ୟା ଥାଏ ତାହେଲେ ଏହା ଅଧିକ ସମସ୍ୟା ସୃଷ୍ଟି କରେ । ଷ୍ଟୋନ ହୋଇଥିଲେ ହଳଦୀ ଦୁଧ ପିଇବା ବରଣ ଅଟେ । ଡାଇବେଟିସ ଯଦି ଥାଏ ଏହା ପିଇବାକୁ ବାରଣ କରାଯାଏ । ଏହି ଭଳି କେତକ ପରିସ୍ଥିତିରେ ହଲଦି କ୍ଷୀର ପିଇବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *