October 22, 2024

Odia Express

Leading Odia News Portal of Odisha

ଏହି ଉପାୟ ଦ୍ଵାରା କେବଳ ୫ ମିନିଟରେ ହୋଇଯିବ ମୁଣ୍ଡବିନ୍ଧା ଦୂର – ଏହି ଉପାୟ ଜାଣିରଖନ୍ତୁ କେତେବେଳେ ମଧ୍ୟ କାମରେ ଆସିପାରେ..

ଆପଣଙ୍କ ମୁଣ୍ଡବିନ୍ଧାର ଲକ୍ଷଣ ଆପଣଙ୍କ ଡାକ୍ତରଙ୍କୁ ଏହାର କାରଣ ଓ ଉପଯୁକ୍ତ ଚିକିତ୍ସା ନିର୍ଣ୍ଣୟ କରିବାରେ ସାହାଯ୍ୟ କରିଥାଏ।ଅଧିକାଂଶ ମୁଣ୍ଡବିନ୍ଧା ଏକ ଗୁରୁତର ରୋଗର କାରଣ ହୋଇନଥାଏ।ହେଲେ କିଛି କ୍ଷେତ୍ରରେ ଏହା ଜୀବନ ପ୍ରତି ହାନିକାରକ ହୋଇଥାଏ।ଏକ ପ୍ରାଥମିକ ମୁଣ୍ଡବିନ୍ଧା ଅତ୍ୟଧିକ ସକ୍ରିୟତା କିମ୍ବା ଆପଣଙ୍କ ମୁଣ୍ଡରେ ଯନ୍ତ୍ରଣା ସମ୍ବେଦନଶୀଳ ସଂରଚନା ସହ ସମସ୍ୟା ସୃଷ୍ଟି ହୋଇଥାଏ।ଏକ ପ୍ରାଥମିକ ମୁଣ୍ଡବିନ୍ଧା ଏକ ଅନ୍ତରନିହିତ ରୋଗର କାରଣ ନୁହେଁ।ଆପଣଙ୍କ ମସ୍ତିଷ୍କରେ ରାସାୟନିକ କାର୍ଯ୍ୟକଳାପ,ଆପଣଙ୍କ ଖପୁରୀକୁ ଘେରି ରହିଥିବା ସ୍ନାୟୁ କିମ୍ବା ରକ୍ତ କିମ୍ବା ଆପଣଙ୍କ ମୁଣ୍ଡ ଓ ବେକ ମଝିରେ ଥିବା ମାଂସପେଶୀ ପ୍ରାଥମିକ ମୁଣ୍ଡବିନ୍ଧାର କାରଣ ହୋଇଥାଏ।

ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଘରୋଇ ଜିନିଷ ବିଷୟରେ କହିବାକୁ ଯାଉଛୁ ଯେ ଯାହାଦ୍ଵାରା ଆପଣଙ୍କ ମୁଣ୍ଡବିନ୍ଧା ପାଞ୍ଚ ମିନିଟରେ ଦୂର ହୋଇଯିବ।ଏହି ଉପଚାର ପାଇଁ ଦରକାର ଥିବା ସାମଗ୍ରୀ ସବୁ ଆପଣଙ୍କୁ ବହୁତ ସହଜରେ ଆପଣଙ୍କ ପାଖ ବଜାରରେ ମିଳିଯିବ ଏବଂ ଆଉ କିଛି ସାମଗ୍ରୀ ଆପଣଙ୍କ ରୋଷେଇ ଘରୁ ମଧ୍ୟ ମିଳିଯିବ।ତେବେ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ଏବଂ ଏହାକୁ କିପରି ତିଆରି କରିବେ।

ପ୍ରଥମ ଉପଚାରକୁ ବନେଇବାପାଇଁ ଆପଣଙ୍କୁ ସର୍ବପ୍ରଥମେ ଦୁଇଟି ଅଦା ଦରକାର।ଏହି ଅଦାକୁ ଭଲଭାବେ ଧୋଇ ଏହାର ଚୋପା ଛଡେଇ ଦିଅନ୍ତୁ।ଚୋପା ଛଡେ଼ଇବା ପରେ ଏକ ପାତ୍ରରେ ଏହାକୁ ନେଇ ଭଲକି କୁଟି ଦିଅନ୍ତୁ ଏବଂ ଏହାର ରସ ବାହାର କରିଦିଅନ୍ତୁ।ଏବେ ଏହି ଅଦା ପେଷ୍ଟକୁ ଅନ୍ୟ ଏକ ପାତ୍ରରେ ଭଲକି ଛାଣି ଦିଅନ୍ତୁ ଏବଂ ଏହାର ରସକୁ ବାହାର କରିଦିଅନ୍ତୁ।ତାପରେ ଏକ ପାତ୍ର ନିଅନ୍ତୁ।ସେଥିରେ ଆପଣ ୧ ରୁ ୨ଚାମଚ ଅଦା ରସ ନିଅନ୍ତୁ।ଏବେ ସେଥିରେ ୨ଟି ଲବଙ୍ଗ ପକାନ୍ତୁ।ଲବଙ୍ଗ ବହୁତ ସହଜରେ ମିଳିଯିବ ଆପଣଙ୍କୁ ।ଲବଙ୍ଗ ମୁଣ୍ଡ ବିନ୍ଧାକୁ କମ କରିବାରେ ବହୁତ ଲାଭଦାୟକ ଅଟେ।

ତୃତୀୟ ସାମଗ୍ରୀ ଆପଣଙ୍କୁ ଏଠି ମହୁର ଆବଶ୍ୟକ।ଏବେ ଆପଣ ଏଥିରେ ୧ଚାମଚ ମହୁ ମିଶାନ୍ତୁ।ଏବେ ଏହାକୁ ଭଲ ଭାବରେ ମିଶେଇଦିଅନ୍ତୁ।ଏବେ ଆପଣଙ୍କର ପ୍ରଥମ ଉପଚାର ପ୍ରସ୍ତୁତ ହୋଇଗଲା।ଅଦା ରସ ସହିତ ମହୁ ଏବଂ ଲବଙ୍ଗ ମିଶେଇ ସେବନ କଲେ ମୁଣ୍ଡ ବିନ୍ଧା, ଦେହ ଦରଜ ହେବା,ଏବଂ ଜର ହେବାବେଳେ ହେଉଥିବା ପ୍ରାରମ୍ଭିକ ଲକ୍ଷଣ ଏହି ସମସ୍ତ ସମସ୍ୟାରୁ ଆରାମ ମିଳିଥାଏ।

ଦ୍ୱିତୀୟ ଉପଚାରକୁ ବନେଇବାପାଇଁ ଆପଣଙ୍କୁ ୨ଟି ସାମଗ୍ରୀର ଆବଶ୍ୟକ ପଡିବ।ପ୍ରଥମତଃ ଅଦା ରସ ଯାହା ଆପଣ ପୂର୍ବରୁ କରିଛନ୍ତି ଏବଂ ଦ୍ୱିତୀୟରେ ଡାଲଚିନି ଗୁଣ୍ଡ।ଡାଲଚିନି ଗୁଣ୍ଡ ଆପଣଙ୍କୁ ବହୁତ ସହଜରେ ଆପଣଙ୍କ ପାଖ ବଜାରରେ ମିଳିଯିବ।ଡାଲଚିନି ଗୁଣ୍ଡ ମୁଣ୍ଡ ବିନ୍ଧାକୁ ଭଲ କରିବାରେ ବହୁତ ସାହାଯ୍ୟ କରିଥାଏ ।ଏବେ ଆସନ୍ତୁ ଜାଣିବେ ଏହି ଉପଚାରକୁ କିପରି ବନେଇବେ।ଏବେ ଏହି ଉପଚାରକୁ ବନେଇବାପାଇଁ ପ୍ରଥମେ ଆପଣ ୨ଚାମଚ ଅଦା ରସକୁ ଏକ ପାତ୍ରରେ ନିଅନ୍ତୁ।ଏବେ ସେଥିରେ ଅଧା ଚାମଚ ବା ଏକ ଚାମଚ ଡାଲଚିନି ଗୁଣ୍ଡ ପକାନ୍ତୁ।ଏବେ ଏହାକୁ ଭଲଭାବରେ ମିଶେଇଦିଅନ୍ତୁ।

ଏବେ ଆସନ୍ତୁ ଜାଣିବା ଏହାକୁ ଆପଣ କିପରି ପ୍ରୟୋଗ କରିବେ।ଏହାକୁ ଆପଣଙ୍କୁ ସେବନ କରିବାକୁ ପଡିବନାହିଁ।ଏହାକୁ ଆପଣ ଲଗେଇବେ।ଯେତେବେଳେ ଆପଣଙ୍କ ମୁଣ୍ଡ ବିନ୍ଧା ହେବ ସେତେବେଳେ ଅଦା ରସରେ ଡାଲଚିନି ଗୁଣ୍ଡକୁ ଭଲ ଭାବରେ ମିଶେଇକି ଲଗେଇଲେ ମୁଣ୍ଡ ବିନ୍ଧା ଭଲ ହୋଇଯାଇଥାଏ।ତେବେ ମୁଣ୍ଡ ବିନ୍ଧା ପାଇଁ ଆଜି ଆପଣ ୨ଟି ଘରୋଇ ଉପଚାର ବିଷୟରେ ଜାଣିବାକୁ ପାଇଲେ।ଗୋଟିଏ ଉପଚାରକୁ ବନେଇକି ଆପଣ ସେବନ କରନ୍ତୁ ଏବଂ ଅନ୍ୟ ଉପଚାରଟିକୁ ମୁଣ୍ଡ ବିନ୍ଧା ହେଉଥିବା ସମୟରେ ମୁଣ୍ଡରେ ଲଗାନ୍ତୁ।ଏହି ୨ଟି ଉପଚାରର ପ୍ରୟୋଗ ଦ୍ୱାରା ଆପଣଙ୍କ ମୁଣ୍ଡ ବିନ୍ଧା ୫ ମିନିଟରେ ଦୂର ହୋଇଯିବ।

Leave a Reply

Your email address will not be published. Required fields are marked *