October 23, 2024

Odia Express

Leading Odia News Portal of Odisha

ତୁଳା ରାଶିଫଳ ୨୦୨୧ – କେମିତି କଟିବ ତୁଳା ରାଶି ପାଇଁ ୨୦୨୧ ବର୍ଷ – ଏହି ୫ଟି ବଡ ଲାଭ ହେବାକୁ ଯାଉଛି..

ନମସ୍କାର। ମୁଁ ଆପଣଙ୍କୁ କହିବା ପାଇଁ ଯାଉଛି, ତୁଳା ରାଶିର ଲୋକ ମାନଙ୍କ ପାଇଁ ୨୦୨୧ କିପରି କଟିବାକୁ ଯାଉଅଛି। ଏଥିରେ ଆମେ ତୁଳା ରାଶିର ଲୋକମାନଙ୍କର ସ୍ଵଭାବ, ଶିକ୍ଷା, କ୍ୟାରିୟର, ପ୍ରେମ ଜୀବନ, ଆର୍ଥିକ ସ୍ଥିତି ଏବଂ ସେମାନଙ୍କ ସ୍ବାସ୍ଥ୍ୟ ବିଷୟରେ ଜାଣିବା। ତେବେ ଚାଲନ୍ତୁ ଜାଣିବା ସେ ବିଷୟରେ।ପ୍ରଥମେ ଜାଣିବା ମେଷ ରାଶିର ବ୍ୟକ୍ତି ମାନଙ୍କ ପାଇଁ କଣ ସବୁ ଶୁଭ। ଶୁଭ ନମ୍ବର -୫,୬,୯ | ଶୁଭ ବାର- ରବିବାର | ଶୁଭ ରଙ୍ଗ -ନୀଳ, ହଳଦୀ
ଶୁଭ ପଥର – ହିରା |ଏହି ରାଶିର ସ୍ବାମୀ ଗ୍ରହ ଶୁକ୍ର ଅଟେ। ଏହି ରାଶିର ଲୋକେ ବହୁତ ଗମ୍ଭୀର ଏବଂ ସମ୍ବେଦନଶୀଳ ହୋଇଥାନ୍ତି। ଏମାନେ କାହାର ତଳେ ରହି କାମ କରିବାକୁ ପସନ୍ଦ କରନ୍ତି ନାହିଁ। ସ୍ଵତନ୍ତ୍ର ନିର୍ଣ୍ଣୟ ନେବାକୁ ଏମାନେ ପସନ୍ଦ କରନ୍ତି।ଏମାନେ ସିଧାସଳଖ କଥା ବାର୍ତ୍ତା କରନ୍ତି। ଏମାନେ ନିଜ ଜୀବନକୁ ଉପଭୋଗ କରନ୍ତି। ସହଯୋଗରେ ହାତ ବଢ଼ାଇବା ପାଇଁ ଏମାନେ ସର୍ବଦା ପ୍ରସ୍ତୁତ ଥାଆନ୍ତି।


ଏହି ରାଶିର ପିଲାମାନଙ୍କ ପାଇଁ ଏହି ବର୍ଷ ବହୁତ ଭଲ ଅଟେ। ଏହି ରାଶିର ପିଲା ମାନେ ଶିକ୍ଷା କ୍ଷେତ୍ର ରେ ବହୁତ ଉନ୍ନତି କରିବେ। ଶିକ୍ଷା ସମ୍ବନ୍ଧରେ ଏମାନେ ବାହାରକୁ ଯାଇ ପାରନ୍ତି। ଯେଉଁ ପିଲା ମାନେ ଉଚ୍ଚ ଶିକ୍ଷ୍ୟା କରିବା ପାଇଁ ଇଛୁକ ସେମାନେ ନିଜର ପଢ଼ିବା ସମୟକୁ ବୃଦ୍ଧି କରିବାକୁ ପଡ଼ିବ। ଯେଉଁ ପିଲାମାନେ ଚାକିରି ପାଇବା ପାଇଁ ପରୀକ୍ଷା ଦେଉଛନ୍ତି, ସେମାନେ ମଧ୍ୟ ସଫଳ ଲାଭ କରିବେ।

ଏହି ବର୍ଷଟି ତୁଳା ରାଶିର ବ୍ୟବସାୟୀ ବର୍ଗ ର ଲୋକ ମାନଙ୍କ ପାଇଁ ବହୁତ ଭଲ ଅଟେ। ଆପଣ ନିଜ ବ୍ୟାପାରକୁ ଯେତେ ବୃଦ୍ଧି କରିବେ, ଆପଣ ସେତେ ଉପର କୁ ଉଠି ପାରିବେ। ଯେଉଁ ମାନେ ବେକାର ହୋଇ ଘରେ ବୁଲୁଛନ୍ତି, ସେମାନଙ୍କୁ ମଧ୍ୟ ଭଲ ଚାକିରୀ ମିଳିବାର ସମ୍ଭାବନା ରହିଅଛି। ସର୍ବୋପରି ଏହି ରାଶି ପାଇଁ ବ୍ୟାପାର ପାଇଁ ଅନୁକୂଳ ଅଟେ।

ଏହି ବର୍ଷଟି ତୁଳା ରାଶିର ଲୋକ ମାନଙ୍କ ପାଇଁ ବହୁତ ଭଲ ଅଟେ। ଯେଉଁ ବ୍ୟକ୍ତି ମାନେ ବିବାହ କରିବାକୁ ଯାଉଛନ୍ତି, ସେମାନଙ୍କୁ ମନ ପସନ୍ଦର ଜୀବନ ସାଥି ମିଳିବା ର ଯୋଗ ରହି ଅଛି। ବୈବାହିକ ଜୀବନ ରେ ଖୁସି ର ଆଗମନ ହେବ।ଯଦି ଆପଣ ଏବଂ ଆପଣଙ୍କ ଜୀବନ ସାଥିଙ୍କ ମଧ୍ୟରେ କୌଣସି ଝଗଡ଼ା ଆରମ୍ଭ ହୁଏ, ତେବେ ଆପଣ ଏହାକୁ କଥାବାର୍ତ୍ତା କରି ସମାଧାନ କରନ୍ତୁ। ସର୍ବୋପରି ପ୍ରେମ ଏବଂ ବୈବାହିକ ଜୀବନରେ ଏହି ବର୍ଷ ଟି ଆପଣ ଙ୍କ ପାଇଁ ବହୁତ ଭଲ ରହିବ।


ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ପାରିବାରିକ ଜୀବନ ବହୁତ ଭଲ ରହିବ। ଆପଣଙ୍କୁ ନିଜ ପରିବାରରୁ ଖୁସି ଏବଂ ସୁଖଶାନ୍ତି ମିଳିବାର ବହୁତ ସମ୍ଭାବନା ରହିଅଛ। କାର୍ଯ୍ୟରେ ବ୍ୟସ୍ତ ରହିବା ସହ ନିଜ ପରିବାର କୁ ମଧ୍ୟ ସମୟ ଦିଅନ୍ତୁ। ପରିବାରରେ ଏକତା ରଖିବା ପାଇଁ ଆପଣ ଚେଷ୍ଟା କରନ୍ତୁ। ପରିବାର ସହ ଆପଣ କୌଣସି ଧାର୍ମିକ ଯାତ୍ରାରେ ମଧ୍ୟ ବାହାରକୁ ଯାଆନ୍ତୁ, ଯାହା ଦ୍ଵାରା ପରିବାର ଲୋକେ ଖୁସି ଅନୁଭବ କରିବେ। ସର୍ବୋପରି ଏହି ରାଶିର ଲୋକ ମାନଙ୍କର ପାରିବାରିକ ଜୀବନ ବହୁତ ଭଲ ରହିବ।

Leave a Reply

Your email address will not be published. Required fields are marked *