October 23, 2024

Odia Express

Leading Odia News Portal of Odisha

କାହାକୁ ରୋକିବା ପୂର୍ବରୁ ନିଜକୁ ପଚାରନ୍ତୁ ଏହି ୫ଟି ପ୍ରଶ୍ନ – ଜାଣିରଖନ୍ତୁ ଏହି ବଡ କଥା..

ନମସ୍କାର, ବନ୍ଧୁମାନେ ଜୀବନରେ ସବୁଠୁ ମୂଲ୍ୟବାନ ହେଉଛି ସମ୍ପର୍କ।ସେହି ସମ୍ପର୍କ ଯିଏ ଆମସହ ଆମ ସୁଖରେ ଉତ୍ସବ ପାଳନ କରନ୍ତି ଓ ଦୁଃଖରେ ଆମସହ ଆମ ସାହସ ହୋଇଥାନ୍ତି।କେତେଥର ଲକ୍ଷ୍ୟ ପ୍ରୟାସ ପରେ ମଧ୍ୟ ଖାସ ଲୋକଙ୍କ ସହ ସମ୍ପର୍କ ଖରାପ ହୋଇଯାଏ।ତେବେ ବନ୍ଧୁଗଣ ଦୂରତା ଆସିବାର ସବୁଠୁ ବଡ କାରଣ ହେଉଛି ଆମର ସାମ୍ନା ଲୋକକୁ ତାର ଭୁଲ କଣ କହିବା କିମ୍ବା ତାଙ୍କର ଯେଉଁ କଥା ଆମକୁ ଭୁଲ ଲାଗିଥାଏ ତା ଉପରେ ନିଜର ପ୍ରତିକ୍ରିୟା ଉପସ୍ଥାପନ କରିବା।କେଉଁ ନିଜର ଲୋକକୁ ତାର ଭୁଲ ନ କହିଲେ ତେବେ ଏପରି ଲାଗିଥାଏ କି ଯେପରି ଆମେ ଆମ ସମ୍ପର୍କକୁ ସଚ୍ଚୋଟ ଭାବରେ ପାଳନ କରୁନାହୁଁ।ସେହିପରି ଭୁଲ କଣ ତାଙ୍କୁ ଜଣାଇଲେ ସମ୍ପର୍କ ରେ ତିକ୍ତତା ଆସିବାର ଭୟ ସବୁବେଳେ ଲାଗି ରହିଥାଏ।ଏମିତି ରେ କାହାକୁ କିଛିବି କହିବା ପୂର୍ବରୁ ଆମକୁ ନିଜକୁ ୫ଟି ପ୍ରଶ୍ନ ପଚାରିବା ନିହାତି ଆବଶ୍ୟକ ଅଟେ ଓ ଯଦି ଆମକୁ ଏହି ୫ଟି ପ୍ରଶ୍ନ ର ଉତ୍ତର ହଁ ରେ ମିଳିଲା ତେବେ ହିଁ ସାମ୍ନା ଲୋକକୁ କିଛି କହିବା ଉଚିତ ହେବ।

ପ୍ରଶ୍ନ: କଣ ଆପଣ ଠିକ ବ୍ୟକ୍ତି ଅଟନ୍ତି ?

ମାନି ନିଅନ୍ତୁ ଆପଣ ନିଜ ସାଙ୍ଗ ସହିତ ତାର ସହକର୍ମୀ ର ଉତ୍ସବ କୁ ଯାଇଛନ୍ତି।ଓ ସେଠାରେ ଆପଣଙ୍କ ସାଙ୍ଗର ସହକର୍ମୀ କିଛି ଏପରି କଥା କହିଦେଲେ ଯାହା ଭୁଲ ଅଟେ ତେବେ କଣ ଆପଣ ଏହାକୁ ସୁଧାରିବା ଉଚିତ।ଏହାର ଉତ୍ତର ହେବ ‘ନା’। କି ଏପରି କରିବା ପାଇଁ ବୋଧ ହୁଏ ଆପଣ ସଠିକ ବ୍ୟକ୍ତି ନୁହନ୍ତି।ଭୁଲ କହିବା ଓ ସେହି ଭୁଲ କୁ ସୁଧାରିବାର ଅଧିକାର କେବଳ ନିଜ ପାଖ ଲୋକର ହୋଇଥାଏ। ଏମିତିରେ କାହାକୁ କିଛି କହିବା ପୂର୍ବରୁ ହିଁ ନିଶ୍ଚୟ ଚିନ୍ତା କରନ୍ତୁକି କଣ ଆପଣ ଏପରି କରିବା ପାଇଁ ଉଚିତ ବ୍ୟକ୍ତି ଅଟନ୍ତି?

ପ୍ରଶ୍ନ: କଣ ଆପଣଙ୍କର ଉଦ୍ଦେଶ୍ୟ ଠିକ ଅଛି?

ମାନିନିଅନ୍ତୁ ଆପଣ ଏକ ଏମିତି ବ୍ୟକ୍ତିଙ୍କୁ ସୁଧାରିବାକୁ ଚାହୁଁଛନ୍ତି ଯିଏ ଆପଣଙ୍କର ନିଜର ଅଟେ।ଏମିତିରେ ଦ୍ଵିତୀୟ ପ୍ରଶ୍ନ ଉଠେ ଯାହା ହେଉଛି ଆପଣଙ୍କର ଉଦ୍ଦେଶ୍ୟ।ନିଜକୁ ପଚାରନ୍ତୁ ସାମ୍ନା ଲୋକକୁ ଭୁଲର ଆଭାସ କାରାଇବା ପଛରେ ଆପଣଙ୍କ ଉଦ୍ଦେଶ୍ୟ ତାର ଖୁସି ତାର ଫାଇଦା ଅଛି ନା ତାଠାରୁ କିଛି ପୁରୁଣା କଥାର ପ୍ରତିଶୋଧ ନେବା ।ଯଦି ଆପଣ ନିଜ ଉଦ୍ଧେଶ୍ୟକୁ ନେଇ ଟିକେବି ସନ୍ଦେହରେ ଅଛନ୍ତି ତେବେ ରହିଯାଆନ୍ତୁ।ପ୍ରଶ୍ନ କରନ୍ତୁ ନାହିଁ।

ପ୍ରଶ୍ନ: କଣ ଆପଣଙ୍କର ଶୈଳୀ ଠିକ ଅଟେ ?

ଯଦି ଆପଣ ଠିକ ବ୍ୟକ୍ତି ଓ ଆପଣଙ୍କର ଉଦ୍ଦେଶ୍ୟ ଠିକ ଅଛି ତେବେ ପ୍ରଶ୍ନ ଉଠୁଛି କଣ ଆପଣଙ୍କର ଶୈଳୀ ଠିକ ଅଟେ।କେତେଥର ଆମର କଥାରୁ ଅଧିକା ଆମର କହିବାର ଶୈଳୀ ବେଶୀ କଷ୍ଟ ଦେଇଥାଏ।ଗୋଟିଏ କଥାକୁ କହିବାର କେତେ ଶୈଳୀ ଥାଏ ଓ ଭୁଲ ଭାଷା, ସ୍ୱର କିମ୍ବା ଶବ୍ଦ ପାଇଁ ଆମେ ଠିକ ହୋଇମଧ୍ୟ ଭୁଲ ହୋଇପାରୁ।

ପ୍ରଶ୍ନ: କଣ ଏହି ସମୟ ଠିକ ଅଟେ ? ସଠିକ ବ୍ୟକ୍ତି, ଉଦ୍ଦେଶ୍ୟ ଓ ଶୈଳୀ ପରେ ହେଉଛି ଠିକ ସମୟ।ସବୁକିଛି ଠିକ ହେଇମଧ୍ୟ ଯଦି ଆପଣ ଭୁଲ ସମୟର ଚୟନ କରିବେ ତେବେ ସାମ୍ନା ଲୋକକୁ ସୁଧାରିବା ଆପଣଙ୍କୁ ଭାରି ପଡିଯିବ।ସେ ଆପଣଙ୍କୁ ଭୁଲ ବୁଝିପାରେ।

ପ୍ରଶ୍ନ: କଣ ଏହି ସ୍ଥାନ ଠିକ ଅଟେ ? ଭୁଲ ସ୍ଥାନରେ କରାଯାଇଥିବା ଠିକ କଥା ମଧ୍ୟ ଭୁଲ ପରିଣାମ ଦେଇଥାଏ।ଯଦି ଆପଣ ନିଜର କୌଣସି ଖାସ ସାଙ୍ଗକୁ ତାର ନିଜରଙ୍କ ଆଗରେ ଭୁଲ କହିବେ ସେ ଆପଣଙ୍କ ଉପରେ ରାଗିବ ନିଶ୍ଚିତ।ତ ସଠିକ ସ୍ଥାନ ମଧ୍ୟ ନିହାତି ଆବଶ୍ୟକ।

Leave a Reply

Your email address will not be published. Required fields are marked *