ଭୋଜନର ପଚନ କିପରି ହୋଇ ଥାଏ – କିପରି ଆମ ଶରୀରରେ ଖାଦ୍ୟ ହଜମ ହେଇକି ଶରୀର ବୃଦ୍ଧି ହୁଏ ଜାଣିରଖନ୍ତୁ..
ଆମର ଏହି ଶରୀର ଚାଲିଥାଏ ଆମକୁ ମିଳୁଥିବା ବିଭିନ୍ନ ପୋଷକ ତତ୍ତ୍ୱ ଠାରୁ ମିଳୁଥିବା ଶକ୍ତିଦ୍ଵାରା।ଯଦି ଶକ୍ତି ନରୁହେ ତେବେ ଆମର ଏହି ଶରୀର କୌଣସି କାର୍ଯ୍ୟ କରିବା ପାଇଁ ଅସମର୍ଥ ହୋଇଯିବ।ଆମର ଶରୀରର ଯେଉଁ ୧୨ଟି ମୁଖ୍ୟତନ୍ତ୍ର ଅଛି ସେ ସବୁ ଶକ୍ତି ଦ୍ଵାରା ହିଁ ଚାଲନ୍ତି।ଶକ୍ତି ମିଳେ ଭୋଜନରୁ।ଏବଂ ଭୋଜନର ପଚନରୁ।ଯଦି ଯେଉଁ ଭୋଜନ ଆପଣ ଖାଉଛନ୍ତି ତାହାର ପଚନ ନହେବ ତେବେ ଆମକୁ ଶକ୍ତି ମିଳିବନାହିଁ।ତାସହିତ ସେ ପୋଷଣ ତତ୍ତ୍ୱ ଯାହା ଆମ ଶରୀରକୁ ଶକ୍ତିଶାଳୀ କରେ ଭିଟାମିନ ଯାହା ମିନେରାଲସ୍ କୁ ଗ୍ରହଣ କରନ୍ତି ଓ କିଛି ଖାସ ମିନେରାଲସ୍ ରକ୍ତ ଭଳି ଜିନିଷକୁ ତିଆରି କରନ୍ତି।ଏହାପରେ ଆମ ପେଟରେ ଥିବା ରକ୍ତକଣିକା ଖାଦ୍ୟର ସେହି ପୋଷକ ତତ୍ତ୍ୱକୁ ଅବଶୋଷିତ କରି ଶରୀରର ବିଭିନ୍ନ ଅଂଶକୁ ପଠାଇଥାଏ। ଯଦି ସେହି ତତ୍ତ୍ୱ ଆମକୁ ନମିଳିବ ତେବେ ଆମ ଶରୀର ଠିକ ଭାବରେ କାମ କରିବନାହିଁ।
କେବେଳ ଭୋଜନ ଖାଇବା ଦ୍ୱାରା ହିଁ ଆମକୁ ପୋଷଣ ତତ୍ତ୍ୱ ମିଳିନଥାଏ ସେହି ଭୋଜନର ପଚନ ହୋଇଥାଏ ଯାହାପରେ ଆମର ପେଟର ଥିବା ରକ୍ତକଣିକା ଭୋଜନରେ ଥିବା ସେହି ପୋଷଣ ତତ୍ତ୍ୱ କୁ ଅବଶୋଷଣ କରି ଶରୀରର ବିଭିନ୍ନ ଭାଗରେ ପହଞ୍ଚାଇଦିଏ। ତେବେ ହିଁ ଆମକୁ ପୋଷକ ତତ୍ତ୍ୱ ମିଳିଥାଏ।ଯଦି ଆପଣ ଏପର୍ଯ୍ୟନ୍ତ ଜାଣି ହିଁ ନାହାନ୍ତିକି ଭୋଜନର ପଚନ କିପରି ହୋଇଥାଏ ଓ ଆମେ ଯେଉଁ ଖାଦ୍ୟଖାଉଛୁ ତାହାର ପଚନ କିପରି ହୁଏ?।
ଯେମିତିହିଁ ,ଆମେ ନିଜ ଖାଦ୍ୟାକୁ ନିଜ ମୁହଁର ପାଟିବାଟେ ପୁରାଉ ଆମ ଖାଇବାରେ ଆମ ଲାଳ ମିଶିଯାଏ।ଏବଂ ଦାନ୍ତ ଭୋଜନକୁ ଭଲଭାବରେ ଚୋବାଇ ତାକୁ ଛୋଟ ଛୋଟ ଅଂଶରେ ପରିଣତ କରିବାର କାମ କରେ।ଏହା ସବୁଠୁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥାଏ କାରଣ ଖାଦ୍ୟ ପଚନ ପାଇଁ ଖାଦ୍ୟକୁ ଯେତେ ହୋଇପାରିବ ସେତେ ଛୋଟ ଛୋଟ ଅଂଶ ହେବା ଜରୁରୀ ହୋଇଥାଏ।ପୁଣି ଖାଦ୍ୟର ଛୋଟଛୋଟ ଅଂଶ ଆମ ମୁହଁର ମୁଖଗୁହା ମଧ୍ୟରେ ଦାନ୍ତ ଓ ଜିଭ ମଧ୍ୟରେଥିବା ଲାଳ ଖାଦ୍ୟ ସହମିଶି ଏହାକୁ ଅଧିକ ନରମ କରିଦିଏ।ଲାଳରେ ଏପରି ରାସାୟନିକ ତତ୍ତ୍ୱବି ଥାଏ ଯାହା ତାକୁ ଭାଙ୍ଗିଦିଏ।ଏହାପରେ ଖାଦ୍ୟ ଖାଦ୍ୟନଳୀ ଦେଇ ପାକସ୍ଥଳୀକୁ ଯାଏ।ଯେତେବେଳେ ଆମ ଖାଦ୍ୟ ଏହି ବାଟ ଦେଇ ଯାଏ ଏହାର ଏକ ଖାସ ଗତିବିଧି ଥାଏ ଏହାକୁ ପେରିଷ୍ଟାଲସିସ କୁହାଯାଏ।
ଏହା ନଳୀ ନିଜକୁ ଶୁଖାଏ ଓ ଖାଦ୍ୟ ଆସିବାରେ ଅସୁବିଧା ହୁଏନାହିଁ।ଯେମିତିହିଁ ଖାଦ୍ୟ ପାକସ୍ଥଳୀରେ ପହଞ୍ଚେ ପାକସ୍ଥଳୀ ଏହାକୁ ନିଜ ଅନ୍ତନଳୀରୁ ବାହାରୁଥିବା ଗ୍ୟାଷ୍ଟ୍ରିକ୍ ଡାଇଜେଷ୍ଟିଭ ରସ ,ହାଇଡ୍ରୋକ୍ଲୋରିକ ଅମ୍ଳ, ମ୍ୟୁକସ୍ ସହ ମିଶାଇ ଦିଏ।ଏହାମଧ୍ୟରୁ ମୁଖ୍ୟତଃ ଏନଜାଇମ ଖାଦ୍ୟରୁ ପ୍ରୋଟିନକୁ ଅଲଗା କରିଦିଏ।ହାଇଡ୍ରୋକ୍ଲୋରିକ ଅମ୍ଳ ଖାଦ୍ୟକୁ ଛୋଟ ଛୋଟ ଅଂଶରେ ପରିଣତ କରିଦିଏ।ସେହିପରି ମ୍ୟୁକସ୍ ଏକ ଅଠାଳିଆ ପଦାର୍ଥ ଯାହାକି ଆମ ପାକସ୍ଥଳୀରୁ ବାହାରିଥାଏ ଓ ଖାଦ୍ୟରେ ଯାଇ ମିଶିଯାଏ।ଏହା ଆମ ପାକସ୍ଥଳୀର କାନ୍ଥକୁ ସେଥିରୁହିଁ ବାହାରୁଥିବା ଅମ୍ଳଠାରୁ ରକ୍ଷାକରେ। ଏମାନଙ୍କପାଇଁ ଖାଦ୍ୟରେ ଥିବା ହାନିକାରକ ପଦାର୍ଥକୁ ନଷ୍ଟ କରିଦିଏ।ଏବଂ ଏହା ଆମ ଶରୀରକୁ ବହୁତ ବେଶୀ କ୍ଷତି କରିପାରେ ନାହିଁ।ପାକସ୍ଥଳୀ ସହ ଲାଗିଥାଏ କ୍ଷୁଦ୍ରତନ୍ତ୍ର।ଆମ ଖାଦ୍ୟ ଯାହାକି ପେଟରେ ହିଁ ଥିବା ବହୁସାରା ଡାଇଜେଷ୍ଟିଭ ରସ ସହମିଶିଯାଏ ଏହାପରେ ଏହାକୁ କାଇମ କୁହାଯାଏ।ଏହା ପାକସ୍ଥଳୀରୁ ଆସି କ୍ଷୁଦ୍ରତନ୍ତ୍ରରେ ଆସିଯାଏ।
ଖାଦ୍ୟ କ୍ଷୁଦ୍ରତନ୍ତ୍ରରୁ ରକ୍ତପ୍ରବାହନଳୀକୁ ଚାଲିଯାଏ।ଭିଲିସରେ ଥିବା ଛୋଟଛୋଟ କ୍ୟାପିଲ୍ଲାରୀରେ ପୋଷଣତତ୍ତ୍ୱ ରହିଯାଏ।ଏସବୁ ହେବାପରେ ଖାଦ୍ୟ କ୍ଷୁଦ୍ରତନ୍ତ୍ରରୁ ବୃହତନ୍ତ୍ରକୁ ଆସିଯାଏ ଯେଉଁଥିରେ ଆମ ଶରୀର ପାଇଁ ପାଣିର ଅବଶୋଷଣ ହୋଇଥାଏ।ଯାହା ହଜମ ହୋଇପାରେନାହିଁ ତାହା ଆମ ଶରୀରରୁ ବାହାରିଯାଏ।ଏମିତିରେ ଆମ ଖାଦ୍ୟ ଶରୀରରେ ପଚନ ହୋଇଯାଏ।