December 22, 2024

Odia Express

Leading Odia News Portal of Odisha

କ୍ଷୀରକୁ କେତେବେଳେ ଏବଂ କେମିତି ପିଇବା – ଏହିକଥା କ୍ଷୀର ପିଇବା ଆଗରୁ ନିଶ୍ଚୟ ଜାଣିବା ଦରକାର..

କ୍ଷୀର ଏକ ଏପରି ଜିନିଷ ଯେଉଁଥିରେ ସମ୍ପୂର୍ଣ୍ଣ ଆହାର ରହିଥାଏ । ଏହି କାରଣରୁ ନବଜାତ ଶିଶୁଙ୍କୁ ଜଣେ ଛ ମାସ ପର୍ଯ୍ୟନ୍ତ କ୍ଷୀର ପିଆଯାଇଥାଏ । ଯଦି ଆମେ ଗରମ କ୍ଷୀରର କଥା କହିବା ତାହେଲେ ଏହା କୌଣସି ଅମୃତଠୁ ବି କମ ନୁହଁ । କିନ୍ତୁ ଯେତେବେଳେ ଆମେ ଗୋଟେ ଜିନିଷର ସଠିକ୍ ବ୍ୟବହାର ଜାଣି ନଥାଉ ସେତେବେଳେ ଆମକୁ ସେହି ଜିନିଷର ବ୍ୟବହାର କରି ଲାଭ ପାଇବା ପରିବର୍ତ୍ତେ ଓଲଟା କ୍ଷତି ହୋଇଥାଏ ।କ୍ଷୀର ସାଧାରଣତଃ ପ୍ରାଣୀ ମାନଙ୍କଠୁ ହିଁ ମିଳିଥାଏ ଯାହାକି ଆମକୁ ଏକ ଜୀବନ୍ତ ପ୍ରାଣୀ ଠାରୁ ମିଳିଥାଏ । ଯେଉଁ ଜିନିଷ ସବୁ ପ୍ରାଣୀ ମନଙ୍କଠୁ ମିଳିଥାଏ ଯେମିତିକି ମହୁ ,ଅଣ୍ଡା,କ୍ଷୀର ଇତ୍ୟାଦିରେ ରାସାୟନିକ ପ୍ରତକ୍ରିୟା କରିବାର କ୍ଷମତା ବହୁତ ରହିଥାଏ ଏହି କାରଣରୁ କ୍ଷୀରର ଭୁଲ ଭାବେ ଉପଯୋଗ କଲେ ଆମ ଶରୀର ଉପରେ ତାର ଖରାପ ପ୍ରଭାବ ପଡିଥାଏ । ସେଥିପାଇଁ ଆମେ ଆପଣଙ୍କୁ କ୍ଷୀର ପିବାର ଠିକ୍ ସମୟ , କିପରି ପିଇବା ଦରକାର ଜଣାଉଛୁ ।

ତ ପ୍ରଥମ କଥା ହେଲା ଗୋଟେ ଦିନରେ ଆମକୁ କେତେ କ୍ଷୀର ପିଇବା ଦରକାର । ଏହି କଥା ଜାଣିବା ଆଗରୁ ଆମକୁ ପ୍ରଥମେ ଜାଣିବାକୁ ହେବ କ୍ଷୀରରେ କଣ କଣ ସବୁ ରହିଥାଏ। କ୍ଷୀର ପୋଷକ ତତ୍ତ୍ଵ ରେ ଭରପୁର ହୋଇଥାଏ । ଏହାର ଠିକ୍ ସମୟରେ ବ୍ୟବହାର କଲେ ହିଁ ଏହା ଆମ ଶରୀରର ପାଚନ କ୍ରିୟାକୁ ଠିକ୍ ରଖିଥାଏ , ମସ୍ତିଷ୍କର ବିକାଶ କରିଥାଏ ,ଓଜନ ବଢ଼ାଇବା , ହାଡ଼ କୁ ଶକ୍ତ କରିଥାଏ ଏବଂ ରାତିରେ ନିଦ ନ ଆସିଲାପରି ସମସ୍ୟାର ସମାଧାନ କରିଥାଏ । ଆହୁରି ମଧ୍ୟ କ୍ଷୀର ପିଇବା ଦ୍ଵାରା ଚର୍ମ ଏବଂ କେଶ ଭଲ ରହିଥାଏ ।

କ୍ଷୀରରେ କ୍ୟାଲସିୟମ ,ପ୍ରୋଟିନ, ଭିଟାମିନ ଡି ର ମାତ୍ରା ଅଧିକ ରହିଥାଏ । ଦୁଇଶହ ମିଲି ଲିଟର କ୍ଷୀର ରେ ଦୁଇଶହ ସତାବନ୍ନ ମିଲିଗ୍ରାମ ଏବଂ ଆମ ଶରୀରକୁ ଗୋଟେ ଦିନରେ ସାଧାରଣତଃ ଏକ ହଜାର ମିଲିଗ୍ରାମ୍ ରୁ ବାର ଶହ ମିଳିଗ୍ରାମ କ୍ୟାଲସିୟମ ଦରକାର ହୋଇଥାଏ । ଏହି ହିସାବରୁ ଗୋଟେ ଦିନକୁ ଗୋଟରୁ ଦୁଇ ଗିଲାସ କ୍ଷୀର ପାଇବା ଦରକାର । ଆପଣ ଯଦି କୌଣସି କଷ୍ଟକର କାର୍ଯ୍ୟ କରୁଛନ୍ତି କି ଆପଣ ନିୟମିତ ବ୍ୟାୟାମ କରୁଛନ୍ତି ତାହେଲେ ଆପଣଙ୍କୁ କ୍ଷୀରର ମାତ୍ରା ବଢ଼ାଇବାକୁ ପଡ଼ିବ ।

ଆସନ୍ତୁ ଜାଣିବା କ୍ଷୀର ପିଇବାର ସଠିକ୍ ସମୟ । କ୍ଷୀରକୁ ଆମେ ସାଧାରଣତଃ ଯେତେବେଳେ ବି ସେବନ କଲେ ଚଳିବ କିନ୍ତୁ ରାତିରେ ଶୋଇବା ବେଳେ କ୍ଷୀର ପିଲେ ଶରୀର ପାଇଁ ଉତ୍ତମ ହୋଇଥାଏ କାରଣ କ୍ଷୀରରେ ର୍ଟ୍ରିପ୍ଟୋଫାନ ନାମକ ଅମିନୋ ଏସିଡ ରହିଥାଏ ଯାହାକି ଆମ ମସ୍ତିଷ୍କକୁ ଶାନ୍ତ ରଖେ ଏବଂ ଆମକୁ ଭଲ ନିଦ ଆସିଥାଏ । ଆପଣ ସକାଳେ ଖାଲି ପେଟରେ ବି କ୍ଷୀରର ସେବନ କରିପାରିବେ କିନ୍ତୁ ଯେଉଁମାନଙ୍କୁ ବଡହଜମି ହୁଏ ସେମାନଙ୍କ ପାଇଁ ଖାଲି ପେଟରେ ପିଇବା ଆବଶ୍ୟକତା ନାହିଁ । କାରଣ କ୍ଷୀରର ପାଚନ ହେବାକୁ ଟିକେ ଅଧିକ ସମୟ ଲାଗେ ଯାହାପାଇଙ୍କି କ୍ଷୀରର ପାଚନ ହେବାପାଇଁ ଆମର ପାକ ତନ୍ତ୍ରକୁ ଟିକେ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ ।

ଆସନ୍ତୁ ଏବେ ଜାଣିବା କ୍ଷୀରକୁ କିପରି ପିଇବା ଦରକାର ଥଣ୍ଡା କି ଗରମ । ଆଉ ଗାଈ କ୍ଷୀର ପିଇବା କି ମଇଁଷି କ୍ଷୀର ପିଇବା ଦରକାର ଆସନ୍ତୁ ଜାଣିବା । କ୍ଷୀରକୁ ହାଲକା ଗରମ କରି ପିଇବା ଦରକାର କାରଣ ଏହା ପାଚନ ହେବା ପାଇଁ ବେଶୀ ସମୟ ନେଇନଥାଏ । କାହିଁକିନା କ୍ଷୀର ବହୁତ ଭାରି ହୋଇଥାଏ ଆଉ ଥଣ୍ଡା କ୍ଷୀର ସବୁଠୁ ବେଶୀ ବହଳିଆ ହୋଇଥାଏ ଯାହାକି ପାଚନ ହେବାକୁ ବହୁତ୍ ସମୟ ଲାଗିଥାଏ ।

ଗାଈ ଏବଂ ମଇଁଷି ଦୁଁହିଙ୍କ କ୍ଷୀରରେ କ୍ୟାଲସିୟମର ମାତ୍ରା ବହୁତ୍ ହୋଇଥାଏ । ମଇଁଷି କ୍ଷୀରରେ ଫ୍ୟାଟ ଏବଂ କ୍ୟାଲୋରୀ ଅଧିକ ହୋଇଥାଏ ସେଥିପାଇଁ ଯଦି ଓଜନ ବଢ଼ାଇବାକୁ ଚାହୁଁଛନ୍ତି ତାହେଲେ ମଇଁଷି କ୍ଷୀର ଆପଣଙ୍କ ପାଇଁ ଉପଯୁକ୍ତ ଅଟେ । ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ତାହେଲେ ଗାଈ କ୍ଷୀର ଆପଣଙ୍କ ପାଇଁ ଉପଯୁକ୍ତ ଅଟେ ।

ଖାଇବାପରେ କ୍ଷୀର ପାଇବା ଶରୀର ପାଇଁ ଉପଯୁକ୍ତ ନୁହେଁ କାରଣ କ୍ଷୀରରେ ବହୁତ ମାତ୍ରାରେ ପୋଷକ ଥାଏ ସେଥିପାଇଁ ତାହା ଗୋଟେ ବେଳାର ଖାଇବା ସହ ସମାନ । ଯଦି ଖାଇବାପରେ ଆପଣ ପିବେ ତାହେଲେ ଆପଣଙ୍କ ପାଚନ କ୍ରିୟା ଠିକରେ କାମ କରିବନି ।

କ୍ଷୀରକୁ କେତେବେଳେ କେମିତି ପିଇବା କଥା ଆପଣମାନେ ଜାଣିପାରିଥିବେ ।

Leave a Reply

Your email address will not be published. Required fields are marked *