ଆଣ୍ଠୁଗଣ୍ଠି ବ୍ୟଥାର ଘରୋଇ ଚିକିତ୍ସା – ଏହି ରାମ ବାଣ ଘରୋଇ ଉପାୟ ଦ୍ୱାରା ଜାଣିରଖନ୍ତୁ କିପରି ସମ୍ପୂର୍ଣ ସୁସ୍ଥ ହେଇଯିବେ ଆପଣ..
ଏମରସନଙ୍କ ମତ ଅନୁସାରେ ” ସ୍ୱାସ୍ଥ୍ୟ ହିଁ ସମ୍ପଦ “।ଏକ ସୁସ୍ଥ ଜୀବନ ବଂଚିବାକୁ ହେଲେ ସୁସ୍ଥ ସ୍ୱାସ୍ଥ୍ୟର ପ୍ରୟୋଜନୀୟତା ଗୁରୁତ୍ୱପୂର୍ଣ୍ଣ ଅଟେ।ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ରୋଗମୁକ୍ତ ରହିବାକୁ ଚାହାନ୍ତି।ଏକ ସୁସ୍ଥ ଶରୀର ମଣିଷର ସମସ୍ତ କାର୍ଯ୍ୟରେ ଉତ୍କଣ୍ଠା ତଥା ଉତ୍ସାହକୁ ଦ୍ବିଗୁଣିତ କରିଥାଏ।ଏକ ସୁସ୍ଥ ସ୍ୱାସ୍ଥ୍ୟର ବାତାବରଣ ମଣିଷକୁ ପ୍ରଗତିଶୀଳ ପଥରେ ଅଗ୍ରସର କରିଥାଏ।ତେଣୁ ଏକ ସୁସ୍ଥ ସ୍ୱାସ୍ଥ୍ୟର ଭୂମିକା ଜୀବନରେ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସ୍ପଷ୍ଟ ଅନୁମେୟ ହୋଇଥାଏ। ସ୍ୱାସ୍ଥ୍ୟର ତ୍ରୁଟି ମନୁଷ୍ୟକୁ ଭାରାକ୍ରାନ୍ତ କରିଦିଏ।ବିଭିନ୍ନ କ୍ଷେତ୍ରରେ ଏହାର ଆଗ୍ରହକୁ ପ୍ରତିରୋଧ କରିଥାଏ।ଜୀବନରେ ଦୁଃଖ ଆଣେ ଓ ମାନସିକ ସ୍ଥିତିକୁ ମଧ୍ୟ ଖରାପ କରିଥାଏ।ତେଣୁ ଛୋଟ ଠାରୁ ବଡ଼ ଯାଏ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ସୁସ୍ଥ ଓ ନିରୋଗ ରହିବାକୁ ଚାହାଁନ୍ତି। ହେଲେ ବୟସ ବଢ଼ିବା ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ସାଧାରଣତଃ ଦେଖା ଯାଇଥାଏ।ତେଣୁ ସ୍ୱାସ୍ଥ୍ୟର ସଠିକ ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।
ବୟସ ବଢ଼ିବା ଯୋଗୁଁ ଆଣ୍ଠୁଗଣ୍ଠି ବ୍ୟଥା ହେବା ଓ ଦରଜ ହେବା ଏକ ସାଧାରଣ ସମସ୍ୟା।ଯାହାଫଳରେ ଚାଳିବାରେ କଷ୍ଟ ହୁଏ।ସିଡ଼ି ଚଢ଼ିବାରେ ମଧ୍ୟ କଷ୍ଟ ଅନୁଭବ ହୋଇଥାଏ।ଏଥି ସହିତ ଅନ୍ୟ କାର୍ଯ୍ୟ କରିବାକୁ ମଧ୍ୟ କଷ୍ଟ ଅନୁଭୂତ ହୋଇଥାଏ।ତେଣୁ ଏହି ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପଇବାକୁ ନିମ୍ନରେ ଏକ ଘରୋଇ ଉପଚାର ବର୍ଣ୍ଣନା କରାଯାଇଛି।ଆଶା କରୁଛି ଏହା ଆପଣଙ୍କ ଉପକାରରେ ଆସିବ।ଓ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ସହାୟକ ହେବ।
ଆମ ଶରୀରରେ ଥିବା ହାଡରେ କ୍ୟାଲସିୟମର ଉପସ୍ଥିତି ହାଡକୁ ମଝବୁତ କରିଥାଏ। ବୟସ ବଢ଼ିବା ଯୋଗୁଁ ଏହା କମ ହୋଇଥାଏ।ତେଣୁ ଆଣ୍ଠୁଗଣ୍ଠି ବ୍ୟଥା ହୋଇଥାଏ।ତେଣୁ ଏହାର ଉପଚାର ନିମନ୍ତେ ପ୍ରଥମେ ଏକ କଡେଇରେ ଶୁଦ୍ଧ ଦେଶୀ ଗାଈ ଘିଅ ନେବା ଓ ତାକୁ ଗରମ କରିବା ଏବଂ ସେଥିରେ କିଛି ବାବୁଲ ଗୁଂନ୍ଦ ପକାଇବା। ହାଲୁଆ ଫୁଲିଲା ଭଳି ତାହା ଫୁଲିଯିବା ପରେ ତାକୁ ଗ୍ରାଇଣ୍ଡରରେ ପାଉଡର ପରି ଗୁଣ୍ଡ କରିଦେବା। ଓ ପ୍ରତିଦିନ ରାତିରେ ଗରମ କ୍ଷୀର ସହିତ ଏହାକୁ ମିଶାଇ ପାନ କରିବା। ଯଦି ଆପଣ ମିଠା ଅଂଶ ଚାହାନ୍ତି ତେବେ ଗୁଡ କିମ୍ବା ଚିନି ମିଶାଇ ପାନ କରି ପାରିବେ।
ଏହାକୁ ଗୋଟେ ମାସ ପର୍ଯ୍ୟନ୍ତ ନିୟମିତ ପାନ କରିବା ଦ୍ୱାରା ହାଡକୁ ଯଥେଷ୍ଟ ପରିମାଣରେ ଶକ୍ତି ମିଳିଥାଏ।ଓ ଏହା ଲୁହା ପରି ହୋଇଥାଏ।ଆଣ୍ଠୁଗଣ୍ଠି ସମସ୍ୟା ଦୂର ହୋଇ ସବୁ କାର୍ଯ୍ୟରେ ଫୁର୍ତ୍ତି ଲାଗେ। ସେହିପରି ଆଉ ଏକ ଉପାୟ ହେଉଛି ମେଥି। ପ୍ରତିଦିନ ରାତିରେ ଗରମ ପାଣିରେ ମେଥି ଭିଜେଇକି ରଖି ସକାଳୁ ସେହି ପାଣିକୁ ଗରମ କରି କିମ୍ବା ସେମିତି ପାନ କରିବେ ଓ ମେଥିକୁ ଚୋବେଇକି ଖାଇବେ। ଯାହାକି ଶରୀରର ବହୁତ ହିତ ସାଧନ କରିବା ସହିତ ହାଡରେ ଶକ୍ତି ଆଣିଥାଏ।
ଉପରୋକ୍ତ ଘରୋଇ ଚିକିତ୍ସା ବହୁତ ଉପକାରୀ ଅଟେ ଓ ଏହା ପୁରୁଷ ଓ ମହିଳାଙ୍କ ଅଳସ୍ୟତା କୁ ଲାଘବ କରିବା ସହ ଶକ୍ତି ଦେଇଥାଏ। ବାବୁଲ ଗୁଂନ୍ଦ ଓ ଦେଶି ଗାଈ ଘିଅ ବହୁତ ହିତକାରୀ ହୋଇଥାଏ।ଆଧୁନିକ ଔଷଧ ଠାରୁ ଘରୋଇ ଉପଚାର ଯଥେଷ୍ଟ ଉପକାରୀ ହୋଇଥାଏ ଓ ଏହାର କୌଣସି ଖରାପ ପ୍ରଭାବ ଶରୀର ଉପରେ ନଥାଏ। ଏହା ଶରୀରର ସମସ୍ତ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବା ସହିତ ସମସ୍ତ ସମସ୍ୟାକୁ ଦୂର କରିଥାଏ।ଏହା ହାଡକୁ ଯଥେଷ୍ଟ ମଝବୁତ ଓ ଶକ୍ତ କରିଥାଏ।ଆଶା କରୁଛି ଏହି ଉପଚାର ଆପଣଙ୍କୁ ସାହାଯ୍ୟ କରିବ ଓ ଆପଣଙ୍କ ସ୍ୱାସ୍ଥ୍ୟରେ ଯଥେଷ୍ଟ ଉନ୍ନତି ଆଣିବ।