ସୌଭାଗ୍ୟଲକ୍ଷ୍ମୀ ନାରୀ – ଏହିପରି ନାରୀ ନିଜ ସ୍ୱାମୀଙ୍କୁ ଭାବ୍ୟବାନ କରି ଦେଇଥାନ୍ତି – ଦେଖନ୍ତୁ ଆପଣଙ୍କ ସ୍ତ୍ରୀ ଭିତରେ ଏହି ଗୁଣ ରହିଛି କି..
ପାର୍ଥିବ ଜଗତରେ ମନୁଷ୍ୟ ଦୁର୍ଲ୍ଲଭ ପ୍ରାଣୀ ରୂପେ ପରିଚିତ।ସମସ୍ତଙ୍କ ପାଖରେ କିଛିନାକିଛି ଭଲଗୁଣ ତଥା ଖରାପଗୁଣ ରହିଥାଏ। ଭଲଗୁଣ ଥିବା ବ୍ୟକ୍ତି ନିଜ ସୁନ୍ଦରଗୁଣରେ ସବୁକିଛି କରିଥାନ୍ତି ମଧୁମୟ।ସେମାନଙ୍କ ସୁଗୁଣର ସୁବାସରେ ଖରାପ ମଧ୍ୟ ଭଲ ପରି ଚମତ୍କୃତ ହୋଇଥାଏ।ଭଲଗୁଣ ଥିବା ବ୍ୟକ୍ତି ମାନଙ୍କର ପୁଷ୍ପପରି ପ୍ରସ୍ଫୁଟିତ ସୁଗୁଣରେ ଈଶ୍ୱର ହୋଇଥାନ୍ତି ପରିତୋଷ।ଏବଂ ସେମାନେ ଦେବତୁଲ୍ୟ ହୋଇଥାନ୍ତି। ନାରୀ ମାନଙ୍କ ଜନ୍ମ ମଧ୍ୟ ମନୁଷ୍ୟ ମାନଙ୍କ ମଧ୍ୟରେ ହୋଇଥାଏ ଅନନ୍ୟ।ନୂତନ ଜୀବନକୁ ଜନ୍ମ ଦେବାରେ ନାରୀମାନଙ୍କ ଭୂମିକା ଅଟେ ମହନୀୟ।ପରିବାରରେ ଝିଅ ମାନଙ୍କୁ ଲକ୍ଷ୍ମୀଙ୍କ ସହିତ ତୁଳନା କରାଯାଏ।ପରିବାରରେ ଝିଅମାନେ ସାଧାରଣତଃ ସବୁ କଥା ବୁଝିପାରନ୍ତି।ଅନ୍ୟ ମାନଙ୍କ ଯତ୍ନ ନେବା ସହିତ ଅନ୍ୟମାନଙ୍କ ଆଦରର ପାତ୍ର ହୋଇଥାନ୍ତି।
ବିବାହ ଝିଅମାନଙ୍କ ଜୀବନର ଏକ ନିଆରା ଜିନିଷ।ଯାହାଦ୍ୱାରା ସେମାନଙ୍କୁ ଆଉଗୋଟେ ନୂଆ ଜୀବନର ଅୟମାରମ୍ଭ କରିବାକୁ ପଡ଼ିଥାଏ।ସେମାନଙ୍କ ଜୀବନରେ ଅନ୍ୟ ଏକ ନୂଆ ଅଧ୍ୟାୟ ଯୋଡି ହୋଇଯାଇଥାଏ।ସେମାନେ ନିଜ ପରିବାରକୁ ଛାଡି ଆଉଗୋଟେ ନୂଆ ପରିବାରକୁ ଆପଣାର କରିବାକୁ ଚେଷ୍ଟା କରିଥାନ୍ତି।ନିଜ ସ୍ୱାମୀଙ୍କୁ ଜୀବନର ସବୁକିଛି ମନେକରି ଗଭୀର ବିଶ୍ୱାସ କରି ଏକ ସୁନ୍ଦର ଜୀବନ ବଂଚିବାକୁ ଚେଷ୍ଟା କରନ୍ତି।
ବିବାହ ରୂପକ ପବିତ୍ର ବନ୍ଧନ ଦୁଇଟି ମନ ଓ ହୃଦୟକୁ ଯୋଡି ଦେଇଥାଏ।ଶାସ୍ତ୍ରରେ କୁହାଯାଇଛି କି ବିବାହ ପରେ ସ୍ବାମୀ ଓ ସ୍ତ୍ରୀ ଙ୍କ ଭାଗ୍ୟ ପରସ୍ପର ସହିତ ଯୋଡି ହୋଇଯାଇଥାଏ।ତେଣୁ ଜଣଙ୍କ କର୍ମ ଓ ଭାଗ୍ୟ ଅନୁସାରେ ଫଳ ଅନ୍ୟଜନଙ୍କୁ ପ୍ରାପ୍ତ ହୋଇଥାଏ।ବିବାହ ପରେ ସ୍ତ୍ରୀ ର ଭାଗ୍ୟ ସ୍ୱାମୀଙ୍କ ସହ ଯୋଡି ହୋଇଯାଇଥାଏ।ପତ୍ନୀର ଗୁଣଓକର୍ମର ଫଳ ପତି ଉପରେ ମଧ୍ୟ ପଡିଥାଏ।ଯେଉଁ ନାରୀର ସତଗୁଣରେ ସ୍ୱାମୀଙ୍କ ଜୀବନ ଆନନ୍ଦମୟ ହୋଇଥାଏ ତାକୁ ସୌଭାଗ୍ୟଲକ୍ଷ୍ମୀ ଆଖ୍ୟା ଦିଆଯାଇଥାଏ। ସେହି ନାରୀମାନଙ୍କ ଗୁଣ ସମ୍ପର୍କରେ ଆସନ୍ତୁ ଜାଣିବା।
ଭଗବାନଙ୍କୁ ପୂଜା କରୁଥିବା ନାରୀ: ଯେଉଁ ନାରୀ ସତହୃଦୟରେ ଈଶ୍ଵରଙ୍କ ଆରାଧନା କରେ ତା ସ୍ବାମୀ ସର୍ବଦା ସୁଖୀ ଓ ଧନବାନ ହୋଇଥାନ୍ତି।ଯେଉଁ ଘରେ ପବିତ୍ର ମନରେ ଈଶ୍ବରଙ୍କ ଆରାଧନା ହୋଇଥାଏ ସେଇଘରେ ସ୍ୱୟଂ ମହାଲକ୍ଷ୍ମୀ ବିଜେ କରିଥାନ୍ତି।ଏବଂ ସେହିଘରେ ଧନର କୌଣସି ଅଭାବ ରୁହେ ନାହିଁ।
ସବୁବେଳେ ମିଠା କଥା କହୁଥିବା ନାରୀ: ଯେଉଁ ନାରୀମାନେ ସବୁବେଳେ ମିଠାକଥା କୁହନ୍ତି; କାହାକୁ ଉଚ୍ଚସ୍ଵରରେ କଥା କୁହନ୍ତି ନାହିଁ ସେମାନେ ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି।ସେମାନେ ଯାହା ଜୀବନରେ ଆସନ୍ତି ସେମାନେ ସର୍ବଦା ଖୁସି ହୁଅନ୍ତି।ସେମାନଙ୍କ ଜୀବନରେ ଧନର କୌଣସି ଅଭାବ ରୁହେନାହିଁ।ଗରିବକୁ ରାଜା କରିବାର ଗୁଣ ଏମାନଙ୍କର ଥାଏ।
ଅନ୍ୟମାନଙ୍କ ସେବା କରୁଥିବା ନାରୀ: ଯେଉଁମାନେ ସବୁବେଳେ ଅନ୍ୟମାନଙ୍କ ସେବା କରନ୍ତି, ଅନ୍ୟମାନଙ୍କ ଦୁଃଖରେ ଦୁଃଖିହୁଅନ୍ତି ଏମାନଙ୍କ ସ୍ୱାମୀଙ୍କର କେବେ ଧନଧାନ୍ୟରେ ଅଭାବ ରୁହେନାହିଁ।ଏମାନେ ଦେଇଥିବା ଦାନ କେବେ ବ୍ୟର୍ଥ ଯାଏନାହିଁ।ଏମାନେ ସର୍ବଦା ସୁଖୀ ହୁଅନ୍ତି।
ଅତିଥିଙ୍କ ସେବା କରୁଥିବା ନାରୀ: ଯେଉଁ ନାରୀ ଘରକୁ ଆସୁଥିବା ଅତିଥିଙ୍କର ଉଚିତ ସତ୍କାର କରନ୍ତି ଏବଂ ଆଦରରେ ସେବା କରନ୍ତି, ସେମାନେ ଲକ୍ଷ୍ମୀଙ୍କ ସ୍ଵରୂପ ହୋଇଥାନ୍ତି।ସେମାନଙ୍କ ଘରର ସବୁବେଳେ ଉନ୍ନତି ହୋଇଥାଏ।ସେମାନଙ୍କ ସ୍ୱାମୀ ସର୍ବଦା ସୁଖୀ ହୋଇଥାନ୍ତି।ସେମାନଙ୍କ ଘରେ ଧନର ଅଭାବ ରୁହେନାହିଁ।
ଏପରି ଗୁଣ ଥିବା ନାରୀ ସବୁବେଳେ ନିଜ ସ୍ୱାମୀଙ୍କର ମଙ୍ଗଳ ହେବାର କାରଣ ହୋଇଥାନ୍ତି।ଏବଂ ନିଜ ସ୍ୱାମୀଙ୍କର ଭାଗ୍ୟକୁ ଆହୁରି ଚମତ୍କୃତ କରନ୍ତି।ଏହି ନାରୀ ମାନଙ୍କୁ ଲକ୍ଷ୍ମୀଙ୍କ ସହିତ ତୁଳନା କରାଯାଇଥାଏ।