December 23, 2024

Odia Express

Leading Odia News Portal of Odisha

ଏକ ମାସ ପର୍ଯ୍ୟନ୍ତ ନିୟମିତ ମେଥି ପାଣି ସେବନ କଲେ ହୋଇଥାଏ ଅନେକ ସମସ୍ୟା ର ସମାଧାନ

ନମସ୍କାର,ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ।ଆମେମାନେ ଘରେ ବ୍ୟବହାର କରୁଥିବା ମେଥି ରେ ଏତେ ଗୁଣ ଅଛି, ତାହା ଆପଣ କେବେ ଭଲଭାବରେ ଜାଣିନଥିବେ। ଏହା କେବଳ ଏକ ପ୍ରକାର ମସଲା ନୁହେଁ ବରଂ ଏହା ଏକ ଏପରି ଔଷଧୀୟ ଜିନିଷ ଯାହା ସବୁ ରୋଗ ର ପ୍ରତିକାର କରିବାର କ୍ଷମତା ରଖିଥାଏ। ଆଜି ଆମେ ଜାଣିବା ମେଥି ପାଣି ର କିଛି ଚମତ୍କାରିତା ବିଷୟରେ। ଚାଲନ୍ତୁ ପ୍ରଥମେ ଜାଣିବା ଏହା କିପରି ପ୍ରସ୍ତୁତ କରାଯାଏ।

ଏକ ଗ୍ଲାସ୍ ରେ ପାଣି ନିଅନ୍ତୁ ଏବଂ ସେଥିରେ ଦୁଇ ଚାମଚ୍ ମେଥି ଦାନା ପକେଇ ତାକୁ ଭିଜେଇ ରାତିରେ ଶୋଇବା ସମୟ ରେ ସକାଳ ପର୍ଯ୍ୟନ୍ତ ରଖିଦିଅନ୍ତୁ। ସକାଳୁ ଉଠି ସେହି ପାଣି କୁ ଭଲ ଭାବରେ ଛାଣି ଦିଅନ୍ତୁ ଓ ଖାଲି ପେଟ ରେ ସେହି ପାଣିର ସେବନ କରନ୍ତୁ। ରାତିରେ ପାଣିରେ ମେଥି ଭିଯାଇବା ଦ୍ବାରା ଏଥିରେ ଆଣ୍ଟି ଇନଫ୍ଲାମେଣ୍ଟରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ବୃଦ୍ଧି ପାଇଥାଏ ଏବଂ ଏହା ଆପଣଙ୍କ ଶରୀର ର ରୋଗ କୁ ଭଲ କରିଦିଏ ବା ଶରୀରକୁ ରୋଗ ମୁକ୍ତ କରିଥାଏ।

ମେଥିରେ କିଛି ଏପରି ଫାଇବର ରହିଛି ଯାହା ରକ୍ତରେ ଗ୍ଲୁକୋଜର ମାତ୍ରା ବଢିବାକୁ ଦିଏନି।ଯେଉଁ ବ୍ୟକ୍ତି ମାନେ ପ୍ରତିଦିନ ମେଥି ପାଣି ପିଅନ୍ତି ତାଙ୍କୁ କେବେ ମଧ୍ୟ ମଧୁମେହ ରୋଗ ହୁଏ ନାହିଁ। ଯଦି ଆପଣ ଆଗରୁ ହିଁ ଏହି ରୋଗରେ ପୀଡିତ ଅଛନ୍ତି ତେବେ ଆଜି ଠାରୁ ପ୍ରତିଦିନ ମେଥି ପାଣି ପିଅନ୍ତୁ, ଏହା ଦ୍ବାରା ଆପଣଙ୍କ ର ସୁଗାର ଲେଵେଲ ଠିକ୍ ରହିଥାଏ। ଯଦି ଆପଣ ଭିଜା ଯାଇଥିବା ମେଥି ପାଣି ପିଇବା ସହିତ ସେହି ମେଥି କୁ ମଧ୍ୟ ଚୋବାଈ ଖାଆନ୍ତି ତେବେ ଆପଣଙ୍କ ଅଧିକ ଭୋକ ଲାଗିବ ନାହିଁ ଏବଂ ଏହା ନିୟମିତ କରିବା ଦ୍ୱାରା ଆପଣଙ୍କ ର ଓଜନ ହ୍ରାସ ପାଇଥାଏ।

ଯଦି ଆପଣ ଏପରି ଏକ ମାସ କରନ୍ତି ତେବେ ଆପଣଙ୍କ କିଡ୍ନୀରେ ଥିବା ଷ୍ଟୋନ୍ ନଷ୍ଟ ହୋଇଯାଏ ଏବଂ ଆପଣଙ୍କ କିଡ୍ନୀ ଠିକ୍ ଭାବରେ କାମ କରିଥାଏ। ମେଥିରେ ଅଧିକ ମାତ୍ରାରେ ପୋଟାସିୟମ ଥିବା କାରଣରୁ ଏହା ରକ୍ତଚାପ କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏହା ହାର୍ଟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଯଦି ଆପଣଙ୍କ ର ଗଣ୍ଠି ଜନିତ କୌଣସି ସମସ୍ୟା ଅଛି ତେବେ ମେଥି ରେ ଥିବା ଆଣ୍ଟି ଇନଫ୍ଲାମେଟୋରି ଏଵଂ ଆଣ୍ଟି ଅକ୍ସିଡାଣ୍ଟ ଏହି ସମସ୍ୟା କୁ ଦୂର କରିଥାଏ, ଏହା ଦ୍ୱାରା ଗଣ୍ଠି ଦରଜ ମଧ୍ୟ କମିଯାଏ।

ମେଥି ରେ ଥିବା ଫାଇବର ଶରୀରର ରୁ ଟକ୍ସିନ୍ ବାହାର କରିବାରେ ସାହାଯ୍ୟ କରିଥାଏ, ମେଥି ର ସେବନ କରିବା ଦ୍ୱାରା ପେଟ ର କ୍ୟାନସର ମଧ୍ୟ ଦୂର ହୋଇଥାଏ।ବହୁତ ପରୀକ୍ଷାରୁ ପ୍ରମାଣିତ ଅଛିକି ନିୟମିତ ମେଥି ର ସେବନ କରିବା ଦ୍ୱାରା ଏହା ଆମ ଶରୀର ରେ ଥିବା ବିଷାକ୍ତ କୋଲେଷ୍ଟ୍ରଲ କୁ ନଷ୍ଟ କରି ନୂଆ କୋଲେଷ୍ଟ୍ରଲ ସୃଷ୍ଟି କରିଥାଏ, ଯାହା ଦ୍ୱାରା ଆପଣଙ୍କୁ ହୃଦ୍ଘାତ ଜନିତ କୌଣସି ସମସ୍ୟା ହୋଇନଥାଏ। ଏହି ପାଣି କୁ ପିଇବା ଦ୍ୱାରା ଆପଣଙ୍କର ମୁହଁ ଉଜ୍ଜ୍ୱଳ ଦେଖାଯାଏ ଓ ରିଙ୍କିଲ ଆସିନଥାଏ ଏବଂ ଆପଣ ବହୁତ ଦିନ ଯାଏଁ ଯବାନ ହୋଇ ରହିଥାନ୍ତି।

ଯଦି ଆପଣଙ୍କ ର କେଶ ଜନିତ କୌଣସି ସମସ୍ୟା ଅଛି ତେବେ ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ଅଟେ, ଏହି ପାଣି କୁ ପିଇବା ଦ୍ୱାରା ଆପଣଙ୍କର କେଶ ଅଧିକ ଦିନ ପର୍ଯ୍ୟନ୍ତ କଳା ରହିଥାଏ ଏବଂ ଘନ ହୋଇଥାଏ ଏବଂ ଯଦି ଆପଣଙ୍କ ର କେଶ ଉପୁଡୁଥାଏ ତେବେ ଏହା ମଧ୍ୟ ଠିକ୍ ହୋଇଥାଏ। ଏବେ ଆପଣ ଜାଣିଲେ ଯେ ମେଥି ଦ୍ୱାରା କେତେ ପ୍ରକାର ସମସ୍ୟା କୁ ଦୂର କରିହେବ, ଯଦି ଆପଣ ବି ଏପରି କିଛି ସମସ୍ୟା ରେ ପୀଡ଼ିତ ତେବେ ନିୟମିତ ମେଥି ର ସେବନ କରନ୍ତୁ।

Leave a Reply

Your email address will not be published. Required fields are marked *