ରାଶିଫଳ ୨୦୨୧ – କୁମ୍ଭ ରାଶିର ରାଶିଫଳ ୨୦୨୧ କିପରି ରହିବ ଜାଣିରଖନ୍ତୁ – କଣ ଶୁଭ ରହିଛି ଓ କଣ ଅସୁବିଧା ପଡିପାରନ୍ତି ଜାଣିରଖନ୍ତୁ..
ମୁଁ ଆପଣ ଙ୍କୁ କହିବା ପାଇଁ ଯାଉଛି, କୁମ୍ଭ ରାଶି ର ଲୋକ ମାନଙ୍କ ପାଇଁ ୨୦୨୧ କିପରି କଟିବାକୁ ଯାଉଅଛି। ଏଥିରେ ଆମେ ମେଷ ରାଶିର ଲୋକ ମାନଙ୍କର ସ୍ଵଭାବ, ଶିକ୍ଷା, କ୍ୟାରିଅର, ପ୍ରେମ ଜୀବନ, ଆର୍ଥିକ ସ୍ଥିତି ଏବଂ ସେମାନଙ୍କ ସ୍ବାସ୍ଥ୍ୟ ବିଷୟରେ ଜାଣିବା। ଯାହା କି ପ୍ରତ୍ୟେକ ଲୋକ ମାନଙ୍କର ଜୀବନ ରେ ଦେଖିବାକୁ ମିଳେ। ପ୍ରଥମେ ଜାଣିବା କୁମ୍ଭ ରାଶି ର ବ୍ୟକ୍ତି ମାନଙ୍କ ପାଇଁ କଣ ସବୁ ଶୁଭ। ଶୁଭ ନମ୍ବର -୮ | ଶୁଭ ବାର- ମଙ୍ଗଳବାର, ଶୁକ୍ରବାର, ଶନିବାର | ଶୁଭ ରଙ୍ଗ -ନୀଳ, ହଳଦୀ ଏବଂ ବାଇଗଣୀ | ଶୁଭ ପଥର – ହିରା ଏବଂ ନୀଲମ
ଏହି ରାଶି ର ସ୍ବାମୀ ଗ୍ରହ ପ୍ରଭୁ ଶନି ଅଟନ୍ତି। ଏହି ରାଶିର ଲୋକେ ବହୁତ ଗମ୍ଭୀର ଏବଂ ସମ୍ବେଦନଶୀଳ ହୋଇଥାନ୍ତି।ଏମାନେ ନିଜ ଭବନ କୁ ଅଟେ ଶୀଘ୍ର କାହା ନିକଟ ରେ ପ୍ରକାଶ କରନ୍ତି ନାହିଁ। ଏମାନେ ସିଧାସଳଖ କଥା ବାର୍ତ୍ତା କରନ୍ତି। ଅନେ ନିଜ ଜୀବନ କୁ ଉପଭୋଗ କରନ୍ତି, ଯେଉଁ ଜିନିଷ ଏମାନଙ୍କୁ ମିଳେନାହିଁ, ସେମାନେ ଦୁଃଖ ପ୍ରକାଶ କରନ୍ତି ନାହିଁ, ସେମାନେ ତା ଠାରୁ ଅଧିକ ପାଇବା ପାଇଁ ଚେଷ୍ଟା କରନ୍ତି। ଏମାନେ ନିଜଠାରୁ ଅଧିକ ନିଜ ପାର୍ଟନର ଙ୍କ ଉପରେ ଭରସା କରନ୍ତି ଏବଂ ତାଙ୍କୁ ସବୁ ପ୍ରକାର ଖୁସି ଦେବାକୁ ପସନ୍ଦ କରନ୍ତି।
ଏହି ରାଶିର ପିଲାମାନଙ୍କ ପାଇଁ ଏହି ବର୍ଷ ବହୁତ ଭଲ ଅଟେ। ଏହି ରାଶିର ପିଲା ମାନେ ଶିକ୍ଷା କ୍ଷେତ୍ରରେ ବହୁତ ଉନ୍ନତି କରିବେ। ଯଦି ପିଲାମାନେ ବର୍ଷ ଆରମ୍ଭରୁ କଷ୍ଟ କରିବେ, ତେବେ ବର୍ଷ ଶେଷ ରେ ଏହା ବହୁତ ଭଲ ଫଳ ପ୍ରଦର୍ଶନ କରିବ। ଏହି ବର୍ଷ ଶିକ୍ଷା ପ୍ରତି ବହୁତ ଭଲ ଅଟେ। ଯେଉଁ ପିଲା ମାନେ ଉଚ୍ଚଶିକ୍ଷା ପାଇଁ ବାହାରକୁ ଯିବାପାଇଁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ସୁଯୋଗ ମିଳିପାରେ।
ଏହି ବର୍ଷଟି ବ୍ୟବସାୟୀ ବର୍ଗର ଲୋକମାନଙ୍କ ପାଇଁ ବହୁତ ଭଲ ଅଟେ। ଆପଣ ନିଜ ବ୍ୟାପାରକୁ ଯେତେ ବୃଦ୍ଧି କରିବେ, ଆପଣ ସେତେ ଉପରକୁ ଉଠି ପାରିବେ।ଯେଉଁ ପିଲା ମାନେ ଚାକିରି ପାଇବା ପାଇଁ ପରୀକ୍ଷା ଦେଉଛନ୍ତି, ସେମାନେ ମଧ୍ୟ ସଫଳ ଲାଭ କରିବେ। ଯେଉଁ ମାନେ ବେକାର ହୋଇ ଘରେ ବୁଲୁଛନ୍ତି, ସେମାନଙ୍କୁ ମଧ୍ୟ ଭଲ ଚାକିରୀ ମିଳିବାର ସମ୍ଭାବନା ରହିଅଛି।ଯଦି ଆପଣ କୌଣସି ଚାକିରି କରୁଛନ୍ତି, ତେବେ ଆପଣ ଙ୍କୁ ନିଜ ଚାକିରି ତରଫ ରୁ ପଦୋନ୍ନତିର ସୁଯୋଗ ମିଳିପାରେ।ସର୍ବୋପରି ଏହି ବର୍ଷ ଟି ବ୍ୟାପାର ଏବଂ ଚାକିରି ପାଇଁ ବହୁତ ଭଲ ଅଟେ।
ଏହି ବର୍ଷଟି କୁମ୍ଭ ରାଶିର ଲୋକ ମାନଙ୍କ ପାଇଁ ବହୁତ ଭଲ ଅଟେ।ଏହି ବର୍ଷ ରେ ଆପଣ ନିଜ ପାର୍ଟନର ଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇବେ। ଯେଉଁ ବ୍ୟକ୍ତି ମାନେ ବିବାହ କରିବ ପାଇଁ ଇଛୁକ ଅଛନ୍ତି, ସେମାନଙ୍କୁ ଭଲ ଜୀବନ ସାଥି ମିଳିବାର ସମ୍ଭାବନା ରହିଅଛି। ବୈବାହିକ ଜୀବନ ରେ ଖୁସି ର ଆଗମନ ହେବ।ପତିପତ୍ନୀଙ୍କ ମଧ୍ୟରେ ଭଲପାଇବା ବଢିବ।ଯଦି ଆପଣ ଏବଂ ଆପଣଙ୍କ ଜୀବନ ସାଥି ଙ୍କ ମଧ୍ୟ ରେ କୌଣସି ଝଗଡ଼ା ଆରମ୍ଭ ହୁଏ, ତେବେ ଆପଣ ଏହାକୁ କଥାବାର୍ତ୍ତା କରି ସମାଧାନ କରନ୍ତୁ। ସର୍ବୋପରି ପ୍ରେମ ଏବଂ ବୈବାହିକ ଜୀବନରେ ଏହି ବର୍ଷ ଟି ଆପଣ ଙ୍କ ପାଇଁ ବହୁତ ଭଲ ରହିବ।
ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ପାରିବାରିକ ଜୀବନ ବହୁତ ଭଲ ରହିବ।ଆପଣ ଙ୍କୁ ନିଜ ପରିବାର ରୁ ଖୁସି ଏବଂ ସୁଖଶାନ୍ତି ମିଳିବାର ବହୁତ ସମ୍ଭାବନା ରହିଅଛି। ଆପଣ ଯେଉଁ ମହତ୍ତ୍ୱପୂର୍ଣ୍ଣ କାର୍ଯ କରିବାକୁ ଯାଉଛନ୍ତି, ଆପଣ ନିଜ ପରିବାର ଠାରୁ କିଛି ତଥ୍ୟ ଗ୍ରହଣ କରନ୍ତୁ। କାର୍ଯ୍ୟରେ ବ୍ୟସ୍ତ ରହିବା ସହ ନିଜ ପରିବାରକୁ ମଧ୍ୟ ସମୟ ଦିଅନ୍ତୁ। ପରିବାରରେ ଏକତା ରଖିବା ପାଇଁ ଆପଣ ଚେଷ୍ଟା କରନ୍ତୁ। ପରିବାର ସହ ଆପଣ କୌଣସି ଧାର୍ମିକ ଯାତ୍ରା ରେ ମଧ୍ୟ ବାହାରକୁ ଯାଆନ୍ତୁ, ଯାହା ଦ୍ଵାରା ପରିବାର ଲୋକେ ଖୁସି ଅନୁଭବ କରିବେ। ଏହି ରାଶିର ଲୋକ ମାନଙ୍କର ଭାଇ ଭଉଣୀ ମାନଙ୍କ ମଧ୍ୟ ରେ ସମ୍ପର୍କ ସୁଦୃଢ ହେବ।ସର୍ବୋପରି ଏହି ରାଶି ର ଲୋକ ମାନଙ୍କର ପାରିବାରିକ ଜୀବନ ବହୁତ ଭଲ ରହିବ।
ରାଶିଫଳ ୨୦୨୧ ଅନୁସାରେ, ବର୍ଷ ଆରମ୍ଭ ରେ ଏହି ବ୍ୟକ୍ତି ମାନଙ୍କର ଆର୍ଥିକ ସ୍ଥିତି ବହୁତ ଭଲ ରହିବ ଏହି ବର୍ଷ ଆପଣ ଙ୍କର ଆୟ ବଢିବାର ସମ୍ଭାବନା ରହିଅଛି।ଆପଣ ଙ୍କ କଷ୍ଟ ଏବଂ ଚେଷ୍ଟା ଆପଣଙ୍କୁ ଉନ୍ନତି ଆଡ଼କୁ ଟାଣି ନେବ। ଆପଣଙ୍କ ର ଆର୍ଥିକ ସ୍ଥିତି ସୁଦୃଢ ରହିବ। ଏହି ବର୍ଷ ଆପଣ ଙ୍କ ର ଅଧିକ ଆମଦାନୀ ରହିବ। ଏହି ବର୍ଷରେ ଯଦି ଆପଣ ନୂଆ କରି ବ୍ୟବସାୟ ଆରମ୍ଭ କରିବା ପାଇଁ ଯାଉଛନ୍ତି, ତେବେ ଏହି ବ୍ୟବସାୟ ଆପଣଙ୍କ ଆର୍ଥିକ ସ୍ଥିତି କୁ ଅଧିକ ରୁ ଅଧିକ ସୁଦୃଢ କରିବାରେ ସହାୟକ ହେବ। ସର୍ବୋପରି ଆର୍ଥିକ ବ୍ୟବସ୍ଥାରେ ଏହି ବର୍ଷ ଆପଣ ଙ୍କ ପାଇଁ ବହୁତ ଭଲ ଅଟେ।