December 26, 2024

Odia Express

Leading Odia News Portal of Odisha

ଏହି ୩ଟି ରାଶିର ଝିଅ କୋଟିଏ ରେ ଗୋଟିଏ ହୋଇଥାନ୍ତି – ଏମାନଙ୍କ ବିଷୟରେ ନିଶ୍ଚୟ ଜାଣିରଖନ୍ତୁ..

ଜ୍ୟୋତିଷଶାସ୍ତ୍ର ଆମ ଜୀବନକୁ ବହୁତ ପ୍ରଭାବିତ କରିଥାଏ।ଯଦି ଆମେ ଏହାକୁ ପାଳନ କରିବା ତେବେ ଆମ ଜୀବନରେ ଆସୁଥିବା ସବୁ ସମସ୍ୟା ଦୂର ହୋଇଯିବ କାହିଁକିନା ଆମେ ଆମ କୁଣ୍ଡଳୀ ଦ୍ୱାରା ଏହାକୁ କରିପାରିବା।ଆମ ଜୀବନରେ ଆମେମାନେ ସବୁବେଳେ ଦେଖିବା ପାଇଁ ଚାହିଁଥାଉ କି ଯେତେବେଳେ ଆମେ କୌଣସି ଝିଅକୁ ବିବାହ କରିବା ତେବେ ତାହାର ଜାତି,ଗୋତ୍ର ତଥା ତା ରାଶି ସହିତ ଆମ ରାଶି ର କିପରି ମିଳନ ହୋଇଥାଏ ସେ ସବୁ ବିଷୟରେ ସମ୍ପୂର୍ଣ୍ଣ ଭାବେ ତଥ୍ୟ ନେଇକି ଏହି ବିବାହ କାର୍ଯ୍ୟକୁ ଆରମ୍ଭ କରିବାରେ ଲାଗିଥାଉ ।ଏମିତିରେ ବିବାହ ଘର ହଉଛି କୌଣସି ଖେଳ ଘର ନୁହେଁ। ତେବେ ନିଶ୍ଚିତ ଭାବେ ବିବାହ କରୁଥିବା ପତି କିମ୍ବା ପତ୍ନୀଙ୍କ ବିଷୟରେ ବିବାହ ପୂର୍ବରୁ ଜାଣିନେବା ଆବଶ୍ୟକ ଅଟେ।

ଶାସ୍ତ୍ର ଅନୁସାରେ ଯେଉଁ ଭଳି ଭାବରେ ବ୍ୟକ୍ତିର ନାମ ବ୍ୟକ୍ତିର ଜୀବନ ଉପରେ ପ୍ରଭାବ ପକେଇଥାଏ।ଠିକ ସେହି ଭଳି ବ୍ୟକ୍ତିର ରାଶି ବ୍ୟକ୍ତି ଉପରେ ପ୍ରଭାବ ପକେଇଥାଏ।ଆଜି ଆମେ ଆପଣଙ୍କୁ ସେହି ରାଶିର ମହିଳାମାନଙ୍କ ବିଷୟରେ କହିବାକୁ ଯାଉଛୁ।ଯେଉଁମାନଙ୍କର ପାଦ ଘରେ ପଡିଲେ ଘର ସ୍ୱର୍ଗ ହୋଇଥାଏ।ମହିଳା ତଥା ସ୍ତ୍ରୀ ଲୋକମାନେ ଘର ପରିବାରର ଧ୍ୟାନ ରଖିଥାନ୍ତି।ଯାହାଦ୍ୱାରା ପୁରୁଷମାନେ ନିଜ ଭବିଷ୍ୟତ ଉପରେ ଧ୍ୟାନ ଦେଇ ପାରନ୍ତି।ଏହା ସମ୍ପୂର୍ଣ୍ଣ ଭାବରେ ସତ ଅଟେ ଯେ ଗୋଟେ ମହିଳା ଚାହିଁଲେ ଘରକୁ ସ୍ୱର୍ଗ କରି ପାରିବ ନହେଲେ ନର୍କ କରି ପାରିବ।ସେଥିପାଇଁ ଏହା ସମ୍ପୂର୍ଣ୍ଣ ଭାବରେ ମହିଳାଙ୍କ ଉପରେ ନିର୍ଭର କରିଥାଏ।ଏପରି କୁହାଯାଇଛି କି ଯଦି ଆପଣ ରାଶି ଅନୁସାରେ କାହା ସହିତ ଭେଟ ହେଉଛନ୍ତି ତେବେ ଜୀବନରେ ବହୁତ ସୁଖୀ ରହିଥାନ୍ତି ।ତେବେ ଆସନ୍ତୁ ଜାଣିବା ସେହି ୩ଟି ରାଶି ବିଷୟରେ ଯାହାକୁ ବିବାହ କଲେ ଆପଣ ବହୁତ ସୁଖରେ ରହିବେ ବା କେଉଁ ରାଶିର ଝିଅମାନେ କୋଟିକରେ ଗୋଟିଏ ହୋଇଥାନ୍ତି।

(୧)ମେଷ ରାଶି-ଏହି ରାଶିର ଝିଅମାନେ ବାହାଘର ପାଇଁ ଉପଯୁକ୍ତ ହୋଇଥାନ୍ତି।ଏମାନେ ତାଙ୍କ ଜୀବନସାଥୀଙ୍କର ବହୁତ ବିଶ୍ଵସ୍ତ ହୋଇଥାନ୍ତି।ପରିବାରର ନିୟମକୁ ସବୁବେଳେ ମାନିକି ଚଳିଥାନ୍ତି ଏବଂ ନିୟମକୁ କେବେ ଭାଙ୍ଗି ନଥାନ୍ତି।ଏମାନେ ଟିକେ ରାଗୀ ହୋଇଥାନ୍ତି ହେଲେ ନିଜର କର୍ତ୍ତବ୍ୟକୁ ଭଲ ଭାବରେ ତୁଲେଇଥାନ୍ତି।ଗୁରୁଜନଙ୍କର କଥା ମାନି ଚଳିଥାନ୍ତି ଏବଂ ଘର ପରିବାରର ବିଶେଷ ଧ୍ୟାନ ରଖିଥାନ୍ତି।ନିଜର ସ୍ଵଭାଵ ଦ୍ୱାରା ଏମାନେ ସମସ୍ତଙ୍କ ହୃଦୟ ଜିତି ଯାଆନ୍ତି।ପରିବାରର ସବୁଲୋକଙ୍କୁ ଗୋଟେ ସୂତ୍ରରେ ବାନ୍ଧି ରଖନ୍ତି।

(୨)କର୍କଟ ରାଶି-ଏହି ରାଶିର ଝିଅମାନେ ବହୁତ ଭାବୁକ ହୋଇଥାନ୍ତି।ନିଜ ଭିତରେ ଭାବନାର ଏକ ସମୁଦ୍ର ତିଆରି କରିଦେଇଥାନ୍ତି ଯେଉଁ କାରଣରୁ ନିଜର ସମ୍ପର୍କକୁ ପୁରା ଶେଷ ପର୍ଯ୍ୟନ୍ତ ଲିଭେଇ ଥାନ୍ତି।ଏମାନେ ଦେଖିବାକୁ ବହୁତ ସୁନ୍ଦର ଏବଂ ଆକର୍ଷିତ ହୋଇଥାନ୍ତି ।ଏମାନେ ନିଜ ଜୀବନସାଥୀକୁ ଏତେ ମାତ୍ରାରେ ଭଲ ପାଇଥାନ୍ତି ଯେ ସେହି ଭଲ ପାଇବା ପାଇଁ ସବୁକିଛି ଭୁଲିଯାଇଥାନ୍ତି।ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି।କମ ଟଙ୍କାରେ ମଧ୍ୟ ଘରକୁ ଚଳେଇ ନିଅନ୍ତି।

(୩)ସିଂହ ରାଶି-ଏହି ରାଶିର ଝିଅମାନେ ବହୁତ ରାଗୀ ହୋଇଥାନ୍ତି।ହେଲେ ଯଦି କେହି ଏମାନଙ୍କ ବିଷୟରେ ସବୁକିଛି ଜାଣିଯିବ ତେବେ ସିଂହ ରାଶିର ଝିଅମାନଙ୍କ ଉପରେ ଥିବା ତାର ଚିନ୍ତାଧାରା ସବୁ ବଦଳିଯିବ।ଏହି ରାଶିର ଝିଅମାନେ ପରିବାରରେ ଆସୁଥିବା ସବୁ ସମସ୍ୟାର ସମାଧାନ କରିଥାନ୍ତି।ପରିବାରର ସବୁଲୋକଙ୍କ ଯତ୍ନ ନେଇଥାନ୍ତି।ତାଙ୍କ ଜୀବନସାଥିକୁ ବହୁତ ଭଲ ପାଇଥାନ୍ତି।ଭାଗ୍ୟରେ ଥିଲେ ଏହି ଭଳି ଜୀବନସାଥୀ ମିଳିଥାଏ।

Leave a Reply

Your email address will not be published. Required fields are marked *