ଆସନ୍ତୁ ଜାଣିବା ଭିଟାମିନ-ଇ କ୍ୟାପସୁଲର ୯ଟି ଉପକାରିତା ବିଷୟରେ- ଶୀତଦିନେ ନିଶ୍ଚୟ ଏହା ଆପଣଙ୍କ ବରଦାନ ପରି କାମ କରିବ…
ଯଦି ଆପଣ ନିଜ ଚେହେରାକୁ ସୁନ୍ଦର କରିବାକୁ ଚାହୁଁଛନ୍ତି ଓ ଏଥିପାଇଁ କୌଣସି ଔଷଧୀୟ ଦ୍ରବ୍ୟ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଭିଟାମିନ-ଇ କ୍ୟାପସୁଲ ଏଥିପାଇଁ ସବୁଠୁ ଭଲ ହେବ।କୌଣସି ବି ମେଡ଼ିକାଲ ଷ୍ଟୋରରେ ଏହା ଆପଣଙ୍କୁ ମିଳିଯିବ।ଆଜି ଆମେ ଆପଣଙ୍କୁ କହିବୁ ଭିଟାମିନ-ଇ କ୍ୟାପସୁଲର କଣ ରହିଛି ଫାଇଦା ଓ ତ୍ୱଚା ଓ କେସ ପାଇଁ ଏହାକୁ କିପରି ବ୍ୟବହାର କରିବା ଉଚିତ।ମାର୍କେଟରେ ମିଳୁଥିବା ସମସ୍ତ ସ୍କିନ କେୟାର ପ୍ରଡକ୍ଟରେ ଭିଟାମିନ-ଇ ଅଛି।କାରଣ ଏହା ଆପଣଙ୍କ ତ୍ୱଚା ପାଇଁ ବେସ ଲାଭ ଦାୟକ ହୋଇଥାଏ ।ଏହା ଆପଣଙ୍କ ତ୍ୱଚାରୁ ସମସ୍ତ ଦାଗ ହଟାଇ ଦେଇଥାଏ।ଏହା ସହ ଏହା କେସ ପାଇଁ ମଧ୍ୟ ଭଲ ହୋଇଥାଏ।ତେବେ ଆସନ୍ତୁ ଜାଣିବା ଏହା ଦ୍ଵାରା ହେଉଥିବା ଫାଇଦା ବିଷୟରେ।
୧-ମୁହଁର ଦାଗ ଭଲ କରିବା ପାଇଁ-କୌଣସି କାରଣରୁ ଯଦି ମୁହଁରେ ଦାଗ ହୋଇଯାଇଛି ଏହା ତାକୁ ବହୁତ ସହଜରେ ଭଲ କରିଦେଇଥାଏ।ଏଥିପାଇଁ ଆପଣ ଏକ ଚାମଚରେ ଭିଟାମିନ-ଇ କ୍ୟାପସୁଲର ତୈଳ କୁ ନେଇ ତାହା ସହ ବାଦାମ ତେଲ ମିଶାଇ ଦାଗ ସ୍ଥାନରେ ଲଗାନ୍ତୁ।ଏହାକୁ ରାତ୍ରି ସମୟରେ କରିବା ଭଲ ଅଟେ।
୨-ଓଠକୁ ନରମ ଓ ଚମକଦାର କରିଥାଏ-ଏହାକୁ ଓଠ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ।ସେଥିପାଇଁ ଭିଟାମିନ-ଇ କ୍ୟାପସୁଲର ତୈଳ ବାହାର କରି ସେଥିରେ ବାଦାମୀ ତେଲ ଓ ଅନ୍ୟ ଓଠ ପ୍ରଡକ୍ଟ ଲଗାଇ ଓଠରେ ଲଗାଇବ ଦ୍ଵାରା ଏହା ଓଠକୁ ନରମ ଓ ସୁନ୍ଦର କରିଥାଏ।ଏହାକୁ ଅଳ୍ପ ଦିନ ବ୍ୟବହାର କରିବା ପରେ ଆପଣ ଏହାର ଫାଇଦା ଦେଖିପାରିବେ।
୩- ଏହାକୁ ଆପଣ ନାଇଟ କ୍ରିମ ଆକାରରେ ବ୍ୟବହାର କରିପାରିବେ।-ଯଦି ଆପଣ ନିଜ ଚେହେରାକୁ ସୁନ୍ଦର କରିବାକୁ ଚାହୁଁଛନ୍ତି ତେବେ ରାତିରେ ଅଧା ଚାମଚ ଭିଟାମିନ-ଇ କ୍ୟାପସୁଲରେ ଅଧା ଚାମଚ ଆଲୋଭରା ଜେଲ ମିଶାଇ ରାତିରେ ଭଲରେ ଚେହେରାରେ ମଶାଚ କରନ୍ତୁ ଓ ସେଠିପରି ଛାଡି ଦିଅନ୍ତୁ।ଏପରି କରିବା ଦ୍ୱାରା ଆପଣଙ୍କ ଚେହେରା ବହୁତ ସୁନ୍ଦର ହୋଇଯିବ।
୪-ଏହାକୁ ଆପଣ ଷ୍ଟ୍ରେଚ ମାର୍କ ହଟାଇବା ପାଇଁ ମଧ୍ୟ ବ୍ୟବହାର କରିପାରିବେ।- ଅନେକ ସମୟରେ ଶରୀରର କୌଣସି ଅଙ୍ଗରେ ଷ୍ଟ୍ରେଚ ମାର୍କ ଆସିଯାଇଥାଏ।ଖାସ ପରି ପ୍ରେଗନେସି ପରେ ଆସିଥାଏ।ଏହାକୁ ଭଲ କରିବା ପାଇଁ କୋକୁଆ ବଟର ସହିତ ଭିଟାମିନ-ଇ କ୍ୟାପସୁଲ ମିଶାଇ ଲଗାଇବା ଦ୍ଵାରା ଧୀରେ ଧୀରେ ଷ୍ଟ୍ରେଚ ମାର୍କ ଭଲ ହୋଇଯାଇଥାଏ।
୫-ନିଜ ଆଖି ପାଇଁ ମଧ୍ୟ ଏହାକୁ ବ୍ୟବହାର କରିପାରିବେ।-ଆପଣ ଦେଖିଥିବେ ଅନେକ ଲୋକଙ୍କ ଆଖିତଳେ କଳାଦାଗ ହୋଇଯାଇଥାଏ।ଏଥିପାଇଁ ଭିଟାମିନ-ଇ କ୍ୟାପସୁଲରୁ ତୈଳ ବାହାର କରି ତାକୁ ଆଖିତଳେ ଲଗାଇବ ଦ୍ଵାରା କଳାଦାଗ ଭଲ ହୋଇଥାଏ।
୬-ଚେହେରାକୁ ଗୋରା କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରିପାରିବେ।- ଯଦି ଆପଣ ନିଜ ଚେହେରାକୁ ଅଧିକ ସୁନ୍ଦର କରିବାକୁ ଚାହୁଁଛନ୍ତି ତେବେ ଆପଣ ଭିଟାମିନ-ଇ କ୍ୟାପସୁଲକୁ ଭାଙ୍ଗି ତାର ତୈଳକୁ ମୁହଁରେ ଲଗାଇବ ଦ୍ଵାରା ଏହା ଚେହେରାକୁ ଅଧିକ ସୁନ୍ଦର କରିଥାଏ।
୭-ବୟସ୍କ ଦ୍ଵାରା ହେଉଥିବା ଚର୍ମ ସମସ୍ୟା କୁ ଦୂର କରିପାରିବେ।-ଆପଣ ଦେଖିଥିବେ ବୟସ୍କ ବ୍ୟକ୍ତି ମାନଙ୍କ ତ୍ୱଚା ଲୋଚ୍ଚାକୋଚା ହୋଇଯାଇଥାଏ ଏହା ଵଯସ ବଢିବା କାରଣରୁ ହୋଇଥାଏ ଏଥିପାଇଁ ଭିଟାମିନ-ଇ କ୍ୟାପସୁଲରୁ ତୈଳ ବାହାର କରି ମୁହଁରେ ଲଗାଇବା ଦ୍ଵାରା ଏହା ଦୂର ହୋଇଥାଏ।
୮-କେସ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ।- ଚେହେରା ସହ ଏହାକୁ କେସ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ।କେସ ସମୟ ପୂର୍ବରୁ ଧଳା ହେଉଥିଲେ ଏହାକୁ ନିୟମିତ ବ୍ୟବହାର କରିବା ଦ୍ୱାରା କେସ କଳା ଓ ମଝବୁତ ହୋଇଥାଏ।
୯- ଶୀତଦିନେ ହେଉଥିବା ଫଟା କୁ ଭଲ କରିବାରେ ସାହାଯ୍ୟ କରିଥାଏ।-ଆପଣ ଜାଣିଥିବେ ଶୀତଦିନେ ବେସି ଗୋଡ଼ ହାତ ଫାଟିଥାଏ ଏଥିପାଇଁ ଲଗାଉଥିବା କ୍ରିମ ସହ ଆପଣ ଭିଟାମିନ-ଇ କ୍ୟାପସୁଲ ତୈଳ ମିଶାଇ ଲଗାଇବ ଦ୍ଵାରା ତାହା ଜଲ୍ଦି ଫଟାକୁ ଭଲ କରିଥାଏ।