December 25, 2024

Odia Express

Leading Odia News Portal of Odisha

ଯେବେ ରାଧାରାଣୀଙ୍କ ଶରୀରକୁ ପ୍ରଥମଥର ଦେଖିଥିଲେ ରୁକମୁଣି , ରହିଯାଇଥିଲେ ଆଚମ୍ବିତ, ଜାଣିନଥିବେ ଏହି କାହାଣୀ

ଦେବୀ ରାଧାଙ୍କୁ ପୁରାଣରେ ଶ୍ରୀ କୃଷ୍ଣଙ୍କୁ ଶାଶ୍ୱତ ଜୀବନସଙ୍ଗିନୀ କୁହାଯାଇଛି, ବ୍ରହ୍ମବୈବର୍ତ୍ତ ପୁରାଣରେ କୁହାଯାଏ କି ରାଧା ଓ କୃଷ୍ଣଙ୍କ ପ୍ରେମ ଏହି ଲୋକ ନୁହେଁ ବରଂ ପରଲୋକ ଅଟେ, ସୃଷ୍ଟିର ଆରମ୍ଭରୁ ଓ ସୃଷ୍ଟିର ଅନ୍ତରୁ ଦୁହେଁ ନିତ୍ୟ ଗୋଲୋକରେ ବାସ୍ କରୁଥିଲେ , ରାଧା କୃଷ୍ଣଙ୍କ ଅଲୌକିକ ପ୍ରେମ କାହାଣୀ ସମସ୍ତେ ପରିଚିତ ଥିବେ , ତାଙ୍କ ଦୁହେଁଙ୍କ ମିଳନ ଓ ତାପରେ ମିଳନ ହେବାପରେ ଦୁରେଇ ଯିବା, ବୋଧେ ସେହି ଦୁହେଁଙ୍କ ନିୟତିରେ ଥିଲା , ପୌରାଣିକ କଥାରୁ କୃଷ୍ଣଙ୍କୁ ରାସଲୀଳା କରିଥିବାର ଦର୍ଶାଯାଇଛି, ସେ ଏକ ପ୍ରେମୀ ଓ କୁଶଳ କୁଟ ନିତିଜ୍ଞ ରୁପରେ ପ୍ରଦର୍ଶିତ କରାଯାଇଛି, ସେମିତି ରାଧାଙ୍କୁ ସବୁ ସମୟରେ କୃଷ୍ଣଙ୍କ ପ୍ରେମରେ  ବୁଡି ହୋଇଥିବା ପ୍ରେମିକା ହିସାବରେ ବର୍ଣ୍ଣନା କରାଯାଇଛି । ରାଧା କୃଷ୍ଣ ବିବାହ ବନ୍ଧନରେ କେବେ ବାନ୍ଧି ହୋଇନାହାନ୍ତି , ଓ ତାଙ୍କର ଅଧୁରା ମିଳ୍ନନ ହିଁ ତାଙ୍କୁ ପ୍ରେମକୁ ପୁରା କରିଥାଏ,  ତେବେ ଆସନ୍ତୁ ଆପଣଙ୍କୁ କହିବୁ ତାଙ୍କ ପ୍ରେମ ସହ ଯୋଡି ହୋଇଥିବା ଏକ ମଜାଦାର୍ କାହାଣୀ, ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ଶ୍ରୀକୃଷ୍ଣଙ୍କ ବିବାହ ଦେବୀ ରୁକମଣୀଙ୍କୁ ହୋଇଥିଲା

ଦିନେ କଥା ଏହା କି ରୁକମୁଣୀ ଭୋଜନପରେ ଶ୍ରୀକୃଷ୍ଣ କ୍ଷୀର ପିଇବାକୁ ଦେଲେ, କ୍ଷୀର ଅଧିକା ହେବାର କାରଣରୁ ଶ୍ରୀକୃଷ୍ଣଙ୍କ ହୃଦୟରେ ଲାଗିଲା,  ଓ ଶ୍ରୀମୁଖରୁ ବାହାରିଲା , ହେ ରାଧେ , ଶୁଣିକରି ରୁକମଣୀ କହିଲେ ଏମିତି କଣଅଛି ରାଧାଙ୍କ ପାଖରେ , ଯାହା ଆପଣଙ୍କ ପ୍ରତ୍ୟେକ ନିଶ୍ୱାସ ପ୍ରଶ୍ୱାସରେ ତାଙ୍କ ନାଁ ହୋଇଥାଏ , ମୁଁ ବି ଆପଣଙ୍କୁ ବହୁତ ପ୍ରେମ କରୁଛି, କିନ୍ତୁ ମୋ ନାଁ ଧରି କେବେ ଡାକୁ ନାହାନ୍ତି , ଶ୍ରୀକୃଷ୍ଣ କହିଲେ ଦେବୀ ତୁମେ ଏହି ପ୍ରଶ୍ନ କଣ ପାଇଁ କରୁଛ  କାରଣତୁମେ କେବେ ରାଧାଙ୍କୁ ଦେଖା କରିନ, ଓ ସ୍ମିତ ହାସ୍ୟ ଦେବାକୁ ଲାଗିଲେ । ଶ୍ରୀକୃଷ୍ଣଙ୍କ ମୁହଁରୁ ଏମିତି କଥା ଶୁଣିବାପରେ ରୁକମଣୀଙ୍କ ମନରେ ରାଧାଙ୍କୁ ଭେଟିବାକୁ ମନରେ ଆଗ୍ରହ ହେଲା,  ଓ ଆଗାମୀଦିନ ରୁକମଣୀ ରାଧାଙ୍କୁ ଦେଖାକରିବାକୁ ତାଙ୍କ ମହଲରେ ପହଞ୍ଚିଲେ,  ରାଧାଙ୍କ କକ୍ଷର ବାହାରେ ବହୁତ ସୁନ୍ଦର ସ୍ତ୍ରିଙ୍କୁ ଦେଖିଲେ , ଓତାଙ୍କ ମୁଖ ତେଜ ଥିବା କାରଣରୁ ସେ ଭାବିଲେ କି ରାଧାଜୀ ଅଟନ୍ତି , ଓ ତାଙ୍କ ଚରଣ ଛୁଇଁବାକୁ ଲାଗିଲେ , ତେବେ ସେ କହିଲେ କି ଆପଣ କିଏ ଅଟନ୍ତି , ତେବେ ରୁକମଣୀ ନିଜ୍ ପରିଚୟ ଦେଲେ , ଓ ଆସିବାର କାରଣ କହିଲେ ।

ତେବେ ସେ କହିଲେ କି ମୁଁ ତ ରାଧାଙ୍କ ଦାସୀ ଅଟେ, ରାଧାଜୀ ତ ସାତ ଦ୍ୱାର ପରେ ଆପଣଙ୍କୁ ଦେଖାକରିବେ , ରୁକମଣି ସାତ ଦ୍ୱାର୍ ପାର୍ କଲେ , ଓ ସବୁ ଦ୍ୱାରରେ ଜଣେରୁ ଜଣେ ସୁନ୍ଦର ଓ ତେଜବାନ ଦାସୀଙ୍କୁ ଦେଖିକରି ଭାବୁଥିଲେ କି ଯଦି ତାଙ୍କ ଦାସୀ ଏତେ ସୁନ୍ଦର ହୋଇଛନ୍ତି ତେବେ ରାଧାରାଣୀ କେତେ ସୁନ୍ଦର ହୋଇଥିବେ , ଏହା ଭାବିକରି ସେ ରାଧାଙ୍କ କକ୍ଷରେ ପହଞ୍ଚିଥିଲେ,  କକ୍ଷରେ ରାଧାଙ୍କୁ ଦେଖିଲେ ସେ ଅତ୍ୟନ୍ତ ରୁପବାନ ଓ ତେଜସ୍ୱୀ ଯାହାଙ୍କ ମୁଖ୍ୟରୁ ସୁର୍ଯ୍ୟଙ୍କ ତେଜ ବାହାରୁଥିଲା,  ରୁକମଣୀ ସାହାସକରି ତାଙ୍କ ଚରଣରେ ପଡିଗଲେ,  କିନ୍ତୁ ଏହା କଣ ରାଧାଙ୍କ ଶରୀରରେ ତ ଛାଲ ପଡିଥିଲା , ରୁକମଣୀ ପଚାରିଲେ ଦେବୀ ଆପଣଙ୍କ ଶରୀରରେ ଏହି ଛାଲ କଣ ,ରାଧା କହିଲେ ଦେବୀ କାଲି ଆପଣ୍ କୃଷ୍ଣଜୀଙ୍କୁ ଯେଉଁ କ୍ଷୀର ପିଆଇଥିଲେ, ସେ ଗରମ ଥିଲା,  ଯାହା ତାଙ୍କ ହୃଦୟରେ ଛାଲ ପଡିଯାଇଥିଲା,  ଓ ତାଙ୍କ ହୃଦୟ ସବୁବେଳେ ମୋର ବାସ ହୋଇଥାଏ ।

ଆଜି ବି ରାଧାରାଣୀଙ୍କୁ ବ୍ରଜରୁ ଅଧିଷ୍ଠାତୀ ଦେବୀ କୁହାଯାଏ , ରାଧା ନାମ କୃଷ୍ଣରୁ ପୁର୍ବରୁ ମନେ ରଖାଯାଏ , କାରଣ ଶ୍ରୀକୃଷ୍ଣଙ୍କ ଇଛା ଥିଲା କି ସେ ତାଙ୍କ ନାଁ ପୁର୍ବରୁ ଯେଉଁ ରାଧା ନାଁ ନେବେ ସେ ନିଜେ ଉଦ୍ଧାର ହେବେ , ରାଧା କୃଷ୍ଣଙ୍କ ପ୍ରେମ ଏମିତି ଏକ ପ୍ରେମ ଅଟେ ଯାହା କେହି ମିଟାଇପାରିନାହାନ୍ତି , ଓ ନା ହିଁ ମିଟିପାରିବ, ଆଜିର ସମୟରେ ରାଧା କୃଷ୍ଣ ପ୍ରେମ ଲୋକ ପୁଜା କରିଥାଏ,  ରାଧା କୃଷ୍ଣ ସବୁ କିଛି ହରାଇକରି ଜଣେ ଅନ୍ୟ ଜଣଙ୍କୁ ପାଈପାରିଥିଲେ

Leave a Reply

Your email address will not be published. Required fields are marked *