କେବଳ ଗୋଟେ ମିନିଟରେ ତମ୍ବା ଓ ପିତ୍ତଳ ବାସନକୁ ନୂଆ ଭଳି ଚିକ ଚିକ କରନ୍ତୁ..
ଆଜି ଆମେ ଏଠାରେ ଜାଣିବା ଆମେ କିପରି ତମ୍ବା ଓ ପିତ୍ତଳ ବାସନକୁ କେଉଁ ପ୍ରକାରର ସଫା କରି ପାରିବା।ସବୁଦିନ ଏହାକୁ ବ୍ୟବହାର କରିବା ଦ୍ୱାରା ଏଗୁଡିକ ବହୁତ ଅସନା ହୋଇଯାଆନ୍ତି ଓ କଳା ପଡ଼ି ଯାଆନ୍ତି।ଆଉ ତାକୁ ଯେତେ ସଫା କଲେ ମଧ୍ୟ ଏହା ସଫା ହୋଇ ନଥାଏ।ଆଉ ଅଧିକ ପରିଶ୍ରମ କରି ସଫା କଲେ ମଧ୍ୟ ବହୁତ ଅଳ୍ପ ସଫା ହୁଏ ପୁଣି ଅଳ୍ପ ଦିନ ପରେ ପୂର୍ବ ଭଳି ଅସନା ହୋଇଯାଏ।ଆଜି ଆମେ ଏଠାରେ ଜାଣିବା କିପରି ବହୁତ ସହଜ ଉପାୟରେ ଆଉ କେବଳ ଅଳ୍ପ ପରିଶ୍ରମରେ ଏହାକୁ ସଫା କରି ପାରିବା।ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବୁ ଏହି ଉପାୟରେ ଆପଣଙ୍କୁ ନା ଭିନେଗର,ନା ଲେମ୍ବୁ ନା ଅନ୍ୟକୌଣସି ଜିନିଷର ଆଵଶ୍ୟକତା ପଡିବ ନାହିଁ।ଆପଣ ବହୁତ ସହଜରେ ଆଉ ଅଳ୍ପ ପରିଶ୍ରମରେ ଏହି ପିତ୍ତଳ ବାସନକୁ ସଫା କରି ପାରିବେ।
ଚାଲନ୍ତୁ ଆରମ୍ଭ କରିବା ଏହି ସହଜ ଉପାୟ ଯାହା ଦ୍ୱାରା ଆମେ ବିନା କୌଣସି ପରିଶ୍ରମରେ ଆମ ଘରେ ଥିବା ପିତ୍ତଳ ବାସନ ଗୁଡିକୁ ଆମେ ବହୁତ ସହଜରେ ଯେମିତି ସଫା କରି ପାରିବା।ସେଥିପାଇଁ ଆମକୁ ଆଵଶ୍ୟକ ବଜାରରେ ମିଳୁଥିବା ଟମାଟୋ କେଚପ ବା ଟମାଟୋ ସସର।ଏହି ଜିନିଷ ବହୁତ ସହଜରେ ସମସ୍ତଙ୍କ ଘରେ ମିଳିଯାଉଥିବ।ଆଉ ଯଦି କାହା ଘରେ ନଥିବ ଆପଣ ଯେକୌଣସି ଗ୍ରୋସରି ଦୋକାନରୁ ଆକୁ କିଣି ପାରିବେ।ତାପରେ ଆପଣ ସେ ଟମାଟୋ ସସ ନେବେ ଓ ତାକୁ ସେ ପିତ୍ତଳ ଵାସନ ଉପରେ ଭଲ ଭାବରେ ପକେଇ ନେବେ।ଆଉ ଏହା ସହିତ କୌଣସି ସୋଢ଼ା ଓ ସାବୁନ ନେବାର ଆଵଶ୍ୟକତା ନାହିଁ।ଏହାପରେ ଆପଣ ନିଜ ଆଙ୍ଗୁଠି ସାହାଯ୍ୟରେ ନହେଲେ କୌଣସି ବ୍ରସ ସାହାଯ୍ୟରେ ସେ ଟମାଟୋ କେଚପକୁ ତମ୍ବା ପାତ୍ରର ଚାରି ପାଖରେ ଭଲ ଭାବରେ ଲଗେଇ ନେବେ।
ଆଉ ଧ୍ୟାନ ରଖିବେ ସେ ପାତ୍ରର ଭିତରେ ଓ ବାହାରେ ଚାରି ପାଖରେ ଭଲ ଭାବରେ ବୋଳି ଦେବେ।ଆପଣଙ୍କୁ ଏହି ଉପାୟରେ କୌଣସି ପ୍ରକାରର ଅଧିକ ପରିଶ୍ରମ କରିବାର ନାହିଁ କିମ୍ବା ଜୋରେ ଜୋରେ ରଗଡ଼ିବାକୁ ମଧ୍ୟ ପଡିବ ନାହିଁ।ତାପରେ ସେ ପିତ୍ତଳ ବାସନର ଭିତରେ ଓ ବାହାରେ ଚାରିପାଖରେ ଟମାଟୋ କେଚପ ଲଗେଇ ସାରିବା ପରେ ଆପଣ ୧୫-୨୦ ମିନିଟ ପର୍ଯ୍ୟନ୍ତ ଛାଡି ଦେବେ।ଆଉ ଆପଣଙ୍କ ଵାସନ ଯଦି ଅଧିକ ଅସନା ହୋଇଛି ତାହେଲେ ଆପଣ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଛାଡି ପାରିବେ।ତାପରେ ଅଧଘଣ୍ଟା ଗଲା ପରେ ଆପଣ କେବଳ ହାତ ମାରି କିମ୍ବା ବ୍ରସରେ ଘସି ଏହାର ଫଳ ଆପଣ ଦେଖି ପାରିବେ।ତାପରେ ସେ ପିତ୍ତଳ ବାସନକୁ ଆପଣ ଗୋଟେ ସ୍କଚ ବ୍ରାଇଟ ସାହାଯ୍ୟରେ ଭଲ ଭାବରେ ଘସି ନେବେ।ଆପଣଙ୍କୁ କେବଳ ଗୋଟେ ଥର ସ୍କଚ ବରାଇଟରେ ରଗଡ଼ିବାର ଅଛି।ଏହାର ମୁଖ୍ୟ କାରଣ ହେଲା ଆପଣଙ୍କ ସସ କେଉଁ ସ୍ଥାନରେ ଅଧିକ ଲାଗିଯାଏ ଆଉ କେତେକ ସ୍ଥାନରେ କମ ଲାଗିଯାଏ।
ଆଉ ଏହା ଫଳରେ ଆପଣଙ୍କୁ ପ୍ରାୟ ଗୋଟେ ଗୋଟେ ସ୍ଥାନରେ କମ ସଫା ଓ ଗୋଟେ ଗୋଟେ ସ୍ଥାନରେ ଅଧିକ ସଫା ଦେଖାଯାଏ।ଆଉ ଆପଣ ରଗଡ଼ିବା ଦ୍ୱାରା ଏହାର ଚାରି ପାଖ ବହୁତ ଭଲ ଭାବରେ ସଫା ହୋଇଯିବ।ତାପରେ ଆପଣ ସେ ବାସନ ସବୁକୁ ରଗଡି ସାରିବା ପରେ ସଫା ଓ ଭଲ ପାଣିରେ ତାକୁ ଧୋଇନେବେ।ତାପରେ ଆପଣ ଧୋଇ ସାରିବା ପରେ ଆପଣ ନିଜର ଵାସନକୁ ଦେଖିବେ ନିହାତି ଭାବରେ ଆଶ୍ଚର୍ଯ୍ୟ ଚକିତ ହେଇଯିବେ।ଆପଣଙ୍କୁ ଏହି ଉପାୟରେ ଅଧିକ ପରିଶ୍ରମ କରିବାକୁ ପଡିବ ନାହିଁ।ନା ଆପଣଙ୍କୁ ଏଠାରେ ଡିଟରଜେଣ୍ଟ ବ୍ୟବହାର କରିବାର ଅଛି ନା କୌଣସି ଗରମ ପାଣିର ଆଵଶ୍ୟକତା ଅଛି।ଆପଣ ଏହି ଉପାୟରେ ଆପଣଙ୍କ ଘରେ ଥିବା ସବୁ ପିତଳ ବାସନକୁ ସଫା କରି ପାରିବା।