January 21, 2025

Odia Express

Leading Odia News Portal of Odisha

ଗୁଜୁରାତିକୁ ଏହି ପରି ଖାଇବେ ଯଦି ଦିମାଗ୍ କମ୍ୟୁଟରରୁ ଅଧିକା ବେଗରେ ଚାଲିବ…

ଭାରତରେ ଗୁଜୁରାତିର ଉପଯୋଗ ମାଉଥ୍ ଫ୍ରେସନର୍ ରୁପରେ କରାଯାଏ , କିଛି ଲୋକ ଏହାକୁ ମିଠ ଭୋଜନ, ଯେପରି କ୍ଷୀର, ହଲୱାଇ, ଇତ୍ୟାଦିରେ ପକାଇଥାନ୍ତି , ଏହି ଗୁଜୁରାତି ଦୁଇପ୍ରକାରର ହୋଇଥାଏ , ପ୍ରଥମ ଛୋଟ ଗୁଜୁରାତି ଯିଏ ନିଜ ସ୍ୱାଦ ଓ ଭଲ ବାସ୍ନା ପାଇଁ ଜଣାଯାଇଥାଏ , ସେମିତି ଅନ୍ୟ ପ୍ରକାରର ଗୁଜୁରାତି ହୋଇଥାଏ, ଯାହା ଆମେ ବଡ ଗୁଜୁରାତି କହିଥାଉ, ଏହା ବଡ ଗୁଜୁରାତି ଅସଲରେ ଏକ ବଡ ମସଲା ହୋଇଥାଏ , ଯାହାକୁ ତଡକା ଲଗାଇବା ସମୟରେ ପକାଯାଏ । ଗୁଜୁରାତି ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ , ଏହା ଭିତରେ ଭିଟାମିନ୍ ସି, ପୋଟାସିୟମ୍, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍ ପରି ପୋଷକ ତତ୍ତ୍ୱ ଭରପୁର୍ ମାତ୍ରାରେ ହୋଇଥାଏ , ତେବେ ଆସନ୍ତୁ ଜାଣିବା ଗୁଜୁରାତି ଖାଇଲେ କଣ କଣ ଫାଇଦା ହୋଇଥାଏ । ବହୁତ କମ୍ ଲୋକ ଜାଣିଛନ୍ତି ଗୁଜୁରାତି ଦିମାଗକୁ ମଜବୁତ୍ କରିବାରେ ସବୁଠାରୁ ଭଲ ପ୍ରକିୟା ହୋଇଥାଏ

ଏହା ସଠିକ୍ ଭାବେ ବ୍ୟବହାର କଲେ ସ୍ମରଣଶକ୍ତି ବଢିପାରେ, ଏହା ଭାବିବା ଓ ବୁଝିବା ଶକ୍ତିକୁ ଦୁଇଗୁଣା କରିଦିଏ , ଏହି ପ୍ରକିୟାକୁ ବନାଇବାପାଇଁ ୩ ଟି ବାଦାମ, ୩ ଟି ପିସ୍ତା, ଓ ୪ ଟି ଗୁଜୁରାତି ମିଶାଇକରି ପେଷିଦିଅନ୍ତୁ , ଏବେ ଏହି ମିଶ୍ରଣକୁ ଏକ ଗିଲାସ କ୍ଷୀରରେ ପକାଇକରି ତେବେ ପର୍ଯ୍ୟନ୍ତ ସିଝାନ୍ତୁ ଯେବେ ପର୍ଯ୍ୟନ୍ତ କ୍ଷୀର ଅଧା ନହୋଇଯାଉ, ଏହାପରେ କ୍ଷୀରରେ ମିଶ୍ରି ପକାଇ ପିଇଦିଅନ୍ତୁ , ଏହି ପ୍ରକିୟା ବଡ ସହ ଛୁଆଙ୍କ ବି ଦିମାଗ ତେଜ୍ କରିବାରେ ଫାଇଦାଦାୟକ ହୋଇଥାଏ

୧) ପାଚନତନ୍ତ୍ର ମଜବୁତ୍ କରିବାପାଇଁ – ଆପଣ ବହୁତଥର ଦେଖିଥିବେ କି ଯେବେ ଘରେ କେଉଁ ଅତିଥି ଆସନ୍ତି ତେବେ ଖାଇବାପରେ ଗୁଜୁରାତି ଦିଆଯାଏ , ଏମିତି ଏହାପାଇଁ କରାଯାଏ , କାରଣ ଗୁଜୁରାତି ଖାଇଲେ ଜଲଦି ହଜମକରାଇଥାଏ, ଏହା ଭୋଜନ ପରେ ଖାଇଲେ କବଜ୍, ଏସିଡିଟି, ପେଟପୀଡା ଆଦି, ଜଳାପୋଡାରୁ ଦୁର କରିଥାଏ,  ତାହା ସହ ଗୁଜୁରାତି ଆପଣଙ୍କ ଗଳା କିମ୍ବା ଛାତିରେ ହେଉଥିବା ଜଳାପୋଡାକୁ ଦୁର କରି ଆରାମ ଦେଇଥାଏ ।

କିପରି ଖାଇବେ – ମଜବୁତ୍ ପାଚନକ୍ରିୟା ପାଇଁ ଏହି ଔଷଧୀ ପ୍ରସ୍ତୁତ କରିଦିଅନ୍ତୁ , ଅଦାର ଏକ ଛୋଟ୍ ସୁଖିଲା ଖଣ୍ତ, ୨ ଟି ଲବଙ୍ଗ, ୩ ଟି ଗୁଜୁରାତି ଓ ୧ ଚାମଚ ଧନା, ଏହି ସବୁ ଜିନିଷକୁ ଭଲ ଭାବରେ ମିକ୍ସ କରି ଏକ ଚୁର୍ଣ୍ଣ ବନାଇଦିଅନ୍ତୁ , ଏବେ ଏହି ଚୁର୍ଣ୍ଣକୁ ସବୁଦିନ ଦୁଇଥର ସକାଳ ସଂନ୍ଧ୍ୟାରେ ଖାଇବାପରେ ଖାଆନ୍ତୁ , ପେଟ୍ ସହ ଯୌଡି ହୋଇଥିବା ସମସ୍ୟା ଦୂର ହୋଇଯିବ ।

୨) ବ୍ଲଡ୍ ପ୍ରେସର ପାଇଁ – ଯେଉଁ ଲୋକଙ୍କୁ ବ୍ଲଡ୍ ପ୍ରେସର ହେଉଛି ସେମାନଙ୍କୁ ଗୁଜୁରାତି ସେବନ କରିବା ଉଚିତ୍ , ଏହା ଭିତରେ ଥିବା ପୋଟାସିୟମ୍ ଓ ଫାଇବର୍ ଶରୀରର ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରଣ ରଖିବାରେ କାର୍ଯ୍ୟ କରିଥାଏ ।

୩) ଥଣ୍ତା କାଶ ଓ କର୍କଶ ଗଳା- ଥଣ୍ତାରେ ଥଣ୍ତା କାଶ ହେବା ସାଧାରଣ କଥା ଅଟେ, ଏମିତି ସ୍ଥିତିରେ ସକାଳୁ ସଂନ୍ଧ୍ୟାରେ ଖାଲି ପେଟରେ ୧-୨ ଟି ଗୁଜୁରାତି ଖାଇଦେଇ ପାଣି ପିଇଦିଅନ୍ତୁ , ଏମିତି କରିଲେ ଥଣ୍ତା କାଶ ଠିକ୍ ହୋଈଯିବ , ଗଳାରେ କର୍କଶ ପରିମାଣ କମ୍ ହୋଇଯିବ , ଓ ଆରାମ ମିଳିବ

Leave a Reply

Your email address will not be published. Required fields are marked *