ସ୍ମରଣ ଶକ୍ତି ବଢେଇବାର କିଛି ସହଜ ଉପାୟ – ଏହି କଥା ଜାଣିଦେଲେ ଆପଣଙ୍କ ଦିମାଗ ହେଇଯିବ ତେଜ..
ଆପଣଙ୍କୁ କେମିତି ଲାଗିବ ଯେତେବେଳେ ଆପଣ କୌଣସି ଜିନିଷକୁ ମାତ୍ର ଥରେ ପଢିବେ ଆଉ ସେ ସବୁଦିନ ପାଇଁ ମନରହିଯିବ।ପ୍ରାୟ ବହୁତ ଉପାୟ ଅଛି ଚାରିଆଡେ ଯେଉଁଠାରେ କୁହାଯାଇଥିବକି ଏମିତି କର, ସେମିତି କର,ଆକୁ ଖାଅ ତାକୁ ଖାଅ,ଆଉ ତମ ସ୍ମରଣ ଶକ୍ତି ବଢିଯିବି।ଆଜି ଆମେ ଆପଣଙ୍କୁ ଦୁଇଟି ସବୁଠାରୁ ବଡ଼ କାରଣ କହିବାକୁ ଯାଉଛୁ ଯାହା ପାଇଁ ଆପଣ ଏତେ ସହଜରେ ମନ ରଖି ପାରନ୍ତି ନାହିଁ।ଆଉ ଯଦି ଆପଣ ତାକୁ ବୁଝି ଯିବେ ଆଉ ସେହି ହିସାବରେ ଚାଲିବେ ନିଶ୍ଚିତଭାବରେ ଆପଣଙ୍କୁ ଆଗ ଅପେକ୍ଷା ବହୁତ ଶିଘ୍ର ଜିନିଷ ମନରହିଯିବ।ପ୍ରଥମେ କୁହ ଯାହା ଆପଣ ଯେତେବେଳେ କୌଣସି ଚଳଚ୍ଚିତ୍ର ଦେଖୁଛ ତାହେଲେ ସେ ଆପଣଙ୍କୁ ବହୁତ ଶିଘ୍ର ମନ ରହି ଯାଉଛି।ଆଉ ଯେତେବେଳେ କୌଣସି ସୁନ୍ଦର ମଣିଷକୁ ଦେଖୁଛ ସେ ମଧ୍ୟ ଆପଣଙ୍କ ମୁଣ୍ଡରେ ରହି ଯାଉଛି।
ଯଦି କୌଣସି ପ୍ରୋଗ୍ରାମରେ ଆପଣ କୌଣସି ବଡ଼ ହସ୍ତୀଙ୍କ ସହିତ ଭେଟ କରୁଛେ ତାହେଲେ ସେଇଟା ଆପଣଙ୍କ ମନରହୁଛି।ମାନେ ଦେଖ ଆପଣଙ୍କ ମୁଣ୍ଡ ଆପଣଙ୍କ ସହିତ ଅନ୍ତର ପାନ୍ତର କରୁଛି।ଯାହା ଆପଣ ତାକୁ ମନ ରଖେଇବାକୁ ଚାହୁଁଛନ୍ତି ତାକୁ ସେ ବାରମ୍ବାର ଭୁଲି ଯାଉଛି।ଆଉ ଯାହା ତାକୁ ପସନ୍ଦ ଆସୁଛି ସେ ତାକୁ ସହଜରେ ମନ ରଖୁଛି।ଆପଣ ଟିକେ ଭାବନ୍ତୁ ଯଦି ଏହି ଶକ୍ତି ଆପଣଙ୍କ ସବୁ କ୍ଷେତ୍ରରେ କାମରେ ଆସେ ବା ଆପଣ ଯେକୌଣସି ସୁତ୍ର ପଢିନିଅ କିମ୍ବା କୌଣସି ପ୍ରକାରର ଗଣିତ ସୁତ୍ର ଥରେ ପଢି ନିଅ ଆଉ ସେ ସବୁଦିନ ପାଇଁ ମନ ରହିଯାଏତ କଣ ହେବ।ଏହି ସବୁ ଉଦାହରଣରୁ ଏହା ସଫା ହେଉଛିକି ଯାହା ଆପଣଙ୍କୁ ଭଲ ଲାଗୁଛି ଆପଣ ତାକୁ ସହଜରେ ମନ ରଖୁଛନ୍ତି।
ମୁଖ୍ୟ କଥା ହେଉଛି ଆଗ୍ରହ ଯେଉଁ କାମରେ ଆମର ଆଗ୍ରହ ଅଛି ତାକୁ ମନ ରଖିବାରେ ସେ ଜମା ଭାବି ନଥାଏ।ଯଦି ପଢୁଛ ଆଉ ତମର ଆଗ୍ରହ ନାହିଁ କାରଣ ଘର ଲୋକ କହିଛନ୍ତି ତାହେଲେ ୧୦୦ ଥର ପଢିନିଅ ତଥାପି ମନେ ରହିବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ।ଆଉ ସେଠି ଯଦି କୌଣସି ଝିଅ ତମକୁ ନମ୍ବର୍ ଦେଉ ସେ ସମୟରେ ସଙ୍ଗେ ସଙ୍ଗେ ସବୁ କିଛି ମନ ରହିଯିବ।ତାହେଲେ ଏଠାରେ ଜଣା ପଡିଲା ମସ୍ତିଷ୍କକୁ ଯେଉଁ ଜିନିଷ ବହୁତ ଭଲ ଲାଗେ ବା ଆଗ୍ରହ ଆସେ ତାର ସେ ସବୁ ଜିନିଷ ଶିଘ୍ର ମନରହିଥାଏ।ପାଠ ମନ ନରହିବାର ଏଇଟା ହିଁ ସବୁଠାରୁ ବଡ଼ କାରଣ ହୋଇଥାଏ।ତାହେଲେ ପାଠ ପଢିବାରେ ମନ ଲଗାଇବା କିପରି ?
ଯେଉଁଦିନ ଆପଣ ନିଜ ଜୀବନରେ ଏକ ଗୋଲ ସେଟ କରିନେବେ ତାହେଲେ ସେ ସମୟରେ ଆପଣଙ୍କ ଗୋଲ ପାଖରେ ଆପଣଙ୍କୁ ପହଁଞ୍ଚେଇବାକୁ ସବୁ ଜିନିଷ ଆପଣଙ୍କ ଆଗ୍ରହ ବଢେ଼ଇବାରେ ସହାୟତା କରିବ।ପଢିବାକୁ ଇଛା ନହେବାର ଏହାହିଁ ବଡ଼ କାରଣ ଅଟେ କି ଆମର କୌଣସି ପ୍ରକାରର ଗୋଲ ସେଟ ନଥାଏ।ଥରେ ସୁନିଶ୍ଚିତ କରି ନିଅ ପାଠ ପଢି ମତେ ଏଇଆ କରିବାର ଅଛି ବା ନିଜର ସ୍ୱପ୍ନ ପୁର୍ଣ୍ଣ କରିବାର ଅଛି।ଆଉ ଯେତେବେଳେ ପଢିବାକୁ ବସିବେ ଅପଣଙ୍କ ଇଛା ଆପଣଙ୍କ ହୃଦୟର ସ୍ପନ୍ଦନରେ ହେବା ଆବଶ୍ୟକ ଅଟେ।ତାହେଲେ ଶିଘ୍ର ମନ ରଖିବାର ଏକ ଉପାୟ ହେଲା ଆଗ୍ରହ।ତାପରେ ଦ୍ଵିତୀୟରେ ଆସିବ ଦୃଷ୍ଟି କୋଣ।ଆମେ କହିଥିବା କଥାର କଣ ଲକ୍ଷ୍ୟ ଥିଲା ସେ ସବୁ ଜିନିଷ ଆମ ସହିତ ଘଟୁଛି ବା ଘଟିବାକୁ ଯାଉଛି।
କହିବାକୁ ଗଲେ ଆମ ଆଖୀ ଯେଉଁ ଜିନିଷ ଦେଖିଥାଏ ତାକୁ ମନ ରଖିବାକୁ ସହଜ ହୋଇଥାଏ।ଭାବ ଆପଣ କୌଣସି ଭୟାନକ ଘଟଣା ନିଜ ଆଖିରେ ଦେଖିଲ କଣ ହୁଏନା ବହୁତ ଲୋକ ତାର ଝଟକାରୁ ବହାରକୁ ଆସି ପାରନ୍ତି ନାହିଁ।ସେଥିପାଇଁ ଆପଣ ଯେତେବେଳେ ପଢିବାକୁ ବସିବେ ସେ ସମୟରେ ସେ ଜିନିଷର ଏକ ସିନ ଆପଣ ନିଜ ମୁଣ୍ଡରେ ତିଆରି କରିନେବେ।ଆଉ ସବୁ ଜିନିଷକୁ ଗୋଟେ ଚଳଚ୍ଚିତ୍ର ଭଳି ଆଙ୍କି ନିଅ।ଏହି ଭଳି ଆପଣଙ୍କ ମସ୍ତିସ୍କକୁ ସାହାଯ୍ୟ ହେବ ସବୁକିଛି ମନ ରଖିବାକୁ।