December 22, 2024

Odia Express

Leading Odia News Portal of Odisha

ଗୀତାରେ ଲେଖା ଅଛି ଖରାପ ସମୟକୁ ଭଲ ସମୟରେ ବଦଳାଇବାର ଉପାୟ , ଜାଣନ୍ତୁ ଏହାର ବିଷୟରେ

ଏହି ସଂସାରରେ ଏମିତି କେଉଁ ବି ବ୍ୟକ୍ତି ନାହିଁ ଯିଏ ସବୁବେଳେ ଖୁସିରେ ଥିବ , ସମସ୍ତଙ୍କ ଜୀବନରେ ସୁଖ ଦୁଃଖ ଯିବା ଆସିବା ଲାଗିରହିଥାଏ , କିନ୍ତୁ କିଛି ବ୍ୟକ୍ତି ଏମିତି ହୋଇଥାନ୍ତି ଯାହାଙ୍କ ଜୀବନରେ ଅଧିକା ଖୁସି ମିଳିଥାଏ କିନ୍ତୁ କିଛି ଲୋକ ଏମିତି ହୋଇଥାନ୍ତି ତାଙ୍କ ଜୀବନରେ ଖାଲି ଅସୁବିଧା ହିଁ ଅସୁବିଧା ଦେଖାଯାଏ , ତାଙ୍କ ଜୀବନରେ ଏହି ଅସୁବିଧା ଦୁର ହୁଏନାହିଁ , ସବୁ ସଂମ୍ଭବ ଉପାୟ କରିବା ପରେ ବି ଏଥିରୁ କିଛି ଫରକ ପଡେନାହିଁ , ଯଦି ଆପଣଙ୍କ ଜୀବନରେ ଅସୁବିଧା ଏମିତି ଦେଖାଦେଉଛି ତେବେ ସେଥିରୁ ମୁକ୍ତି ମିଳିପାରୁନାହିଁ , ତେବେ ଆଜି ଆମେ ଏହି ଲେଖ ମାଧ୍ୟମରେ ଶ୍ରୀମଦଭଗବତ୍ ଗୀତାରେ କୁହାଯାଇଥିବା ଏମିତି ଚାରୋଟି ଉପାୟ ବିଷୟରେ କହିବୁ ଯାହାର ସହାୟତାରେ ଆପଣ ନିଜ ଜୀବନକୁ ଆହୁରି ଖୁସିମୟ ବନାଇନେବେ , ଯଦି ଆପଣ ଏହି କୁହାଯାଇଥିବା ଉପାୟକୁ ପାଳୁଛନ୍ତି ତେବେ ଜୀବନ ସୁଖରେ କଟିବ ।

୧) ଗୀତାର ପାଠ- ଶ୍ରୀମଦ୍ ଭଗବତ୍ ଗୀତା ଭଗବାନ ଶ୍ରୀକୃଷ୍ଣଙ୍କ ସାକ୍ଷାତ ରୁପ ମାନାଯାଏ , ଯେଉଁ ବ୍ୟକ୍ତି ନିୟମିତ ରୁପରେ ଗୀତାର ପାଠ କରନ୍ତି ତେବେ ସେହି ବ୍ୟକ୍ତିଙ୍କ ଉପରେ ଦେବତାଙ୍କ ଆଶିର୍ବାଦ ପ୍ରାପ୍ତି ହୋଇଥାଏ, ଗୀତାର ପାଠ କରିବା ସହ ଏହି ଗ୍ରନ୍ଥରେ ଦିଆଯାଇଥିବା ଶିକ୍ଷାକୁ ପାଳନ ଓ ଦିନଚର୍ଚ୍ଚାରେ କରିବା ବହୁତ ଜରୁରୀ ହୋଇଥାଏ,  ଯେବେ ଆପଣ କୁହାଯାଇଥିବା ସବୁ କାର୍ଯ୍ୟ କରନ୍ତି ତେବେ ଶ୍ରୀହରୀଙ୍କ ଧ୍ୟାନ କରନ୍ତୁ , ଏମିତି କରିଲେ ଆପଣଙ୍କୁ ନିଜ ଜୀବନରେ ନିଶ୍ଚିତ ସଫଳତା ପ୍ରାପ୍ତି ହେବ , ଓ ଆପଣଙ୍କ ଜୀବନରେ ସବୁ ବାଧା ଦୁର ହୋଇଯିବ ।

୨) ଶ୍ରୀହରି ଭଜନ : ଯଦି ବ୍ୟକ୍ତିଙ୍କୁ ନିଜ ଖରାପ ସମୟ ସଠିକ୍ କରିବାର ଅଛି ତେବେ ଏଥିପାଇଁସବୁଠାରୁ ବଡ ଉପାୟ ଶ୍ରୀ ହରି ଭଜନ ମାନାଯାଈଛି , ଭଗବାନ ଶ୍ରୀ ହରିଙ୍କ ପୁଜା ପାଠ କରିଲେ ବ୍ୟକ୍ତିର ଖରାପ ସମୟ ଭଲ ସମୟରେ ପରିବର୍ତ୍ତନ ହୋଇଯାଏ , ଗ୍ରନ୍ଥର ଅନୁସାରେ ଭଗବାନ ବିଷ୍ଣୂ ଜଗତର ପାଳନକର୍ତ୍ତା ମାନାଯାଆନ୍ତି , ଯଦି ଆପଣ ଶ୍ରୀହରୀଙ୍କ ଭଜନ କରନ୍ତି ତେବେ ସୁଖ ସମୃଦ୍ଧି ଐଶ୍ୱର୍ଯ୍ୟ ଓ ଶାନ୍ତିର ପ୍ରାପ୍ତି ହୋଇଥାଏ , କାରଣ ଏହି ସବୁର୍ ସ୍ୱାମୀ ସେ ହୋଇଥାନ୍ତି , ଶ୍ରୀହରିଙ୍କ ପୁଜା କରିଲେ ଧର୍ମ ଅର୍ଥ କାମ ଓ ମୋକ୍ଷର ପ୍ରାପ୍ତି ହୋଇଥାଏ ।

୩) ତୁଳସୀର ପୁଜା- ଯଦି କେଉଁ ବ୍ୟକ୍ତି ଘରରେ ତୁଳସୀର ଗଛ ଲଗାଇଛନି ତେବେ ଏହା ଶୁଭ ଓ ସ୍ୱାସ୍ଥ୍ୟର ପ୍ରତିକ ମାନାଯାଏ , ଏହି କଥାକୁ ବିଜ୍ଞାନ ବି ମାନିଥାଏ ଓ ତୁଳସୀର ସୁଗନ୍ଧ ବାତାବରଣରୁ ହାନିକାରକ ବ୍ୟାକ୍ଟେରିଆକୁ ନଷ୍ଟ କରିଦିଏ , ଓ ଘରେ ନକରାତ୍ମକ ଉର୍ଜା ସଫା କରିଥାଏ , ଯଦି ଆପଣ ତୁଳସୀର ଗଛକୁ ନିୟମିତ ପୁଜା ଓ ଦେଖାଶୁଣା କରିବେ ତେବେ ଧନର ଦେବୀ ମା ଲକ୍ଷ୍ମୀ ସହିତ ଦେବୀ ଦେବତାଙ୍କ କୃପା ପ୍ରାପ୍ତି ହେବ , ଓ ଜୀବନରେ ସୁଖ ସମୃଦ୍ଧିରେ ପରିପୁର୍ଣ୍ଣ ରହିବ ।

୪) ଗୋ ମାତାର ସେବା – ହିନ୍ଦୁ ଧର୍ମରେ ଗାଇକୁ ମାର ଦର୍ଜା ମିଳିଛି, ଓ ଏହା ପୁଜନୀୟ ବି ମାନାଯାଏ , ଯେଉଁ ଘରେ ଗାଇ ହୋଇଥାଏ, ସେଠାରେ ସବୁ ଦେବୀ ଦେବତାଙ୍କ ବାସ ହୋଇଥାଏ , ଗାଇରୁ ମିଳୁଥିବା କ୍ଷୀର ଗୋବର ଓ ମୁତ୍ର ସ୍ୱାସ୍ଥ୍ୟର ଦୃଷ୍ଟିରୁ ଭଲ ମାନାଯାଏ , ଯଦି ଆପଣ ଗୋମୁତ୍ରର ସେବନ ନିୟମିତ କରିବେ ତେବେ କ୍ୟାନ୍ସର ପରି ଗଂମ୍ଭୀର ରୋଗରୁ ମୁକ୍ତି ମିଳିବ , ଯଦି ଆପଣଙ୍କ ଘରେ ଗାଇ ପାଳିବାର ପାଇଁ ସ୍ଥାନ ନାହିଁ , ତେବେ କେଉଁ ଗୌଶାଳାରୁ ନିଜ ଶ୍ରଦ୍ଧା ଓ ସାମର୍ଥ୍ୟ ଅନୁସାରେ ସେଠାରେ ଯାଇ ସେବା କରିପାରିବେ , ଏହା ସହ ଧନ ଦାନ କରିପାରିବେ , ଏହା ଆପଣଙ୍କ ଜୀବନରେ ଚାଳୁଥିବା ସବୁ ସମସ୍ୟା ଦୁର କରିଦେବ

Leave a Reply

Your email address will not be published. Required fields are marked *