December 22, 2024

Odia Express

Leading Odia News Portal of Odisha

ଆପଣ ସମୟକୁ ନଷ୍ଟ କରୁଛନ୍ତି କି ତେବେ ଏହା ଆପଣଙ୍କ ପାଇଁ ଅଟେ – ନିଶ୍ଚୟ ପଢି ନିୟନ୍ତୁ..

ଯଦି ଆପଣ ମୋବାଇଲ, ଭିଡିଓ ଗେମ, ଟିଭି ରେ ଅଳ୍ପ ସମୟ କାଟିଲା ପରେ ଆପଣଙ୍କୁ ଲାଗୁଛି ଯେ ଆଜିର ଦିନ ବେକାରରେ କଟିଲା କାଲିଠୁ ନିଜ କାମକୁ ମନ ଲାଗେଇକି କରିବେ।ହେଲେ ପୁଣି ଆପଣଙ୍କ ସମୟ ଏହିପରି ଭାବେ କଟୁଥିବ।ଆଉ ଆପଣଙ୍କୁ ଜଣା ବି ନଥିବ ଆପଣ କିପରି ରାସ୍ତାରେ ଯାଉଛନ୍ତି। ପଇସା ରୋଜଗାର କରିବା ଟା ବଡ କଥା ଏହା ତ ସମସ୍ତେ ଜାଣିଛନ୍ତି।ହେଲେ ସମୟ ପଇସା ଠାରୁ ମଧ୍ୟ ବଡ।ଯଦି ଆପଣ ପରିଶ୍ରମ ଏବଂ ମନ ଲାଗେଇକି କାମ କରିବେ ତେବେ ଆପଣ ଯେତେ ଚାହିଁବେ ସେତେ ପଇସା ରୋଜଗାର କରିପାରିବେ।ତେବେ ଆପଣ ସମୟକୁ ବଞ୍ଚେଇବେ କିପରି ତେବେ ଆସନ୍ତୁ ଜାଣିବା।

ଯେତେବେଳେ ମହାତ୍ମା ବୁଦ୍ଧଙ୍କୁ କେହି ଜଣେ ପଚାରିଲେ କି ମଣିଷର ସବୁଠୁ ବଡ ଭୁଲ କଣ?ତେବେ ଉତ୍ତରରେ ଗୌତମ ବୁଦ୍ଧ କହିଲେ ମଣିଷକୁ ଲାଗିଥାଏ କି ତା ପାଖରେ ବହୁତ ସମୟ ଅଛି ଏପରି ମଧ୍ୟ ଆମମାନଙ୍କୁ ଲାଗିଥାଏ ଆମ ପାଖରେ ବହୁତ ସମୟ ଅଛି ଆଉ ଆମେ ସମୟକୁ ନଷ୍ଟ କରିବାରେ ଲାଗିଥାଉ।ଏହି ପରି ଭାବେ ପୁରା ଜୀବନ। ବର୍ବାଦ କରିଦେଇଥାଉ।ନହଲେ ପରେ ଏଥିପାଇଁ ପସ୍ତେଇଥାଉ।ଯଦି ଆପଣଙ୍କୁ ଏବେ ବି ସମୟର ମୂଲ୍ୟ ଜଣା ନାହିଁ ତେବେ ଆପଣଙ୍କୁ ସେହି ଲୋକ ଠାରୁ ଏହି ସମୟ କଥା ପଚାରି ବୁଝିନେବା କଥା ଯାହାର ମୃତ୍ଯୁ ଏକ ଗମ୍ଭୀର ରୋଗରେ ହେବାକୁ ଯାଉଛି।ଏବଂ ତା ପାଖରେ ବହୁତ କମ ସମୟ ଅଛି।ଏପରି ଆପଣ ଯଦି ତାର ଜୀବନ ଦେଖିବେ ତେବେ ସେ ପ୍ରତ୍ୟକ ସମୟରେ ଖୁସିରେ ରହିବାକୁ ଚାହିଁଥାଏ କାହିଁକିନା ତାକୁ ଜଣାଥାଏ କି ଆସୁଥିବା ସମୟରେ ସେ ମରିବ।

ଏହି କଥା ଭାବି ସେ ତାର ପ୍ରତ୍ୟକ ମୁହୂର୍ତ୍ତକୁ ଖୁସିରେ କାଟିଥାଏ। ଯଦି ଆପଣ ଏକ ସାଧାରଣ ଲୋକର ଜୀବନକୁ ଦେଖିବେ ତେବେ ସେ ଏହି ଦୁନିଆରେ ଏପରି ଭାବେ ରହିଥାଏ ଯେପରି ଏହି ସମୟ କେବେ ତାର ସରିବ ନାହିଁ।ଯେଉଁଠି ଚାରିପଟୁ ବହୁତ ପ୍ରକାରର ଚିନ୍ତା ରହିଥାଏ ଏବଂ ଏହି ଚିନ୍ତାରେ ରହି ରହି ସେ ଜୀଇଁବା ଭୁଲି ଯାଇଥାଏ।ଏପରି ଆପଣ ବି ଯଦି ଭାବିବେ କି ଜୀବନର ସବୁ ସମୟ ବହୁତ ମୂଲ୍ୟବାନ ଏବଂ ମୃତ୍ୟୁ ମଧ୍ୟ କେବେ ନା କେବେ ଆସିବ ତେବେ ଆପଣ ବି ସବୁ ସେହି କାମ କରିବେ ଯାହା ଆପଣ ଶେଷ ସମୟରେ କରିବାକୁ ଚାହୁଁଥିବେ। ଯେଉଁଥିରେ ଆପଣଙ୍କ ଜୀବନ ଖୁସିରେ ଅତିବାହିତ ହେବ।

ହେଲେ ନା ଆପଣ ଏପରି ଜୀବନ ଅତିବାହିତ କରୁଛନ୍ତି ଯେପରି ଆପଣ ୩୦୦୦ ରୁ ୪୦୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବେ।ହେଲେ ଏହି ପରି ଭାବନା ଯୋଗୁ କେତେ ଲୋକ ଇର୍ଷା, ଘୃଣା ଏବଂ ବିଷାଦ ରେ ରହିଥାନ୍ତି।ଆପଣ ସମୟର ମାଲିକ ହୋଇପାରିବେ ନାହିଁ ହେଲେ ସମୟକୁ ସଠିକ ଭାବେ ବ୍ୟବହାର କରିପାରିବେ।କାହିଁକିନା ସମୟ ପଇସା ପରି ନୁହେଁ ଯାହାକୁ ଆପଣ ଆପଣଙ୍କ ଆଲମାରୀ ବା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ଲୁଚେଇକି ବା ବଞ୍ଚେଇକି ରଖିବେ।ଏହା ତ ପ୍ରତ୍ୟକ ମୁହୂର୍ତ୍ତରେ ଅତିବାହିତ ହେବାରେ ଲାଗିଛି।ଆପଣ ନିଜେ ଭାବନ୍ତୁ ଆଜିର ତାରିଖର ସମୟ କଣ କେବେ ଫେରିକି ଆସିବ।ନା କେବେ ନୁହେଁ।

ଏହିପରି ଗୋଟେ ମଣିଷ ଲଗାତାର ୭୦ ରୁ ୮୦ ବର୍ଷ ଯାଏଁ ବଞ୍ଚିଥାଏ ।ସମୟର ମୂଲ୍ୟକୁ ଯଦି ଆପଣ ବୁଝିବେ ତେବେ ଆପଣଙ୍କ ଠାରୁ ସଫଳ ମଣିଷ କେହିବି ହେବେ ନାହିଁ।କାହିଁକିନା କେହି ଜଣେ ମହା ପୁରୁଷ କହିଛନ୍ତି ସଫଳ ଏବଂ ଅସଫଳ ଲୋକ ମଧ୍ୟରେ ମାତ୍ର ଏତିକି ଫରକ ଅଛି ଯେ ସଫଳ ଲୋକ ତାର ସମୟକୁ ଠିକ ଭାବରେ କଟିଥାଏ ଏବଂ ତାର ଲକ୍ଷକୁ ହାସିଲ କରିଥାଏ।ସେହି ଠାରେ ଅସଫଳ ମଣିଷ ତାର ସମୟ ନିଜ ଲକ୍ଷ ବିଷୟରେ ଭାବି ଭାବି କାଟିଦେଇଥାଏ।ଏଥିପାଇଁ ସମୟର ମୂଲ୍ୟ ସଠିକ ରୂପରେ ଜାଣିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *