ଏହାକୁ ଜାଣିଗଲେ ସବୁଦିନ ହେବ ପେଟ ସଫା, ଜାଣନ୍ତୁ ଚମତ୍କାର ଉପାୟ..
ପେଟରେ ଖାଦ୍ୟ ହଜମ ହେବା ଓ ବର୍ଜ୍ୟବସ୍ତୁ ଶରୀରରୁ ବାହାରକୁ ବାହାରିବା ଏହା ସାଧାରଣ ପ୍ରକ୍ରିୟା।ହେଲେ ଭାବିବାର କଥା ଏହିକି ଯେ ଖାଦ୍ୟ ଖାଇବାର ୩ ରୁ ୪ ଦିନ ପର୍ଯ୍ୟନ୍ତ ପେଟ ସଫା ନହେବା ଏହା ମୁଖ୍ୟ ସମସ୍ୟା।ଆଜି ଆମେ ଆପଣଙ୍କ ଖାଦ୍ୟ ତାଲିକାର ବିଷୟରେ କହିବୁ ଯାହାଦ୍ଵାରା ଆପଣଙ୍କ ପେଟ ସଫା ରହିବ,କବ୍ଜା ସମସ୍ୟା ଦୂର ହେବ,ଚୁଟି ଉପଡିବା ସମସ୍ୟା ରହିବ ନାହିଁ,ମାଟୋପଣ ଦୁର ହେବ ,ଶରୀର ଓ ପେଟର ଗରମ କମ ହେବ ଓ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ,ମୁହଁରେ ଉଜ୍ବଳତା,ବ୍ରଣ ସମସ୍ୟାର ସମାଧାନ ହେବ।ଏହି ଉପାୟରେ ଆପଣଙ୍କ ସମସ୍ୟା ଦୂର ହେବ।
୧.କବ୍ଜ ସମସ୍ୟା ଦୂର କରିବା ପାଇଁ କୌଣସି ବାହାର ଜିନିଷ ବା ଔଷଧର ସେବନ କରନ୍ତୁ ନାହିଁ।କାହିଁକିନା ଏହା ଏକ ରୋଗ ନୁହେଁ ବରଂ ଏହା ଖାଇବା ପିଇବାରେ ଭୁଲ ପାଇଁ ହୋଇଥାଏ।ତେଣୁ ଔଷଧ ସେବନ କରି ନିଜ ପଇସା ବର୍ବାଦ କରନ୍ତୁ ନାହିଁ।ଏହା ଛଡା ପେଟ ସଫା କରିବା ପାଇଁ ସବୁବେଳେ ଚୂର୍ଣର ସେବନ କରିବା ମଧ୍ୟ ଉଚିତ ନୁହେଁ।
୨.ଖାଦ୍ୟର ଉଚିତ ସେବନ।ଆପଣମାନଙ୍କୁ ସକାଳ,ଖରାବେଳେ ଓ ରାତିରେ ଖାଦ୍ୟକୁ ଠିକ ଭାବରେ ଖାଇବାକୁ ପଡିବ।ଉଚିତ ପରିମାଣରେ ପନିପରିବା ଖାଇବା ନିହତି ଆବଶ୍ୟକ।ଯେଉଁମାନେ ମାଂସ ଖାଆନ୍ତି ସେମାନେ ପନିପରିବା ଠିକ ଭାବରେ ଖାଇ ନଥାନ୍ତି ସେହିପରି ଶାକାହାରୀ ଲୋକ ରୁଟି,ଭାତ ଖାଇବା ସହ ମଧ୍ୟ ଠିକ ଭାବରେ ପନିପରିବା ଖାଇ ନଥାନ୍ତି।ଯାହା କବ୍ଜ ସମସ୍ୟା ହୁଏ।ଆମେ ଖାଉଥିବା ଖାଦ୍ୟ କିଛି ପରିମାଣରେ ରକ୍ତରେ ପରିଣତ ହୋଇ ଶରୀରର ବିଭିନ୍ନ ଭାଗକୁ ଯାଇଥାଏ।ଭାତ,କ୍ଷୀର ଜାତୀୟ ଖାଦ୍ୟ,ମାଂସ ଆଦିରେ ଅଧିକ ପରିମାଣର ଫାଇବର ନଥାଏ।ତେଣୁ ଏଥିରୁ ଅଧିକ ବର୍ଜ୍ୟବସ୍ତୁ ବାହାରେ ନାହିଁ।ଯାହା ଫଳରେ କମ ବର୍ଜ୍ୟବସ୍ତୁ ମଳ ରୂପେ ରହେ ଓ ସହଜରେ ଶରୀରରୁ ବାହାରେ ନାହିଁ।ତେଣୁ କବ୍ଜ ସମସ୍ୟା ସୃଷ୍ଟି ହୁଏ।ଏହା ଦୁର ହେବା ପାଇଁ ଶରୀରରେ ଅଧିକ ବର୍ଜ୍ୟବସ୍ତୁ ରହିବା ଦରକାର।ଆଉ ଏହା କେବଳ ପନିପରିବା ଖାଇଲେ ହିଁ ହେବ କାହିଁକିନା ଏଥିରେ ଅଧିକ ପରିମାଣରେ ଫାଇବର ରହିଥାଏ।
ଏହାର ମାନେ ନୁହେଁ ଯେ ଆମେ ଖାଲି ପନିପରିବା ଖାଇବା।ଆମକୁ ସନ୍ତୁଳିତ ଆହାର ଖାଇବାର ଅଛି।ଯେମିତିକି ଆପଣ ଚାହିଁଲେ ସକାଳେ ବ୍ରେଡ଼ ସହ ଅଣ୍ଡା ଓ ଗାଜର ଖାଇପାରିବେ।ଯାହା ଫଳରେ ଗାଜରରୁ ଫାଇବର ଓ ଅଣ୍ଡା ବ୍ରେଡ଼ରୁ ପ୍ରୋଟିନ ମିଳିବ।ଆଉ ଯଦି ଆପଣ ବ୍ରେଡ଼କୁ କ୍ଷୀର ସହ ଖାଉଛନ୍ତି ତେବେ ଗୋଟିଏ ସେଓ ଖାଇନିଅନ୍ତୁ।ଯଦି ଆପଣ ଭାତ ସହ ମାଂସ ଖାଉଛନ୍ତି ତେବେ ଏଥିରେ ଆପଣଂକୁ ଫାଇବର ମିଳିବ ନାହିଁ।ଏଥିପାଇଁ ଏହା ସହ କିଛି ପାଣିପାରିବାକୁ ଠିକ ପରିମାଣରେ ଖାଇବା ଉଚିତ।ଆପଣ ଭଜା ହେବା ପନିପରିବା ଖାଇପାରିବେ କିମ୍ବା କଞ୍ଚା ପାରିବ ସାଲାଡ଼ ଭାବରେ ଖାଇପାରିବେ।ହେଲେ ମନେ ରଖନ୍ତୁ ଆଗ ପନିପରିବା ଖାଇବେ।ଯାହାଦ୍ଵାରା ହଜମ ବହୁତ ଭଲ ହେବ।ରାତିରେ ଆପଣ ସାଲାଡ଼ ନ ଖାଇ ରୋଷେଇ ହୋଇଥବା ପନିପରିବା ଖାଇବା ଉଚିତ।
୩.ଯେଉଁମାନେ ମାଂସ ଖାଆନ୍ତି ସେମାନେ ସବୁବେଳେ ପନିପରିବା ଖାଇପାରିବେ ସମ୍ଭବ ନୁହେଁ।କିଛି ଲୋକ ବାହାରେ ମଧ୍ୟ ଖାଦ୍ୟ ଖାଇଥାନ୍ତି।ହେଲେ ଯେଉଁଦିନ ଆପଣ ପନିପରିବା ଖାଉନାହାନ୍ତି ସେଦିନ ଆପଣ ଭୂସୀକୁ ସେବନ କରିପାରିବେ।ଏଥିରେ ପ୍ରଚୁର ଫାଇବର ଥାଏ।ତେଣୁ ଖାଇସାରିବା ପରେ କିମ୍ବା ପୂର୍ବରୁ ଆପଣ ଏକ ଗ୍ଲାସ ପାଣିରେ ଭୂସୀ ପକାଇ ଏହା ଫୁଲିଗଲେ ଏହାକୁ ପିଅନ୍ତୁ।
୪.ପାଚନ ପ୍ରକ୍ରିୟାରେ ପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ।ସକାଳୁ ଖାଲି ପେଟରେ ୧ କିମ୍ବା ଦୁଇ ଗିଲାସ ପାଣି ପିଇବା ଜରୁରୀ ଅଟେ।ଦ୍ଵିତୀୟରେ ଖାଦ୍ୟ ଖାଇବାର ସାଙ୍ଗେ ସାଙ୍ଗେ ପାଣି ନ ପିଇ ଆପଣ ୩୦ ମିନିଟ ପରେ ପାଣି ପିଅନ୍ତୁ।ଆଉ ଠିକ ପରିମାଣରେ ପାଣି ପିଇବା ମଧ୍ୟ ଜରୁରୀ ଯେମିତିକି ପାଚନ ପ୍ରକ୍ରିୟାରେ ପାଣିର ଅଭାବ ରହିବ ନାହିଁ।ଦିନକୁ ୮ ରୁ ୧୦ ଗ୍ଲାସ ପାଣି ନିହାତି ପିଇବା ଜରୁରୀ
୫.ଶାରୀରିକ ପରିଶ୍ରମ କରିବା ନିହାତି ଜରୁରୀ ଯାହାଦ୍ଵାରା ଶରୀରରେ ରକ୍ତ ପ୍ରଭାବ ଠିକ ରୁହେ ଓ ପାଚନ ପ୍ରକ୍ରିୟା ମଧ୍ୟ ଠିକ କାମ କରେ।ଆପଣ ଚାହିଁଲେ ଖେଳି ପାରିବେ,ବ୍ୟାମ କିମ୍ବା ଜିମ ମଧ୍ୟ ଯାଇପାରିବେ।
୬.ପୁରା ଦିନ ଖାଦ୍ୟ ପାଚନ ଆମ ଶରୀର କରିଥାଏ।ଏଥିପାଇଁ ରାତିରେ ଭଲ ନିଦରେ ଶୋଇବା ନିହାତି ଜରୁରୀ।ଯାହାଦ୍ଵାରା ଶରୀରରେ ସବୁ ଅଙ୍ଗ ଠିକ କାମ କରିବ।ସେଥିପାଇଁ ଆମକୁ ୭ ରୁ ୮ ଘଣ୍ଟା ଶୋଇବା ନିହାତି ଜରୁରୀ।