December 22, 2024

Odia Express

Leading Odia News Portal of Odisha

ଓଡ଼ିଆ ଢଗଢ଼ମାଳି ଚତୁର ପ୍ରଶ୍ନ ଓ ଉତ୍ତର – ନହ ନହ କା ପତର ବଙ୍କା ତାଫଳ ବିକିଲେ ମୁଠାଏ ଟଙ୍କା – ସେ କଣ ? କେବଳ ବୁଦ୍ଧିମାନ ହେଇଥିଲେ ଉତ୍ତର ଦେବେ..

ଆଜି ଏଠାରେ ଆମେ ଓଡ଼ିଆ ଢଗଢ଼ମାଳି ସମ୍ବନ୍ଧୀୟ ସାଧାରଣ ଜ୍ଞାନ ଭିତ୍ତିକ ୧୫ ଟି ଚତୁର ପ୍ରଶ୍ନ ଓ ଉତ୍ତର ବିଷୟରେ ଜାଣିବା।ତେବେ ଆସନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ଗୁଡିକୁ।ତେବେ ଏହି ଢଗ ଗୁଡିକ ଆମ ପିଲାଦିନେ ଆମେ ବହିରେ ପଢିଥିଲେ | ତେବେ ଆମ ଭିତରୁ ଅନେକ ଲୋକ ଏହି ଢଗ ଢମାଳି କୁ ଖୁବ ମନେ ରଖନ୍ତି ଓ ଏହା ଅତ୍ୟନ୍ତ କୌତୂହଳୀପୂର୍ଣ୍ଣ ମଧ୍ୟ ଅଟେ ||ତେବେ ଆଜି କାଲିର ପିଲାମାନେ ମଧ୍ୟ ଏହାକୁ ପଢିଲେ ଖୁବ ମଜ଼ା ଲାଗିବ | ତେବେ ଆପଣଙ୍କ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରନ୍ତୁ

ଏବେ ଆମେ ଜାଣିବା ଏକ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୧:-କଳା ମୁଚୁମୁଚୁ ଜଙ୍ଗଲରେ ରହେ କାଳିଆ ଷଣ୍ଢ,ସୋରିଷ ଠାରୁ ଛୋଟ ହେଲେ ମଧ୍ୟ ଖାଏ ମଣିଷ ମୁଣ୍ଡ,ସେ କିଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଉକୁଣି।

ଏବେ ଆମେ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୨:-ଗୋଟିଏ ଫଳରେ ଅନେକ କଣ୍ଟା,ପାଚିଲା ଖାଇଲ ହାତରେ ଅଠା,ସେ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପଣସ।

ଏବେ ଆମେ ଜାଣିବା ତିନି ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୩:-ଟିକି ବାଛୁରୀ ବେକରେ ପଘା,ଟିକି ଦାନ୍ତରେ କାମୁଡ଼େ ଲୁଗା,ସେ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଛୁଞ୍ଚି।

ଏବେ ଆମେ ଜାଣିବା ଚାରି ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୪:-ଠକ ଠକ ଠକସା,ତିନି ମୁଣ୍ଡ ଦଶ ଗୋଡ଼ ଦେଖିଛକି ମଉସା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ହଳ ଓ ହଳିଆ।

ଏବେ ଆମେ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୫:-ନହ ନହ କା ପତର ବଙ୍କା ତାଫଳ ବିକିଲେ ମୁଠାଏ ଟଙ୍କା।ସେ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଧାନ ଗଛ।

ଏବେ ଆମେ ଜାଣିବା ଛଅ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୬:-ଗୋଟିଏ ଗୁମ୍ଫାରେ ବତୀସି ଚୋର,ଦିନରେ କରନ୍ତି କାମ ଓ ରାତି ହେଲେ ଆରମ କରନ୍ତି କୁହ ସେ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଦାନ୍ତ।

ଏବେ ଆମେ ଜାଣିବା ସାତ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୭:-ପବନ ତାର ଆହାର,ଖାଏ ଗୋଇଠା ପାହାର,ତାହେଲେ ସେ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଫୁଟୁବଲ।

ଏବେ ଆମେ ଜାଣିବା ଆଠ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୮:-ଆସିଲା ବଡ଼ ଚଢେଇ,ବସିଲା ଡେଣା ମେଲେଇ,ହେଲେ ଧଇଲା ମାଛ ଖାଇଲା ନାହିଁ ସେ କଣ।

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଜାଲ।

ଏବେ ଆମେ ଜାଣିବା ନଅ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୯:-ମାମୁଁ ଘରେ ଗୋଠେ ଗାଈ,ରାତି ପାହିଲେ ଗୋଟେ ନାହିଁ।ତାହେଲେ ସେ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ତାରା।

ଏବେ ଆମେ ଜାଣିବା ଦଶ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୦:-ଯାଇଥିଲି ଉତ୍ତର ଦେଖି ଆସିଲି ଫଳ ପରେ ଧରିଛି ପତର,ତାହେଲେ ସେ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସପୁରୀ।

ଏହା ଥିଲା କେତେକ ଓଡ଼ିଆ ଢଗଢ଼ମାଳି ସମ୍ବନ୍ଧୀୟ ସାଧାରଣଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଏହାର ଉତ୍ତର।

Leave a Reply

Your email address will not be published. Required fields are marked *