December 22, 2024

Odia Express

Leading Odia News Portal of Odisha

ଏହି ବଲିଉଡ୍ କଳାକାରଙ୍କ ଭାଗ୍ୟରେ ଥିଲା ଦାରିଦ୍ରତା, କିଏ ଥିଲେ ବସ୍ କଣ୍ତକ୍ଟର୍ ତ କିଏ ବିକ୍ରି କରୁଥିଲେ ପେପର..

କେଉଁ ବି ବ୍ୟକ୍ତି ଜନ୍ମରୁ ଧନୀ ହୋଇନଥାଏ , ବରଂ ଦିନ ରାତି ପରିଶ୍ରମ କରି ତାକୁ ସଫଲତା ମିଳିପାରିଥାଏ , ସାଧାରଣ ଲୋକଙ୍କ ଠାରୁ ନେଇକରି ବଡ ବଡ ବଲିଉଡ୍ କଳାକାର ବି ଦାରିଦ୍ରତାର କଷାଘାତରେ ରହି ଆସିଛନ୍ତି , ଦରିଦ୍ର ଏପରି ଏକ ଅଭିଷାପ ଅଟେ  ଯାହା ଭଲ ଭଲ ଲୋକଙ୍କୁ ତଳେ ପକାଇଦିଏ , ଆଜି ଆମେ ଯଦି ଆପଣଙ୍କ ସାମ୍ନାରେ କେଉଁ ଫିଲ୍ମ କଳାକାରକୁ ଦେଖିଥାଉ ତେବେ ସବୁଠାରୁ ପ୍ରଥମ ପ୍ରଶ୍ନ ଏହା ଆସିଥାଏ କି ଏହାର ପାଖରେ କେତେ କୋଟିଏ ଟଙ୍କା ଥିବ , କିନ୍ତୁ ଏହି ଫିଲ୍ମ ଜଗତରୁ ଏମିତି ଅନେକ କଳାକାର ଅଛନ୍ତି ଯାହାଙ୍କ ଜୀବନରେ ବହୁତ ସଂଘର୍ଷ କରିଛନ୍ତି , ଓ ଗରିବ ଥିଲେ , କିଛି କଳାକାର ତ ଫୁଟପାଥରେ ଶୋଇକରି ଦିନ କଟାଇଥିଲେ , ଆସନ୍ତୁ ଜାଣିବା ଏମିତି କିଛି ଫିଲ୍ମର କଳାକାରଙ୍କ ବିଷୟରେ ଯିଏ ଦାରିଦ୍ରତାକୁ ହରାଇ ଆଜି କୋଟିଏ ଟଙ୍କାର ସଂମ୍ପତ୍ତିର ମାଲିକ ହୋଇଛନ୍ତି ।

୧) ରଜନୀକାନ୍ତ- ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିର ଏହି ଦିନରେ ବହୁତ କ୍ରେଜ୍ ଅଧିକା ରହିଛି, ଏଠାରେ ଫିଲ୍ମ ଓ ତାହାର କାହାଣୀ କଥା କହିଲେ କିଛି ଅଲଗା ହୋଇଥାଏ , ରଜନୀକାନ୍ତ ଏହି ଇଣ୍ତଷ୍ଟ୍ରିରେ ଭଗବାନ ବୋଲି ମାନିଥାନ୍ତି । ସେ ସୁପରଷ୍ଟାର୍ ରଜନୀକାନ୍ତରୁ ନାଁ ଜଣାଯାଇଥାଏ , ଆଜି ତାଙ୍କ  ଧନି ହେବାର ଚର୍ଚ୍ଚା ଦେଶରେ ନୁହେଁ ବରଂ ବିଦେଶ ଯାଏଁ ବ୍ୟାପିଛି, କିନ୍ତୁ ବଲିଉଡ୍ ରେ ଆସିବାପୁର୍ବରୁ ରଜନିକାନ୍ତ ଜୀବନ ଏତେ ସହଜରେ ନଥିଲା,  ସେ ଘରୁ ବାହାରେ ଆସି ଏକେଲା ପଇସା କମାଇବା ଅନ୍ୱେଶଣରେ ଥିଲ୍,ଏ ଏଥିପାଇଁ ସେ ପ୍ରାରମ୍ଭିକ ସମୟରେ ବସ୍ କଣ୍ତକ୍ଟର ହିସାବରେ ଥିଲେ , ଧୀରେ ଧୀରେ ସେ ଫିଲ୍ମ ଦୁନିଆଁରେ ଏମିତି ଜାଦୁ ଚଲାଇଥିଲେ , ଆଜି ଲକ୍ଷାଧିକ ଲୋକଙ୍କ ଫ୍ୟାନ୍ସ ଅଛନ୍ତି ।

୨) ଜନି ଲିଭର୍- କମେଡି କିଙ୍ଗ୍ ଜନି ଲିଭର୍ ୯୦ ଦଶକର ଅନେକ ଫିଲ୍ମରେ କାମ କରି ସମସ୍ତଙ୍କୁ ହସାଇଛନ୍ତି , ସେ ଡାଇଲଗ୍ସରୁ ଲକ୍ଷାଧିକ ଲୋକଙ୍କ ନିଜ ଅଲଗା ପରିଚୟ ସୃଷ୍ଟି କରିଛନ୍ତି , ଆଜି ସେମିତି ତାଙ୍କ ପାଖରେ କୌଣସି ଜିନିଷର ଅଭାବନାହିଁ , କିନ୍ତୁ ଛୁଆବେଳରୁ ତାଙ୍କର୍ ଏମିତି ଅବସ୍ଥା ନଥିଲା,  ସେ ବହୁତ ଅଭାବ ଅସୁବିଧାରେ କାଳତିପାତ କରିଥିଲେ , ସେ ସ୍କୁଲ୍ ଛାଡିକରି ଘର ଚଲାଇବାପାଇଁ ପେପର୍ ବିକ୍ରି କରିବା କାମ କରିଥିଲେ ।

୩) ମିଥୁନ ଚକ୍ରବର୍ତ୍ତି- ଡିସ୍କୋ ଡ୍ୟାନ୍ସର୍ ଭାବେ ଜଣାଶୁଣା ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଏକ ସମୟରେ ବଲିଉଡ୍ ଇଣ୍ତଷ୍ଟ୍ରିରେ ରାଜ୍ କରିଛନ୍ତି , କିନ୍ତୁ ସେ ଫିଲ୍ମ ଲାଇନ୍ ରେ ଆସିବାପୁର୍ବରୁ ବହୁତ ସଂଘର୍ଷ କରିଥିଲେ,  ଗୋଟେ ସମୟ ଥିଲାଯେବେ ତାଙ୍କ ପାଖରେ ଖାଇବାକୁ ପଇସା ନଥିଲା,  ଓ ସେ ସମସ୍ତଙ୍କ ପାଖରେ ପଇସା ମାଗିବୁଲୁଥିଲେ,  ଆଜି ମିଥୁନ ନିଜ ଲାଇଫ୍ ର ଏହି କଥାକୁ କେବେ ଭୁଲିପାରିନଥନ୍ତି , ଏଥିପାଈଁ ସେ ଏକ ଝିଅକୁ ବି କୋଳେଇନେଇଥିଲେ, ଓ ତାହାର ଯତ୍ନ କରି ସେ ବଡ କରିଥିଲେ ।

୪) ନବାଜୁଦ୍ଧିନ୍ ସିଦ୍ଧିକି- ଆଜି ସେମିତି ନବାଜୁଦ୍ଧିନ୍ ଙ୍କ ପାଖରେ ଧନ, ଦୌଲତ କିମ୍ବା ଐଶ୍ୱର୍ଯ୍ୟର କୌଣସି କମିନାହିଁ , କିନ୍ତୁ ୟୁପିର ଏକ ଛୋଟ ଗାଁରୁ ଜନ୍ମନେଇଥିବା ଏହି ଅଭିନେତାଙ୍କ ଅଭିନୟର ଯାତ୍ରା ଏତେ ସହଜନଥିଲା,  ସେ କେମିଷ୍ଟ ସପ୍ ରେ କାମ କରିବା ଆରମ୍ଭ କରିଦେଇଥିଲେ , ଯେବେ ସେଠାରେ କାମ ହୋଇପାରିଲାନାହିଁ ସେ ଚୌକିଦାରି କରିବା ଆରମ୍ଭ୍ କରିଦେଲେ , କିନ୍ତୁ ପରେ ସମୟ କଟିବାପରେ ସେ ବଲିଉଡ୍ ରେ ନିଜର କବଜା ଜମାଇଥିଲେ ।

୫) ସାହାରୁଖ୍ ଖାନ୍- କିଙ୍ଗ୍ ଖାନ୍ ନାଁରେ ଲୋକପ୍ରିୟ ଅଭିନେତା ସାହାରୁଖ୍ ଖାନ୍ ଆଜି ବଲିଉଡ୍ ର ଇଣ୍ତଷ୍ଟ୍ରିରେ ରାଜ୍ କରୁଛନ୍ତି , କିନ୍ତୁ ତାଙ୍କର ଏହି ଯାତ୍ରା ଏତେ ସହଜ ନଥିଲା,  ସେ ଫିଲ୍ମରେ ଆସିବାପୁର୍ବରୁ ବହୁତ୍ ସଂଘର୍ଷ କରିଥିଲେ,  ସେ ପଇସା କମାଇବାପାଇଁ ନିଜ ପାଠପଢା ମଝିରେ ଛାଡିଦେଇଥିଲେ , ମାତ୍ର ୧୫୦୦ ଟଙ୍କା ନେଇକରି ସେ ମୁମ୍ବାଇ ବାହାରି ଆସିଥିଲେ , ଓ ତାହାପରେ ସେ ସଫଳତାର୍ ସିଢି ଚଢିବାକୁ ଲାଗିଲେ ଆଜି ତାଙ୍କର ଅଭିନୟର ଯାଦୁରେ ପୁରା ବଲିଉଡ୍ ଚାଲୁଛି ।

Leave a Reply

Your email address will not be published. Required fields are marked *