December 22, 2024

Odia Express

Leading Odia News Portal of Odisha

ମହିଳାଙ୍କ ୭ ଟି ସମସ୍ୟାର ଚିକିତ୍ସା ଅଟେ ଜୁଆଣୀର ପାଣି, ଜାଣନ୍ତୁ କିପରି ଆପଣଙ୍କ ପାଇଁ ମୂଲ୍ୟବାନ ଅଟେ..

ଦୁନିଆଁ ସାରା ଭାରତୀୟ ଖାଦ୍ୟପାନୀୟ ଲୋକପ୍ରିୟ ହୋଇଛି, ଏହାର ମୁଖ୍ୟ କାରଣ ଏହା କି ଭାରତୀୟ ଖାଦ୍ୟପାନୀୟ ବହୁତ୍ ପ୍ରକାର ମସଲା ପ୍ରୟୋଗ ହୋଇଥାଏ , ଏହି ମସଲାରୁ ଗୋଟେ ହେଲା ଜୁଆଣୀ, ଜୁଆଣୀକୁ ସଂସ୍କୃତରେ ଉଗ୍ରଗନ୍ଧା କୁହାଯାଏ , ଜୁଆଣୀ ଖାଇବାର ସ୍ୱାଦ ବଢିଥାଏ,  ଓ ତାହା ସହ୍ ସ୍ୱାସ୍ଥ୍ୟ ପାଇଁ ସେତେ ଲାଭଦାୟକ ହୋଇଥାଏ , ଏହା ଛଡା ଜୁଆଣୀର ପାଣି ପିଇଲେ ବହୁତ ଫାଇଦା ମିଳିଥାଏ, ଯାହାକି ମୋଟାପା କମ୍ କରିବା ସହ ଅନେକ ଫାଈଦାରେ ପରିପୁର୍ଣ୍ଣ ହୋଇଥାଏ , ଆସନ୍ତୁ ଜାଣିବା ସେହି ବିଷୟରେ ।

୧) ପେଟ ପୀଡାରୁ ମୁକ୍ତି ଦେଇଥାଏ- ଏହି ପେଟ୍ ପୀଡାପାଇଁ ଏକ ଭଲ ଚିକିତ୍ସା ଅଟେ, ସବୁଦିନ ଏହାର ପାଣିକୁ ପିଇଲେ ପେଟ ପୀଡାରୁ ମୁକ୍ତି ମିଳିଥାଏ ।

୨) ଗ୍ୟାସର ସମସ୍ୟା ଏହି ପାଣିକୁ ପିଇଲେ ଠିକ୍ ହୋଇଯାଏ , ଯଦି ଆପଣଙ୍କ ଗ୍ୟାସ୍ ସମସ୍ୟା ଅଛି ତେବେ ଏହି ପାଣି ପିଇଲେ ଆପଣ ଆଶ୍ୱସ୍ତି ପାଇବେ ,

୩) ଓଜନ କମ୍ କରିବାପାଇଁ – ଆଜିକାଳି ଅଧିକାଂଶ ମହିଳା ମୋଟାପା ପାଇଁ ଚିନ୍ତିତ ରୁହନ୍ତି , ଓ ଓଜନ କମ୍ କରିବାପାଈଁ ନାନାପ୍ରକାରର ତରିକା ଆପଣାନ୍ତି, ବହୁତ କମ୍ ଲୋକ ଜାଣିଛନ୍ତି କି ଜୁଆଣୀର ପାଣି ପିଇଲେ ଓଜନ କମ୍ କରିହେବ , ଜୁଆଈ ମଞ୍ଜି ଚୟାପଚୟ ଦରରେ ବୃଦ୍ଧି କରିଥାଏ, ଯାହାର ପରିଣାମ ସ୍ୱରୁପ ଚର୍ବୀ କମିଯାଏ , ଓ ଓଜନ କମ୍ କରିବାରେ ସାହାଯ୍ୟ କରେ, ଏହାକୁ ରାତିରେ ବତୁରାଈ ରଖିଦିଅନ୍ତୁ, ସକାଳୁ ଏକ ଚାମଚ ମହୁ ସହ ମିଶାଇ ଏହାର ସେବନ କରନ୍ତୁ , ଏହି ମିଶ୍ରଣକୁ୧୫-୨୦ ଦିନ ଯାଏଁ କରିବାର ଦରକାର ଅଛି , ଜୁଆଣୀର ପାଣି ଓଜନ କମ୍ କରିବାପାଇଁ ପିଉଥିଲେ ଆପଣଙ୍କୁ କିଛି ସାବଧନତା ବିଷୟରେ ଜାଣିବା ଉଚିତ୍ , ଚାଉଳ,ଫାଷ୍ଟଫୁଡ୍, ତେଲରେ ଭଜା ହୋଇଥିବା ଭୋଜନ ଆଦି ପୁରା ଛାଡିବାକୁ ପଡିବ , ଆପଣଙ୍କୁ ରୁଟିର ସଂଖ୍ୟା ଧୀରେ ଧୀରେ କମ୍ କରିବାକୁ ହେବ , ତାହା ସହ ଏହା ବି ଧ୍ୟାନ ରଖିବେ କି ଭୋଜନ କରିବାର ପ୍ରାୟ ୧ ଘଣ୍ଟା ଯାଏଁ ପାଣିପିଇବେନାହିଁ ।

୪) ମୁତ୍ର ସଂକ୍ରମଣ- ମୁତ୍ର ସଂକ୍ରମଣ ଏହାକୁ ପିଇଲେ ଠିକ୍ ହୋଇଥାଏ, ମହିଳାଙ୍କ ୟୁରିନ୍ ଇନଫେକ୍ସନ୍ ଯୋଗୁଁ ଚିନ୍ତିତ ରୁହନ୍ତି, ଜୁଆଣିର ପାଣି ପିଇଲେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବେ ।

୫) ଗଳାର ସମସ୍ୟା ଓ ମୁହଁର ଦୁର୍ଗନ୍ଧ ଏହାକୁ ନେଲେଠିକ୍ ହୋଇଯାଏ , ହଁ ଆଜ୍ଞା ଭୁଲ୍ ଖାଦ୍ୟପେୟ କାରଣାରୁ ଗଳାରେ ପୀଡା ଓ ମୁହଁରେ ଦୁର୍ଗନ୍ଧ ଆସିଥାଏ,  କିନ୍ତୁ ଜୁଆଣିର୍ ପାଣି ପିଇଲେ ମୁହଁରୁ ଦୁର୍ଗନ୍ଧ ଠିକ୍ ହୋଇଯାଏ ।

୬)  ଜୁଆଣୀ ପାଣି ବନାଇବାର ବିଧି- ୨ ଚାମଚ ଭଜା ହୋଇଥିବା ଜୁଆଣୀ କୁ ଏକ କପ୍ ପାଣିରେ ବତୁରାନ୍ତୁ , ଓ ରାତି ସାରା ଛାଡିଦିଅନ୍ତୁ , ଆଗାମୀ ଦିନ ସକାଳୁ ଏହି ପାଣିକୁ ସିଝାନ୍ତୁ ,ଓ ଛାଣିଦିଅନ୍ତୁ ଜୁଆଣୀକୁ , ଏହାକୁ ଥଣ୍ତା କରି ଖାଲି ପେଟରେ ଏହାର ସେବନ କରନ୍ତୁ , ଜୁଆଣୀ ସେବନ ଫାଇଦାଦାୟକ ଅଟେ, ଏହାର ପାଣି ପିଇଲେ ବହୁତ ସ୍ୱାସ୍ଥ୍ୟ ସଂବନ୍ଧି ଅସୁବିଧା ଦୁର ହୋଇପାରିବ

Leave a Reply

Your email address will not be published. Required fields are marked *