December 23, 2024

Odia Express

Leading Odia News Portal of Odisha

ଆଜି ହିଁ ଘରକୁ ଆଣନ୍ତୁ ମୟୂରପୁଚ୍ଛ ଓ କରନ୍ତୁ ଏହି ୭ ଟି କାମ, ଦୁନିଆଁ ରହିବ ଆପଣଙ୍କ ହାତ ମୁଠାରେ

ଆମର ଶାସ୍ତ୍ରରେ ମୟୂରପୁଚ୍ଛକୁ ଏକ ବିଶେଷ ମହତ୍ତ୍ୱ ଦିଆଯାଈଛି , ଭଗବାନ ଶ୍ରୀକୃଷ୍ଣ ତ ମୟୁରପୁଚ୍ଛକୁ ସଦୈବ ନିଜ ମସ୍ତକରେ ଲାଗିଥିବା ମୁକୁଟରେ ଧାରଣ୍ କରିଥିଲେ , ସେମିତି ଇନ୍ଦ୍ରଦେବ ବି ମୟୁର ପୁଚ୍ଛରୁ ତିଆରି ସିଂହାସନରେ ବସୁଥିଲେ,  ପୁର୍ବର ଯୁଗ କଥା କହିଲେ ଆପଣ ସମସ୍ତଙ୍କ ଘରେ ମୟୁରପୁଚ୍ଛ ନିଶ୍ଚିତ ମିଳୁଥିଲା,  କିନ୍ତୁ ଆଜିର ଜମାନାରେ ଲୋକେ ମୟୁରପୁଚ୍ଛର ବିଶେଷ୍ୱତା ବିଷୟରେ ଅଜଣା ଅଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି ୭ ଟି ଉପାୟ କହିବୁ, ଯାହାର ପ୍ରୟୋଗରେ ଆପଣଙ୍କ ବିଗିଡିଯାଇଥିବା କାମ ହୋଇଯିବ ,

୧) ଧନପ୍ରାପ୍ତି କରିବାପାଇଁ – ଯଦି ଆପଣଙ୍କ ଘରେ ଧନର ଅଭାବ ଦେଖାଦେଉଛି କିମ୍ବା ଧନ ଆଗମନର କିଛି ବାଧା ଆସୁଛି , ତେବେ ଏହି ଉପାୟ କରନ୍ତୁ , ବଜାରରୁ ଏକ ମୟୁରପୁଚ୍ଛ କିଣିଆଣନ୍ତୁ , ଓ ତାହାକୁ ଘରର ଦକ୍ଷିଣ ପୁର୍ବ କୋଣରେ ରଖିଦିଅନ୍ତୁ , ଏମିତି କରିଲେ ଧନର ଆଗମନ ହେବ , ଯଦି ଆପଣ ଚାହୁଁଛନ୍ତି କି ଘରକୁ ଆସୁଥିବା ଧନ ଆପଣଙ୍କ ପାଖରେ ସ୍ଥାୟୀ ରହ୍ବ ତେବେ ଏହି ମୟୁରପୁଚ୍ଛକୁ ନିଜ ସିନ୍ଦୁକରେ ରଖିଦିଅନ୍ତୁ , ଏମିତି କରିଲେ କେବେ ବି ସିନ୍ଦୁକ ଧନରୁ ଖାଲି ହେବନାହିଁ ।

୨) ଦୂର୍ଘଟଣାରୁ ରକ୍ଷାପାଇବାକୁ ହେଲେ- ଆଜିକାଲି କେବେ କାହାସହ କଣ ହୋଇଯିବ କେହି କହିପାରିବେନାହିଁ , ମଣିଷ ଯେବେ ଘରୁ ବାହାରକୁ ବାହାରିଥାଏ , ତେବେ ତାହା ସହ ବହୁତ ଦୁର୍ଘଟଣା ହୋଇପାରେ , ଏମିତିରେ ଆପଣ ନିଜ ପାଖରେ ମୟୁରପୁଚ୍ଛ ରଖନ୍ତୁ , ଯେଉଁ ବ୍ୟକ୍ତି ନିଜ ସହ ମୟୁରପୁଚ୍ଛ ରଖିଥାଏ , ତେବେ ତାହା ସହ କେଉଁ ଦୁର୍ଘଟଣା ହୋଇନଥାଏ ।

୩) ବିଦ୍ୟା ଓ ବୁଦ୍ଧି ପାଇଁ- ଯଦି ଆପଣଙ୍କ ଛୁଆ ପଢିବାରେ ମନ ଦେଉନାହିଁ ତେବେ ଆପଣ ତାହାର ବହିର ପୃଷ୍ଠାରେ ମୟୁରପୁଚ୍ଛ ରଖିଦିଅନ୍ତୁ , ତାହାର ପାଠପଢାରେ ମନ ଲାଗିବ , ସେମିତି ଯେଉଁ ଲୋକଙ୍କର ମସ୍ତିଷ୍କ ଦୁର୍ବଳତା ଅଛି, ତାଙ୍କୁ ମୁଣ୍ତରେ ମୟୁରପୁଚ୍ଛ ଲଗାଇବା ଉଚିତ୍ , ଏମିତି କରିଲେ ବୁଦ୍ଧି ପ୍ରଖର ହୋଇଥାଏ , ଆପଣ ଚାହିଁଲେ ଆପଣ ପିନ୍ଧୁଥିବା ଟୋପିରେ ଲଗାଇପାରିବେ ।

୪) ସୁଖୀ ଦାମ୍ପତ୍ୟ ପାଇଁ- ଯଦି ଆପଣଙ୍କ ସ୍ତ୍ରୀ ଆପଣଙ୍କ ସହ ଲଢେଇ ଝଗଡା କରୁଛନ୍ତି , ତେବେ ତାଙ୍କ ବିବାହର ଆଲବମରେ ଏକ ମୟୁରପୁଚ୍ଛ ରଖିଦିଅନ୍ତୁ , ଏମିତି କରିଲେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପ୍ରେମ ସୁଦୃଢ ରହିବ ।

୫) ଭୟାନକ ସ୍ୱପ୍ନ ଆସୁଥିଲେ ,- ଯଦି ଆପଣଙ୍କୁ ରାତିରେ ଭୟାନକ ସ୍ୱପ୍ନ ଆସୁଛି ତେବେ ରାତିରେ ଶୋଇବା ପୁର୍ବରୁ ତକିଆ ତଳେ ମୟୁରପୁଚ୍ଛଟିଏ ରଖିଦିଅନ୍ତୁ । ଭୟାନକ ସ୍ୱପ୍ନ ଆସିବା ବନ୍ଦ ହୋଇଯିବ ।

୬) ପାରିବାରିକ ଶାନ୍ତିପାଇଁ- ପରିବାରରେ ଶାନ୍ତି ବଜାୟ ରଖିବାପାଇଁ ଘରର କବାଟରେ ମୟୁରପୁଚ୍ଛ ଲଗାଇଦିଅନ୍ତୁ , ଏହି ମୟୁରପୁଚ୍ଛ ତଳେ ଗଣେଷଙ୍କ ପ୍ରତିମା ରଖନ୍ତୁ , ଏମିତି କରିଲେ ଘରେ ନକରାତ୍ମକ ଶକ୍ତିର ପ୍ରବେଶରେ ବାଧା ଆସିଥାଏ ।

୭) ଜୀବନରେ ସଫଳତା ପାଇବାପାଇଁ- ଯଦି କେଉଁ ବ୍ୟକ୍ତି ଆପଣଙ୍କୁ ତାର ନିଜ ଇଚ୍ଛାରୁ ମୟୁରପୁଚ୍ଛ ଦେଇଥାଏ , ତେବେ ଆପଣ ବୁଝିନେବେ କି ଆପଣଙ୍କ ଭାଗ୍ୟ ଖୋଲିଯାଇଛି , ଏଇ ମୟୁରପୁଚ୍ଛକୁ ପାଖରେ ରଖିଲେ ଆପଣଙ୍କ ଜୀବନରେ ସଫଳତାର ରାସ୍ତା ଖୋଲିଯିବ

Leave a Reply

Your email address will not be published. Required fields are marked *