December 23, 2024

Odia Express

Leading Odia News Portal of Odisha

ଘର ବନାଇବା ସମୟରେ ଏହି ୯ ଟି ବାସ୍ତୁର ନିୟମ ଉପରେ ରଖନ୍ତୁ ଧ୍ୟାନ, କେବେ ଆସିବ ନାହିଁ ଦାରିଦ୍ରତା..

ସବୁ ବ୍ୟକ୍ତିର ସ୍ୱପ୍ନ ହୋଇଥାଏ କି ତାହାର ଏକ ସୁନ୍ଦର ଘର ଥିବ,  ଯଦି ଆପଣ ବି ନୁଆ ଘର ବନାଇବାର ପ୍ଲାନିଙ୍ଗ୍ କରୁଛନ୍ତି ତେବେ ଆପଣଙ୍କୁ କିଛି ବାସ୍ତୁର ନିୟମ ବିଷୟରେ ଧ୍ୟାନ ଦେବାକୁ ହେବ , ଯେଉଁ ବ୍ୟକ୍ତି ଏହି ନିୟମକୁ ଧ୍ୟାନ ଦିଏ ନାହିଁ , ପ୍ରତିଦିନ କରଜରେ ବୁଡି ଯାଇଥାଏ , ଏଥିପାଇଁ ଘର ତିଆରି କରୁଥିବା ସମୟରେ ଏହି ୯ ଟି ବାସ୍ତୁର ନିୟମକୁ ପାଳନ କରନ୍ତୁ

ନିୟମଗୁଡିକ ନିମ୍ନରେ ପ୍ରଦତ୍ତ-

୧) ଯେବେ ବି ଆପଣ କେଉଁ ଫ୍ଲାଟ୍ କିଣିବାକୁ ଯାଉଛନ୍ତି ତେବେ ଏହି କଥାକୁ ଧ୍ୟାନ ଦେବେ କି ଆପଣ କେବେ ବି ଏମିତି ଜାଗା ନ କିଣନ୍ତୁ ଯାହାର ଦୁହେଁ ପଟେ ଉଚ୍ଚା ଉଚ୍ଚା ବିଲଡିଙ୍ଗ୍ ଥିବ , ଏହାର କାରଣ ଯେମିତି ଦୁଇ ଉଚ୍ଚା ଭବନ ମଧ୍ୟରେ ଆପଣଙ୍କ ଫ୍ଲାଟ୍ ଦବି ରହୁଥିବ , ସେହି ପରି ଆପଣ କରଜରେ ବୁଡି ରହିବେ ।

୨) ବହୁତ ଲୋକ ଅଛନ୍ତି ପାଣିର ଅଭାବକୁ ଦୁର କରିବାପାଇଁ ଭୁମିଗତ ଟ୍ୟାଙ୍କ୍ ବନାଇଥାନ୍ତି , ଯଦି ଆପଣ ମାଟୀ ଭିତରେ ପାଣିର ଟ୍ୟାଙ୍କ୍ ବନାଇବାକୁ ଚାହୁଁଛନ୍ତି ତେବେ ଏହିକଥାର ଧ୍ୟାନ ରଖିବେ କି ଏହି ଟ୍ୟାଙ୍କ୍ ଉତ୍ତର ପୁର୍ବ କୋଣରେ ହିଁ ତିଆରି ହୋଇଥିବ , ଏମିତି କରିଲେ ଆର୍ଥିକ ଅସୁବିଧା ଦୁର ହେବ , ଓ କେବେ କରଜରେ ପଡିବେ ନାହିଁ ।

୩) ଆପଣ ଯେବେ କେଉଁ ଘର ବନାଉଛନ୍ତି ତେବେ ପାଣିର ଗଡାଣି ସବୁବେଲେ ଉତ୍ତର ଦିଗରେ ହିଁ ରଖିବେ , ଏହା ଆପଣଙ୍କ ଘର ସେମିତି ଯେଉଁ ଦିଗରେ ହେଇଥାଉ କିନ୍ତୁ ଆପଣ ଚେଷ୍ଟା କରିବେ କି ମାଟିରୁ ଗଡାଣୀ ଉତ୍ତର ଦିଗରେ ହିଁ ଥିବ , ମାନେ ଗଡାଣିର ଉପର ଭାଗ ଉତ୍ତର ଦିଗରେହେବା ଜରୁରୀ,  ଏମିତି କରିଲେ ପାଣିର ପ୍ରବାହ ଉତ୍ତର ଦିଗ ଆଡକୁ ହେବ ନାହିଁ , ଓ ଆପଣଙ୍କ ଘରେ ଧନର କମି ହେବ ନାହିଁ ।

୪) ଆପଣ ଯେବେ ବି ଘରେ ବେଡରୁମ୍ ତିଆରି କରିବେ ଏହି କଥାକୁ ବିଶେଷ ଧ୍ୟାନ ଦେବେ କି ଉତ୍ତର ପୁର୍ବ ଦିଗରେ କେଉଁ ଭାରି ଜିନିଷ ନ ରଖିବେ , ତାହା ସହ ଆପଣ ଉତ୍ତର କିମ୍ବା ପୁର୍ବ ଦିଗରେ କବାଟରେ ଭୁଲରେ କେଉଁ ଘଣ୍ଟା କିମ୍ବା କ୍ୟାଲେଣ୍ତର ଟଙ୍ଗାଇବେ ନାହିଁ , ଆପଣ ଚାହିଁଲେ ବାକି ଅନ୍ୟ କବାଟରେ ଘଣ୍ଟା ଓ କ୍ୟାଲେଣ୍ତର ଟଙ୍ଗାଇ ପାରିବେ ।

୫) ଘର କରୁଥିବା ବେଳେ ସିଢିକୁ ସବୁବେଳେ ଦକ୍ଷିଣ କିମ୍ବା ପଶ୍ଚିମ ଦିଗର୍ ବନାଇବା ଉଚିତ୍ , ଯେଉଁ ଘରେ ଉତ୍ତର ଓ ପୁର୍ବ ଦିଗରେ ସିଢି ହୋଇଥାଏ,  ତାଙ୍କ ଘରେ କେବେ ଉନ୍ନତି ହୋଇନଥା,ଏ ଓ ଏହା ସହ ଆପଣ ଯଦି ଏହି ନିୟମ ପାଳନ କରୁନାହାନ୍ତି ତେବେ ଧନ କିମ୍ବା ଆୟର ସାଧନ ଶେଷ ହୋଇଯିବ ।

୬) ରୁମ୍ ର ମୁଖ୍ୟଦ୍ୱାର ଉତ୍ତର କିମ୍ବା ପୁର୍ବ ଦିଗରେ ହେବା ଶୁଭ ହୋଇଥାଏ , ଏମିତି କରିଲେ ଘରେ ଲକ୍ଷ୍ମୀଜୀ ଶିଘ୍ର ପ୍ରବେଶ କରନ୍ତି ।

୭) ଘରର ମୁଖ୍ୟଦ୍ୱାର ପାଖରେ ଏକ ଛୋଟ ଦ୍ୱାର ନିଶ୍ଚିତ ବନାନ୍ତୁ , ଏମିତି କରିଲେ କରଜରୁ ମୁକ୍ତି ମିଳିପାରିବ ।

୮) ଘରେ ବନା ହୋଇଥିବା ସବୁ ଝରକା ଉତ୍ତର ଓ ପୁର୍ବ ଦିଗ ଆଡକୁ ହେବା ଜରୁରୀ, ଏମିତି କରିଲେ ଘରେ ସମୃଦ୍ଧି ବୃଦ୍ଧି ହୋଇଥାଏ,

୯) ଘରକୁ କେବେ ଲାଲ ରଙ୍ଗରେ କଲର୍ କରିବେ ନାହିଁ , ଏମିତି କରିଲେ ଘରେ ଖରାପ ପ୍ରଭାବ ପକାଇଥାଏ

Leave a Reply

Your email address will not be published. Required fields are marked *